Posted inଜାତୀୟ

ଭାରତରେ ହେଲା ସ୍ବାମୀଙ୍କ ମୃତ୍ୟୁ, ଚାଇନାରେ ଥାଇ ଭିଡିଓ କଲ୍‌ରେ ଅନ୍ତିମ ସଂସ୍କାର କଲେ ସ୍ତ୍ରୀ

ଭୋପାଳ,୨୧।୪।: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ସଫ୍ଟଓ୍ବେୟାର ଇଞ୍ଜିନିୟରଙ୍କର କରୋନାରେ ମୃତ୍ୟୁ ଘଟିଛି। ମନୋଜ ଶର୍ମା ନାମକ ଏହି ବ୍ୟକ୍ତି ଜଣଙ୍କ ଚାଇନାର ଏକ ବ୍ୟାଙ୍କ୍‌ରେ କାମ କରୁଥିଲେ। ୧୨ ଦିନ ପର୍ଯ୍ୟନ୍ତ କରୋନା ସହ ସଂଗ୍ରାମ କରିବା ପରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ନିକଟରେ ତାଙ୍କ ପିତା ମଧ୍ୟ କରୋନାରେ ପ୍ରାଣ ହରାଇଥିଲେ। ମା’ଙ୍କ ଦେଖାଶୁଣା କରିବା ପାଇଁ ମନୋଜ ଭାରତ ଆସିଥିଲେ। କିଛିଦିନ ପୂର୍ବରୁ ସେ ତାଙ୍କ ସ୍ତ୍ରୀ ଏବଂ ପିଲାଙ୍କୁ ଚାଇନା ପଠାଇ ଦେଇ ନିାଜ ଭାରତରେ ରହିଯାଇଥିଲେ। ଏହି ସମୟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଶରୀର ଅଧିକ ଅସୁସ୍ଥ ଲାଗିବାରୁ ତାଙ୍କୁ ଇନ୍ଦୋରର ଅରବିନ୍ଦୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୨ ଦିନ ପରେ ସେ ଜୀବନ ହାରିଛନ୍ତି। ଚାଇନାରେ ରହିଥିବା ତାଙ୍କ ସ୍ତ୍ରୀଙ୍କୁ ମନୋଜଙ୍କ ମୃତ୍ୟୁ ହେବା ନେଇ ସୂଚନା ଦିଆଯାଇଥିଲା। ଏହା ଜାଣିବା ପରେ ସମାଜସେବୀ ସଂଗଠନ ସହ ଯୋଗାଯୋଗ କରି ମନୋଜଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ତାଙ୍କ ସ୍ତ୍ରୀ ଚାଇନାରେ ଥାଇ ଭିଡିଓ କଲରେ ସ୍ବାମୀଙ୍କ ଶେଷ ବିଦାୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚଣ୍ଡୀପ୍ରସାଦ ହୋଇପାରନ୍ତି ସ୍ଥଳସେନା ମୁଖ୍ୟ

ନୂଆଦିଲ୍ଲୀ, ୧୨ା୧୨: ସ୍ଥଳସେନା ଉପାଧ୍ୟକ୍ଷ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଚଣ୍ଡୀପ୍ରସାଦ ମହାନ୍ତି ସ୍ଥଳସେନା ଅଧ୍ୟକ୍ଷ ପଦରେ ଅବସ୍ଥାପିତ ହୋଇପାରନ୍ତି। ଜଗତ୍‌ସିଂହପୁର ଜିଲାରେ ଜନ୍ମିତ ଏହି ବରିଷ୍ଠ ସେନା...

କଏଦୀଙ୍କ ମୃତ୍ୟୁ ପରେ ଜେଲରେ ହିଂସା, ୩୦ ପୋଲିସ ଆହତ

ଫାରୁଖାବାଦ(ୟୁପି),୭।୧୧: ଉତ୍ତରପ୍ରଦେଶର ଫାରୁଖାବାଦ ଜେଲ୍‌ରେ ରବିବାର ଜଣେ କଏଦୀ ଡେଙ୍ଗୁରେ ପ୍ରାଣ ହରାଇବା ପରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଜେଲ୍‌ ଅନ୍ତେବାସୀମାନଙ୍କ ଆକ୍ରମଣରେ ୩୦...

ବୈଠକରେ ହେଲାନି ଅଗ୍ନିପଥ ଆଲୋଚନା

ନୂଆଦିଲ୍ଲୀ,୨୩ା୭: ପ୍ରତିରକ୍ଷା ସମ୍ପର୍କିତ ଏକ ସଂସଦୀୟ କମିଟିରେ ଶୁକ୍ରବାର ଅଗ୍ନିପଥ ଯୋଜନା ସମ୍ପର୍କରେ ଆଲୋଚନା ପାଇଁ ଅନୁମତି ନ ମିଳିବାରୁ ବିରୋଧୀ ସଦସ୍ୟମାନେ ଅଧାରୁ ଉଠି...

ପାଇଲଟଙ୍କୁ ଓହ୍ଲାଇଦେଲା କଂଗ୍ରେସ

ଜୟପୁର/ନୂଆଦିଲ୍ଲୀ,୧୫ା୭: ଯାହା ଆଶଙ୍କା କରାଯାଉଥିଲା ଶେଷରେ ତାହା ହିଁ ହେଲା। ରାଜସ୍ଥାନରେ ଗେହଲଟ ସରକାର ରୂପକ ବିମାନରୁ ସହଚାଳକ (କୋପାଇଲଟ) ସଚିନ ପାଇଲଟଙ୍କୁ ଓହ୍ଲାଇଦେଇଛି କଂଗ୍ରେସ।...

ତାଇଓ୍ବାନ ସୀମାରେ ଚାଇନାର ୨୨ ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ବେଜିଂ,୧୮।୮ : ତାଇପେଇକୁ ଆମେରିକାର ସାଂସଦମାନେ ଆସିବା ପରଠାରୁ ଚାଇନା ତାଇୱାନକୁ ଧମକ ଦେବା ପାଇଁ ସାମରିକ ଅଭ୍ୟାସକୁ ଜୋରଦାର କରିଛନ୍ତି। ସୋମବାରରୁ ବୁଧବାର ମଧ୍ୟରେ...

ନିଷ୍ପତ୍ତି ପ୍ରତ୍ୟାହାର ପାଇଁ ପିଡିପି, କଂଗ୍ରେସର ବିକ୍ଷୋଭ

ଶ୍ରୀନଗର/ନୂଆଦିଲ୍ଲୀ,୬।୮: ଜମ୍ମୁ-କଶ୍ମୀରରୁ ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦକୁ ଶୁକ୍ରବାର ୩ ବର୍ଷ ପୂରିଛି। ଏହି ଧାରାରେ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ମିଳୁଥିବା ସ୍ବତନ୍ତ୍ର ସୁବିଧା...

‘ନକାରାତ୍ମକତାର ମୁକାବିଲା ଜରୁରୀ’

ନୂଆଦିଲ୍ଲୀ,୨୫ା୩(ପି.ଟି.): ଘାତକ କରୋନା ସଂକ୍ରମଣକୁ ରୋକିବା ପାଇଁ ଦେଶରେ ନୈରାଶ୍ୟବାଦ ଓ ନକାରାମତ୍କତାର ମୁକାବିଲା ଜରୁରୀ। ଗୁଜବ ପ୍ରସାର ନ ହେବା ଦିଗରେ ମଧ୍ୟ ଗଣମାଧ୍ୟମ...

ଡ୍ରାଗନକୁ ଦିଆଯିବ କଡା ଜବାବ, ଲଦ୍ଦାଖରେ ମୁତୟନ ହେଲେ ୧୫ ହଜାରରୁ ଊର୍ଦ୍ଧ୍ୱ ଯବାନ

ନୂଆଦିଲ୍ଲୀ,୨୪ ।୭: ପୂର୍ବ ଲଦ୍ଦାଖରେ ଚାଇନାର ଆକ୍ରମଣକୁ ରୋକିବାକୁ ଯାଇ ଭାରତୀୟ ସେନା ଆତଙ୍କବାଦୀ ବିରୋଧି ଅଭିଯାନ ପାଇଁ ଉଦ୍ଦିଷ୍ଟ ନିଜର ୟୁନିଟକୁ ଜମ୍ମୁ-କଶ୍ମୀରରୁ ପୂର୍ବ...

Advertisement
Archives

Model This Week