ପଡ଼ୋଶିନୀଙ୍କୁ ବିଭତ୍ସ ହତ୍ୟା ପରେ ….

ଆମେରିକାର ଓକଲାହୋମା ରାଜ୍ୟର ଚିକାଶା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ନୃସଂଶ ଘଟଣା। ଜଣେ ବ୍ୟକ୍ତି ପଡ଼ୋଶିନୀଙ୍କୁ ହତ୍ୟା କରିବା ପରେ କଲିଜାକୁ ରୋଷେଇ କରି ଖାଇଦେଇଛନ୍ତି। କେବଳ ଏତିକି ନୁହେଁ ନିଜ ପରିବାର ସଦସ୍ୟଙ୍କୁ ମଣିଷ କଲିଜା ଖୁଆଇବା ପରେ ୨ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗ ଆସିଛି।

ଅଭିଯୁକ୍ତଙ୍କ ନାମ ଲରେନ୍ସ ପଲ ଆଣ୍ଡ୍ରେସନ। ଚଳିତ ମାସ ୯ ତାରିଖରେ ପଡୋଶୀ ଆଣ୍ଡ୍ରେଆ ଲିନ୍ନ ବ୍ଲାଙ୍କେନଶିପଙ୍କ ଘରେ ପଶି ଛୁରୀରେ ଆକ୍ରମଣ କରି ତାଙ୍କୁ ହତ୍ୟା କରିଥିଲେ। ଏହାପରେ ଘରକୁ ଫେରି ନିଜ ଅଙ୍କଲ ଓ ନାତୁଣିଙ୍କୁ ହତ୍ୟା କରିଥିଲେ ୪୨ ବର୍ଷୀୟ ଆଣ୍ଡ୍ରେସନ। ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା ପୋଲିସ। ଗୁରୁତର ଥିବା କାୟୋସ ଏଟସ୍‌ଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ମେଡିକାଲରେ ହିଁ ସେ ଶେଷ ନିଶ୍ୱାଃସ ତ୍ୟାଗ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଅଭିଯୁକ୍ତ ଜଣଙ୍କ ନିଜ ଖୁଡିଙ୍କ ଦୁଇ ଆଖିରେ ଛୁରା ଘାତ ଦେଇଥିଲେ। ତେବେ ସେ ବର୍ତ୍ତି ଯାଇଛନ୍ତି।

ପଚରାଉଚରା ବେଳେ ଅଭିଯୁକ୍ତ ଆଣ୍ଡ୍ରେସନ ପଡ଼ୋଶିନୀ ଙ୍କ ଛାତି ଚିରି କଲିଜା ବାହାର କରିବା ପରେ ଆଳୁ ସହ ରୋଷେଇ କରି ଖାଇଯାଇଥିବା ପ୍ରକାଶ କରିଛି। ଆଉ ପରିବାର ସଦସ୍ୟଙ୍କୁ ହତ୍ୟା କରିବା ପୂର୍ବରୁ ଏହାକୁ  ଖାଇବାକୁ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ଚଣ୍ଡୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହରେ ଆଣ୍ଠୁଏ ପାଣି, ଶିକ୍ଷାଦାନ ବନ୍ଦ

ହାଟଡିହୀ, ୨୨।୭(ଶୁଭକାନ୍ତ ନାୟକ / ନିରାକାର ପରିଡା): ଲଗାଣ ବର୍ଷା ଯୋଗୁ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସାଙ୍ଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। କେଉଁଠି ପୋଲ…

ଜନ୍ତରମନ୍ତରରେ ପୁଣି ପୋଲିସ-ପ୍ରଦର୍ଶନକାରୀ ମୁହାଁମୁହିଁ, ପଥର ମାଡ଼ ପରେ ଲାଠିଚାର୍ଜ

ନୂଆଦିଲ୍ଲୀ,୨୨।୭: ନୂଆଦିଲ୍ଲୀର ଜନ୍ତର ମନ୍ତରରେ ଚାଲିଥିବା CJP ପ୍ରତିବାଦ ମଧ୍ୟରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ପ୍ରଦର୍ଶନକାରୀ ଏବଂ ଦିଲ୍ଲୀ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି…

ରାଜ୍ୟ ରାଜନୀତିରେ ହଲଚଲ୍! କ୍ୟାପିଟାଲ୍‌ ଥାନା ପକ୍ଷରୁ ପାଣ୍ଡିଆନଙ୍କୁ ନୋଟିସ, ଏହି ଦିନ ହେବ ହାଜର

ଭୁବନେଶ୍ବର,୨୨।୭: CMOରୁ ଫାଇଲ୍‌ ଗାୟବ ମାମଲାରେ ଭିକେ ପାଣ୍ଡିଆନ୍‌ଙ୍କୁ ନୋଟିସ କରାଯାଇଛି । ପୂର୍ବତନ ଆଇଏଏସ୍‌ ଅଫିସର ଭି.କେ ପାଣ୍ଡିଆନଙ୍କୁ ଆସନ୍ତା ୨୫ ତାରିଖ ଦିନ ୧୧ଟା…

ବିଦ୍ରୋହ ମଧ୍ୟରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ, ‘୨୯ ଜୁଲାଇ ସମସ୍ତଙ୍କ ପାଇଁ….’

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଶିକ୍ଷା ମନ୍ତ୍ରୀମାନଙ୍କ ଏକ ସମ୍ମିଳନୀରେ ବୁଧବାର ଦିନ ଉଦବୋଧନ ଦେଇଥିଲେ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,…

ଟିମ୍‌ ଇଣ୍ଡିଆରେ ମିଳିଲାନି ସୁଯୋଗ, ଏବେ ଏହି ଟିମ୍‌ ପାଇଁ ଖେଳିବେ କୁଲଦୀପ ଯାଦବ 

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ତାରକା ସ୍ପିନର କୁଲଦୀପ ଯାଦବଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଭାରତୀୟ…

ଲଗାଣ ବର୍ଷାରେ ଭୁଶୁଡ଼ିଲା ବାଞ୍ଛା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

ହାଟଡିହୀ/ଛେନାପଦୀ,୨୨ା୭(ଶୁଭକାନ୍ତ ନାୟକ/ନିରାକାର ପରିଡା): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇ ପଡିଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି…

ଚାଇନା ବିରୋଧରେ ଚନ୍ଦ୍ରଗିରିରେ ତିବତୀୟ ୟୁଥ୍ କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ପ୍ରତିବାଦ, ଦାବି ରଖି…

ମୋହନା,୨୨ା୭( ମନ୍ମଥ ମିଶ୍ର ): ଗଜପତି ଜିଲା ଚନ୍ଦ୍ରଗିରିରେ ବସବାସ କରୁଥିବା ତିବତୀୟ ଶରଣାର୍ଥୀମାନେ ଚାଇନାର କଥିତ ଦମନ ନୀତିକୁ ବିରୋଧ କରି ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା…

୪ ମାସର ବକେୟା ଭତ୍ତା ଅପେକ୍ଷାରେ ହିତାଧିକାରୀ, ଅଭିଯୋଗ କରିବାରୁ….

ଗୁଡାରି,୨୨ା୭(ପ୍ରମୋଦ କୁମାର ପତି): ସାମାଜିକ ସୁରକ୍ଷା ଯୋଜନାରେ ଗୁଡାରି ବ୍ଲକର ବହୁ ହିତାଧିକାରୀ ଗତ ୪ ମାସ ହେବ ଭତ୍ତା ପାଇନଥିବା ଅଭିଯୋଗ କରିଛନ୍ତି । ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri