Posted inଫୁରସତ

ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ କଲେ ଦୁଇ ବ୍ୟକ୍ତି

କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ କରିଥାନ୍ତି।
ଠିକ୍‌ ସେମିତି ଇଟାଲୀର ଦୁଇ ବ୍ୟକ୍ତି ଯେ କି କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ବ୍ୟକ୍ତି ଚଳନ୍ତା କାରର ଟାୟାର ପରିବର୍ତ୍ତନ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ଏହି ଚମତ୍କାର ପ୍ରଦର୍ଶନ ପାଇଁ ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲକୋ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ ସମୟ ନେଇଥିଲେ। କେବଳ ଏକ ନୂଆ ରେକର୍ଡ ନୁହେଁ ବରଂ ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।

ଚଳନ୍ତା କାର୍‌ରେ ଟାୟାର ପରିବର୍ତ୍ତନ କରିବା ଏତେ ସହଜ କଥା ନୁହେଁ। ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲ୍‌କୋ ଚଳନ୍ତା ବିଏମ୍‌ଡବ୍ଲ୍ୟୁ କାର୍‌ର ଚକାକୁ ବୁଲାଇ ଇତିହାସ ସୃଷ୍ଟି କରିଛନ୍ତି। କାର୍‌ର ଷ୍ଟିଅରିଂ ଡ୍ରାଇଭର ମାନୁଏଲ ଜୋଲଡାନ ଧରିଥିବା ବେଳେ ଜିଆନଲୁକା ଫୋଲ୍‌କୋ କାରର ଟାୟାର ବଦଳାଇବା ଦାୟିତ୍ୱ ନେଇଥିଲେ। ମାନୁଏଲ୍‌ ଗୋଟିଏ ପାର୍ଶ୍ୱରେ ଦୁଇଟି ଚକା ଉପରକୁ କରି କାର୍‌ ଚଳାଇଥିଲେ। ସେ କାର୍‌ର ଗତି ନିୟନ୍ତ୍ରଣ ବଜାୟ ରଖିଲେ। ଏହା ଆଗ ଟାୟାର ଖୋଲିବା, ବଦଳାଇବା ଏବଂ ପୁନଃ ଟାଣିବା ପାଇଁ ସମର୍ଥନ କଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପାର୍କିଂ କାର୍‌ରେ ମଧ୍ୟ ଟାୟାର ବଦଳାଇବାକୁ ବହୁତ ସମୟ ଲାଗିଥାଏ। କିନ୍ତୁ ଚଳନ୍ତା କାର୍‌ରେ ଟାୟାର ଲଗାଇବା ପାଇଁ ଫୋଲ୍‌କୋଙ୍କୁ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ୍‌ ସମୟ ଲାଗିଥିଲା। ଏହା ସହ ସେ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଯାହାର ସମୟ ୧ ମିନିଟ୍‌ ୩୦ସେକେଣ୍ଡ୍‌ ଥିଲା।

ପୂର୍ବରୁ ଇଟାଲୀର ଲୋ ଶୋ ଦେ ଏପରି ରେକର୍ଡ କରିଥିଲେ। ସେ ଏକ ର଼୍ୟାମ୍ପ୍‌ ଉପରେ ଯାଉଥିବା କାର୍‌ର ଚକା ବଦଳାଇ ରେକର୍ଡ କରିଥିଲେ। ଏବେ ମାନୁଏଲ ଏବଂ ଜିଆନଲୁକା ଏହି ରେକର୍ଡକୁ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri