Posted inଜାତୀୟ

‘ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଛନ୍ତି ମମତା’

ନୂଆଦିଲ୍ଲୀ, ୧।୨: ପଶ୍ଚିମବଙ୍ଗ ଜନସାଧାରଣଙ୍କ ପ୍ରତି ମମତା ବାନାର୍ଜୀ ଅନ୍ୟାୟ କରିଛନ୍ତି। ତେଣୁ ବହୁସଂଖ୍ୟାରେ ଟିଏମ୍‌୍‌ସି ନେତା ଭାଜପାରେ ଯୋଗ ଦେଉଥିବା ହାଓଡ଼ାଠାରେ ଭାଜପାର ଏକ ରାଲିକୁ ଭର୍ଚୁଆଲି ସମ୍ବୋଧନ କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ଟିଏମ୍‌ସି ସମେତ ଅନ୍ୟ ଦଳର ନେତାମାନେ ଭାଜପାରେ ସାମିଲ ହେଉଛନ୍ତି। ନିର୍ବାଚନ ବେଳକୁ ମମତା ଦିଦି ଏକା ହୋଇଯାଇଥିବେ। ମୋଦି ସରକାର ‘ଜନ କଲ୍ୟାଣ’ ପାଇଁ କାର୍ଯ୍ୟ କରୁଥିବାବେଳେ ମମତା ବାନାର୍ଜୀଙ୍କ ସରକାର ପୁତୁରା କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅଭିଯୋଗ କରିଥିଲେ। ତୃଣମୂଳ କଂଗ୍ରେସର ଡାଇମଣ୍ଡ ହାର୍ବର ଏମ୍‌ପି ଅଭିଷେକ ବାନାର୍ଜୀଙ୍କୁ ଲକ୍ଷ୍ୟ କରି ଶାହା ଏଭଳି କହିଥିଲେ। ଆଗାମୀ ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି ଭାଜପାର କେନ୍ଦ୍ରୀୟ ନେତୃବୃନ୍ଦ ବାରମ୍ବାର ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି। ଶାହା ଦୁଇଦିନିଆ ଗସ୍ତରେ ଆସିବା କାର୍ଯ୍ୟକ୍ରମ ଥିଲେ ହେଁ କୃଷକ ଆନ୍ଦୋଳନ ଓ ଦିଲ୍ଲୀରେ ବିସ୍ଫୋରଣ ଯୋଗୁ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତକୁ ବାତିଲ କରିଦିଆଯାଇଥିଲା। ତାଙ୍କ ବଦଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ରାଲିରେ ଯୋଗ ଦେଇଥିଲେ।
ବାମଦଳ ଶାସନଠାରୁ ବର୍ତ୍ତମାନର ପଶ୍ଚିମବଙ୍ଗ ସ୍ଥିତି ଆହୁରି ଖରାପ। ଇରାନୀ ରାଜ୍ୟର ମମତା ବାନାର୍ଜୀ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସରକାର ଦୁର୍ନୀତିରେ ଲିପ୍ତ ରହିଛି। ମହାମାରୀ ସମୟରେ କେନ୍ଦ୍ର ସରକାର ଦେଶର ୮୦ କୋଟି ଜନସାଧାରଣଙ୍କ ପାଇଁ ମାଗଣା ଖାଦ୍ୟଶସ୍ୟ ଯୋଗାଇଥିଲେ। ପଶ୍ଚିମବଙ୍ଗର ଶାସକ ଦଳ ଏହି ରାଶନକୁ ହଡ଼ପ କରିଥିବା ସ୍ମୃତି ଅଭିଯୋଗ କରିଛନ୍ତି। ମମତାଙ୍କ ଦଳ ଅନ୍ତର୍ଦ୍ୱନ୍ଦ୍ୱକୁ ସମର୍ଥନ କରୁଛି ଏବଂ ‘ଜୟ ଶ୍ରୀରାମ’ ସ୍ଲୋଗାନକୁ ଅପମାନିତ କରୁଛି। ଏହି ଦଳରେ କେହି ରହିପାରିବେ ନାହିଁ ବୋଲି ଇରାନୀ କହିଥିଲେ। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ରାମ ମନ୍ଦିର ନିର୍ମାଣ ହେବା ସହ ବେଙ୍ଗଲକୁ ରାମ ରାଜ୍ୟ ଖୁବ୍‌ଶୀଘ୍ର ଆସୁଛି ବୋଲି ସେ କହିଥିଲେ।
ନିକଟରେ ଭାଜପାରେ ଯୋଗଦେଇଥିବା ପୂର୍ବତନ ଟିଏମ୍‌ସି ନେତା ରାଜୀବ ବାନାର୍ଜୀ, ବୈଶାଳୀ ଡାଲମିଆ, ପ୍ରବୀର ଘୋଷାଲ, ରାଠିନ୍‌ ଚକ୍ରବର୍ତ୍ତୀ ଏବଂ ରୁଦ୍ରନିଲ୍‌ ଘୋଷ ରାଲିରେ ଯୋଗଦେଇଥିଲେ। ପଶ୍ଚିମବଙ୍ଗ ଭାଜପା ଉପସଭାପତି ମୁକୁଲ ରାୟ, ଦଳର ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗୀୟ ପ୍ରମୁଖ ଡୁମୁରଜାଲା ଷ୍ଟାଡିୟମ ରାଲିରେ ଉପସ୍ଥିତ ଥିଲେ। ପଶ୍ଚିମବଙ୍ଗରେ ଆମେ ଡବଲ୍‌ ଇଞ୍ଜିନ୍‌ ସରକାର ଚାହୁଁ ବୋଲି ରାଜୀବ ବାନାର୍ଜୀ କହିଥିଲେ। ସୋନାର ବାଙ୍ଗ୍‌ଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ଭାଜପା ସରକାର ଆବଶ୍ୟକ। ଟିଏମ୍‌ସି ଏକ ଦଳ ନୁହେଁ ଏକ ଘରୋଇ ଲିମିଟେଡ କମ୍ପାନୀ। ଫେବୃୟାରୀ ୨୮ ବେଳକୁ ମମତାଙ୍କ ଦଳରେ କେହି ନେତା ନ ଥିବେ ବୋଲି ଭାଜପାରେ ଯୋଗଦେଇଥିବା ପୂର୍ବତନ ଟିଏମ୍‌ସି ନେତା ଶୁଭେନ୍ଦୁ ଅଧିକାରୀ କହିଥିଲେ। ଆଗାମୀ ଏପ୍ରିିଲ-ମେ’ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଭାଜପା କ୍ଷମତାକୁ ଆସିବା ଲାଗି ଜୋର୍‌ଦାର ପ୍ରଚାର ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri