ରୋଗୀଙ୍କୁ ମିଳୁନି ସଫା ବେଡ୍‌ଶିଟ୍‌

ବ୍ରହ୍ମପୁର ଅଫିସ,୧୫।୧: ଏମ୍‌କେସିଜି ମେଡିକାଲ ରୋଗୀଙ୍କୁ ସଫା ବେଡ୍‌ଶିଟ୍‌ ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ମାସ ମାସ ଧରି ଖାଲି ବେଡ୍‌ରେ ଶୋଉଛନ୍ତି। ଏମ୍‌କେସିଜିକୁ ପ୍ରାୟ ୧୦ ଜିଲାର ରୋଗୀ ବିଭିନ୍ନ ସମୟରେ ରେଫର ହୋଇ ଆସିଥା’ନ୍ତି। ବର୍ତ୍ତମାନ ଦୈନିକ ଏଠାକୁ ୪ରୁ ୫ ହଜାର ରୋଗୀ ଆସିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ୨୨ ବିଭାଗ ସହ ୩୮ ୱାର୍ଡ ରହିଛି। ଏହା ସହ ୧୫୦୦ରୁ ଊର୍ଦ୍ଧ୍ୱ ବେଡ୍‌ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୧୪୦ କାର୍ଯ୍ୟକ୍ଷମ ରହିଛି। ବ୍ୟବହାର ହେଉଥିବା ବେଡ୍‌ଶିଟ୍‌ ସଫା କରିବା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁରର ଏକ ଏନ୍‌ଜିଓ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା ପ୍ରତିଦିନ ୧୨୦୦ରୁ ୧୩୦୦ ବେଡ୍‌ଶିଟ୍‌, ୨୫୦୦ରୁ ୩୦୦୦ ଓଟି ଆପ୍ରୋନ, ବ୍ଲାଙ୍କେଟ ଓ ଟାୱାଲ ସଫା କରି ଯୋଗାଇଥାଏ। ଏହାକୁ ସଫା କରିବା ନିମନ୍ତେ ସଂସ୍ଥା ପକ୍ଷରୁ ୨୫ରୁ ୩୦ ଲକ୍ଷ ଟଙ୍କା ବ୍ୟୟ କରି ଦୁଇଟି ୱାଶିଂ ମେଶିନ, ଗୋଟିଏ ଡ୍ରାଏ ମେଶିନ, ଗୋଟିଏ ଆଇରନ ମେଶିନ ସହ ୧୫ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ସହ ପ୍ରତ୍ୟହ ସଫା କରିବା ପାଇଁ ୮ରୁ ୧୦ ହଜାର ଲିଟର ପାଣି ଆବଶ୍ୟକ ପଡ଼ିଥାଏ। ଏହାସହିତ କାର୍ଯ୍ୟରତ ନର୍ସଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ ଦିନ ସଂସ୍ଥା କର୍ମଚାରୀମାନେ ରୋଗୀଙ୍କ ବେଡ୍‌ରୁ ଅପରିଷ୍କାର ବେଡ୍‌ଶିଟ୍‌ ବାହାର କରି ପରିଷ୍କାର ବେଡ୍‌ଶିଟ୍‌ ପକାଇଥା’ନ୍ତି। ଏ ବାବଦକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂସ୍ଥାକୁ ଗୋଟିଏ ବେଡ୍‌ଶିଟ୍‌ ପିଛା ୪.୯୦ ପଇସା, ଓଟି ଆପ୍ରୋନ୍‌ ପିଛା ୩ ଟଙ୍କା, ବ୍ଲାଙ୍କେଟ୍‌ ପିଛା ୧ ଟଙ୍କା ଏବଂ ଓଟି ଟାୱେଲ୍‌ ପିଛା ୧ ଟଙ୍କା ଦିଆଯାଉଛି। ଏ ସମସ୍ତ ସଫା କରିବା ବାବଦକୁ ମାସକୁ ୨.୫୦ ଲକ୍ଷରୁ ୨ .୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଡିଜେଏସ୍‌ଏସ୍‌ ସଂସ୍ଥାର ମୁଖ୍ୟ ପ୍ରକାଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପଟେ ରୋଗୀଙ୍କ ପାଖରେ ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ଥିଲେ ମଧ୍ୟ ତାହା ପହଞ୍ଚତ୍ ପାରୁନାହିଁ। ଫଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ନର୍ସଙ୍କ ପାଖକୁ ଆସି ବେଡ୍‌ଶିଟ୍‌ ନେଉଛନ୍ତି। ଏହା ସହ ନର୍ସମାନେ ଅନେକ ସମୟରେ ରୋଗୀମାନଙ୍କୁ ବେଡ୍‌ଶିଟ୍‌ ନାହିଁ ଓ ସଫା ହେବା ପାଇଁ ଦିଆଯାଇଛି କହି ଫେରାଇ ଦେଉଛନ୍ତି। କେତେକ ନର୍ସ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏ ସମସ୍ୟା ନେଇ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ବେଳେ ସେ କୁହନ୍ତି, ପ୍ରତ୍ୟେକ ରୋଗୀଙ୍କ ପାଖକୁ ଯାଇ ସଫା ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ରହିଛି। ଏହା ସହ ଆମ୍ଭେ ରୋଗୀଙ୍କୁ ପରିଷ୍କାର ବେଡ୍‌ଶିଟ୍‌ ଯୋଗାଉଛୁ। ଡାକ୍ତରଖାନାରେ ବେଡ୍‌ଶିଟ୍‌ ପର୍ଯ୍ୟାପ୍ତ ପରିମାଣର ରହିଛି। ନର୍ସମାନେ ରୋଗୀମାନଙ୍କୁ ଏ ସମ୍ପର୍କରେ ଖରାପ ବ୍ୟବହାର କରୁଥିବା ନେଇ ମୋ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯଦି ଅଭିଯୋଗ ହୁଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

ଥୁଆମୂଳ ରାମପୁର ଥାନା ଏସ୍‌ଆଇଙ୍କ ମେଡିକାଲରେ ଚିକିତ୍ସା ଅବହେଳା ନେଇ ତୀବ୍ର ଅସନ୍ତୋଷ, କ୍ୱାର୍ଟର୍ସରେ ଶୋଇଥିଲେ ଡାକ୍ତର-ନର୍ସ, ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୩।୫ (ଦୁର୍ଗା କୀର୍ତ୍ତି) : କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନାରେ କାର୍ଯ୍ୟରତ ଏସ୍‌ଆଇ ଭାସ୍କର ଖୋସ୍ଲାଙ୍କର (୫୬) ଗତକାଲି ବିଳମ୍ବିତ ରାତିରେ ଅକାଳ…

ରାଉରକେଲାରେ ବଡ଼ ଧରଣର ବ୍ରାଉନସୁଗାର ଜବତ: ୭ ମହିଳା ସମେତ ୮ ଡ୍ରଗ୍ସ ବେପାରୀ ଗିରଫ, ୧ କୋଟି ଟଙ୍କାରୁ ଅଧିକ

ରାଉରକେଲା, ୨୩।୫ (ସଙ୍ଗୀତା ଜେନା): ଓଡ଼ିଶାରେ ଚାଲିଥିବା ନିଶା ନିବାରଣ ଅଭିଯାନରେ ଏକ ବଡ଼ ସଫଳତା। ରାଉରକେଲା ପୋଲିସ ପ୍ଲାଣ୍ଟସାଇଟ୍ ଥାନା ସୀମା ଅନ୍ତର୍ଗତ ମୀନାପଡ଼ା ଅଞ୍ଚଳରେ…

ଭୂମିହୀନଙ୍କୁ ପୋଖରୀ ମଝିରେ ପଟ୍ଟା ପ୍ରଦାନ

ନୂଆପଡ଼ା,୨୩ା୫ (ମକାରୁ ବେମାଲ): କେନ୍ଦ୍ର ତଥା ରାଜ୍ୟ ସରକାର ଭୂମିହୀନମାନଙ୍କୁ ଚାଷକରି ପରିବାର ପ୍ରତିପୋଷଣ ପାଇଁ ଜମି ଯୋଗାଇଦେଉଛନ୍ତି। ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍‌…

କାନଝରୀ ଡ୍ୟାମରେ ବୁଡ଼ିଗଲେ ଇଞ୍ଜିନିୟରିଂ ଛାତ୍ର

କେନ୍ଦୁଝର,୨୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ଥାନା ଅନ୍ତର୍ଗତ କାନଝରୀ ଡ୍ୟାମରେ ଶନିବାର ସକାଳେ ଗାଧୋଇବାକୁ ଯାଇଥିବା ବେଳେ ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ରଙ୍କ…

ଆମ୍ବ ଗୋଟାଇବା ଲାଗି ତୋଟାକୁ ଯାଇଥିଲେ ନାବାଳକ, ହଠାତ୍‌ ହେଲା ବଜ୍ରପାତ, ଆଉ ତା’ ପରେ…

ଲାଞ୍ଜିଗଡ଼,୨୩ା୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ ଅନ୍ତର୍ଗତ ଜଙ୍ଗେରଗୁଡା ଗ୍ରାମର ଜଣେ ନାବାଳକର ବଜ୍ରାଘାତରେ ଶୁକ୍ରବାର ଅପରାହ୍ନରେ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri