କୋଭିଡ-୧୯ ପାର୍ଟିରେ ଯୋଗ ଦେଇ ପ୍ରାଣ ହରାଇଲେ ଯୁବକ

ଟେକ୍ସାସ,୧୩।୭: ବିଶ୍ୱରେ କରୋନା ସଂକ୍ରମଣ ବେଳକୁ ବେଳ ବୃଦ୍ଧି ପାଇବାରେ ଲାଗିଛି। ଏବେସୁଦ୍ଧା ବିଶ୍ୱରେ ୧.୩୦ କୋଟି ଲୋକ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକଙ୍କର ଜୀବନ ଗଲାଣି। ଆମେରିକାରେ ଏବେବି କରୋନା ସଂକ୍ରମଣ କମିବାର ନାଁ ନେଉନି। ଏତେ ଭୟାବହତା ପରେ ବି କେତେଜଣ ଏବେବି କରୋନାକୁ ଏତେ ଗୁରୁତ୍ୱର ସହ ନେଉନାହାଁନ୍ତି। ଆମେରିକାର ସେନ ଆଣ୍ଟୋନିଓରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କରୋନାକୁ ହାଲୁକା ଭାବେ ନେଇ ଏକ କୋଭିଡ ପାର୍ଟିରେ ଯୋଗଦେବା ପରେ ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହୋଇଥିବା ଜଣାପଡିଛି। ଟେକ୍ସାସରେ ରହୁଥିବା ଏହି ବ୍ୟକ୍ତି ଜଣକ କରୋନା ଭାଇରସକୁ ଅତି ହାଲ୍‌କା ଭାବେ ନେଇଥିଲେ। ଏହାପରେ ସେ କୋଭିଡ-୧୯ରେ ପୀଡ଼ିତ ତାଙ୍କ ବନ୍ଧୁଙ୍କ ପାର୍ଟିରେ ପହଞ୍ଚିଥିଲେ। ଆଉ ଏହାପରେ ସେ ବି କରୋନାରେ ସଂକ୍ରମିତ ହୋଇଥିଲେ। ହସ୍ପିଟାଲ ସୂତ୍ରରୁ ମିଳିଥବା ଖବରରୁ ଜଣାପଡିଛି କି ଜଣେ ବ୍ୟକ୍ତି କରୋନାରେ ପୀଡ଼ିତ ହେବା ପରେ ଏକ କୋଭିଡ୧୯ ପାର୍ଟିର ଆୟୋଜନ କରିଥିଲେ। ସେଥିରେ ସେ ଦେଖିବାକୁ ଚାହୁଁଥିଲେ କି ପାର୍ଟିରେ ଯୋଗ ଦେଉଥିବା ବନ୍ଧୁମାନଙ୍କୁ କୋଭିଡ ହେଉଛି ନା ନାହିଁ। ତାହାହିଁ ହେଲା। ଏଥିରେ ଯୋଗ ଦେଇଥିବା ଜଣେ ସୁସ୍ଥ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତେବେ ତାଙ୍କର ଚିକିତ୍ସା ସମୟରେ ସେ ମାନିଥିଲେ ଯେ ସେ ନିଶ୍ଚିତ ଭାବେ କିଛି ଭୁଲ୍‌ କରିଛନ୍ତି। ବ୍ୟକ୍ତି ଜଣକ ଭାବୁଥିଲେ ବର୍ତ୍ତମାନ ସେ ଯୁବକ ଥିବାରୁ କରୋନା ଭାଇରସ ତାଙ୍କର କିଛି କ୍ଷତି ଘଟାଇ ପାରିବ ନାହିଁ। ଆଉ ତାଙ୍କୁ ଚିକିତ୍ସା କରୁଥିବା ନର୍ସ କହିଥିଲେ ଯୁବକମାନେ ଉପରକୁ ସୁସ୍ଥ ସବଳ ଦେଖାଯାଆନ୍ତି। ହେଲେ ସେମାନଙ୍କର ଅକ୍ସିଜେନ୍‌ ଲେବଲ ଓ ଲ୍ୟାବ ଟେଷ୍ଟ କରିବା ପରେ ସେମାନେ କେତେ ଅସୁସ୍ଥ ତାହା ଜଣାପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମାନବିକ ସହାୟତା ପଠାଇବାକୁ ମୋଦିଙ୍କୁ ଚିଠି ଲେଖିଲେ ଜେଲେନସ୍କି…

ମସ୍କୋ,୧୨।୪ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଛନ୍ତି। ରୁଷିଆ-ୟୁକ୍ରେନ ଯୁଦ୍ଧ ସମ୍ପର୍କରେ ଅତିରିକ୍ତ ମାନବିକ ସହାୟତା...

ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ ବ୍ଲୁ ଟିକ୍‌ ପାଇଁ ଦେବାକୁ ପଡ଼ିବ ଏତିକି ଟଙ୍କା

କାଲିଫର୍ନିଆ,୩୦।୩: ନିକଟରେ ମେଟା ଆମେରିକାରେ ଏହାର ସବ୍‌ସ୍କ୍ରିପ୍‌ଶନ ମଡେଲ ଲଞ୍ଚ୍‌ କରିଛି। ଆମେରିକାର ଫେସ୍‌ବୁକ ଏବଂ ଇନ୍‌ଷ୍ଟାଗ୍ରାମ ୟୁଜର୍ସମାନେ ବର୍ତ୍ତମାନ ମାସିକ ୧୧.୯୯ ଡଲାର ଅର୍ଥାତ୍‌...

ରାଜଧାନୀକୁ ପୁଣି ଫେରିଲା କଣ୍ଟେନ୍‌ମେଣ୍ଟ

ଭୁବନେଶ୍ୱର,୬ା୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରକୁ ପୁଣି ଫେରିଛି କଣ୍ଟେନମେଣ୍ଟ। ଫରେଷ୍ଟ ପାର୍କ ଅଞ୍ଚଳର ୫୨ ନମ୍ବର ଓ୍ବାର୍ଡ ରାଜେନ୍ଦ୍ର ବିହାର ଆପାର୍ଟମେଣ୍ଟକୁ କଣ୍ଟେନ୍‌ମେଣ୍ଟ ଘୋଷଣା କରିଛି ବିଏମ୍‌ସି।...

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ପୋପ୍‌

ଭାଟିକାନ୍‌ ସିଟି,୨୬।୧: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି ଏକ ଖବରଦାତା ସମ୍ମିଳନୀକୁ ସମ୍ବୋଧନ କରି ପୋପ୍‌ ଫ୍ରାନ୍ସିସ କହିଛନ୍ତି। ଈଶ୍ୱର ତାଙ୍କ ପ୍ରତ୍ୟେକ ପିଲାଙ୍କୁ...

ନୂଆ ସଂକ୍ରମଣ: ୧୦ ରାଜ୍ୟରୁ ୭୫% ମାମଲା

ନୂଆଦିଲ୍ଲୀ, ୨୭।୯: ଶନିବାର ୮୫,୩୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିରୁ ୭୫% ଆକ୍ରାନ୍ତ ୧୦ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ...

କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର...

ଗଞ୍ଜାମ ଜିଲା: ୧୦୦ ତଳକୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ଛତ୍ରପୁର,୪ା୯(ଡି.ଏନ୍‌.ଏ.)- ଗଞ୍ଜାମ ଜିଲାରେ କରୋନା ସ୍ଥିତିରେ ସୁଧାର ଆସିବାରେ ଲାଗିଛି । ଦୀର୍ଘ ୨ ମାସ ପରେ ଗତ ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା...

ପୋଲ ତଳେ ୧୦ ହଜାର ଶରଣାର୍ଥୀ

ଓ୍ବାଶିଂଟନ,୧୮।୯: ଡେଲ୍‌ ରିଓ ଇଣ୍ଟରନ୍ୟାଶନାଲ ବ୍ରିଜ୍‌। ଆମେରିକା ଯିବା ପାଇଁ ୩୭ ଡିଗ୍ରୀ ତାପମାତ୍ରାରେ ତମ୍ବୁ ତଳେ ଜୀବନ ବିତାଉଛନ୍ତି ହଜାର ହଜାର ହାଇତି ଶରଣାର୍ଥୀ।...

Advertisement
Archives

Model This Week