Posted inଜାତୀୟ

ବିହାର ଫଳାଫଳକୁ ନେଇ ମମତା ଶିବିରରେ ଛନକା! ପଦ୍ମ ଫୁଟିବା ଚର୍ଚ୍ଚା ମଧ୍ୟରେ TMC କହିଲା ଏମିତି… 

କୋଲକାତା,୧୪।୧୧: ବିହାର ବିଧାନସଭା ନିର୍ବାଚନରେ ଏନ୍‌ଡିଏ ମେଣ୍ଟର ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ପଶ୍ଚିମବଙ୍ଗର ମମତା ଶିବିରର ଚିନ୍ତା ବଢ଼ିଥିବା ଚର୍ଚ୍ଚା ଜୋର ଧରିଛି। ଏମିତିରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଶୁକ୍ରବାର ବିହାର ଫଳାଫଳ ନେଇ ମତ ରଖିଛି। ଦଳ କହିଛି ଯେ ବିହାର ନିର୍ବାଚନ ଫଳାଫଳର  କୌଣସି ପ୍ରଭାବ ପଶ୍ଚିମବଙ୍ଗରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ଉପରେ ପଡ଼ିବ ନାହିଁ।
ତୃଣମୂଳ କଂଗ୍ରେସର ମୁଖପାତ୍ର କୁଣାଲ ଘୋଷ ‘ଏକ୍ସ’ରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଆସନ୍ତା ବର୍ଷ ନିର୍ବାଚନ ପରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ୨୫୦ରୁ ଅଧିକ ଆସନ ଜିତି ଚତୁର୍ଥ ଥର ପାଇଁ ସତ୍ତାକୁ ଆସିବ। ବିହାର ନିର୍ବାଚନ ଫଳାଫଳ ପୁଣି ପ୍ରମାଣ କରିଛି ଯେ ଭାଜପା ବିରୋଧରେ କଂଗ୍ରେସ ବିଫଳ ହୋଇଛି।
ରାଜ୍ୟ ସଭାର ପୂର୍ବତନ ସଦସ୍ୟ ଥିବା ଘୋଷ କହିଛନ୍ତି, ”ଏହା ବିହାରର ସମୀକରଣ। ଏହାର ପଶ୍ଚିମବଙ୍ଗ ସହ କୌଣସି ସମ୍ପର୍କ ନାହିଁ। ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ପଶ୍ଚିମବଙ୍ଗରେ ବିକାଶ, ଏକତା, ସଦ୍‌ଭାବ, ଅଧିକାର ଏବଂ ସ୍ବାଭିମାନ ହିଁ ନିର୍ଣ୍ଣାୟକ କାରକ। ୨୫୦ରୁ ଅଧିକ ଆସନ ସହିତ ମମତା ବାନାର୍ଜୀ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ।“

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବିହାରରେ ଭାଜପା-ଜେଡି(ୟୁ) ସମ୍ପର୍କ କେଉଁ ଦିଗରେ ଯାଉଛି ତାହାକୁ ନେଇ ଉତ୍ସୁକତା ରହିବ। ଏହାଛଡ଼ା ଭାଜପା ଏଜେନ୍ସିଂ ଏବଂ କେନ୍ଦ୍ରୀୟ ଶକ୍ତିର ଦୁରୁପଯୋଗ ପଶ୍ଚିମବଙ୍ଗ ନିର୍ବାଚନ ସମୟରେ କରିବ। ଏହା ବିରୋଧରେ ତୃଣମୂଳର ଆନ୍ଦୋଳନ ଜାରି ରହିବ। ପଶ୍ଚିମବଙ୍ଗ ଜନସାଧାରଣଙ୍କ ନିକଟତର ହୋଇ ତୃଣମୂଳ ବିଜେପିର ସବୁ ଷଡ଼ଯନ୍ତ୍ରକୁ ନଷ୍ଟ କରିଦେବ ବୋଲି ସେ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚିତାବାଘ, ଭାଲୁ ସହ ଜଙ୍ଗଲୀ କୁକୁରର ଭୟ…, ଏହାକୁ ଖାତିର ନକରି ଦୁଇ ଭଉଣୀଙ୍କୁ ପାଠ ପଢ଼ାଇବା ପାଇଁ ଜଙ୍ଗଲ ମଧ୍ୟରେ ୫ କିଲୋମିଟର ଚାଲି ଚାଲି ଯାଉଛନ୍ତି ଶିକ୍ଷକ

ମୁମ୍ବାଇ,୪।୯: ଜଣେ ଶିକ୍ଷକଙ୍କ ଶିକ୍ଷା ପ୍ରତି ଆଗ୍ରହ ଏବଂ ପିଲାମାନଙ୍କ ଭବିଷ୍ୟତ ଗଠନ ପ୍ରତି ତାଙ୍କର ଉତ୍ସର୍ଗତାର ଏକ ପ୍ରେରଣାଦାୟକ ଉଦାହରଣ ମହାରାଷ୍ଟ୍ରର କୋହ୍ଲାପୁର ଜିଲାରୁ ସାମ୍ନାକୁ…

ଭାଦ୍ରବ ମାସରେ ଦାନ କରନ୍ତୁ ଏହି ୫ ଜିନିଷ: ଈଶ୍ୱରଙ୍କ କୃପା ସହ ଖୋଲିଯିବ ଉନ୍ନତିର ରାସ୍ତା!

ଭାଦ୍ରବ ମାସକୁ ପୂଜାପାଠ ଓ ଧାର୍ମିକ ସାଧନା ପାଇଁ ବେଶ ମହତ୍ତ୍ୱପୂର୍ଣ୍ଣ ବୋଲି ମନେ କରାଯାଏ। ଏହି ମାସରେ ଜନ୍ମାଷ୍ଟମୀ, ଗଣେଶ ଚତୁର୍ଥୀ ଓ ଅନନ୍ତ ଚତୁର୍ଦ୍ଦଶୀ…

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

ଏକାଥରକେ ପଡିବ ଶନି, ରାହୁ, କେତୁଙ୍କ ଶୁଭ ଦୃଷ୍ଟି: ମୀନ ସମେତ ଏହି ସବୁ ରାଶିଙ୍କ ପୂରଣ ହେବ ଦୀର୍ଘଦିନର ଇଚ୍ଛା

ଆସନ୍ତା ୫ ସେପ୍ଟେମ୍ବର ୨୦୨୬, ଭାଦ୍ରବ ମାସ କୃଷ୍ଣପକ୍ଷ ନବମୀ ତିଥି ଏବଂ ଶନିବାର। ଏହି ଦିନ କର୍ମ ଓ ନ୍ୟାୟର ଦେବତା ଶନିଙ୍କୁ ସମର୍ପିତ। ଏହାସହ…

DAରେ ୧୮% ବୃଦ୍ଧି! ସରକାରୀ କର୍ମଚାରୀଙ୍କୁ ସରକାରଙ୍କ ‘ଜନ୍ମାଷ୍ଟମୀ ଉପହାର’

ନୂଆଦିଲ୍ଲୀ,୫।୯: ପଞ୍ଜାବର ପ୍ରାୟ ୮୫ ହଜାର ସରକାରୀ କର୍ମଚାରୀଙ୍କୁ ଜନ୍ମାଷ୍ଟମୀ ଅବସରରେ ବଡ଼ ଉପହାର ଦେବାକୁ ଯାଉଛନ୍ତି ରାଜ୍ୟ ସରକାର। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA)କୁ…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri