ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି। ବ୍ଲକର ପ୍ରାୟ ୬୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ଧାନଚାଷ ପରେ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀ ବାଦାମ, ମୁଗ ଓ ପନିପରିବା ଚାଷ କରିଥାନ୍ତି। ପ୍ରାୟ ୨୫ ପ୍ରତିଶତ ଜମିରେ ଏହି ଚାଷ ହେଉଥିବା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅବଶିଷ୍ଟ ଜମି ପଡ଼ିଆ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାମେଶ୍ୱରସ୍ଥିତ ମନ୍ଦାକିନୀ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଲାଗିପାରୁନାହିଁ।

ସୂଚନାଥାଉ କି, ଚାଷୀଙ୍କ ସୁବିଧା ଲାଗି ରାମେଶ୍ୱରଠାରେ ମନ୍ଦାକିନୀ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯାଇଥିଲା। ଫଳରେ ରାମେଶ୍ୱର, ନିରାକାରପୁର, ଡିଆ, ଲେଣ୍ଡୋ, ନୂଆଗଡ ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ। ଏନେଇ କେନାଲ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ ଚାଷୀଙ୍କ କାମରେ ଆସିପାରୁନାହିଁ। ଫଳରେ କେନାଲ ନିକଟ ଜମିଗୁଡିକ ପଡିଆ ରହୁଛି। ଜଳସେଚନର ସୁବିଧା ନ ଥିବାରୁ ଧାନ ଚାଷ ପରେ ଚାଷୀ ହାତ ବାନ୍ଧି ବସୁଛନ୍ତି। ଏନେଇ ଚାଷୀ ନାରାୟଣ ମହାନ୍ତି କହିଛନ୍ତି, ଜଳସେଚନର ସୁବିଧା କରାଗଲେ ଧାନ ପରେ ପନିପରିବା ଚାଷ ହୋଇପାରନ୍ତା। କେନାଲ ପାର୍ଶ୍ୱରେ ଜମି ରହିଥିଲେ ମଧ୍ୟ ପାଣି ଅଭାବରୁ ତାହା ପଡିଆ ପଡ଼ୁଛି। ସେହିପରି ଚାଷୀ ଦେବେନ୍ଦ୍ର ପରିଜା କୁହନ୍ତି, ବ୍ଲକ୍‌ରେ ଜଳସେଚନ କହିଲେ ବର୍ଷା ଉପରେ ନିର୍ଭର କରିବାକୁ ପଡିଥାଏ। ଜଳସେଚନର ସୁବିଧା ନ ଥିବାରୁ କେବଳ ଖରିଫ ଋତୁରେ ଧାନ ବ୍ୟତୀତ ଅନ୍ୟ ଫସଲ ହୋଇପାରୁନାହିଁ। ଫଳରେ ଅଧିକାଂଶ ଜମି ପଡିଆ ପଡୁଛି ା ଚାଷୀ ଅଜୟ ଛୋଟରାୟ କୁହନ୍ତି, ବ୍ୟାରେଜ ମରାମତି ସହ ପାଣି ଭର୍ତ୍ତି ରହିଲେ ଜମିରେ ଜଳସେଚନ ହୋଇପାରନ୍ତା। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିପକ୍ଷରେ ନୂଆ ରୂପରେ ନଜର ଆସିବେ କିୱି ଖେଳାଳି

ନୂଆଦିଲ୍ଲୀ,୧୧।୧୦: ଭାରତ ବିପକ୍ଷ ODI ସିରିଜ ସମୟରେ ନ୍ୟୁଜିଲ୍ୟାଣ୍ଡ ଦଳ ଏକ ସ୍ବତନ୍ତ୍ର ଜର୍ସି ପିନ୍ଧିବ। ନ୍ୟୁଜିଲ୍ୟାଣ୍ଡ ନିକଟରେ ଏହି ODI ସିରିଜ ପାଇଁ ନିଜ ଦଳ…

ଆସିଲା କଡ଼ା ନିୟମ: ସୋସିଆଲ ମିଡିଆକୁ ମନଇଚ୍ଛା କରିପାରିବେନି ବ୍ୟବହାର, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୧ା୧୦: ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ ଆଣିଛି ନ୍ୟାଶନାଲ ମେଡିକାଲ କମିଶନ(NMC)। ଏନ୍‌ଏମ୍‌ସି ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର…

କିଏ ସେହି ଖେଳାଳି ଯାହାଙ୍କୁ ନେଇ ବୀରେନ୍ଦ୍ର ସେହୱାଗ କହିଲେ ଏତେ ବଡ଼ କଥା; ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୧୦: ଭାରତୀୟ କ୍ରିକେଟରେ ଏପରି କେତେଜଣ ବ୍ୟାଟର ଅଛନ୍ତି ଯେଉଁମାନେ ପଡ଼ିଆରେ ପାଦ ଦେବା ମାତ୍ରେ ବୋଲରଙ୍କୁ ଚ୍ୟାଲେଞ୍ଜ ଦେବା ଆରମ୍ଭ କରନ୍ତି। ନିଜର ସମ୍ପୂର୍ଣ୍ଣ କ୍ୟାରିୟର…

‘ନା ବାରିକେଡ ଲଗାଇପାରିବେ, ନା ଇଣ୍ଟରନେଟ ବନ୍ଦ କରିପାରିବେ’: CJP ବିକ୍ଷୋଭ ମାମଲାରେ ଦିଲ୍ଲୀ ପୋଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ

ନୂଆଦିଲ୍ଲୀ,୧୧।୧୦: ସୁପ୍ରିମକୋର୍ଟରେ ଆଜି CJP ବିକ୍ଷୋଭ (ପ୍ରୋଟେଷ୍ଟ) ସମ୍ପର୍କିତ ଆବେଦନଗୁଡ଼ିକର ଶୁଣାଣି ହୋଇଛି, ଯେଉଁଥିରେ ବିକ୍ଷୋଭ କାରଣରୁ ମେଟ୍ରୋ ଏବଂ ଟ୍ରେନ ସେବା ବନ୍ଦ ରଖିବା ନିର୍ଦ୍ଦେଶକୁ…

‘ମୋତେ ଗିରଫ ନୁହେଁ ଅପହରଣ କରାଯାଇଥିଲା…’ ମୁକୁଳିବା ପରେ ପାର୍ସପୋର୍ଟ ଦେଖାଇ ବଡ଼ କଥା କହିଲେ…

ନୂଆଦିଲ୍ଲୀ: ‘କକ୍ରୋଚ୍ ଜନତା ପାର୍ଟି’ (CJP) ର ବିରୋଧ ପ୍ରଦର୍ଶନରେ ଯୋଗଦେବାକୁ ଆସିଥିବା ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କୁ ପୋଲିସ ହାଜତରୁ ଛାଡ଼ିଦିଆଯାଇଛି। ଗତକାଲି ବିଳମ୍ବିତ ରାତିରେ ପୋଲିସ…

ଗାଧୋଇବାକୁ ଯାଇ ଘାଇରେ ବୁଡ଼ିଗଲେ ଯୁବକ, ଦୀର୍ଘ ୮ ଘଣ୍ଟାର କସରତ ପରେ…

ମୋହନା,୧୧ା୧୦(ମନ୍ମଥ ମିଶ୍ର): ଗାଧୋଇବାକୁ ଯାଇ ଘାଇରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର ଉଦୟଗିରି ଥାନା ଅନ୍ତର୍ଗତ…

ବଡ଼ ସର୍ତ୍ତ ସହ ଅଭିଜିତ ଦୀପକେ, ସୌରଭ ଦାସ,ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ,୧୧।୧୦: ‘କକରୋଚ ଜନତା ପାର୍ଟି’ (CJP)ର ନେତା ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ମୁକ୍ତ କରାଯାଇଛି। ତେବେ, ସେମାନଙ୍କ ମୁକ୍ତି ଏକ ସର୍ତ୍ତ…

ଆଜି ଅତାବିରା ଆସୁଛନ୍ତି ରାଜ୍ୟପାଳ: ଶିକ୍ଷା ଓ ସାଂସ୍କୃତିକ କ୍ଷେତ୍ରରେ ନୂଆ ଅଧ୍ୟାୟର କରିବେ ଶୁଭାରମ୍ଭ

ଅତାବିରା,୧୧ା୧୦(ଯୁଧିଷ୍ଠିର ମହାପାତ୍ର): ଓଡ଼ିଶାର ରାଜ୍ୟପାଳ ଡାକ୍ତର ହରିବାବୁ କମ୍ଭମପାଟି ରବିବାର ବରଗଡ଼ ଜିଲାର ଅତାବିରା ଗସ୍ତରେ ଆସୁଥିବାରୁ ଅଞ୍ଚଳରେ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳଙ୍କ ଗସ୍ତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?