ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣରେ ହେରଫେର

ଓଡ଼ଗାଁ,୨୮ା୯(ସ୍ବ.ପ.): ଓଡ଼ଗାଁ ବ୍ଲକ ଅଧୀନ ବିଭିନ୍ନ ସ୍କୁଲ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ରକୁ ଚାଉଳ ଯୋଗାଣରେ ବ୍ୟାପକ ଦୁର୍ନୀତି ହୋଇଛି ା ଯୋଗାଣକାରୀ ସଂସ୍ଥା ବିଭିନ୍ନ ବିଦ୍ୟାଳୟକୁ ମଧ୍ୟାହ୍ନ ଭୋଜନ ଚାଉଳ ଯୋଗାଇ ଆସୁଥିଲେ ମଧ୍ୟ ଓଡ଼ଗାଁ ବ୍ଲକ ସୁନାମୁହିଁ ପଞ୍ଚାୟତ ବାଲିସିଂସା ବିଦ୍ୟାଳୟକୁ ଗତ ୨୫ ତାରିଖରେ ୧୯ ପ୍ୟାକେଟ୍‌ ଚାଉଳ ଯୋଗାଇ ଥିବା ଭାଉଚର ଦେଇଥିଲେ ା ହେଲେ ୧୨ପ୍ୟାକେଟ ଚାଉଳ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଖିଥିବା ସୂଚନା ମିଳିଛି ା ଏନେଇ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରେ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ପାରି ନାହାନ୍ତି ା ଘଟଣାଦିନ ପ୍ରଧାନ ଶିକ୍ଷକ ୧୨ ପ୍ୟାକେଟ୍‌ ଚାଉଳ ରଖି ବାକି ୭ ପ୍ୟାକେଟ୍‌ ଚାଉଳକୁ ପଣ୍ତା ସପ୍ଲାୟରର୍ସକୁ ବିକି ଦେଇଥିବା ୨ ସହକାରୀ ଶିକ୍ଷକ ଇନ୍ଦ୍ରମଣୀ ନାୟକ ଏବଂ ଭାଗିରଥୀ ନାୟକ ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି ା ୨ ଶିକ୍ଷକ ଅଭିଯୋଗରେ ଦର୍ଶାଇଛନ୍ତି, ବିଦ୍ୟାଳୟକୁ କମ୍‌ ଛାତ୍ରୀଛାତ୍ର ପାଠ ପଢିବାକୁ ଆସୁଥିଲେ ମଧ୍ୟ ପ୍ରଧାନଶିକ୍ଷକ ସେଠୀ ପ୍ରତିଦିନ ସମସ୍ତ ଛାତ୍ରୀଛାତ୍ର ଉପସ୍ଥିତ ଥିବା ଦର୍ଶାଇ ଚାଉଳ ଆତ୍ମସାତ୍‌ କରୁଛନ୍ତି ା ପ୍ରତିଦିନ ଏମିତି କରିବା ଦ୍ବାରା ମଧ୍ୟାହ୍ନ ଭୋଜନ ଚାଉଳ ବଳକା ରହିଥାଏ ା ସୋମବାର ପଣ୍ତା ସପ୍ଲାୟର୍ସ ୧୯ପ୍ୟାକେଟ୍‌ ଚାଉଳ ଦେବାକୁ ଆସି ୧୨ପ୍ୟାକେଟ୍‌ ଚାଉଳ ଦେଇଥିଲେ ା ବାକି ୭ପ୍ୟାକେଟ୍‌ ଚାଉଳ ପଣ୍ତା ସପ୍ଲାୟରର୍ସକୁ ପ୍ରଧାନ ଶିକ୍ଷକ ବିକି ଦେଇଥିଲେ ବୋଲି ଅଭିଯୋଗ ହୋଇଛି ା ବଳକାଥିବା ଚାଉଳ ଦେଖାଇ ପ୍ରଧାନଶିକ୍ଷକ ଏଥିରୁ ଖସିବାକୁ ବାଟ ଖୋଜୁଥିଲେ ା ୧୯ପ୍ୟାକେଟ୍‌ ଚାଉଳ ନ ଥିବାରୁ ୨ ଜଣ ସହକାରୀ ଶିକ୍ଷକ ଏହାର ଘୋର ବିରୋଧ କରିଥିଲେ ା କିନ୍ତୁ ପ୍ରଧାନଶିକ୍ଷକ ସେଠୀ ୨ ଶିକ୍ଷକଙ୍କୁ ଧମକଚମକ ଦେଇ ଖସିବାକୁ ଉଦ୍ୟମ କରିଥିଲେ ା କିନ୍ତୁ ଦୁଇଜଣ ସହକାରୀ ଶିକ୍ଷକ ଛାତ୍ରୀଛାତ୍ରମାନଙ୍କୁ ନେଇ ଚାଉଳ ଦେଖାଇଥିଲେ ଏହାର ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ା ଏହି ଘଟଣାରେ ଦୁଇଶିକ୍ଷକ ଓଡ଼ଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଗୀତାଞ୍ଜଳୀ ସାହୁଙ୍କ ନିକଟରେ ଅଭିଯୋଗ କରିବାକୁ ଯାଇଥିଲେ ା ହେଲେ ସେ ଅନୁପସ୍ଥିତ ଥିବାରୁ ଏଡିଏମ୍‌ଓ ଦାୟିତ୍ୱରେ ଥିବା ଅତିରିକ୍ତ ଶିକ୍ଷା ଅଧିକାରୀ କମଳିନୀ ବେହେରାଙ୍କୁ ଅଭିଯୋଗ କରିଥିଲେ ା ଏହି ଅଭିଯୋଗକୁ ସେ ବିଇଓଙ୍କ ପାଖକୁ ପଠାଇଛନ୍ତି ା ଘଟଣାରେ ବିଇଓ ସାହୁ କହିଛନ୍ତି, ସେ ଅଭିଯୋଗ ପାଇଛନ୍ତି ା ମୁଁ ଘଟଣାର ପ୍ରମାଣ ମାଗିଛି,ତାହା ପ୍ରମାଣିତ ହେଲେ ପ୍ରଧାନଶିକ୍ଷକ କ୍ଷତିପୂରଣ ଦେବାସହିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?