ସ୍ତ୍ରୀଙ୍କୁ ଭେଟିବାକୁ ଜଳପଥରେ ୨୦୦୦ କିଲୋମିଟର ଯାତ୍ରା କଲେ ସ୍ବାମୀ

ହାନୋଇ,୨୬ା୩: ଭିଏତନାମର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କୁ ଭେଟିବା ପାଇଁ ଜଳପଥରେ ୨ ହଜାର କିଲୋମିଟର ଯାତ୍ରା ଆରମ୍ଭ କରଥିଲେ। ଯଦିଓ ସେ ତାଙ୍କ ସ୍ତ୍ରୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି ତଥାପି ଲୋକେ ତାଙ୍କ ଉଦ୍ୟମକୁ ବେଶ୍‌ ପ୍ରଶଂସା କରୁଛନ୍ତି।

ଖବର ଅନୁସାରେ, ମାର୍ଚ୍ଚ ୨୩ରେ ଜଣେ ଶିପର କ୍ୟାପଟେନ ଥାଇଲାଣ୍ଡର ନୌସେନାକୁ ଖବର ଦେଇଥିଲେ ଯେ, କୂଳରୁ ପ୍ରାୟ ୮୦ କିଲୋମିଟର ଦୂରରେ ଜଣେ ଯୁବକ ମିଳିଛନ୍ତି । ଯୁବକ ଜଣଙ୍କ ଏକ ରବର ବୋଟ୍‌ରେ ଥାଇଲାଣ୍ଡରୁ ଭାରତକୁ ଯାଉଛନ୍ତି। ଏହାପରେ ନୌସେନା ସନ୍ଧାନ ଆରମ୍ଭ କରିଥିଲା ସେତେବେଳେ ସେ ଉକ୍ତ ଯୁବକଙ୍କ ନିକଟରୁ କିଛି ପାଣି ସହ ନୁଡୁଲ୍ସ ପାଇଥିଲା।

ନୌସେନା ଅଧିକ ପଚରାଉଚରା କରିବା ବେଳେ ଯୁବକ ଜଣକ କିଛି କହି ପାରି ନ ଥିଲେ। କାରଣ ତାଙ୍କୁ ଥାଇ ଭାଷା ଜଣା ନ ଥିଲା। ସେ ଭିଏତନାମ ଭାଷା କହୁଥିଲେ। ତାଙ୍କୁ ନୌସେନା ସାଙ୍ଗରେ ନେଇଯିବା ସହ ଇଣ୍ଟରପ୍ରେଟର ଜରିଆରେ କଥା ହେବାକୁ ଚେଷ୍ଟା କରିଥିଲେ। ଏହାପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା। ୩୭ ବର୍ଷୀୟ ହୋ ହୁଆଙ୍ଗ ହଙ୍ଗ କହିଥିଲେ ତାଙ୍କ ସ୍ତ୍ରୀ ମୁମ୍ବାଇରେ ମହାମାରୀ କରୋନା ପରଠାରୁ ଫସି ରହିଛନ୍ତି। ସେ ତାଙ୍କୁ ଭେଟି ପାରୁନାହାନ୍ତି। ଆଉ ସ୍ତ୍ରୀଙ୍କୁ ଭେଟିବାକୁ ସେ ଜଳପଥରେ ଯାତ୍ରା ଆରମ୍ଭ କରିଥିଲେ।

ମାର୍ଚ୍ଚ ୨ରେ ହୋ ଚି ମିନ୍‌ଚ ସିଟିରୁ ବ୍ୟାଙ୍କକ୍‌କୁ ବିମାନରେ ଆସିଥିଲେ । ଏହାପରେ ବିମାନରେ ମୁମ୍ବାଇ ଯିବାକୁ ମନସ୍ଥ କରିଥିଲେ। କିନ୍ତୁ ତାଙ୍କୁ ଭିଜା ମିଳି ନ ଥିଲା। ସେତେବେଳେ ସେ ପଟ୍ଟାୟା ଯାଇ ଏକ ନୀଳ ରଙ୍ଗର ରବର ବୋଟ୍‌ କିଣିଥିଲେ। ମାର୍ଚ୍ଚ ୫ରେ ସେ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ।

୧୮ ଦିନ ସମୁଦ୍ରରେ ଯାତ୍ରା କରିବା ପରେ କେବଳ ୮୦ କିଲୋମିଟର ସେ ଯାଇପାରିଥିଲେ। ମୁମ୍ବାଇରେ ପହଞ୍ଚିବାକୁ ତାଙ୍କୁ ଆହୁରି ୬୨୫ ଦିନ ଲାଗିଥାନ୍ତା। ହୋ’ଙ୍କଠାରୁ ଏସବୁ ଶୁଣିବା ପରେ ନୌସେନା ଥାଇଲାଣ୍ଡରେ ରହିବାକୁ ତାଙ୍କୁ ମାଗଣା ଘର ଦେବା ସହ ସ୍ତ୍ରୀଙ୍କୁ ଭେଟିବାର ବ୍ୟବସ୍ଥା କରୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୬ ରାଶିର ବ୍ୟକ୍ତିଙ୍କୁ ସାବଧାନ…

କେତେକ ଲୋକ କୌଣସି କଥାକୁ ଲୁଚାଇବା ପାଇଁ ମିଛ କହିଥାନ୍ତି। ପରେ ଗୋଟିଏ ମିଛକୁ ଲୁଚାଇବା ଲାଗି ଏକାଧିକ ମିଛ କହିବାକୁ ପଡ଼ିଥାଏ। ତେବେ ଜ୍ୟୋତିଷ...

ଶୁକ୍ରବାର ପୋଲାଣ୍ଡ ଗସ୍ତ କରିବେ ବାଇଡେନ

ଓ୍ବାଶିଂଟନ୍‌,୨୧।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୨୬ଦିନରେ ପହଞ୍ଚିଥିବା ବେଳେ ଏହା ଥମିବାର ନାଁ ନେଉନି। ରୁଷିଆ ଲଗାତର ଭାବେ ୟୁକ୍ରେନ...

ତୁମେ କରୋନାକୁ ଛକା ମାରିପାରିବ ମୋର ବିଶ୍ୱାସ ଅଛି

ନୂଆଦିଲ୍ଲୀ, ୨।୪ : କୋଭିଡ୍‌-୧୯ ଆକ୍ରାନ୍ତ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ଆରୋଗ୍ୟ କାମନା କରିଛନ୍ତି ପୂର୍ବତନ ପାକିସ୍ତାନ ପେସର ଓ୍ବାସିମ ଆକ୍ରମ। ଡାକ୍ତରଙ୍କ ପରାମର୍ଶ...

ମାସ୍କରେ ଲୋକକଳା ଛାପ

ପାଟ୍‌ନା: କରୋନା ଭାଇରସ୍‌ ସଂକ୍ରମଣରୁ ନିଜକୁ ରକ୍ଷାକରିବା ପାଇଁ ମାସ୍କ ପିନ୍ଧିବା ଜରୁରୀ ହୋଇପଡ଼ିଛି। ବିନା ମାସ୍କରେ ଏବେ କେହି ଘରୁ ବାହାରୁନାହାନ୍ତି। ଏଭଳି ପରିସ୍ଥିତିରେ...

ପାଣିରେ ପଶି ଫୁଟବଲ୍‌ ଖେଳୁଛି ହାତୀଛୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ବ୍ରିଟେନ୍‌ ତୈଳ ଟ୍ୟାଙ୍କରକୁ ଅଟକ ରଖିଲା ଇରାନ୍‌: ୨୩ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୧୮ ଭାରତୀୟ

ଲଣ୍ଡନ,୨୦।୭: ଇରାନ ବିଟ୍ରେନ୍‌ର ତୈଳ ଟ୍ୟାଙ୍କରକୁ ଅଟକ ରଖିଛି। ଟ୍ୟାଙ୍କରରେ ଥିବା ୨୩ ଜଣ କର୍ମଚାରୀଙ୍କ ମଧ୍ୟରେ ୧୮ ଭାରତୀୟ ଥିବା କୁହାଯାଉଛି। ସ୍ଥାନୀୟ ହୋରମୁଜ୍‌...

ବେଜିଂରୁ ହଟାଯିବ ମୁସଲମାନଙ୍କ ସମସ୍ତ ପ୍ରତୀକ

ବେଜିଂ,୧।୮: ଚାଇନାର ରାଜଧାନୀ ବେଜିଂରୁ ଏଣିକି ମୁସଲମାନଙ୍କ ସମସ୍ତ ପ୍ରତୀକକୁ ହଟାଯିବ ବୋଲି ଚାଇନା ସରକାର ନିର୍ଦ୍ଦେଶ ଦେଇଛନ୍ତି। ହଲାଲ ରେସ୍ତୋରାଁଠାରୁ ଆରମ୍ଭ କରି ଫୁଡ...

୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ...

Advertisement
Archives

Model This Week