Posted inଫୁରସତ

କେକ୍‌ ଭାବି ଅନ୍‌ଲାଇନ୍‌ରୁ ଅର୍ଡର କଲେ ଘଷି: ଖାଇବା ପରେ ଦେଲେ ଏଭଳି ରିଭ୍ୟୁ

ଅନ୍‌ଲାଇନ୍‌ ସପିଂ କରିବାର ଅନେକ ଲାଭ ରହିଛି। ସବୁଠାରୁ ବଡ଼ ଲାଭ ହେଲା ଘରେ ବସି ଜିନିଷ ପାଇପାରିବା। ଅନ୍‌ଲାଇନ୍‌ରୁ ଅର୍ଡର କରିବା ପୂର୍ବରୁ ପ୍ରଥମେ ରିଭ୍ୟୁ ଦେଖିବା ପରେ ତାହା କିପରି ହୋଇଥିବ ଜଣାପଡ଼ିଥାଏ। ବେଳେବେଳେ ରିଭ୍ୟୁରେ ଲେଖାଯାଇଥିବା କିଛି କଥା ଦ୍ୱନ୍ଦ୍ୱରେ ମଧ୍ୟ ପକାଇଥାଏ। ଏମିତି ଏକ ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛଇ। ଶପିଂ ଓ୍ବେବ୍‌ସାଇଟ୍‌ରୁ ଜଣେ ବ୍ୟକ୍ତି ଗାଇର ଗୋବରରୁ ତିଆରି ଘଷିକୁ କେକ୍‌ ଭାବି ଆମାଜନ୍‌ରୁ ଅର୍ଡର କରିଥିଲେ। ତେବେ ଏହାକୁ ସେ ଖାଇବା ସହ ଏହାର ଟେଷ୍ଟ ବିଷୟରେ ରିଭ୍ୟୁରେ ଲେଖି ଜଣାଇଛନ୍ତି। ସୋସିଆଲ ମିଡିଆରେ ଏହି ରିଭ୍ୟୁ ଏବେ ଭାଇରାଲ ହେବାରେ ଲାଗିଛି।
ସଞ୍ଜୟ ଅରୋରା ନାମକ ଜଣେ ଟ୍ବିଟର ୟୁଜର ସର୍ବପ୍ରଥମେ ଏହି ରିଭ୍ୟୁକୁ ପଢ଼ିଥିଲେ। ତାଙ୍କୁ ଅନ୍‌ଲାଇନ୍‌ରୁ ଘଷି କିଣିବାର ଥିଲା। ତେଣୁ ସେ ଆମାଜନ୍‌ ସାଇଡ୍‌କୁ ଯାଇ ଲଗ୍‌ଇନ୍‌ କଲେ। ଘଷି ଅର୍ଡର କରିବା ପୂର୍ବରୁ ଏକ ରିଭୁ ଉପରେ ତାଙ୍କର ନଜର ପଡ଼ିଲା। ଉକ୍ତ ରିଭ୍ୟୁରେ ଘଷିର ଟେଷ୍ଟ ବିଷୟରେ ଲେଖାଯାଇଥିଲା। ଏଥିରେ ଲେଖିଥିଲା, ଘଷିର ଟେଷ୍ଟ ପସନ୍ଦ ଆସିଲାନି। ଘାଷ ଖାଇବା ଭଳି ଲାଗୁଛି। ଏଥିସହ ସେ ଏହାକୁ ନରମ କରିବାକୁ ଘଷି ତିଆରି କମ୍ପାନୀକୁ ଅନୁରୋଧ ମଧ୍ୟ କରିଛନ୍ତି। ଉକ୍ତ କମେଣ୍ଟ ପଢ଼ିବା ପରେ ସଞ୍ଜୟ ଏହାର ସ୍କ୍ରିନ୍‌ସର୍ଟ ନେଇ ନିଜର ଟୁଇଟର ସାଇଟ୍‌ରେ ଶେୟାର କରିଛନ୍ତି। ଏହା ପରେ ଏହି ମେସେଜ୍‌ ଭାଇରାଲ ହେବାରେ ଲାଗିଛି। ସଞ୍ଜୟ ସ୍କ୍ରିନ୍‌ସର୍ଟ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି, ଏହା ହେଉଛି ମୋର ଭାରତ। ମୁଁ ମୋ ଭାରତକୁ ବହୁତ ଭଲପାଏ। ଏହି କମେଣ୍ଟକୁ ପଢ଼ିବା ପରେ ଲୋକମାନେ ନିଜ ହସକୁ ରୋକିପାରୁ ନାହାନ୍ତି। ଲୋକେ ଉକ୍ତ ବ୍ୟକ୍ତିଙ୍କୁ ମୁର୍ଖଙ୍କ ବଡ଼ବାପା ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ...

