ରୋଗୀଙ୍କୁ ମିଳୁନି ସଫା ବେଡ୍‌ଶିଟ୍‌

ବ୍ରହ୍ମପୁର ଅଫିସ,୧୫।୧: ଏମ୍‌କେସିଜି ମେଡିକାଲ ରୋଗୀଙ୍କୁ ସଫା ବେଡ୍‌ଶିଟ୍‌ ମିଳୁ ନ ଥିବା ଅଭିଯୋଗ ହୋଇଛି। ଫଳରେ ରୋଗୀମାନେ ମାସ ମାସ ଧରି ଖାଲି ବେଡ୍‌ରେ ଶୋଉଛନ୍ତି। ଏମ୍‌କେସିଜିକୁ ପ୍ରାୟ ୧୦ ଜିଲାର ରୋଗୀ ବିଭିନ୍ନ ସମୟରେ ରେଫର ହୋଇ ଆସିଥା’ନ୍ତି। ବର୍ତ୍ତମାନ ଦୈନିକ ଏଠାକୁ ୪ରୁ ୫ ହଜାର ରୋଗୀ ଆସିଥା’ନ୍ତି। ଏହାକୁ ଦୃଷ୍ଟିରେ ରଖି ଡାକ୍ତରଖାନାରେ ୨୨ ବିଭାଗ ସହ ୩୮ ୱାର୍ଡ ରହିଛି। ଏହା ସହ ୧୫୦୦ରୁ ଊର୍ଦ୍ଧ୍ୱ ବେଡ୍‌ ଥିବା ବେଳେ ସେଥିମଧ୍ୟରୁ ମାତ୍ର ୧୧୪୦ କାର୍ଯ୍ୟକ୍ଷମ ରହିଛି। ବ୍ୟବହାର ହେଉଥିବା ବେଡ୍‌ଶିଟ୍‌ ସଫା କରିବା ନିମନ୍ତେ ମେଡିକାଲ କର୍ତ୍ତୃପକ୍ଷ ବ୍ରହ୍ମପୁରର ଏକ ଏନ୍‌ଜିଓ ସଂସ୍ଥାକୁ ଦାୟିତ୍ୱ ଦେଇଛନ୍ତି। ଏହି ସଂସ୍ଥା ପ୍ରତିଦିନ ୧୨୦୦ରୁ ୧୩୦୦ ବେଡ୍‌ଶିଟ୍‌, ୨୫୦୦ରୁ ୩୦୦୦ ଓଟି ଆପ୍ରୋନ, ବ୍ଲାଙ୍କେଟ ଓ ଟାୱାଲ ସଫା କରି ଯୋଗାଇଥାଏ। ଏହାକୁ ସଫା କରିବା ନିମନ୍ତେ ସଂସ୍ଥା ପକ୍ଷରୁ ୨୫ରୁ ୩୦ ଲକ୍ଷ ଟଙ୍କା ବ୍ୟୟ କରି ଦୁଇଟି ୱାଶିଂ ମେଶିନ, ଗୋଟିଏ ଡ୍ରାଏ ମେଶିନ, ଗୋଟିଏ ଆଇରନ ମେଶିନ ସହ ୧୫ କର୍ମଚାରୀ କାର୍ଯ୍ୟ କରୁଛନ୍ତି। ଏହା ସହ ପ୍ରତ୍ୟହ ସଫା କରିବା ପାଇଁ ୮ରୁ ୧୦ ହଜାର ଲିଟର ପାଣି ଆବଶ୍ୟକ ପଡ଼ିଥାଏ। ଏହାସହିତ କାର୍ଯ୍ୟରତ ନର୍ସଙ୍କ ପରାମର୍ଶକ୍ରମେ ପ୍ରତ୍ୟେକ ଦିନ ସଂସ୍ଥା କର୍ମଚାରୀମାନେ ରୋଗୀଙ୍କ ବେଡ୍‌ରୁ ଅପରିଷ୍କାର ବେଡ୍‌ଶିଟ୍‌ ବାହାର କରି ପରିଷ୍କାର ବେଡ୍‌ଶିଟ୍‌ ପକାଇଥା’ନ୍ତି। ଏ ବାବଦକୁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ସଂସ୍ଥାକୁ ଗୋଟିଏ ବେଡ୍‌ଶିଟ୍‌ ପିଛା ୪.୯୦ ପଇସା, ଓଟି ଆପ୍ରୋନ୍‌ ପିଛା ୩ ଟଙ୍କା, ବ୍ଲାଙ୍କେଟ୍‌ ପିଛା ୧ ଟଙ୍କା ଏବଂ ଓଟି ଟାୱେଲ୍‌ ପିଛା ୧ ଟଙ୍କା ଦିଆଯାଉଛି। ଏ ସମସ୍ତ ସଫା କରିବା ବାବଦକୁ ମାସକୁ ୨.୫୦ ଲକ୍ଷରୁ ୨ .୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଡିଜେଏସ୍‌ଏସ୍‌ ସଂସ୍ଥାର ମୁଖ୍ୟ ପ୍ରକାଶ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଅନ୍ୟପଟେ ରୋଗୀଙ୍କ ପାଖରେ ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ଥିଲେ ମଧ୍ୟ ତାହା ପହଞ୍ଚତ୍ ପାରୁନାହିଁ। ଫଳରେ ରୋଗୀ କିମ୍ବା ସେମାନଙ୍କ ସମ୍ପର୍କୀୟ ବାଧ୍ୟ ହୋଇ ନର୍ସଙ୍କ ପାଖକୁ ଆସି ବେଡ୍‌ଶିଟ୍‌ ନେଉଛନ୍ତି। ଏହା ସହ ନର୍ସମାନେ ଅନେକ ସମୟରେ ରୋଗୀମାନଙ୍କୁ ବେଡ୍‌ଶିଟ୍‌ ନାହିଁ ଓ ସଫା ହେବା ପାଇଁ ଦିଆଯାଇଛି କହି ଫେରାଇ ଦେଉଛନ୍ତି। କେତେକ ନର୍ସ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ହୋଇଛି। ଏ ସମସ୍ୟା ନେଇ ଅଧୀକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ ବେଳେ ସେ କୁହନ୍ତି, ପ୍ରତ୍ୟେକ ରୋଗୀଙ୍କ ପାଖକୁ ଯାଇ ସଫା ବେଡ୍‌ଶିଟ୍‌ ପହଞ୍ଚାଇବା ନିୟମ ରହିଛି। ଏହା ସହ ଆମ୍ଭେ ରୋଗୀଙ୍କୁ ପରିଷ୍କାର ବେଡ୍‌ଶିଟ୍‌ ଯୋଗାଉଛୁ। ଡାକ୍ତରଖାନାରେ ବେଡ୍‌ଶିଟ୍‌ ପର୍ଯ୍ୟାପ୍ତ ପରିମାଣର ରହିଛି। ନର୍ସମାନେ ରୋଗୀମାନଙ୍କୁ ଏ ସମ୍ପର୍କରେ ଖରାପ ବ୍ୟବହାର କରୁଥିବା ନେଇ ମୋ ନିକଟରେ କୌଣସି ଅଭିଯୋଗ ହୋଇନାହିଁ। ଯଦି ଅଭିଯୋଗ ହୁଏ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଦାରିଙ୍ଗବାଡ଼ିରେ ଶୀତର ଆଗମନ: ବଢ଼ୁଛି ପର୍ଯ୍ୟଟକଙ୍କ ସଂଖ୍ୟା

ଦାରିଙ୍ଗବାଡ଼ି,୯।୧୦(ଅରୁଣ ସାହୁ): କନ୍ଧମାଳ ଜିଲାର ପର୍ଯ୍ୟଟନସ୍ଥଳୀ ଦାରିଙ୍ଗବାଡ଼ି ଅଞ୍ଚଳରେ ଧୀରେ ଧୀରେ ଶୀତର ଆଗମନ ଅନୁଭୂତ ହେବାରେ ଲାଗିଛି। ଗତ କିଛି ଦିନ ହେଲା ଅଞ୍ଚଳରେ ହାଲୁକା…

ସୁନ୍ଦରଗଡ଼ ୱାଟରସେଡ୍ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଭବନରେ ଭିଜିଲାନ୍ସ ରେଡ୍‌

ସୁନ୍ଦରଗଡ,୯।୧୦(ଜୟ ନାରାୟଣ ମେଣ୍ଡୁଳି): ଭିଜିଲାନ୍ସ ଜାଲରେ ସୁନ୍ଦରଗଡ଼ର ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରସନ୍ନ କୁମାର…

ହସ୍ପିଟାଲରେ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ମୃତ, ୨ ଗୁରୁତର

ବାରିପଦା/ଉଦଳା,୮ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ/ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ମେଡିକାଲ ପରିସରରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ଅକ୍ସିଜେନ ସିଲିଣ୍ଡର ଫାଟି ଏକ…

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ବନ୍ଦ ନ କଲେ ହେବ ବଡ଼ ଆନ୍ଦୋଳନ

ପାଟଣା, ୮।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ସରକାରୀ ବସ୍‌ଷ୍ଟାଣ୍ଡ ନିକଟରେ ପ୍ରସ୍ତାବିତ ନୂତନ ବିଦେଶୀ ମଦ ଦୋକାନକୁ ପାଟଣା ବିକାଶ ମଞ୍ଚ ପକ୍ଷରୁ…

ମଦଭାଟି ବିରୋଧରେ ଗର୍ଜିଲେ ଗ୍ରାମବାସୀ, ୧୦ ତାରିଖ ସୁଦ୍ଧା ବନ୍ଦ ପାଇଁ ଚେତାବନୀ

ଅମରପାଲି,୮।୧୦(ପୀତାମୱର ସାହୁ): ଦୀର୍ଘ ୩୦ ବର୍ଷ ଧରି ଗ୍ରାମରେ ଚାଲି ଆସୁଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦଭାଟିକୁ ନେଇ ପୀତାମହୁଲ ଗ୍ରାମରେ ଅସନ୍ତୋଷ ତେଜିଛି। ମଦଭାଟି ଯୋଗୁ…

TPWODLର ବଡ଼ ସୂଚନା, ଏହି ସମୟରୁ ହେବ ବିଦ୍ୟୁତ୍‌ କାଟ୍‌…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଶୁକ୍ରବାର କ୍ରମାଗତ ୬ଘଣ୍ଟା ଧରି ବିଦ୍ୟୁତ୍‌ ସେବା ବନ୍ଦ ରହିବ। ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସହରରେ ବିଦ୍ୟୁତ୍‌ ସରବରାହ…

ବରଗଡ଼ରେ ହେବ ବଡ଼ ବିକ୍ଷୋଭ ସମାବେଶ, ଜାଣନ୍ତୁ…

ବରଗଡ଼,୮।୧୦(ପ୍ରେମାନନ୍ଦ ଖମାରୀ): ସମ୍ବିଧାନ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ବରଗଡ଼ ଜିଲାର ବିଭିନ୍ନ ଜନ ସଂଗଠନ, କୃଷକ ସଂଗଠନ ଓ ନାଗରିକମାନଙ୍କୁ ନେଇ ସମ୍ବିଧାନ ଓ ଗଣତନ୍ତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?