ଚାଷୀଙ୍କ କାମରେ ଲାଗୁନି ମନ୍ଦାକିନୀ ବ୍ୟାରେଜ

ନିରାକାରପୁର,୭ା୧(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ ୯ହଜାର ୮୫୩ ହେକ୍ଟର ଚାଷଜମି ରହିଥିବା ବେଳେ ୯ ହଜାର ୫୦୦ ହେକ୍ଟର ଜମି ଚାଷ ଉପଯୋଗୀ ରହିଛି। ବ୍ଲକର ପ୍ରାୟ ୬୦ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି। ଏଠାରେ ଧାନଚାଷ ପରେ ନଦୀ ନିକଟବର୍ତ୍ତୀ ଅଞ୍ଚଳବାସୀ ବାଦାମ, ମୁଗ ଓ ପନିପରିବା ଚାଷ କରିଥାନ୍ତି। ପ୍ରାୟ ୨୫ ପ୍ରତିଶତ ଜମିରେ ଏହି ଚାଷ ହେଉଥିବା ବେଳେ ଜଳସେଚନର ସୁବିଧା ନ ଥିବାରୁ ଅବଶିଷ୍ଟ ଜମି ପଡ଼ିଆ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ରାମେଶ୍ୱରସ୍ଥିତ ମନ୍ଦାକିନୀ ନଦୀ ଉପରେ ବ୍ୟାରେଜ ନିର୍ମାଣ କରାଯାଇଥିଲେ ମଧ୍ୟ ଏହା ଚାଷୀଙ୍କ କାମରେ ଲାଗିପାରୁନାହିଁ।

ସୂଚନାଥାଉ କି, ଚାଷୀଙ୍କ ସୁବିଧା ଲାଗି ରାମେଶ୍ୱରଠାରେ ମନ୍ଦାକିନୀ ନଦୀ ଉପରେ ଏକ ବ୍ୟାରେଜ ନିର୍ମାଣ କରାଯାଇଥିଲା। ଫଳରେ ରାମେଶ୍ୱର, ନିରାକାରପୁର, ଡିଆ, ଲେଣ୍ଡୋ, ନୂଆଗଡ ପଞ୍ଚାୟତର ଚାଷୀମାନେ ଉପକୃତ ହୋଇପାରିବେ। ଏନେଇ କେନାଲ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ ଚାଷୀଙ୍କ କାମରେ ଆସିପାରୁନାହିଁ। ଫଳରେ କେନାଲ ନିକଟ ଜମିଗୁଡିକ ପଡିଆ ରହୁଛି। ଜଳସେଚନର ସୁବିଧା ନ ଥିବାରୁ ଧାନ ଚାଷ ପରେ ଚାଷୀ ହାତ ବାନ୍ଧି ବସୁଛନ୍ତି। ଏନେଇ ଚାଷୀ ନାରାୟଣ ମହାନ୍ତି କହିଛନ୍ତି, ଜଳସେଚନର ସୁବିଧା କରାଗଲେ ଧାନ ପରେ ପନିପରିବା ଚାଷ ହୋଇପାରନ୍ତା। କେନାଲ ପାର୍ଶ୍ୱରେ ଜମି ରହିଥିଲେ ମଧ୍ୟ ପାଣି ଅଭାବରୁ ତାହା ପଡିଆ ପଡ଼ୁଛି। ସେହିପରି ଚାଷୀ ଦେବେନ୍ଦ୍ର ପରିଜା କୁହନ୍ତି, ବ୍ଲକ୍‌ରେ ଜଳସେଚନ କହିଲେ ବର୍ଷା ଉପରେ ନିର୍ଭର କରିବାକୁ ପଡିଥାଏ। ଜଳସେଚନର ସୁବିଧା ନ ଥିବାରୁ କେବଳ ଖରିଫ ଋତୁରେ ଧାନ ବ୍ୟତୀତ ଅନ୍ୟ ଫସଲ ହୋଇପାରୁନାହିଁ। ଫଳରେ ଅଧିକାଂଶ ଜମି ପଡିଆ ପଡୁଛି ା ଚାଷୀ ଅଜୟ ଛୋଟରାୟ କୁହନ୍ତି, ବ୍ୟାରେଜ ମରାମତି ସହ ପାଣି ଭର୍ତ୍ତି ରହିଲେ ଜମିରେ ଜଳସେଚନ ହୋଇପାରନ୍ତା। ତୁରନ୍ତ ଏଥିପ୍ରତି ଜିଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସ୍ଥାନୀୟ ଚାଷୀଙ୍କ ପକ୍ଷରୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରଥଖଳା ଚଳଚଞ୍ଚଳ,ଲାଗିପଡ଼ିଛନ୍ତି ମହାରଣା, ଓଝା ସେବାୟତ

ପୁରୀ ଅଫିସ,୮।୫: ପୁରୀ ରଥଯାତ୍ରା ପାଇଁ ରଥଖଳା ପାଇଁ ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି...

ଅଦାଲତ ଆଦେଶ ମାନିଲାନି ବ୍ୟାଙ୍କ: ଅପିଲ ପରେ ମିଲିଲା କ୍ଷତିପୂରଣ

ନୟାଗଡ଼ ଅଫିସ,୧୪ା୧୧-ଖାଉଟି ଅଦାଲତଙ୍କ ଆଦେଶ କାର୍ଯ୍ୟକାରୀ ନ ହେବାରୁ ଆଦେନକାରୀ ଅପିଲ କରି ନ୍ୟାୟ ପାଇଛନ୍ତି। ଓଡ଼ଗାଁ ବ୍ଲକ ନନ୍ଦିଘୋର ଗ୍ରାମର ମାଗୁଣି ସେଠୀ ନାମକ...

ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ...

ବୁରୁଧ୍‌ ଦମ୍ପତିକଁର ପାସେ ପୁହୁଁଚିଲା ପରଶାସନ

ଗଣ୍ଡତୁରୁମ, ୭ା୧୨ (ଡି.ଏନ.ଏ.)- ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ଗଁାର ବୁରୁଧ୍‌ ଦମ୍ପତି ଘନ ଦେହେରୀ ଆର ସାଲିଣୀକଁର ପାସେ ଗୁରୁବାର ପରଶାସନ ପୁହୁଁଚିଛେ।...

ଚାଲିଛି ହାର୍‌ଜିତ୍‌ ଆକଳନ

ଚଣ୍ଡିଖୋଲ,୨୬ା୨(ଡି.ଏନ.ଏ.): ବଡ଼ଚଣା ବ୍ଲକର ୪୩ ପଞ୍ଚାୟତରେ ୧୮ ତାରିଖରେ ମତଦାନ ଶେଷ ହୋଇଛି। ଏହାପରେ ପ୍ରାର୍ଥୀ ହାର୍‌ଜିତକୁ ନେଇ ଅଙ୍କ କଷିବାରେ ବ୍ୟସ୍ତ ଅଛନ୍ତି। ୬୩୭ୱାର୍ଡ...

ଭିଜିଲାନ୍ସ ଜାଲରେ ବୈଧମାପ, ଓଜନ ବିଭାଗ ବରିଷ୍ଠ ନିରୀକ୍ଷକ

ଜଗତ୍‌ସିଂହପୁର ଅଫିସ,୧୬ା୧୧: ଭିଜିଲାନ୍ସ ଜାଲରେ ପଡିଛନ୍ତି ବୈଧମାପ ଏବଂ ଓଜନ ବିଭାଗ ଜଗତ୍‌ସିଂହପୁର କାର୍ଯ୍ୟାଳୟ ସହକାରୀ ନିୟନ୍ତ୍ରକ ତଥା ପାରାଦୀପସ୍ଥିତ ବିଭାଗୀୟ ବରିଷ୍ଠ ନିରୀକ୍ଷକ ବିଶ୍ରାନ୍ତ...

ଦିଲ୍ଲୀ, ଲକ୍ଷ୍ନୌରୁ ଆସୁଛି ନକଲି ମେଡିସିନ

କଟକ ଅଫିସ,୧ା୩: ପୁରୀଘାଟ ଥାନା ଅଧୀନ ଟାଉନହଲ୍‌ ରୋଡ୍‌ସ୍ଥିତ ଶ୍ରୀ ଡିଷ୍ଟ୍ରିବ୍ୟୁଟର ନାମକ ଏକ ଗୋଦାମରେ ସୋମବାର ଡ୍ରଗ୍ସ କଣ୍ଟ୍ରୋଲ ଅଧିକାରୀମାନେ ଚଢ଼ାଉ କରି ପର୍ଯ୍ୟାପ୍ତ...

ଏମ୍‌ସିଏଲ୍‌ ସର୍ବବୃହତ୍‌ କୋଇଲା ଉତ୍ପାଦନକାରୀ କମ୍ପାନୀ

ତାଳଚେର,୧୪ା୩(ଡି.ଏନ.ଏ.): ମହାନଦୀ କୋଲ୍‌ ଫିଲ୍ଡସ୍‌ ଲିମିଟେଡ୍‌ (ଏମ୍‌ସିଏଲ୍‌) ଚଳିତ ଆର୍ଥିକ ବର୍ଷରେ କୋଇଲା ଉତ୍ପାଦନରେ ୧୫୭ ମିଲିୟନ୍‌ ଟନ୍‌ ଅତିକ୍ରମ କରି ଦେଶର ଅଗ୍ରଣୀ କୋଇଲା...

Advertisement
Archives

Model This Week