Posted inଫୁରସତ

ଖାଇବା ପରିବର୍ତ୍ତେ ଛତୁ ରସର ଇଞ୍ଜେକ୍‌ସନ ନେଲେ ଯୁବକ, ପରେ ଯାହା ଘଟିଲା…

ଜଣେ ୩୦ ବର୍ଷୀୟ ଯୁବକ ଛତୁରୁ ରସ ବାହାର କରି ମଜାରେ ନିଜ ଶରୀରରେ ଇଞ୍ଜେକ୍‌ସନ ଦେଇଦେଲେ। ଏହା କିଛି ସମୟରେ ତାଙ୍କ ଶରୀରରେ ଛତୁଗଛ ଉଠିବାରେ ଲାଗିଲା। ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ। ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଆମେରିକାର ନେବ୍ରାସ୍କୋରେ। ଏହି କାରଣରୁ ଯୁବକଙ୍କ ଶରୀର ଅଚଳ ହୋଇଗଲା। ବହୁତ କଷ୍ଟରେ ଡାକ୍ତରମାନେ ତାଙ୍କ ଜୀବନ ରକ୍ଷା କରିଛନ୍ତି। ମାତ୍ର ଯୁବକ ଜଣଙ୍କୁ କିଛି ବର୍ଷ ପର୍ଯ୍ୟନ୍ତ ଆଣ୍ଟି ଫଙ୍ଗାଲ ଔଷଧ ଖାଇବାକୁ ପଡ଼ିବ। ଜାଣନ୍ତୁ ପୂରା ଘଟଣା ସମ୍ପର୍କରେ…


ଏହି ଯୁବକ ଜଣକ ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ। ସେ ସବୁବେଳେ ଚାପରେ ରୁହନ୍ତି। ଡାକ୍ତରମାନେ ତାଙ୍କୁ ଏପରି ଛତୁ ଖାଇବାକୁ କହିଥିଲେ। କାରଣ ଏଥିରେ ସାଇଲୋସାଇବିନ୍‌ ନାମକ ତତ୍ତ୍ୱ ରହିଛି। ଯାହା ମଣିଷର ମନକୁ ଶାନ୍ତ ରଖିଥାଏ। କିନ୍ତୁ ଯୁବକ ଜଣକ ଏହାକୁ ନ ଖାଇ ଏହାର ରସ କପଡ଼ାରେ ଛାଣି ଇଞ୍ଜେକ୍‌ସନରେ ପୂରାଇ ଶରୀରରେ ଦେଇଦେଲେ। ଠିକ୍‌ ଏହାର ୨ ଦିନ ପରେ ତାଙ୍କୁ ବହୁତ ଥକ୍କା ଲାଗିଲା। ରକ୍ତ ବାନ୍ତି କଲେ। ଡାଇରିଆ ମଧ୍ୟ ହୋଇଗଲା। ପରେ ଡାକ୍ତରଙ୍କ ନିକଟକୁ ଯିବାରୁ ପ୍ରକୃତ କଥା ଜଣାପଡ଼ିଥିଲା।

ଛତୁ ରସର ଇଞ୍ଜେକ୍‌ସନ ନେଇଥିବାରୁ ତାଙ୍କ ଶରୀରରେ ଗଛ ଉଠିବା ସହ ତାଙ୍କୁ ଖୁବ୍‌ ଯନ୍ତ୍ରଣା ଅନୁଭବ ହେଲା। ଯାଞ୍ଚ କରିବାରୁ ତାଙ୍କ ଲିଭରରେ ଘା’ ହୋଇଯାଇଥିବା ଜଣାପଡ଼ିଥିଲା। ଅଙ୍ଗପ୍ରତ୍ୟେଙ୍ଗ ମଧ୍ୟ ନିଷ୍କ୍ରିୟ ହୋଇଯାଇଥିଲା। ତାଙ୍କୁ ତୁରନ୍ତ ଭେଣ୍ଟିଲେଟରରେ ରଖିବାକୁ ପଡ଼ିଲା। ତାଙ୍କର ରକ୍ତ ବଦଳାଗଲା। ଡାକ୍ତରଖାନାରେ ୨୨ ଦିନ ରହିବା ପରେ ଏବେ ଡିସ୍‌ଚାର୍ଜ କରାଯାଇଛି। ତେବେ ମଜା କରୁକରୁ ଜୀବନ ପ୍ରତି ଯେ ଏତେ ବଡ଼ ବିପଦ ସୃଷ୍ଟି ହେବ ସେ କେବେ ଭାବି ନ ଥିଲେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

ଜିରାନଦୀରେ ମିଶୁଛି ସହରର ନର୍ଦ୍ଦମା ପାଣି, ରୋଗରେ ହନ୍ତସନ୍ତ ଲୋକେ

ବରଗଡ଼,୫।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଜୀବନ ରେଖା କୁହାଯାଉଥିବା ଜୀରାନଦୀ ଜଳ ପ୍ରଦୂଷିତ ହେଉଛି । କେବଳ ସେତିକି ନୁହେଁ, ଜବରଦଖଲ ଯୋଗୁ ଦିନକୁ ଦିନ ନଦୀ ସଙ୍କୁଚିତ…

ଧାନ କିଣି ନେଲେ ହେଲେ ଦେଲେନି ଟଙ୍କା: ମାଗିବାରୁ ଦେଉଥିଲେ ହତ୍ୟା ଧମକ, ଏବେ…

ରିଆମାଳ,୫।୪(ବଦ୍ରୀ ନାରାୟଣ ଅଗ୍ରୱାଲ): ରିଆମାଳ ଥାନାଞ୍ଚଳର ବିଭିନ୍ନ ଗ୍ରାମର ଗରିବ ଚାଷୀଙ୍କ ନିକଟରୁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ନେଇ…

ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬: ପାୟଲ ନୂଆ ବିଶ୍ୱବିଜେତା

ବଲାଙ୍ଗୀର,୫।୪(ବୀରେନ୍ଦ୍ର କୁମାର ଝାଙ୍କର): ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍‌ ୨୦୨୬ର ନୂଆ ବିଶ୍ୱ ବିଜେତା ସାଜିଛନ୍ତି ଓଡ଼ିଶା (ବଲାଙ୍ଗୀର)ର ବିସ୍ମୟ ପ୍ରତିଭା ପାୟଲ ନାଗ। ଥାଇଲାଣ୍ଡର ବ୍ୟାଙ୍କକ୍‌ଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri