Posted inଜାତୀୟ

୩୨ ବର୍ଷ ପୂର୍ବେ କରିଥିଲେ ଚୋରିି, ଏବେ ମିଳିଲା ଏମିତି ଦଣ୍ଡ

ନୂଆଦିଲ୍ଲୀ, ୨।୯: ନୂଆଦିଲ୍ଲୀ ଜିଲାର ମନ୍ଦିର ମାର୍ଗ ଥାନା ପୋଲିସ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରିଛି। ୩୨ ବର୍ଷ ପୂର୍ବେ ଦିଲ୍ଲୀରେ ସେ ଏକ ଅପରାଧରେ ଜଡିତ ଥିଲେ। ଅଭିଯୁକ୍ତ ବୃଦ୍ଧ ଫଜରୁଙ୍କୁ ୨୨ ବର୍ଷ ପୂର୍ବେ ପଳାତକ ଘୋଷିତ କରାଯାଇଥିଲା। ଗତ ଅଗଷ୍ଟ ୨୯ରେ ଫଜୁର ଏବଂ ତାଙ୍କ ସାଥୀ ଦୀନୁ (୬୦)ଙ୍କୁ ମନ୍ଦିର ମାର୍ଗ ପୋଲିସ ଗିରଫ କରିଥିଲା। ନୂଆଦିଲ୍ଲୀ ଜିଲା ଡିସିପି ଡକ୍ଟର ଇଶ ସିଂଘଲଙ୍କ ଅନୁଯାୟୀ, ଥାନା ଅଧ୍ୟକ୍ଷ ବିକ୍ରମଜିତ ସିଂଙ୍କ ତତ୍ତ୍ୱାବଧାନରେ ଏସଆଇ ଜୟ ସିଂ ଏବଂ ଏଏସଆଇ ଇନ୍ଦ୍ରପାଲ ସିଂଙ୍କ ଏକ ଟିମ ଅଭିଯୁକ୍ତ ଫଜରୁଙ୍କୁ ରାଜସ୍ଥାନର ଅଲଓ୍ବାର ଜିଲାରେ ଥିବା ତାଙ୍କ ଗ୍ରାମ ବହାଦୂରୀ ଗିରଫ କରିଛି।
୧୯୮୯ ମସିହାରେ ଦିଲ୍ଲୀର ଆମ୍ବେଦକର ନାଗରରେ ଦୀନୁୁ ଏବଂ ଅନ୍ୟ ଜଣେ ସହଯୋଗୀଙ୍କ ସହ ଫଜ୍ରୁ ଡକାୟତି କରିଥିଲେ। ସେମାନେ ଦୋକାନର ସଟର ଭାଙ୍ଗି ଦାମୀ ପୋଷାକ ଏବଂ ବହୁ ନଗଦ ଟଙ୍କା ନେଇ ଯାଇଥିଲେ। ଆମ୍ବେଦକର ନଗର ପୋଲିସ ଷ୍ଟେଶନ ସେତେବେଳେ ଫଜରୁ ଏବଂ ଅନ୍ୟ ସହଯୋଗୀଙ୍କୁ ଗିରଫ କରିଥିଲା। ସେମାନଙ୍କ ନିକଟରୁ ଚୋରି ହୋଇଥିବା ପୋଷାକ ଉଦ୍ଧାର କରାଯାଇଥିଲେ। ପରେ କୋର୍ଟ ଫଜରୁଙ୍କୁ ଜାମିନରେ ମୁକୁଳିଥିଲେ। କରିଥିଲେ। ଏହା ପରେ ସେ କେବେ ବି କୋର୍ଟରେ ହାଜର ହୋଇ ନ ଥିଲେ। ୧୯୯୮, ଜୁନ୍‌ ୪ରେ କୋର୍ଟ ଫଜରୁଙ୍କୁ ପଳାତକ ବୋଲି ଘୋଷଣା କରିଥିଲେ। ଫଜ୍‌ରୁ ଜଣେ ଦୁର୍ଦ୍ଦାନ୍ତ ଆନ୍ତଃରାଜ୍ୟ ଚୋର ଥିଲେ। ସେମାନଙ୍କ ରାତିରେ ଦୋକାନଗୁଡ଼ିକୁ ଟାର୍ଗେଟ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାଭାବିକ ହେଉଛି କଶ୍ମୀର ସ୍ଥିତି

ଶ୍ରୀନଗର/ନୂଆଦିଲ୍ଲୀ,୧୦ା୮: ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀରରେ ଉତ୍ତେଜନା ଓ ହିଂସା ଏଡ଼ାଇବା ପାଇଁ ଜାରି ହୋଇଥିବା କଟକଣାକୁ ପ୍ରଶାସନ ପକ୍ଷରୁ ଧୀରେ ଧୀରେ ଉଠାଇ...

‘ଛାତ୍ରଙ୍କୁ ଉଠାଇବା ପାଇଁ ଆଲାର୍ମ ବଜାଉ ମନ୍ଦିର-ମସଜିଦ’, ବୋର୍ଡ ପରୀକ୍ଷା ପୂର୍ବରୁ ଖଟ୍ଟର ସରକାରଙ୍କ ଭିନ୍ନ ଏକ ନିର୍ଦ୍ଦେଶ

ଚଣ୍ଡିଗଡ଼,୨୬ ।୧୨; ହରିୟାଣାର ମନୋହର ଲାଲ ସରକାର ଭିନ୍ନ ଏକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଶିକ୍ଷାର ସ୍ତରକୁ ସୁଧାରିବା ପାଇଁ ସରକାର ମନ୍ଦିର, ମସଜିଦ...

ପାଲାନିସାମି ଏଆଇଏଡିଏମ୍‌କେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଚେନ୍ନାଇ, ୭।୧୦: ଆସନ୍ତା ୨୦୨୧ ତାମିଲନାଡୁ ବିଧାନସଭା ନିର୍ବାଚନରେ ଏଆଇଏଡିଏମ୍‌କେ ପକ୍ଷରୁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଇଡାପାଡ୍ଡି କେ. ପାଲାନିସାମିଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।...

ଏନକାଉଣ୍ଟରରେ ଗଲା ୨ ବ୍ୟବସାୟୀଙ୍କ ଜୀବନ

ଶ୍ରୀନଗର,୧୬।୧୧: ଜମ୍ମୁ-କଶ୍ମୀରର ଶ୍ରୀନଗରଠାରେ ଆତଙ୍କବାଦୀ ବିରୋଧୀ ଅପରେଶନ ବେଳେ ୪ ଜଣ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ବ୍ୟବସାୟୀ ଥିବା ଜଣାପଡ଼ିଛି। ପୋଲିସ...

ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩

ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ...

ଦେଶ ବିରୋଧି ସଂଗଠନ ପାଇଁ ଲାଗୁ ହେଉ କଟକଣା,ଡୋଭାଲଙ୍କ ଉପସ୍ଥିତିରେ ସଂକଳ୍ପ…

ନୂଆଦିଲ୍ଲୀ, ୩୦।୭ : ଦେଶ ବିରୋଧି ସଂଗଠନଙ୍କ ପାଇଁ କଟକଣା ଲାଗୁହେଉ। ଏନେଇ ଏକ ସର୍ବଧର୍ମ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ସଂକଳ୍ପ ଗ୍ରହଣ କରିଛନ୍ତି। ଏହି...

ଏମିତି ନଦୀ ଯାହାର ବାଲିରୁ ମିଳେ ମୁଠା ମୁଠା ସୁନା…

ଝାଡ଼ଖଣ୍ଡରେ ରହିଛି ସୁବର୍ଣ୍ଣ ରେଖା ନଦୀ। ରତ୍ନଗର୍ଭାଠାରୁ ୧୫ କିମି ଦୂରରେ ରହିଛି ଏହି ନଦୀ। ସୂର୍ଯ୍ୟାଲୋକ ପଡ଼ିଲେ ନଦୀର ଜଳ ସୁନା ପରି ଚକଚକ...

ଏତିକି ଟଙ୍କାରେ ବିକ୍ରି ହେଲା ନୀରଜଙ୍କ ଜାଭେଲିନ୍‌

ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମର ଗୁରୁବାର ଶେଷ ଦିନ ଥିଲା। ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମରେ ଧାର୍ମିକ କଳାକୃତି...

Advertisement
Archives

Model This Week