Posted inଫୁରସତ

ମଣିଷରୁ ହଠାତ୍‌ କାର୍‌ ପାଲଟିଲେ ଜଣେ ବ୍ୟକ୍ତି, ଭିଡିଓ ଦେଖିଲେ…

ଆପଣ ନିଶ୍ଚିତ ଭାବରେ ବିଜ୍ଞାନର ଅନେକ ଫିଲ୍ମ ଦେଖିଥିବେ। ଯେଉଁଥିରେ ଜଣେ ମଣିଷ ରୋବଟ୍‌ ହୋଇଯାଏ। ଟ୍ରାନ୍ସଫର୍ମର୍ସ ଫିଲ୍ମ ଏହି ପ୍ରସଙ୍ଗରେ ବେଶ୍‌ ଜଣାଶୁଣା। ମାତ୍ର ଆପଣ ପ୍ରକୃତରେ ଏପରି ବ୍ୟକ୍ତିଙ୍କୁ ଦେଖିଛନ୍ତି କି, ଯିଏ ହଠାତ୍‌ କାର୍‌ରେ ପରିଣତ ହୋଇଯାଉଛନ୍ତି। ଯଦି ନା ତେବେ ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି କାର୍‌ରେ ରୂପାନ୍ତରିତ ହୋଇଯାଉଥିବା ଦେଖିବାକୁ ମିଳିଛି।

ଭିଡିଓଟି @ ଫିଜେନ ନାମକ ଏକ ଟୁଇଟର ପେଜ୍‌ରେ ଶେୟାର କରାଯାଇଛି। ଭିଡିଓଟି ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ଲାଗିବ। କାରଣ ବ୍ୟକ୍ତିଙ୍କ ବୈଷୟିକ ଜ୍ଞାନ କୌଶଳ ଅତ୍ୟନ୍ତ ଅଦ୍ଭୁତ। ଯାହା ଦେଖିଲେ ଜଣେ ପ୍ରଶଂସା କରିବାକୁ ବାଧ୍ୟ ହେବ। ବ୍ୟକ୍ତି ଜଣକ ରାସ୍ତାରେ ଚମତ୍କାର ପ୍ରଦର୍ଶନ କରି ଏକ କାର୍‌ରେ ପରିଣତ ହୋଇଥିଲେ।

ଭାଇରାଲ ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ ପିଠିରେ ପ୍ଲାଷ୍ଟିକ ସେଟ୍‌ଅପ୍‌ ପିନ୍ଧିଛନ୍ତି। ତାଙ୍କ ହାତରେ ଟାୟାର ଅଛି ଏବଂ କାରର ଉପର ଅଂଶ ପରି ପଛରେ ଏକ ଡିଜାଇନ ଦେଖାଯାଉଛି। ହଠାତ୍‌ ଏହା ଭୂମିରେ ବଙ୍କା ହୋଇ ଏକ କାର୍‌ରେ ପରିଣତ ହେଲା। ସେ ଏମିତି ଭାବରେ ବଙ୍କା ହୋଇଯାଉଛନ୍ତି ତାଙ୍କ ପିଠିରେ ଥିବା ପ୍ଲାଷ୍ଟିକ କାର୍‌ ଅଂଶ ତାଙ୍କ ହାତର ଟାୟାରରେ ଫିଟ୍‌ ହୁଏ ଏବଂ ଏହା ଏକ ଛୋଟ କାର ପରି ଦେଖାଯାଉଛି।

ଏହି ଭିଡିଓକୁ ୩୮ ଲକ୍ଷରୁ ଅଧିକ ଲୋକ ଦେଖିଥିବା ବେଳେ ଅନେକ ଲୋକ ମତାମତ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏହି ବ୍ୟକ୍ତିଙ୍କ ହାଲୋଏନ ପୋଷାକ ଆଶ୍ଚର୍ଯ୍ୟଜନକ ଅଟେ। ଜଣେ କହିଥିଲେ, ସେ ମଧ୍ୟ ଦିନେ ଏପରି ସମାନ ରୋବଟ ତିଆରି କରିବାକୁ ଚାହୁଁଛନ୍ତି। ଜଣେ ୟୁଜର କହିଛନ୍ତି, ଟ୍ରାନ୍ସଫର୍ମର ଅପେକ୍ଷା ବ୍ୟକ୍ତିଙ୍କ ଏହି ଉଦ୍ଭାବନ ଆହୁରି ଭଲ। ଭିଡିଓ ଦେଖିଲେ ଏହା ଏକ ଯାଦୁ ବିଦ୍ୟା ପରି ଲାଗୁଥିବା ଜଣେ ୟୁଜର କହିଛନ୍ତି। ଆଉ ଜଣେ ୟୁଜର କହିଛନ୍ତି, ମୋତେ ବି ଏମିତି ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ଭୟଙ୍କର ଚିତ୍ର: ଆକ୍ରାନ୍ତଙ୍କ ମୃତ୍ୟୁ ହେବା ଯୋଗୁ ଆମ୍ବୁଲାନ୍ସ ଛାଡ଼ି ପଳାଇଲେ ସ୍ବାସ୍ଥ୍ୟକର୍ମୀ

ପାଟଣା,୨।୮: ମହାମାରୀ କରୋନା ଭୟରେ ଲୋକଙ୍କ ମଧ୍ୟରୁ ମାନବିକତା ହଜିବାକୁ ବସିଲାଣି। ବିହାରର ସୁପୌଲରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଜଣେ କରୋନା ସଂକ୍ରମିତଙ୍କ...

କରୋନା ଭୟ: ସାଧାରଣ ଜ୍ୱରରେ ବି ଲୋକେ କିଣୁଛନ୍ତି କରୋନା ଔଷଧ, ବଢୁଛି ଲିଭର ସମସ୍ୟା

ନୂଆଦିଲ୍ଲୀ, ୫।୧୦: କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ଋତୁ ପରିବର୍ତ୍ତନ ସମୟରେ ସାଧାରଣତଃ ସିଜିନାଲ ଜ୍ୱର ହୋଇଥାଏ। ତେବେ ଏବେ...

ସ୍ତ୍ରୀଙ୍କ ସ୍ମୃତିରେ ଦୁର୍ଘଟଣା ଘଟିଥିବା ସ୍ଥାନରେ ମନ୍ଦିର ନିର୍ମାଣ କଲେ ସ୍ବାମୀ

ଜୟପୁର,୧୪।୧୦: ଦୁଇ ମାସ ପୂର୍ବରୁ ରାଜସ୍ଥାନ ସିକର ଜିଲାର ଫତେହପୁରରେ ଏକ ସଡ଼କ ଦୁର୍ଘଟଣାରେ ହରିୟାଣାର ଜିତେନ୍ଦ୍ର ନାମକ ଜଣେ ବ୍ୟକ୍ତିଙ୍କ(୫୪) ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା।...

ଯେଉଁଠି ହୁଏ ମାଛ ବର୍ଷା

ଆମେରିକାର ଉଟାହରେ ଦେଖିବାକୁ ମିଳେ ଏକ ଅଦ୍ଭୁତ ଦୃଶ୍ୟ। ଏଠାରେ ଆକାଶରୁ ମାଛ ବର୍ଷା ହୋଇଥାଏ। ଏହି ଦୃଶ୍ୟ ଦେଖିବାକୁ ବେଶ୍‌ ମନଲୋଭା। ମାଉଣ୍ଟେନ୍‌ ଲେକ୍‌...

ନୀଳ ମେକ୍‌ଅପ୍‌ରେ ଦୁଇବର୍ଷ

୨୦୧୩ରେ ୟୁକେ ବ୍ରାଡଫୋର୍ଡର ଲୌରାଇ ଲି ନାମ୍ନୀ ମେକ୍‌ଅପ୍‌ ଆର୍ଟିଷ୍ଟ ତାଙ୍କର ଡଲ୍‌ ପରି ଚେହେରା ପାଇଁ ସାରା ଦୁନିଆରେ ପରିଚିତା ହୋଇଥିଲେ। ଆଉ ଡେଲିମେଲ୍‌...

ଭାରତୀୟ ପରମ୍ପରାରେ ଦୀପାବଳି

ଆମ ଦେଶ ଭାରତ ସାରା ଜଗତରେ ଦେବଭୂମି ରୂପେ କଥିତ। ବିଶ୍ୱକୁ ଆଧ୍ୟାତ୍ମିକ ଆଲୋକରେ ପ୍ରତିଭାତ କରୁଥିବା ଭାରତ ଅନେକ ପର୍ବପର୍ବାଣିର ଲୀଳାଭୂମି। ତନ୍ମଧ୍ୟରୁ ଦୀପାବଳି...

ହାଇ ଭୋଲ୍‌ଟେଜ୍‌ ବିଦ୍ୟୁତ୍‌ତାରରେ ପକ୍ଷୀମାନେ ବସିଲେ ବି କାହିଁକି ଲାଗେନା କରେଣ୍ଟ

ଦୁନିଆରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଆମେ ପ୍ରତିଦିନ ଆମ ଆଖି ସାମ୍ନାରେ ଦେଖୁ କିନ୍ତୁ ସେମାନଙ୍କର ତର୍କକୁ ବୁଝିପାରୁନାହୁଁ। ଆମ ଆଖି ଏହି...

ମହାବିଷୁବ ସଂକ୍ରାନ୍ତି ବିଶେଷ

ଓଡ଼ିଶାବାସୀଙ୍କ ପାଇଁ ପଣା ସଂକ୍ରାନ୍ତି ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନଠାରୁ ଓଡ଼ିଆ ନବବର୍ଷ ଆରମ୍ଭ ହୋଇଥାଏ। ବସନ୍ତ ଋତୁ ଶେଷ ହୋଇ ଗ୍ରୀଷ୍ମଋତୁ ଆରମ୍ଭ...

Advertisement
Archives

Model This Week