Posted inଫୁରସତ

ଚଳନ୍ତା କାର୍‌ର ଟାୟାର ପରିବର୍ତ୍ତନ କରି ଗିନିଜ୍‌ ରେକର୍ଡ କଲେ ଦୁଇ ବ୍ୟକ୍ତି

କିଛି ଲୋକ ଅଛନ୍ତି, ଅନେକ ଅଦ୍ଭୁତ କାମ କରି ରେକର୍ଡ କରିବାକୁ ଚାହିଁଥାନ୍ତି। କାମ ଯେତେ କଷ୍ଟ ହେଲେ ମଧ୍ୟ ରିସ୍କ ନେଇ ଇଚ୍ଛା ପୂରଣ କରିଥାନ୍ତି।
ଠିକ୍‌ ସେମିତି ଇଟାଲୀର ଦୁଇ ବ୍ୟକ୍ତି ଯେ କି କଠିନ ପରିଶ୍ରମ ଏବଂ ନିଷ୍ଠା ବଳରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଏହି ଦୁଇ ବ୍ୟକ୍ତି ଚଳନ୍ତା କାରର ଟାୟାର ପରିବର୍ତ୍ତନ କରି ଗିନିଜ ଓ୍ବାଲର୍‌ଡ ରେକର୍ଡ ଭାଙ୍ଗିଛନ୍ତି। ଏହି ଚମତ୍କାର ପ୍ରଦର୍ଶନ ପାଇଁ ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲକୋ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ ସମୟ ନେଇଥିଲେ। କେବଳ ଏକ ନୂଆ ରେକର୍ଡ ନୁହେଁ ବରଂ ପୁରୁଣା ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।

ଚଳନ୍ତା କାର୍‌ରେ ଟାୟାର ପରିବର୍ତ୍ତନ କରିବା ଏତେ ସହଜ କଥା ନୁହେଁ। ଡ୍ରାଇଭର ମାନୁଏଲ ଜୋଲଡାନ ଏବଂ ଟାୟାର ଚେଞ୍ଜର ଜିଆନଲୁକା ଫୋଲ୍‌କୋ ଚଳନ୍ତା ବିଏମ୍‌ଡବ୍ଲ୍ୟୁ କାର୍‌ର ଚକାକୁ ବୁଲାଇ ଇତିହାସ ସୃଷ୍ଟି କରିଛନ୍ତି। କାର୍‌ର ଷ୍ଟିଅରିଂ ଡ୍ରାଇଭର ମାନୁଏଲ ଜୋଲଡାନ ଧରିଥିବା ବେଳେ ଜିଆନଲୁକା ଫୋଲ୍‌କୋ କାରର ଟାୟାର ବଦଳାଇବା ଦାୟିତ୍ୱ ନେଇଥିଲେ। ମାନୁଏଲ୍‌ ଗୋଟିଏ ପାର୍ଶ୍ୱରେ ଦୁଇଟି ଚକା ଉପରକୁ କରି କାର୍‌ ଚଳାଇଥିଲେ। ସେ କାର୍‌ର ଗତି ନିୟନ୍ତ୍ରଣ ବଜାୟ ରଖିଲେ। ଏହା ଆଗ ଟାୟାର ଖୋଲିବା, ବଦଳାଇବା ଏବଂ ପୁନଃ ଟାଣିବା ପାଇଁ ସମର୍ଥନ କଲେ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ପାର୍କିଂ କାର୍‌ରେ ମଧ୍ୟ ଟାୟାର ବଦଳାଇବାକୁ ବହୁତ ସମୟ ଲାଗିଥାଏ। କିନ୍ତୁ ଚଳନ୍ତା କାର୍‌ରେ ଟାୟାର ଲଗାଇବା ପାଇଁ ଫୋଲ୍‌କୋଙ୍କୁ ମାତ୍ର ୧ ମିନିଟ୍‌ ୧୭ ସେକେଣ୍ଡ୍‌ ସମୟ ଲାଗିଥିଲା। ଏହା ସହ ସେ ପୂର୍ବ ରେକର୍ଡ ମଧ୍ୟ ଭାଙ୍ଗିଥିଲେ। ଯାହାର ସମୟ ୧ ମିନିଟ୍‌ ୩୦ସେକେଣ୍ଡ୍‌ ଥିଲା।

ପୂର୍ବରୁ ଇଟାଲୀର ଲୋ ଶୋ ଦେ ଏପରି ରେକର୍ଡ କରିଥିଲେ। ସେ ଏକ ର଼୍ୟାମ୍ପ୍‌ ଉପରେ ଯାଉଥିବା କାର୍‌ର ଚକା ବଦଳାଇ ରେକର୍ଡ କରିଥିଲେ। ଏବେ ମାନୁଏଲ ଏବଂ ଜିଆନଲୁକା ଏହି ରେକର୍ଡକୁ ଭାଙ୍ଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri