Posted inଫୁରସତ

ଅନଲାଇନ୍ ଅର୍ଡର କଲେ ପ୍ରେସର କୁକର: ୨ ବର୍ଷ ପରେ ଆସି ପହଞ୍ଚିଲା

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟ୍‌ଫର୍ମ ଆମାଜନରେ ଜୟ ନାମକ ଜଣେ ଯୁବକ ୨୦୨୨ ଅକ୍ଟୋବର ୧ରେ ଏକ ପ୍ରେସର କୁକର ଅର୍ଡର ଦେଇଥିଲେ। ତେବେ ଦୀର୍ଘ ୨ ବର୍ଷ ପରେ ଉକ୍ତ ପ୍ରେସର କୁକରଟି ଆସି ଶନିବାର ଜୟଙ୍କ ନିକଟରେ ଡେଲିଭରି ହୋଇଛି। ଏନେଇ ଜୟ ମାଇକ୍ରୋବ୍ଲଗିଂ ପ୍ଲାଟ୍‌ଫର୍ମ ଏକ୍ସ’ରେ ଏକ ପୋଷ୍ଟ କରି କହିଛନ୍ତି, ସେ ୨୦୨୨ରେ ଆମାଜନରୁ ଗୋଟିଏ ପ୍ରେସର କୁକର ଅର୍ଡର କରିଥିଲେ।

ତେବେ ଦିନକ ପରେ ଉକ୍ତ ଅର୍ଡରକୁ ସେ କ୍ୟାନସଲ କରିଥିଲେ। ଉକ୍ତ ପ୍ରେସର କୁକରର ଦାମ ରହିଥିବା ୧୭୦୦ ଟଙ୍କା ମଧ୍ୟ ତାଙ୍କୁ ଫେରସ୍ତ ମିଳିଥିଲା। ଦୀର୍ଘ ୨ ବର୍ଷ ତଳର ଉକ୍ତ ଅର୍ଡରଟି ବାତିଲ ହୋଇ ସାରିଥିଲେ ମଧ୍ୟ, ପୁଣି କିଭଳି ତାଙ୍କୁ ଡେଲିଭରି ହେଲା ସେନେଇ ଜୟ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଦୀର୍ଘ ସମୟର ଅପେକ୍ଷା ପରେ ଏହି ପ୍ରେସର କୁକରଟି ତାଙ୍କ ନିକଟରେ ପହଞ୍ଚିଛି।

ତେଣୁ ଏହା ତାଙ୍କ ପାଇଁ ଏକ ବିଶେଷ ପ୍ରେସର କୁକର ବୋଲି ଜୟ କହିଛନ୍ତି। ଜୟ ଆହୁରି କହିଛନ୍ତି, ସେ ଅର୍ଡର କରିଥିବା କୁକରର ସମସ୍ତ ଟଙ୍କା ଫେରସ୍ତ ପାଇ ସାରିଛନ୍ତି। ବର୍ତ୍ତମାନ ତାଙ୍କୁ କୌଣସି କୁକର ଦରକାର ନ ଥିଲା। ତେଣୁ ଏବେ ତାଙ୍କ ନିକଟରେ ପହଞ୍ଚିଥିବା ପ୍ରେସର କୁକର ପାଇଁ ସେ କାହିଁକି ପୁନଶ୍ଚ ଟଙ୍କା ପୈଠ କରିବେ, ସେନେଇ ଜୟ ଆମାଜନ ଇଣ୍ଡିଆକୁ ଟ୍ୟାଗ୍‌ କରି ପ୍ରଶ୍ନ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହଜାର ହଜାର ଟଙ୍କା ବଢିଲା ସୁନା ଦର: ରୂପା ମୂଲ୍ୟରେ ମଧ୍ୟ…

ନୂଆଦିଲ୍ଲୀ,୬।୮: ପୁଣି ବଢିଲା ସୁନା ଦର। ଗତକାଲି ତୁଳନାରେ ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପ୍ରତି ୨,୮୯୦ ବୃଦ୍ଧି ପାଇଛି। ରୂପା ମୂଲ୍ୟରେ ମଧ୍ୟ ଏକ…

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

Gen-Zଙ୍କ ପାଇଁ RSS ନେଲା ବଡ଼ ପଦକ୍ଷେପ: ଆଗକୁ…

ନୂଆଦିଲ୍ଲୀ,୫।୮: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ମୁଖ୍ୟ ମୋହନ ଭାଗବତ ସଂଗଠନର ଶତବାର୍ଷିକୀ ବର୍ଷ ପାଳନ ପାଇଁ ଆମେରିକା ଏବଂ କାନାଡା ଗସ୍ତ କରିବେ। ଅଗଷ୍ଟ ୨୯ରେ…

ହଠାତ୍‌ ଟାୟାର ହେଲା ବ୍ଲାଷ୍ଟ, ଘାଟିରେ ଓଲଟି ପଡିଲା ଲୁହା ବୋଝେଇ ଟ୍ରକ୍‌, ଘଟଣାସ୍ଥଳରେ…

ମୋହନା,୬।୮ ( ମନ୍ମଥ ମିଶ୍ର ): ଗଜପତି ଜିଲା ମୋହନା ବ୍ଲକ ଖାରିଗୁଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୀମଦଳି ଘାଟିରେ ଏକ ଲୁହା ବୋଝେଇ ଟ୍ରକ୍‌ ଭାରସାମ୍ୟ…

ଆନ୍ଦୋଳନ ପରେ ନୂଆ ରଣନୀତି, ଅଭିଜିତ ଦୀପକେଙ୍କ ଘରେ CJPର ମାରାଥନ ବୈଠକ: ହେବ ବଡ଼ ଘୋଷଣା

ନୂଆଦିଲ୍ଲୀ, ୬।୮: ଦେଶବ୍ୟାପୀ କଥିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ବିରୋଧ କରି ଦିଲ୍ଲୀର ଜନ୍ତର-ମନ୍ତରରେ ହୋଇଥିବା ଆନ୍ଦୋଳନ ସମୟରେ ପ୍ରମୁଖ ସ୍ବର ଭାବେ ଉଭା ହୋଇଥିବା କକରୋଚ…

ତେଲ, ଡାଲିରୁ କ୍ଷୀର ଓ ଚିନି ପର୍ଯ୍ୟନ୍ତ, ରାଶନର ୯୯% ସାମଗ୍ରୀ ମହଙ୍ଗା; ଦେଖନ୍ତୁ ପୂରା ତାଲିକା

ନୂଆଦିଲ୍ଲୀ, ୬।୮: ୨୦୨୬ ବର୍ଷର ଆରମ୍ଭ ଜୋରଦାର ଭାବେ ହୋଇଥିଲା। କିନ୍ତୁ ଦ୍ୱିତୀୟ ମାସରେ ବିଶ୍ୱରେ ଏଭଳି ଅସ୍ଥିର ପରିସ୍ଥିତି ସୃଷ୍ଟି ହେଲା, ଯାହାର ପ୍ରଭାବ ଏବେ…

୧୧୦୫ ଦିନ ପରେ ପାକିସ୍ତାନର ବଡ଼ ବିଜୟ: ଶେଷରେ…

ନୂଆଦିଲ୍ଲୀ,୫।୮: ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ପାକିସ୍ତାନ ୱେଷ୍ଟଇଣ୍ଡିଜକୁ ୮ ଉଇକେଟ୍‌ରେ ପରାସ୍ତ କରିଛି। ଚତୁର୍ଥ ଇନିଂସ୍‌ରେ ମାତ୍ର ୭୪ ରନ୍‌ରେ ଲକ୍ଷ୍ୟ ପିଛା କରି ପାକିସ୍ତାନ ସହଜରେ…

ଆଜି ୨ ଶକ୍ତିଶାଳୀ ଗ୍ରହଙ୍କ ଗୋଚର; ୫ ରାଶି ହଠାତ୍‌ ବନିଯିବେ ଧନୀ!

ଗୁରୁବାର ୬ ଅଗଷ୍ଟ ୨୦୨୬ ଦିନଟି ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ଅତ୍ୟନ୍ତ ଖାସ୍ ବୋଲି କୁହାଯାଉଛି। ଏହି ଦିନ ଶ୍ରାବଣ କୃଷ୍ଣ ପକ୍ଷର ଅଷ୍ଟମୀ ତିଥି ଅଟେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri