Posted inଜାତୀୟ

‘ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ମମତା’

ନୂଆଦିଲ୍ଲୀ, ୧।୨: ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ମମତା ବାନାର୍ଜୀ ଅନ୍ୟାୟ କରିଛନ୍ତି। ତେଣୁ ବହୁସଂଖ୍ୟାରେ ଟିଏମ୍‌୍‌ସି ନେତା ଭାଜପାରେ ଯୋଗ ଦେଉଥିବା ହାଓଡ଼ାଠାରେ ଭାଜପାର ଏକ ରାଲିକୁ ଭର୍ଚୁଆଲି ସମ୍ବୋଧନ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଟିଏମ୍‌ସି ସମେତ ଅନ୍ୟ ଦଳର ନେତାମାନେ ଭାଜପାରେ ସାମିଲ ହେଉଛନ୍ତି। ନିର୍ବାଚନ ବେଳକୁ ମମତା ଦିଦି ଏକା ହୋଇଯାଇଥିବେ। ମୋଦି ସରକାର ‘ଜନ କଲ୍ୟାଣ’ ପାଇଁ କାର୍ଯ୍ୟ କରୁଥିବାବେଳେ ମମତା ବାନାର୍ଜୀଙ୍କ ସରକାର ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅଭିଯୋଗ କରିଥିଲେ। ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଶାହା ଏଭଳି କହିଥିଲେ। ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର କେନ୍ଦ୍ରୀୟ ନେତୃବୃନ୍ଦ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଶାହା ଦୁଇଦିନିଆ ଗସ୍ତରେ ଆସିବା କାର୍ଯ୍ୟକ୍ରମ ଥିଲେ ହେଁ କୃଷକ ଆନ୍ଦୋଳନ ଓ ଦିଲ୍ଲୀରେ ବିସ୍ଫୋରଣ ଯୋଗୁ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତକୁ ବାତିଲ କରିଦିଆଯାଇଥିଲା। ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଲିରେ ଯୋଗ ଦେଇଥିଲେ।
ବାମଦଳ ଶାସନଠାରୁ ବର୍ତ୍ତମାନର ପଶ୍ଚିମବଙ୍ଗ ସ୍ଥିତି ଆହୁରି ଖରାପ। ଇରାନୀ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସରକାର ଦୁର୍ନୀତିରେ ଲିପ୍ତ ରହିଛି। ମହାମାରୀ ସମୟରେ କେନ୍ଦ୍ର ସରକାର ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇଥିଲେ। ପଶ୍ଚିମବଙ୍ଗର ଶାସକ ଦଳ ଏହି ରାଶନକୁ ହଡ଼ପ କରିଥିବା ସ୍ମୃତି ଅଭିଯୋଗ କରିଛନ୍ତି। ମମତାଙ୍କ ଦଳ ଅନ୍ତର୍ଦ୍ୱନ୍ଦ୍ୱକୁ ସମର୍ଥନ କରୁଛି ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ଅପମାନିତ କରୁଛି। ଏହି ଦଳରେ କେହି ରହିପାରିବେ ନାହିଁ ବୋଲି ଇରାନୀ କହିଥିଲେ। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ରାମ ମନ୍ଦିର ନିର୍ମାଣ ହେବା ସହ ବେଙ୍ଗଲକୁ ରାମ ରାଜ୍ୟ ଖୁବ୍‌ଶୀଘ୍ର ଆସୁଛି ବୋଲି ସେ କହିଥିଲେ।
ନିକଟରେ ଭାଜପାରେ ଯୋଗଦେଇଥିବା ପୂର୍ବତନ ଟିଏମ୍‌ସି ନେତା ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ, ପ୍ରବୀର ଘୋଷାଲ, ରାଠିନ୍‌ ଚକ୍ରବର୍ତ୍ତୀ ଏବଂ ରୁଦ୍ରନିଲ୍‌ ଘୋଷ ରାଲିରେ ଯୋଗଦେଇଥିଲେ। ପଶ୍ଚିମବଙ୍ଗ ଭାଜପା ଉପସଭାପତି ମୁକୁଲ ରାୟ, ଦଳର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟ ପ୍ରମୁଖ ଡୁମୁରଜାଲା ଷ୍ଟାଡିୟମ ରାଲିରେ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗରେ ଆମେ ଡବଲ୍‌ ଇଞ୍ଜିନ୍‌ ସରକାର ଚାହୁଁ ବୋଲି ରାଜୀବ ବାନାର୍ଜୀ କହିଥିଲେ। ସୋନାର ବାଙ୍ଗ୍‌ଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଆବଶ୍ୟକ। ଟିଏମ୍‌ସି ଏକ ଦଳ ନୁହେଁ ଏକ ଘରୋଇ ଲିମିଟେଡ କମ୍ପାନୀ। ଫେବୃୟାରୀ ୨୮ ବେଳକୁ ମମତାଙ୍କ ଦଳରେ କେହି ନେତା ନ ଥିବେ ବୋଲି ଭାଜପାରେ ଯୋଗଦେଇଥିବା ପୂର୍ବତନ ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ। ଆଗାମୀ ଏପ୍ରିିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭାଜପା କ୍ଷମତାକୁ ଆସିବା ଲାଗି ଜୋର୍‌ଦାର ପ୍ରଚାର ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଦୁର୍ଗମ ଜଙ୍ଗଲରେ ଚଢାଉ: ମଦ କାରଖାନା ଭାଙ୍ଗିଲା ଅବକାରୀ ବିଭାଗ, ୧୯ ହଜାର ଲିଟର ମଦ ପୋଚ * ୧୧ ଶହ ଲିଟର ଦେଶୀ ମଦ ଜବତ

ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଟି.ଗୋବିନ୍ଦପୁର ପଞ୍ଚାୟତ ଜନଜାତି ବହୁଳ ଦାମପୁର ଗାଁ ନିକଟ ଦୁର୍ଗମ ଜଙ୍ଗଲରେ ମଙ୍ଗଳବାର ସକାଳେ ସାନଖେମୁଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri