୬ ଲକ୍ଷ ଟଙ୍କାର ୧୦ ଟଙ୍କିଆ କଏନ ଦେଇ କିଣିଲେ କାର୍‌; ଗଣିବା ବେଳେ…

ଧର୍ମପୁରୀ,୧୯।୬: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ପକ୍ଷରୁ ବିଭିନ୍ନ ମୁଦ୍ରା ଚଳୁ ନ ଥିବା ନେଇ ଘୋଷଣା ହୋଇନାହିଁ। ହେଲେ ଆଜିର ସମୟରେ ଅନେକ ସ୍ଥାନରେ କିଛି ମୁଦ୍ରାକୁ ନେବାଲାଗି ଲୋକେ ଅମଙ୍ଗ ହେଉଛନ୍ତି। ଏହା ଚଳିବ ନାହିଁ ବୋଲି କହୁଛନ୍ତି। ଏଭଳି ସ୍ଥିତିରେ ତାମିଲନାଡ଼ୁର ଧର୍ମପୁରୀରେ ଜଣେ ବ୍ୟକ୍ତି ଦଶ କିମ୍ବା କୋଡିଏ ନୁହେଁ ବରଂ ୬ ଲକ୍ଷ ମୂଲ୍ୟର ୧୦ ଟଙ୍କିଆ ମୁଦ୍ରା ଦେଇ ତାଙ୍କ ମନ ପସନ୍ଦର କାର୍‌ କିଣି ଚର୍ଚ୍ଚାରେ ଅଛନ୍ତି। ବ୍ୟକ୍ତିଜଣଙ୍କ ହେଉଛନ୍ତି ଭେଟ୍ରିଭେଲ୍‌। ସେ ଆରୋରର ବାସିନ୍ଦା। ତାଙ୍କର ଏକ ପ୍ରାଥମିକ ସ୍କୁଲ ଏବଂ ମେଡିସିନ୍‌ ସେଣ୍ଟର ରହିଛି। ଏହାଛଡ଼ା ତାଙ୍କ ମା’ ଏକ ଦୋକାନ ଚଳାଉଛନ୍ତି। ଉଭୟଙ୍କ ଦୋକାନକୁ କିଛି ଗ୍ରାହକ ଆସିଲେ ୧୦ ଟଙ୍କିଆ ଦିଅନ୍ତି। ହେଲେ ଅନେକ ଏହି ମୁଦ୍ରା ନେବାକୁ ମନା କରିଥାନ୍ତି। ଏଥିଯୋଗୁ ତାଙ୍କ ପାଖରେ ଧିରେ ଧିରେ ୧୦ ଟଙ୍କିଆ ମୁଦ୍ରାର ପରିମାଣ ବଢ଼ିବାକୁ ଲାଗିଥିଲା। ପରେ ସେ ଏହାକୁ ବଦଳାଇ ନୋଟ ଆଣିବାକୁ ବ୍ୟାଙ୍କକୁ ଯାଇଥିଲେ। ହେଲେ ଏତେ ମାତ୍ରାରେ ମୁଦ୍ରାକୁ ଗଣିବାକୁ ଲୋକ ନ ଥିବା କହି ବ୍ୟାଙ୍କ କର୍ମଚାରୀ ମନା କରିଥିଲେ। ଫଳରେ ନିରୁପାୟ ହୋଇ ସେ ମାସେ ଯାଏ ଏହି ମୁଦ୍ରା ଜମା କରିଥିଲେ। ତାଙ୍କ ନିକଟରେ ମୋଟ ମୁଦ୍ରା ୬ ଲକ୍ଷ ହେବା ପରେ ସେ ତାକୁ ନେଇ ଏକ ଶୋ’ ରୁମ୍‌ ପହଞ୍ଚିଥିଲେ। ଗାଡ଼ି ପସନ୍ଦ କରିବା ସହ ଶୋ’ ରୁମ୍‌ ମାଲିକଙ୍କୁ ସେ ମୁଦ୍ରାରେ ୬ ଲକ୍ଷ ଦେବେ ବୋଲି ପ୍ରସ୍ତାବ ରଖିଥିଲେ। ପ୍ରଥମେ ଶୋ ରୁମ୍‌ ମାଲିକ ତାଙ୍କୁ ମନା କରିଥିଲେ। ହେଲେ ପରେ ରାଜି ହୋଇଥିଲେ। ଗାଡ଼ି ଭର୍ତ୍ତି ମୁଦ୍ରା ନେଇ ସେ ନିର୍ଦ୍ଧାରିତ ଦିନ ପହଞ୍ଚିଥିଲେ। ଯେତେବେଳେ ସେ ଶୋ ରୁମ୍‌ରେ ମୁଦ୍ରା ଭର୍ତ୍ତି ଗଣ୍ଠିଲିମାନ ଖୋଲିଥିଲେ, ସେଠାରେ ଉପସ୍ଥିତ ଅନ୍ୟମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟଙ୍କା ଗଣାଯିବା ପରେ ସେ ତାଙ୍କ ମନପସନ୍ଦର ଗାଡ଼ି କିଣି ଘରକୁ ନେଇଥିଲେ। ତେବେ ପଚରାଯିବାରେ ଭେଟ୍ରିଭେଲ ଅନ୍ୟମାନଙ୍କୁ ୧୦ ଟଙ୍କା ବେକାର ନୁହେଁ ବୋଲି ଜଣାଇବାକୁ ଚାହୁଁଥିବା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଧୁରୁଛି ଦିଲ୍ଲୀ

ନୂଆଦିଲ୍ଲୀ,୨୨।୧୧: ଦିଲ୍ଲୀ ବାୟୁ ପ୍ରଦୂଷଣ ସ୍ଥିତିରେ ଉନ୍ନତି ଆସିବା ସହ ଶ୍ରମିକମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ନିର୍ମାଣ କାର୍ଯ୍ୟ ଉପରେ ଲଗାଇଥିବା ନିଷେଧାଦେଶକୁ...

ଯୌତୁକ ନ ନେବାକୁ ସର୍ତ୍ତ ରଖିଲେ ଶିକ୍ଷକ ଜ୍ୱାଇଁ: ଲକ୍ଷେ ଟଙ୍କାର ପୁସ୍ତକ ଉପହାର ଦେଲେ ଶ୍ୱଶୁର

ଆଇନ ଅନୁଯାୟୀ ଯୌତୁକ ମାଗିବା ଏକ ଅପରାଧ। ମାତ୍ର ଆମ ସମାଜରେ ଯୌତୁକ ମାଗିବା ଯେପରି ଏକ ପ୍ରଥା ପାଲଟିଛି। ଭାରତରେ ବୋଧହୁଏ ଏମିତି କୌଣସି...

ପ୍ରାଣୀ ଚିକିତ୍ସାକୁ ଗୁରୁତ୍ୱ

ବିଶ୍ୱ ପ୍ରାଣୀଧନ ସମାଜ ପକ୍ଷରୁ ପ୍ରଥମଥର ପାଇଁ ୨୦୦୦ ମସିହାରେ ଓ୍ବାଲର୍‌ହ ଭେଟେରିନାରି ଡେ’ ବା ‘ବିଶ୍ୱ ପ୍ରାଣୀଧନ ଦିବସ’ ପାଳନ ଆରମ୍ଭ ହୋଇଥିଲା। ଏ...

ମଣିଷଙ୍କୁ ନିମିଷକେ ମାରିପାରୁଥିବା ଏହି ଜୀବର ମୃତ୍ୟୁ ନାହିଁ…

ଓ୍ବାଶିଂଟନ: ଏଭଳି ଏକ ସାମୁଦ୍ରିକ ଜୀବ ରହିଛି ଯାହାର ବିଷ ଦ୍ୱାରା ନିମିଷକେ ମଣିଷର ମୃତ୍ୟୁ ଘଟିଥାଏ। ତେବେ ଏହି ଜୀବଟିର ମୃତ୍ୟୁ କେବେ ହୋଇ...

ଏମିତି ଜେଲ୍‌, ଯେଉଁଠି କଏଦୀ ନିଅନ୍ତି କଏଦୀଙ୍କ ଜୀବନ

ସମାଜରେ ଶାନ୍ତି ଏବଂ ଶୃଙ୍ଖଳା ବଜାୟ ରଖିବା ପାଇଁ ଅପରାଧୀମାନେ ଜେଲରେ ଅଛନ୍ତି। ଆପଣ ନିଶ୍ଚୟ ଦୁନିଆରେ ଉପସ୍ଥିତ ଜେଲଗୁଡିକ ବିଷୟରେ ଅନେକ କଥା ଶୁଣିଥିବେ।...

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ...

ପ୍ରଶିକ୍ଷଣ ବିମାନ ଦୁର୍ଘଟଣା: ୨ ପାଇଲଟ ମୃତ

ଭୋପାଳ,୪ା୧(ଆଇଏଏନ୍‌ଏସ୍‌): ମଧ୍ୟପ୍ରଦେଶର ସାଗର ସହରରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଶୁକ୍ରବାର ରାତିରେ ଏହି ଦୁର୍ଘଟଣା ଘଟିଥିବାବେଳେ ବିମାନର ୨ ପାଇଲଟ ପ୍ରାଣ ହରାଇଥିବା...

ଅର୍ଶ ଭଲ କରେ ପିଜୁଳି

ପିଜୁଳିକୁ ହିନ୍ଦୀରେ ଅମୃଦ୍‌ ବୋଲି କୁହାଯାଇଥାଏ। କାରଣ ଶରୀର ପାଇଁ ଏହା ଅମୃତ ଭଳି କାମ କରେ। ପିଜୁଳି ଖାଇଲେ ପେଟ ଦରଜ, ଗ୍ୟାସ, ଏସିଡିଟି...

Advertisement
Archives

Model This Week