ଅଣ୍ଡା ଭିତରୁ ହେବ ଲିଙ୍ଗ ପରିବର୍ତ୍ତନ !

ଜେରୁଜେଲମ, ୨।୨: ପ୍ରତିବର୍ଷ ମାଂସ ପାଇଁ ପୃଥିବୀରେ ୭୦୦ କୋଟିରୁ ଅଧିକ ଅଣ୍ଡିରା ଚିଆଁଙ୍କୁ ମାରି ଦିଆଯାଇଥାଏ। ମାଈ ଚିଆଁ ବଡ଼ ହୋଇ ଅଣ୍ଡା ଦେଇଥାଏ।...

ଦ୍ୱୀପ, ଯେଉଁଠି ମହିଳା ଯିବା ମନା

ଜାପାନର ଏକ ଦ୍ୱୀପ ହେଉଛି ଓକିନୋସିମା। ଏହି ଦ୍ୱୀପ ସହ ଜଡିତ ରହିଛି ଅନେକ ରୋଚକ ନିୟମ। ଯାହା ସମ୍ପର୍କରେ ଜାଣିଲେ ଯେ କେହି ବି...

ଭଟ୍ଟିମୁଣ୍ଡାର ଘଣ୍ଟୁଆ ସେବକ

ହିନ୍ଦୁଧର୍ମର ବିଭିନ୍ନ ପୂଜା ରୀତିନୀତି ଉପଚାର ବେଳେ ଧୂପଦୀପ ଓ ନୈବେଦ୍ୟ ଭଳି ଘଣ୍ଟ ବାଦନ ଏକ ବିଧିବିଧାନ। ବିଶ୍ୱାସ ରହିଛି -ଘଣ୍ଟଧ୍ୱନି ଦୈତ୍ୟ ପ୍ରକୋପ...

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ କରି ଚର୍ଚ୍ଚାରେ ଦମ୍ପତି

ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

ଚୋରି କରିବାକୁ ଆସିଥିଲେ, ରେଲିଂରେ ଫସିଗଲା ମୁଣ୍ଡ; ଆଉ ତା’ ପରେ…

ଚୋରି କରିବାକୁ ଚୋରମାନେ ବିଭିନ୍ନ ଉପାୟ ଆପଣାଇଥାନ୍ତି। ମାତ୍ର କିଛି ତରିକା ଏମିତି ଭୁଲ୍‌ ହୋଇଥାଏ, ଯାହାଦ୍ୱାରା ଚୋର ଧରା ପଡ଼ିବା ସହ ଜେଲ୍‌ ଯିବାକୁ...

କାଜାଖସ୍ତାନ

ସେଣ୍ଟ୍ରାଲ ଏସିଆର ଧନୀ ଦେଶଗୁଡ଼ିକ ମଧ୍ୟରେ କାଜାଖସ୍ତାନ ଅନ୍ୟତମ। ଏହା ପୃଥିବୀର ନବମ ବୃହତ୍ତମ ଦେଶ। ନୁର-ସୁଲତାନ ଏହାର ରାଜଧାନୀ ହୋଇଥିବା ବେଳେ ଆଲ୍‌ମାଟି ହେଉଛି...

କରୋନା ଭାଇରସକୁ ନେଇ ଆୟୋଜିତ ହେଲା ଖବରଦାତା ସମ୍ମିଳନୀ: ଘଷି ଜଳାଇ ପିଲା କହିଲେ ସଫା ହେବ ପରିବେଶ

ଔରଙ୍ଗାବାଦ,୧୩।୩: ସରକାରୀ ଆୟୁର୍ବେଦ କଲେଜର ଏକ ଟିମ୍‌ ଗୁରୁବାର ଉସମନାବାଦ ସହରରେ କରୋନା ଭାଇରସକୁ ସେଇ ଜିଲା ପ୍ରଶାସନ ଦ୍ୱାରା ଏକ ଖବରଦାତା ସମ୍ମିଳନୀର ଆୟୋଜନ...

Advertisement
Archives

Model This Week