Posted inଖେଳ

ମାଞ୍ଚେଷ୍ଟର ଟେଷ୍ଟ: ଚତୁର୍ଥ ଦିବସ ଖେଳ ବାତିଲ

ମାଞ୍ଚେଷ୍ଟର, ୨୭।୭- ବର୍ଷା ଯୋଗୁ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ତୃତୀୟ କ୍ରିକେଟ ଟେଷ୍ଟର ଚତୁର୍ଥ ଦିବସ ଖେଳ ସୋମବାର ବାତିଲ ହୋଇଛି। ଫଳରେ ଫଳାଫଳ ପାଇଁ ଉଭୟ ଦଳକୁ ୫ମ ତଥା ଅନ୍ତିମ ଦିବସକୁ ଅପେକ୍ଷା କରିବାକୁ ପଡ଼ିଛି। ଏହି ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡ ୩୬୯ ରନ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ମାତ୍ର ୧୯୭ ରନ କରିବାକୁ ସକ୍ଷମ ହୋଇଥିଲା। ଇଂଲଣ୍ଡ ଏହାର ଦ୍ୱିତୀୟ ଇନିଂସକୁ ୨୨୬/୨ରେ ଘୋଷଣା କରିବାରୁ ଓ୍ବେଷ୍ଟଇଣ୍ଡିଜ ସମ୍ମୁଖରେ ୩୯୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା। ତୃତୀୟ ଦିବସ ଶେଷସୁଦ୍ଧା ଓ୍ବେଷ୍ଟଇଣ୍ଡିଜ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ମାତ୍ର ୧୦ ରନରେ ୨ଟି ଉଇକେଟ ହରାଇଛି। ଓପନର ଜନ୍‌ କ୍ୟାମ୍ପପେଲ ଖାତା ଖୋଲିପାରି ନ ଥିବାବେଳେ କେମର ରୋଚ୍‌ ମାତ୍ର ୪ ରନ କରି ପ୍ୟାଭିଲିୟନ ଫେରିଥିଲେ। ଫଳରେ ୮ ଉଇକେଟ ବାକିଥାଇ ଓ୍ବେଷ୍ଟଇଣ୍ଡିଜ ଲକ୍ଷ୍ୟଠାରୁ ୩୮୯ ରନ ଦୂରରେ ରହିଛି। ଷ୍ଟୁଆର୍ଟ ବ୍ରଡ୍‌ ଓ୍ବେଷ୍ଟଇଣ୍ଡିଜର ୨ଟି ଯାକ ଦ୍ୱିତୀୟ ଇନିଂସ ୮ ଉଇକେଟ ନେଇ ନିଜ ଉଇକେଟ ସଂଖ୍ୟାକୁ ୪୯୯ରେ ପହଞ୍ଚାଇଛନ୍ତି। ଆଉ ଗୋଟିଏ ଉଇକେଟ ନେଲେ ସେ ୫୦୦ ଉଇକେଟ କ୍ଲବରେ ସାମିଲ ହେବେ। ପୂର୍ବରୁ ମୁଥୟା ମୁରଲୀଧରନ(୮୦୦), ଶେନ ଓ୍ବର୍ନ(୭୦୮), ଅନୀଲ କୁମ୍ବଲେ (୬୧୯), ଜେମ୍ସ ଆଣ୍ଡରସନ(୫୮୯), ଗ୍ଲେନ ମ୍ୟାଗଗ୍ରା(୫୬୩) ଓ କର୍ଟନି ଓ୍ବାଲ୍ସ(୫୧୯) ଏହି କ୍ଲବର ସଦସ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ପାଇଁ ପ୍ରେରଣା ମେରୀକମ୍‌

ନୂଆଦିଲ୍ଲୀ, ୧୬ା୧୦ (ପି.ଟି.)-ପିତୃତ୍ୱ ଲାଭ କଲେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ ନାହିଁ ତ ଏହି ଦ୍ୱନ୍ଦ୍ୱରେ ଥିଲେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ...

ମାତ୍ର ୩୧ ବର୍ଷ ବୟସରେ ଏହି ଖେଳାଳିଙ୍କ କ୍ରିକେଟ୍‌ କ୍ୟାରିୟର୍‌ ଶେଷ!

ନୂଆଦିଲ୍ଲୀ,୨୭।୧:ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ଫେବୃୟାରୀ ୬ରୁ ଆରମ୍ଭ ହେବାକୁ ଯାଉଛି। ଦିନିକିଆ ସିରିଜ ପରେ ଏକ ୩...

‘ଅବସର ନେଇ ଏବେ ଧୋନୀଙ୍କର ଯୋଜନା ନାହିଁ’

ନୂଆଦିଲ୍ଲୀ,୨୦।୭(ପି.ଟି.)- ଭାରତୀୟ ପୂର୍ବତନ ଅଧିନାୟକ ତଥା ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କର ଏବେ ଅବସର ନେଇ କୌଣସି ଯୋଜନା ନାହିଁ। ଏ ସଂକ୍ରାନ୍ତରେ...

ଭାରତର ଇନିଂସ ବିଜୟ

ଇନ୍ଦୋର,୧୬।୧୧- ସ୍ଥାନୀୟ ହୋଲ୍‌କାର କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟକୁ ଭାରତୀୟ ଦଳ ଏକ ଇନିଂସ ୧୩୦ ରନ୍‌ରେ ଜିତି ନେଇଛି। ବିରାଟ...

ବିସିସିଆଇକୁ ଦିଲୀପ ଭେଙ୍ଗସରକରଙ୍କ ପରାମର୍ଶ

ମୁମ୍ବାଇ,୨୦।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ଆଡିଲେଡ୍‌ ଟେଷ୍ଟରେ ଭାରାତୀୟ ଦଳ ମାତ୍ର ୩୬ ରନ୍‌ରେ ଅଲଆଉଟ୍‌ ହେବା ପରେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଏକ ପରାମର୍ଶ...

ଅମୋଲ ମଜୁମ୍‌ଦାର ମୁମ୍ବାଇ କୋଚ୍‌ ନିଯୁକ୍ତ

ମୁମ୍ବାଇ, ୨ା୬(ପି.ଟି.)-ରଣଜୀ ଟ୍ରଫି କିମ୍ବଦନ୍ତୀ ତଥା ପୂର୍ବତନ ମୁମ୍ବାଇ ଅଧିନାୟକ ଅମୋଲ ମଜୁମ୍‌ଦାର ଆସନ୍ତା ଘରୋଇ ସିଜନ ପାଇଁ ମଙ୍ଗଳବାର ସିନିୟର ଦଳର କୋଚ୍‌ ଭାବେ...

ଭାରତ ସହ ଖାସ୍‌ ଜର୍ସିରେ ପଡିଆକୁ ଓହ୍ଲାଇବ ଅଷ୍ଟ୍ରେଲିଆ

ସିଡନୀ,୧୧।୧୧:ଅଷ୍ଟ୍ରେଲିଆ କ୍ରିକେଟ ଦଳ ଭାରତ ବିପକ୍ଷ ଆଗାମୀ ଟି -୨୦ ସିରିଜରେ ଏକ ସ୍ବତନ୍ତ୍ର ଡିଜାଇନ ହୋଇଥିବା ସ୍ବଦେଶୀ ଜର୍ସି ପିନ୍ଧିବେ। କ୍ରିକେଟରେ ଅଷ୍ଟ୍ରେଲିଆର ଦେଶବାସୀଙ୍କ...

ଟାଇସନ-ଜୋନ୍ସ ଲଢେଇ ଡ୍ର’

ଲସ୍‌ଏଞ୍ଜେଲ୍ସ, ୩୦ା୧୧ (ପି.ଟି.)-ଦୀର୍ଘ ୧୫ ବର୍ଷ ପରେ ପ୍ରଥମ ଥର ବକ୍ସିଂ ରିଙ୍ଗକୁ ଫେରିଛନ୍ତି ମାଇକ ଟାଇସନ । ୫୪ ବର୍ଷୀୟ ପୂର୍ବତନ ହେଭିିଓ୍ବେଟ୍‌ ଚାମ୍ପିୟନ...

Advertisement
Archives

Model This Week