Posted inଜାତୀୟ

ଝୁଲା ବିଧାନସଭା ହେଲେ ଏନ୍‌ଡିଏକୁ ଫେରିବେ ମମତା

କୋଲକାତା, ୧।୩: ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ବହୁମତ ନ ମିଳି ଯଦି ଝୁଲା ବିଧାନସଭା ହୁଏ ତେବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସରକାର ଗଢ଼ିବା ପାଇଁ ପୁନର୍ବାର ଭାଜପା ହାତ ଧରିବେ ବୋଲି ରବିବାର ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ତେଣୁ ଭାଜପା-ଆର୍‌ଏସ୍‌ଏସ୍‌ ସାମ୍ପ୍ରଦାୟିକ ସୁବିଧାବାଦୀଙ୍କୁ ରୋକିବାକୁ ହେଲେ ପ୍ରଥମେ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ହରାଇବାକୁ ହେବ ବୋଲି ସେ ମତ ଦେଇଛନ୍ତି। ପଶ୍ଚିମବଙ୍ଗରେ ଭାଜପା ଏବଂ ଟିଏମ୍‌ସି ମଧ୍ୟରେ ଚାଲିଥିବା ଲଢ଼େଇ କେବଳ ଲୋକଦେଖାଣିଆ। ନିର୍ବାଚନ ସମୟରେ ଭାଜପା ପିଏମ୍‌ କେୟାର ପାଣ୍ଠିରେ ନେତାଙ୍କୁ କିଣୁଥିବା ୟେଚୁରୀ ଅଭିଯୋଗ କରିଛନ୍ତି। ବାମଦଳ ଓ ଧର୍ମନିରପେକ୍ଷ ଶକ୍ତିର ମହାମେଣ୍ଟ ପଶ୍ଚିମବଙ୍ଗରେ ଦୁର୍ନୀତିଗ୍ରସ୍ତ ଟିଏମ୍‌ସି ସରକାର ଏବଂ ଭାଜପାକୁ ପରାଜିତ କରିବ। ଏହା ପଶ୍ଚିମବଙ୍ଗର ଉନ୍ନତି ପାଇଁ ଲଢ଼େଇ କରିବ ବୋଲି କୋଲକାତାର ବ୍ରିଗେଡ୍‌ ପ୍ୟାରେଡ୍‌ ଗ୍ରାଉଣ୍ଡଠାରେ ଏକ ମିଳିତ ରାଲିକୁ ସମ୍ବୋଧନ କରି ସିପିଏମ୍‌ ନେତା କହିଛନ୍ତି।

ପଶ୍ଚିମବଙ୍ଗ ଏଡିଜିଙ୍କୁ ବଦଳାଇଲେ ଇସି

ପଶ୍ଚିମବଙ୍ଗରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହେବାର ଦିନକ ପରେ ନିର୍ବାଚନ କମିଶନ ଶନିବାର ସେଠାର ଅତିରିକ୍ତ ମହାନିର୍ଦ୍ଦେଶକ (ଏଡିଜି ଆଇନ ଶୃଙ୍ଖଳା) ଜାଓ୍ବେଦ ଶାମିମ୍‌ଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ଅଗ୍ନିଶମ ମହାନିର୍ଦ୍ଦେଶକ ଜଗମୋହନଙ୍କୁ ନିଯୁକ୍ତି ଦିଆଯାଇଛି। ଆଇନ ଶୃଙ୍ଖଳା ଏଡିଜି ହେଉଛନ୍ତି ରାଜ୍ୟ ପୋଲିସ ନୋଡାଲ ଅଫିସର, ଯିଏ ପୋଲିସ ସମ୍ପର୍କିତ ପ୍ରସଙ୍ଗରେ ନିର୍ବାଚନ କମିଶନଙ୍କ ସହ ସମନ୍ବୟ ରକ୍ଷା କରିଥାନ୍ତି। ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଦୁଇଜଣ ସ୍ବତନ୍ତ୍ର ପୋଲିସ ପର୍ଯ୍ୟବେକ୍ଷକ ବିବେକ ଦୁବେ ଏବଂ ମୃଣାଳ କାନ୍ତି ଦାସ ପହଞ୍ଚତ୍ବା ପୂର୍ବରୁ ଏଡିଜିଙ୍କ ବଦଳି କରାଯାଇଛି। ମାତ୍ର ୩ ସପ୍ତାହ ପୂର୍ବରୁ ଶାମିମ୍‌ଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ନିଯୁକ୍ତି ଦିଆଯାଇଥିଲା। ଏବେ ସେ ଅଗ୍ନିଶମ ମହାନିର୍ଦ୍ଦେଶକ ନିଯୁକ୍ତ ହୋଇଛନ୍ତି। ଏହା ପଛରେ ରାଜନୈତିକ ଗନ୍ଧ ଥିବା ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନେ କହିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ନେଇ ଭାଜପା ଏମ୍‌ପି ସ୍ବପନ ଦାସଗୁପ୍ତା ଏବଂ ବେଙ୍ଗଲ ନେତା ଶିଶିର ବାଜୋରିଆ ଅଭିଯୋଗ କରିଥିଲେ। ସେମାନଙ୍କ ଅଭିଯୋଗ ଆଧାରରେ ଏଡିଜିଙ୍କ ବଦଳି କରାଯାଇଥିବା ଟିଏମ୍‌ସି ଏମ୍‌ପି ସୌଗତ ରାୟ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୁକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୁକ ଯୁବତୀ(୨୧)ଙ୍କୁ…

ବସ୍‌ ମାଲିକ ସଂଘର ପୂର୍ବତନ ସମ୍ପାଦକଙ୍କ ପରଲୋକ, ଝୁରୁଛନ୍ତି ଅଞ୍ଚଳବାସୀ

ଭଞ୍ଜନଗର,୩୦ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଘୁମୁସର ଘରୋଇ ବସ୍‌ ମାଲିକ ସଂଘ ଭଞ୍ଜନଗରର ପୂର୍ବତନ ସମ୍ପାଦକ ତଥା ବର୍ତ୍ତମାନର ଉପସଭାପତି ସୁବାସ ଚନ୍ଦ୍ର ଦିହୁଡିଙ୍କର ରବିବାର ଅପରାହ୍ନରେ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

ଓଡ଼ିଆ ସାହିତ୍ୟର ଜଣେ ଅମର ନକ୍ଷତ୍ର ଥିଲେ ସ୍ବଭାବ କବି ଗଙ୍ଗାଧର ମେହେର, ତାଙ୍କ କଲମ ଚାଳନାରେ ଥିଲା…

କେସିଙ୍ଗା,୩୦ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗାସ୍ଥିତ ଚେତାବନୀ ସାହିତ୍ୟ ସଂସଦ ପକ୍ଷରୁ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ସମାରୋହ ଅନୁଷ୍ଠାନର ସଭାପତି ଯାଜ୍ଞସେନୀ ସାହାଙ୍କ…

ନିଟ୍‌ରେ ସଫଳ ଦୁଇ ଭଉଣୀଙ୍କ ଡାକ୍ତରୀ ପାଠରେ ଅର୍ଥ ସାଜିଛି ବାଧକ, ସ୍ବପ୍ନରେ ରହିଯିବ କି ଉଭୟଙ୍କ…

କର୍ଲାମୁଣ୍ଡା,୩୦ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ଗ୍ରାମର ଏକ ମେଧାବୀ ପରିବାରର ଦୁଇ ଭଉଣୀ ଏକାସାଙ୍ଗେ ନିଟ୍‌ ପରୀକ୍ଷାରେ ସଫଳତା ହାସଲ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri