କ୍ୱାରାଣ୍ଟାଇନ୍‌ ସେଣ୍ଟରର ୪ର୍ଥ ମହଲାରୁ ବେଡ୍‌ସିଟ୍‌ ସାହାଯ୍ୟରେ ତଳକୁ ଖସି ପଳାଇଲେ କରୋନା ରୋଗୀ

କାନବେରା,୨୩ା୭: କରୋନା ମହାମାରୀ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ସଂକ୍ରମଣ ପ୍ରକାଶ ପାଉଥିବା ଲୋକଙ୍କୁ ଆଇସୋଲେଶନରେ ରହିବାକୁ କୁହାଯାଉଛି। ଅଷ୍ଟ୍ରେଲିଆରେ ଏମିତି ଏକ ଆଇସୋଲେଶନରେ ଥିବା ଜଣେ ବ୍ୟକ୍ତି ଯାହା କରିଛନ୍ତି ଜାଣିଲେ ଆଶ୍ଚର୍ଯ୍ୟଚକିତ ହେବେ।

ପଶ୍ଚିମ ଅଷ୍ଟ୍ରେଲିଆରେ ଏପରି ଏକ ଘଟଣା ଦେଖିବାକୁ ମିଳଛି। ଯେଉଁଠି ହୋଟେଲର ଏକ କୋଠରିରେ ରହୁଥିବା ଜଣେ ବ୍ୟକ୍ତି ବେଡ୍‌ସିଟ୍‌ ସାହାଯ୍ୟରେ ୪ ମହଲା ଉପରୁ ତଳକୁ ଖସି କେଉଁଆଡ଼େ ପଳାଇଛନ୍ତି।

୩୯ ବର୍ଷୀୟ ଏହି ବ୍ୟକ୍ତି ଜଣକ ବ୍ରିସବ୍ରେନ୍‌ରୁ ଏକ ଇଣ୍ଟରନ୍ୟାଶନାଲ ବିମାନ ଯୋଗେ ବିମାନବନ୍ଦରରେ ପହଞ୍ଚିଥିଲେ। କୋଭିଡ୍‌ କଟକଣା ଅନୁଯାୟୀ ଏହି ବ୍ୟକ୍ତି ଦେଶରେ ପ୍ରବେଶ ପୂର୍ବରୁ ଆବଶ୍ୟକ ମାନଦଣ୍ଡ ପୂରଣ କରିପାରି ନ ଥିଲେ। ତେଣୁ ତାଙ୍କୁ ୪୮ ଘଣ୍ଟା ମଧ୍ୟରେ ଅଷ୍ଟ୍ରେଲିଆ ଛାଡ଼ିବାକୁ କୁହାଯାଇଥିଲା। ତାଙ୍କୁ ରାତିସାରା ଏକ ହୋଟେଲରେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ପଠାଯାଇଥିଲା। ସେଠାରୁ ସେ ଏକ ବେଡ୍‌ସିଟ୍‌ ସହାୟତାରେ ତଳକୁ ଡେଇଁ କେଉଁଆଡ଼େ ଫେରାର ହୋଇଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଳଭୂଷଣଙ୍କ ପାଇଁ ଭାରତ ଖର୍ଚ୍ଚ କଲା ମାତ୍ର ଏକ ଟଙ୍କା, ପାକିସ୍ତାନର ଖର୍ଚ୍ଚ ୨୦ କୋଟି

ହେଗ,୧୮ା୭: ଅନ୍ତର୍ଜାତୀୟ ଅଦାଲତ କୁଳଭୂଷଣ ଯାଦବଙ୍କ ମୃତ୍ୟୁ ଦଣ୍ଡାଦେଶ ଉପରେ ରହିଥିବା ସ୍ଥଗିତାଦେଶକୁ ବଳବତ୍ତର ରଖିଛନ୍ତି। ଏହି ହାଇପ୍ରୋଫାଇଲ ମାମଲା ପାଇଁ ଭାରତ ମାତ୍ର ଏକ...

ଟାଇମ୍ସ ସ୍କୋୟାର ଡିସ୍‌ପ୍ଲେକୁ ଆମେରିକାରେ ବିରୋଧ

ନ୍ୟୁୟର୍କ,୩ା୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣର ଗ୍ରାଉଣ୍ଡବ୍ରେକିଂ ସେରେମନି ହେବ। ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ଭାଜପା ନେତା ଯୋଗଦେବେ।...

ଋଣ ପାଇଁ ଆଇଏମଏଫ ଆଗରେ ମୁଣ୍ଡ ନୋଇଲା ପାକିସ୍ତାନ, ସର୍ତ୍ତ ପୂରଣ ବିଲ ପାରିତ…

ଇସଲାମାବାଦ,୨୧।୨ : ଦେବାଳିଆ ପରିସ୍ଥିତିକୁ ଏଡାଇବା ପାଇଁ ପାକିସ୍ତାନ ଶେଷରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ) ର ସର୍ତ୍ତ ମାନିଛି। ଋଣ ପାଇଁ ପାକିସ୍ତାନ ଶେଷରେ...

ସୀମା ବିବାଦର ସମାଧାନ ପାଇଁ ଚାଇନା-ଭୁଟାନ ସହମତି…

ବେଜିଂ/ଥିମ୍ପୁ,୧୪।୧ : ସୀମା ବିବାଦର ସମାଧାନ ପାଇଁ ଚାଇନା ଏବଂ ଭୁଟାନ ମଧ୍ୟରେ ସହମତି ପ୍ରକାଶ ପାଇଛି। ଜାନୁୟାରୀ ୧୦ରୁ ୧୩ ପର୍ଯ୍ୟନ୍ତ ଚାଇନାର କୁନମିଙ୍ଗ...

ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା,...

ବ୍ରାଜିଲ ବାରରେ ଗୁଳିମାଡ: ୪ ମୃତ

ରିଓ-ଡି-ଜେନେରିୟୋ,୩୦।୬: ବ୍ରଜିଲର ରିଓ-ଡି-ଜେନେରିଓରେ ଥିବା ଏକ ବାରରେ ଗୁଳିମାଡ ଫଳରେ ଅତିକମ୍‌ରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ପ୍ରତ୍ୟେକ୍ଷଦର୍ଶୀଙ୍କ...

ସାପକୁ ମାରିବା ପାଇଁ ୧୩ କୋଟି ଟଙ୍କାର ଘର ଜାଳିଦେଲେ ଯୁବକ

ଓ୍ବାଶିଂଟନ,୫ା୧୨: ଜଣେ ଯୁବକ ନିଜ ଘରେ ଏକ ବିଷଧର ସାପକୁ ଦେଖିଥିଲେ। ଏହି ସାପକୁ ମାରିବା ପାଇଁ ସେ ଏମିତି କିଛି କାଣ୍ଡ କଲେ, ଯାହା...

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼...

Advertisement
Archives

Model This Week