କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ

ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ ନେଉନି। ଏତେ ଭୟାବହତା ପରେ ବି କେତେଜଣ ଏବେବି କରୋନାକୁ ଏତେ ଗୁରୁତ୍ୱର ସହ ନେଉନାହାଁନ୍ତି। ଆମେରିକାର ସେନ ଆଣ୍ଟୋନିଓରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନାକୁ ହାଲୁକା ଭାବେ ନେଇ ଏକ କୋଭିଡ ପାର୍ଟିରେ ଯୋଗଦେବା ପରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଟେକ୍ସାସରେ ରହୁଥିବା ଏହି ବ୍ୟକ୍ତି ଜଣକ କରୋନା ଭାଇରସକୁ ଅତି ହାଲ୍‌କା ଭାବେ ନେଇଥିଲେ। ଏହାପରେ ସେ କୋଭିଡ-୧୯ରେ ପୀଡ଼ିତ ତାଙ୍କ ବନ୍ଧୁଙ୍କ ପାର୍ଟିରେ ପହଞ୍ଚିଥିଲେ। ଆଉ ଏହାପରେ ସେ ବି କରୋନାରେ ସଂକ୍ରମିତ ହୋଇଥିଲେ। ହସ୍ପିଟାଲ ସୂତ୍ରରୁ ମିଳିଥବା ଖବରରୁ ଜଣାପଡିଛି କି ଜଣେ ବ୍ୟକ୍ତି କରୋନାରେ ପୀଡ଼ିତ ହେବା ପରେ ଏକ କୋଭିଡ୧୯ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ସେ ଦେଖିବାକୁ ଚାହୁଁଥିଲେ କି ପାର୍ଟିରେ ଯୋଗ ଦେଉଥିବା ବନ୍ଧୁମାନଙ୍କୁ କୋଭିଡ ହେଉଛି ନା ନାହିଁ। ତାହାହିଁ ହେଲା। ଏଥିରେ ଯୋଗ ଦେଇଥିବା ଜଣେ ସୁସ୍ଥ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କର ଚିକିତ୍ସା ସମୟରେ ସେ ମାନିଥିଲେ ଯେ ସେ ନିଶ୍ଚିତ ଭାବେ କିଛି ଭୁଲ୍‌ କରିଛନ୍ତି। ବ୍ୟକ୍ତି ଜଣକ ଭାବୁଥିଲେ ବର୍ତ୍ତମାନ ସେ ଯୁବକ ଥିବାରୁ କରୋନା ଭାଇରସ ତାଙ୍କର କିଛି କ୍ଷତି ଘଟାଇ ପାରିବ ନାହିଁ। ଆଉ ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଥିଲେ ଯୁବକମାନେ ଉପରକୁ ସୁସ୍ଥ ସବଳ ଦେଖାଯାଆନ୍ତି। ହେଲେ ସେମାନଙ୍କର ଅକ୍ସିଜେନ୍‌ ଲେବଲ ଓ ଲ୍ୟାବ ଟେଷ୍ଟ କରିବା ପରେ ସେମାନେ କେତେ ଅସୁସ୍ଥ ତାହା ଜଣାପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri