Posted inଅପରାଧ

ନିଦ ବଟିକା ଦେଇ ଝିଅକୁ ବଳାତ୍କାର କଲେ ବାପା

ବେଙ୍ଗାଲୁରୁ, ୨୯।୬- କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହାକି ବାପା-ଝିଅ ଭଳି ପବିତ୍ର ସମ୍ପର୍କରେ କଳଙ୍କ ଲଗାଇଛି। ବେଙ୍ଗାଲୁରୁର ଜଣେ ବ୍ୟକ୍ତି ତାଙ୍କ ଝିଅକୁ ନିଦ ବଟିକା ଦେଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି ଲଜ୍ଜାଜନକ ଘଟଣା ପରେ ଝିଅ ଆତ୍ମହତ୍ୟା କରିବା ପାଇଁ ଚେଷ୍ଟା ମଧ୍ୟ କରିଥିବା ଜଣାପଡ଼ିଛି। କଥାଟା ଶୁଣିଲେ ବିଶ୍ୱାସ ଲାଗୁ ନ ଥିଲେ ମଧ୍ୟ ବାପାଙ୍କ ବିରୋଧରେ ନାବାଳିକା ଝିଅ ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁର ଏହି ନାବାଳିକା ୪୦ ବର୍ଷୀୟ ବାପା ଓ ସାବତ ମା’ଙ୍କ ସହ ଏକାଠି ରହୁଥିଲେ। କିଛିଦିନ ତଳେ ନାବାଳିକାଙ୍କର ଥଣ୍ଡା ଓ କାଶ ହୋଇ ଦେହ ଅସୁସ୍ଥ ହୋଇଥିଲା। ଏକଥା ସେ ପରିବାରେ ଜଣାଇବା ପରେ ଝିଅର ବାପା ଥଣ୍ଡା ବଦଳରେ ନିଦ ବଟିକା ଖାଇବାକୁ ଦେଇଥିଲେ। ନିଦ ବଟିକା ଖାଇ ସାରିବା ପରେ ରାତିରେ ତାଙ୍କୁ ବଳାତ୍କାର କରିଥିବା ପୀଡ଼ିତା ଥାନାରେ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ସକାଳେ ଉଠିଲେ ପାଖରେ ବାପାଙ୍କୁ ଶୋଇଥିବାର ଦେଖିଲେ। ଏଥିସହ ତାଙ୍କ ସହିତ ବଳାତ୍କାର ହୋଇଥିବା ଜାଣିବାକୁ ପାଇଲେ। ଏହି ଘଟଣାକୁ ସେ ଜଣଙ୍କ ତାଙ୍କ ସାବତ ମା’ଙ୍କ ସାମ୍ନାରେ କହିଥିଲେ ମଧ୍ୟ ସେ ଥାନାରେ ଅଭିଯୋଗ କରିବାରେ କୌଣସି ସହାୟତା କରି ନ ଥିଲେ। ଏଥିରେ ମର୍ମାହତ ହୋଇ ନାବାଳିକା ଫିନାଇଲ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ ମଧ୍ୟ କରିଥିବା କଣାପଡ଼ିଛି। ଏହାପରେ ଏକୁଟିଆ ଥାନାକୁ ଆସି ଯୌନ ପିପାସୁ ବାପାଙ୍କ ବିରୋଧରେ ଅଭିଯୋଗ କରି ଚେତାଶୂନ୍ୟ ହୋଇ ପଡ଼ିଥିଲେ। ଏହାପରେ ପୋଲିସ ପକ୍ଷରୁ ତାଙ୍କୁ ହସ୍ପିଟାଲକୁ ନିଆଯାଇ ଚିକିତ୍ସା କରାଯାଇଥିଲା। ପରେ ନାବାଳିକାଙ୍କ ଏତଲା ଆଧାରରେ ତାଙ୍କ ବାପାଙ୍କୁ ପୋଲିସ ଗିରଫ କରିଛି। ସେହିଭଳି ସାବତ ମା’ର ଭୂମିକାକୁ ନେଇ ମଧ୍ୟ ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କ ଗୋଇଠା ମାଡ଼ରେ ଚାଲିଗଲା ପୁଅର ଜୀବନ

କାଲିମେଳା,୧୪ା୪(ଜୀବନ କୃଷ୍ଣ ଦାସ): ପୁଅକୁ ଆକଟ କରିବାକୁ ଯାଇ ମା’ଙ୍କ ଗୋଇଠା ମାଡ଼ରେ ନିଜ ଜନ୍ମ କଲା ୮ ବର୍ଷ ପୁଅର ମୃତ୍ୟୁ ହେବା ପରି...

ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣା: ଗିରଫ ଅଭିଯୁକ୍ତଙ୍କ ସଂଖ୍ୟା ୧୪କୁ ବୃଦ୍ଧି

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ଥାନା ନିତ୍ୟାନନ୍ଦପୁର ଗ୍ରାମରେ ଗଞ୍ଜେଇ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ ଘଟଣାରେ ଶନିବାର ପୋଲିସ ପୁଣି ୩ ଅଭିଯୁକ୍ତଙ୍କୁ ଗିରଫ...

ଏହି ୩ ରାଜ୍ୟକୁ ଉଡ଼ାଇ ଦେବା ପାଇଁ ଲକ୍ଷ୍ୟ ରଖିଥିଲେ ଦୁଇ ଆତଙ୍କବାଦୀ

ବେଙ୍ଗାଲୁରୁ,୧୩ା୪: ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାରେ ଏନ୍‌ଆଇଏ ଦ୍ୱାରା ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ବଡ଼ କଥା ଉନ୍ମୋଚନ ହୋଇଛି।...

କ୍ଲବ ଘର ବାହାରେ ପଡ଼ିଛି ଖଣ୍ଡା, ଭିତରେ ପଡ଼ିଛି ଯୁବକଙ୍କ ମୃତଦେହ

ବାଙ୍କୀ,୧୨ା୪: କଟକ ଜିଲା ବାଙ୍କୀ ଥାନା ଅନ୍ତର୍ଗତ ହରିରାଜପୁର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ନୂଆସାହି କ୍ଲବ ଘର ଭିତରୁ...

କେରଳରେ ପ୍ରେମିକାଙ୍କୁ ହତ୍ୟା, କନ୍ଧମାଳରୁ ଗିରଫ ହେଲେ ପ୍ରେମିକ

ବାଲିଗୁଡ଼ା,୧୦ା୪(ସଞ୍ଜୟ କୁମାର ପାଣିଗ୍ରାହୀ): ଯୁବକ ଓ ଯୁବତୀ ଦୁହେଁ କନ୍ଧମାଳ ଜିଲାର। ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। କାମଧନ୍ଦା ପାଇଁ କେରଳ ଚାଲିଯାଇଥିଲେ। ସେଠାରେ...

ଗହଣା ବ୍ୟବସାୟୀଙ୍କୁ ଗୁଳିମାଡ଼ କରି ଲୁଟିନେଲେ ୭ ଲକ୍ଷର ଅଳଙ୍କାର

ରୂପସା,୭।୪ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଛଦା ଗାଁ ନିକଟରେ ଗୁଳି ଫୁଟାଇ ଜନୈକ ଗହଣା ଦୋକାନୀଙ୍କଠାରୁ ଦୁର୍ବୃତ୍ତମାନେ ଗହଣା ଲୁଟ୍‌...

ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚୋରାଚାଲାଣ

କୋରାପୁଟ,୫ା୪(ଅମିତାଭ ବେହେରା): ଫିଲ୍ମ ଷ୍ଟାଇଲ୍‌ରେ ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଛି ପୋଲିସ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲା ପାଡୁଆ ବାଞ୍ଜଲାପୁଟରେ।...

କନ୍ଦରପୁର କଲେଜ ଅବସରପ୍ରାପ୍ତ ଅଧ୍ୟକ୍ଷ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

କଟକ,୩ା୪ (କାର୍ତ୍ତିକ ସାହୁ: କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କ ହତ୍ୟା ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। କଟକ ଦ୍ୱିତୀୟ ଅତିରିକ୍ତ ଦୌରାଜଜ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri