Posted inଜାତୀୟ

ମମତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ କରାଯାଉ: ଭାଜପା

କୋଲକାତା,୧୪।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ମାର୍ଚ୍ଚ ୧୦ରେ ନନ୍ଦିଗ୍ରାମରେ ପ୍ରଚାର କରିବା ବେଳେ ମମତା ଆହତ ହୋଇଥିଲେ। ଏହାପରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଗୋଡ ଭାଙ୍ଗି ଯାଇଥିବା ରିପୋର୍ଟରୁ ଜଣାପଡିଥିଲା। ପଶ୍ଚିମବଙ୍ଗ ଭାଜପା ନିର୍ବାଚନ ଆୟୋଗଙ୍କୁ ଏକ ଚିଠି ଲେଖି କହିଛି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଡାକ୍ତରୀ ରିପୋର୍ଟ ସାର୍ବଜନୀନ କରାଯିବା ଉଚିତ। ଭାଜପା ଚିଠିରେ ଲେଖିଛି ଯେ, ଜନସାଧାରଣ ଏବଂ ଭୋଟରମାନେ ଯେପରି ଦ୍ୱନ୍ଦ୍ୱରେ ନ ପଡ଼ନ୍ତି ସେଥିପାଇଁ ସମସ୍ତଙ୍କୁ ସତ୍ୟ ପ୍ରକାଶ କରାଯାଉ।
ସୂଚନାଯୋଗ୍ୟ, ମମତା ଅଭିଯୋଗ କରିଥିଲେ ୪-୫ ଜଣ ଆସି ତାଙ୍କୁ ଠେଲି ଦେବାରୁ କାର ଡୋରରେ ମାଡ଼ ହୋଇ ତାଙ୍କ ଗୋଡ଼ରେ ଆଘାତ ଲାଗିଛି। ଯଦିଓ ରାଜ୍ୟରେ ବିରୋଧୀ ଭାଜପା ଓ କଂଗ୍ରେସ ଏହାକୁ ଦୁର୍ଘଟଣା ବୋଲି କହିଥିଲେ ହେଲେ ଟିଏମସି ଭାଜପା ଉପରେ ଓଲଟା ଅଭିଯୋଗ ଆଣିଥିଲା। ଏହାପରେ ନିର୍ବାଚନ କମିଶନର ରିପୋର୍ଟ ମାଗିଥିଲେ। ନିର୍ବାଚନ କମିଶନର କହିଛନ୍ତି, ମମତାଙ୍କ ସହ ଯାହା ହୋଇଛି ତାହା ଦୁର୍ଘଟଣା, ଷଡ଼ଯନ୍ତ୍ର କିମ୍ବାା ଆକ୍ରମଣର କୌଣସି ପ୍ରମାଣ ନାହିଁ। ମମତା ବାନାର୍ଜୀ ଏବେ ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ହ୍ବିଲ ଚେୟାରରେ ପ୍ରଚାର କାମ ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ମହାସାଗରରେ ୨ ବାତ୍ୟା, ଗୋଟିଏ ଅସାନି, ଅନ୍ୟଟି କରିମ୍‌…

ନୂଆଦିଲ୍ଲୀ, ୧୦।୫ : ବଙ୍ଗୋପସାଗରର ଦକ୍ଷିଣପୂର୍ବ ଉପକୂଳରୁ ଉଠିଥିବା ବାତ୍ୟା  ଆସାନି ର ପ୍ରଭାବ ଅନୁଭୁତ ହେବା ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ, ଓଡିଶା, ତେଲେଙ୍ଗାନା ଏବଂ...

ସିଆଚେନ୍‌ରେ ସେନାମୁଖ୍ୟ ନରାଓ୍ବଣେ: ଯବାନଙ୍କୁ କଲେ ପ୍ରଶଂସା

ଲେହ,୯।୧: ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରାଓ୍ବଣେ ଗୁରୁବାର ସିଆଚେନ୍‌ରେ ପହଞ୍ଚିଛନ୍ତି। ସେଠାରେ ମୁତୟନ ଥିବା ଯବାନଙ୍କୁ ନୂଆବର୍ଷର ଅଭିନନ୍ଦନ ଜଣାଇବା ସହିତ ସୁରକ୍ଷା...

ମନ୍ଦିର ଭିତରକୁ ପଶିଆସିଲା କୁମ୍ଭୀର: ଲୋକେ କଲେ ପୂଜାର୍ଚ୍ଚନା

ଅହମ୍ମଦାବାଦ, ୨୪।୬: ଗୁଜରାଟର ମହିସାଗର ଜିଲାରେ ଥିବା ଖୋଡିୟାର ମାତା ମନ୍ଦିର ଭିତରକୁ ଏକ କୁମ୍ଭୀର ପଶିଆସିଥିଲା। ଶ୍ରଦ୍ଧାଳୁ ମାତାଙ୍କ ରୂପ ଭାବ କୁମ୍ଭୀରକୁ ପୂଜାର୍ଚ୍ଚନା...

କରୋନା ଟିକାକରଣ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ, ଘରେ ଘରେ ପହଞ୍ଚିବ ଟିକା

ନୂଆଦିଲ୍ଲୀ,୧ ।୧: ଦେଶରେ କରୋନା ଭାଇରସ ଟିକାକରଣକୁ ନେଇ ପ୍ରସ୍ତୁତି ଯୋରସୋରରେ ଚାଲିଛି । ଏହି ଟିକାକରଣ ପାଇଁ ପ୍ରାୟ ୯୬ ହଜାର କର୍ମୀଙ୍କୁ ପ୍ରଶିକ୍ଷଣ...

ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ୍ ପ୍ରକାଶ ଚୌତାଲା କରୋନା ସଂକ୍ରମିତ

ସିରସା,୩ ।୧୨: ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଇଣ୍ଡିଆନ୍ ନ୍ୟାଶନାଲ ଲୋକଦଳର ମୁଖ୍ୟ ଓମ ପ୍ରକାଶ ଚୌତାଲା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ବୁଧବାର...

ସଫଳତା ପରେ ଏତେ ବଦଳିଗଲେଣି ହିମେଶ

ମୁମ୍ବାଇ: ‘ଆଶିକ୍‌ ବନାୟା’, ‘ଆପ୍‌କା ସୁରୁର’, ‘ଅକ୍ସର’ ପରି ହିଟ୍‌ ଗୀତ ଦେଇ ରାତାରାତି ସିଙ୍ଗିଙ୍ଗ୍‌ ସେନ୍‌ସେଶନ ପାଲଟିଥିଲେ ହିମେଶ ରେଶମିୟା। ସେ ସର୍ବଦା ନୂତନ...

ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ: ଗଲାଣି ୫୦ ଜଣଙ୍କ ଜୀବନ

ଗୁଆହାଟି,୭ା୭: ଆସାମରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଆତଙ୍କ ଦେଖାଦେଇଛି। ଏଥିଯୋଗୁ ୫୦ ଜଣଙ୍କ ଜୀବନ ଗଲାଣି ବୋଲି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି। ଜୁଲାଇ...

ଆଶିଷଙ୍କ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୫।୪ : ଲଖୀମପୁର ଖେରୀ ମାମଲାରେ ଆଶିଷ ମିଶ୍ରଙ୍କ ଜାମିନ ନେଇ ସୁପ୍ରିମ୍‌କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି। ତାଙ୍କ ଜାମିନ ଖାରଜ ପାଇଁ କରାଯାଇଥିବା...

Advertisement
Archives

Model This Week