Posted inଜାତୀୟ

ମଣିଷ ଖିଆ ଚିତାବାଘକୁ ଗୁଳି କରି ହତ୍ୟା କଲା ବନବିଭାଗ

ପୁନେ, ୧୯।୧୨-ଶେଷରେ ଗୁଳି ଖାଇ ମୃତ୍ୟୁବରଣ କରିଛି ମଣିଷ ଖିଆ ଚିତାବାଘ। ମହାରାଷ୍ଟ୍ରର ଔରଙ୍ଗାବାଦ ଓ ସୋଲାପୁର ଜିଲାରେ ଆତଙ୍କ ଖେଳାଇଥିବା ଏହି ଚିତାବାଘକୁ ଶୁକ୍ରବାର ରାତିରେ ଗୁଳି କରି ହତ୍ୟା କରିଛି ବନବିଭାଗ। ଗତ କିଛି ମାସ ମଧ୍ୟରେ ଉକ୍ତ ବାଘଟି ୭ ଜଣଙ୍କୁ ମାରିଥିବାବେଳେ ୪ ଜଣ ଗୁରୁତର ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।
ବନବିଭାଗ ସୂଚନା ମୁତାବକ, ମହାରାଷ୍ଟ୍ରର ବିଡ, ଅହମ୍ମଦନଗର, ସୋଲାପୁର ଏବଂ ଔରଙ୍ଗାବାଦ ଜିଲାର ବିଭିନ୍ନ ସ୍ଥାନରେ ଉକ୍ତ ଚିତାବାଘ ଆତଙ୍କ ଚଳାଇଥିଲା। ଫଳରେ ଲୋକେ ଭୟଭୀତ ହୋଇ ରହିଥିଲେ। ଚିତାବାଘ ଆକ୍ରମଣରେ ୭ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ବିଭିନ୍ନ ଗ୍ରାମରେ ପଶି ଅନେକ ଗୋରୁଙ୍କୁ ମଧ୍ୟ ଉକ୍ତ ଚିତା ମାରି ଦେଇଥିଲା। ପରେ ବନବିଭାଗ କର୍ମଚାରୀମାନେ ଟ୍ରାକ କରି ଉକ୍ତ ଚିତାବାଘକୁ ସୋଲାପୁର ଜିଲା କର୍ମାଲାର ଏକ କଦଳୀ ଫାର୍ମ ହାଉସରେ ଥିବା ଜାଣିବାକୁ ପାଇଥିଲେ। ଏହାପରେ ବନ କର୍ମଚାରୀମାନେ ସେଠାରେ ପହଞ୍ଚି ଗୁଳି କରି ଚିତାବାଘକୁ ହତ୍ୟା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିହାର ନିର୍ବାଚନ: ନୋଟାରେ ୭ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟ

ନୂଆଦିଲ୍ଲୀ,୧୧।୧୧-ବିହାର ବିଧାନସଭା ନିର୍ବାଚନରେ ନନ୍‌ ଅଫ୍‌ ଦ ଆବଭ୍‌ (ନୋଟା)ରେ ୭ ଲକ୍ଷରୁ ଅଧିକ ଭୋଟ ପଡ଼ିଛି। ଏ ନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ପ୍ରକାଶ...

ପାକିସ୍ତାନ ପଠାଉଛି ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବା ଷ୍ଟିକି ବୋମା, ଦୁଇଟି ତାର ଯୋଡିଲେ ହେବ ବିସ୍ଫୋରଣ

ଜମ୍ମୁ,୧ ।୬: ପାକିସ୍ତାନ ଷ୍ଟିକି ବୋମା ଜରିଆରେ ଜମ୍ମୁ-କଶ୍ମୀରରେ ବଡ ଧରଣର ବିସ୍ଫୋରଣ ଯୋଜନାରେ ରହିଥିବା ଜଣାପଡିଛି । ଏଥିପାଇଁ ଏବେ ପାକିସ୍ତାନ ସମ୍ପୂର୍ଣ୍ଣ ଭାବେ...

ମତ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା: ପିଏମ୍‌ ପଦ ପାଇଁ ଦେଶର ସବୁଠୁ ବଡ଼ ଦଳକୁ ମିଳୁ ସୁଯୋଗ

ନୂଆଦିଲ୍ଲୀ,୧୭।୫: ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଦେଇଥିବା ବୟାନକୁ ବଦଳାଇଲେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ୍‌। ଗୁରୁବାର କେନ୍ଦ୍ରରୁ ଏନଡିଏକୁ ହଟାଇବା...

ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ ଆଣ୍ଠୁଏ ବରଫରେ ଚାଲିଲେ ୫ କିଲୋମିଟର

ଉରି,୬ ।୧: ଉତ୍ତର କଶ୍ମୀରର ବାରମୂଳା ଜିଲାରେ ବୋନିୟାର ଉଡି ଅଞ୍ଚଳରେ ତୁଷାରପାତରେ ଫସି ରହିଥିବା ଜଣେ ଗର୍ଭବତୀଙ୍କୁ ହସ୍ପିଟାଲରେ ପହଞ୍ଚାଇବାକୁ କଡା କସରତ କରିବାକୁ...

ଦିଲ୍ଲୀ ସରକାରଙ୍କ ନୂଆ ଆପ୍‌: ଜଣାପଡିବ କେଉଁ ହସ୍ପିଟାଲରେ ରହିଛି କେତେ ବେଡ୍‌

ନୂଆଦିଲ୍ଲୀ,୨।୬: ପ୍ରତିଦିନ ଦେଶରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ୮ହଜାରରୁ ଅଧିକ ରହୁଥିବା ବେଳେ ରାଜଧାନୀ ଦିଲ୍ଲୀର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ହେଲେ ଏହାକୁ...

ଚାଷୀଙ୍କ ପାଇଁ ହଜାରେ କୋଟିର କଲ୍ୟାଣ ପାଣ୍ଠି ଘୋଷଣା କଲେ ଗେହଲଟ୍‌ ସରକାର

ଜୟପୁର,୧୦।୭: ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍‌ ସରକାର ଚାଷୀଙ୍କ ପାଇଁ ହଜାରେ କୋଟି ଟଙ୍କାର କଲ୍ୟାଣ ପାଣ୍ଠି ଗଠନ ସମ୍ପର୍କରେ ଘୋଷଣା କରିଛନ୍ତି। ବୁଧବାର ରାଜ୍ୟ...

ଆସାମ, ବିହାର ବନ୍ୟା ମୃତ୍ୟୁସଂଖ୍ୟା ୧୫୦

ନୂଆଦିଲ୍ଲୀ,୨୦ା୭(ପି.ଟି.): ବିହାର ଓ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ଉନ୍ନତି ଦେଖାଦେଇଥିବାବେଳେ ୧ କୋଟି ୧୫ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବର୍ଷା ଓ...

ଜବରଦଖଲ ଉଚ୍ଛେଦ ବେଳେ ଗଲା ୨ ଜୀବନ

ଗୁଆହାଟୀ, ୨୩।୯: ଆସାମର ଢୋଲପୁର ଗୋରୁଖୁଟି ଅଞ୍ଚଳରେ ଗୁରୁବାର ବେଆଇନ ଜବରଦଖଲ ଉଚ୍ଛେଦ ଉଦ୍ୟମ ବେଳେ ସଂଘର୍ଷ ଘଟଛି। ପୋଲିସ ଗୁଳିରେ ୨ ଜଣ ସ୍ଥାନୀୟ...

Advertisement
Archives

Model This Week