Posted inଜାତୀୟ

ଭାଜପାକୁ କଡା ଚ୍ୟାଲେଞ୍ଜ୍‌ ଦେଲେ ଦିଦି: ଦମ୍‌ ଅଛି ତ ୩୦ ଆସନ ଜିତି ଦେଖାଅ

କୋଲକତା,୨୯।୧୨: ପୁଣି ଭାଜପା ଉପରେ ବର୍ଷିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୀରଭୂମରେ ମଙ୍ଗଳବାର ପଦଯାତ୍ରା ବାହାର କରି ଏକ ରାଲିରେ ସମ୍ବୋଧିତ କରିଥିଲେ। ମମତା ଏଠାରେ ଭାଜପାକୁ କଡା ଚ୍ୟାଲେଞ୍ଜ କରି କହିଥିଲେ ଯେ, ଭାଜପା ପ୍ରଥମେ ପଶ୍ଚିମବଙ୍ଗରେ ୩୦ଟି ଆସନ ଜିତି ଦେଖାଉ ପରେ ୨୯୪ର ସ୍ବପ୍ନ ଦେଖିବ। ଭାଜପା ନେତାମାନେ ପ୍ରତି ସପ୍ତାହରେ ପଶ୍ଚିମବଙ୍ଗ ଆସୁଛନ୍ତି, ପଞ୍ଚ ତାରକା ହୋଟେଲ ଖାଦ୍ୟ ଖାଉଛନ୍ତି। କିନ୍ତୁ ଲୋକଙ୍କୁ ଦର୍ଶାଉଛନ୍ତି ଯେ ସେମାନେ ଆଦିବାସୀଙ୍କ ସହ ଖାଦ୍ୟ ଖାଉଛନ୍ତି। ଆମେ ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କ ସହ ୩୬୫ ଦିନ ରହିଛୁ, କିନ୍ତୁ ପ୍ରତିଦିନ ଭାଜପା ନକଲି ଭିଡିଓ ଭାଇରାଲ କରି ସମାଜକୁ ଭାଗ କରିବା ପାଇଁ କାର୍ଯ୍ୟ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାଲିରେ ମମତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଥିଲେ। କେତେବେଳେ ସେ ଟାଗୋର ହେବାକୁ ଚାହୁଁଥିବାବେଳେ ଆଉ କେତେବେଳେ ଗାନ୍ଧୀ ଜୀ ହେବାକୁ ଚାହୁଁଛନ୍ତି। କେନ୍ଦ୍ରୀୟ ଏଜେନ୍ସି ଏବଂ ଟଙ୍କା ବ୍ୟବହାର କରି ଭାଜପା ନେତାମାନେ ପଶ୍ଚିମବଙ୍ଗ ବୁଲିବାକୁ ଚାହୁଁଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପନିର୍ବାଚନରେ ଭାଜପା ହାତ ଖାଲି…

ନୂଆଦିଲ୍ଲୀ, ୧୬।୪ : ଦେଶର ଗୋଟିଏ ଲୋକସଭା ଏବଂ ଚାରୋଟି ବିଧାନସଭା ଆସନରେ ଅନୁଷ୍ଠିତ ଉପ-ନିର୍ବାଚନର ଫଳାଫଳ ଘୋଷଣା ହୋଇଛି। ଚାରୋଟି ବିଧାନସଭା ଆସନ ହେଉଛି...

ପଦ୍ମ ଧରିଲେ ସାଇନା ନେହଓ୍ବାଲ

ନୂଆଦିଲ୍ଲୀ, ୨୯।୧: ଭାରତର ପ୍ରସିଦ୍ଧ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲ ବୁଧବାର ଭଉଣୀ ଚନ୍ଦ୍ରାଂଶୁ ନେହଓ୍ବାଲଙ୍କ ସହ ଭାଜପାରେ ଯୋଗଦେଇଛନ୍ତି। ଭାଜପାର ଦିଲ୍ଲୀ କାର୍ଯ୍ୟାଳୟଠାରେ ଦଳର...

ରେଲଓ୍ବେ ଟ୍ରାକ୍‌ ଉଡାଇଲେ ମାଓବାଦୀ…

ରାଞ୍ଚି, ୨୭।୧ : ଝାଡ଼ଖଣ୍ଡରେ ବୁଧବାର-ଗୁରୁବାର ବିଳମ୍ବିତ ରାତିରେ ମାଓବାଦୀମାନେ ରେଲଓ୍ବେ ଟ୍ରାକ୍‌କୁ ଉଡାଇ ଦେଇଛନ୍ତି। ଝାଡ଼ଖଣ୍ଡର ଗିରିଡ଼ିହ ନିକଟରେ ମାଓବାଦୀମାନଙ୍କ ପକ୍ଷରୁ ଏଭଳି ଆଇଡି...

ପଟିଆଲାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ

ପଟିଆଲା(ପଞ୍ଜାବ),୨୯।୪: ଶିବସେନା କର୍ମକର୍ତ୍ତା ଶୁକ୍ରବାର ଖଲିସ୍ତାନ ବିରୋଧରେ ଏକ ଶୋଭାଯାତ୍ରା ବାହାର କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଶିବସେନା କର୍ମକର୍ତ୍ତା ଓ...

ବାୟୁସେନାରେ ସାମିଲ୍‌ ହେବ ‘ଅସ୍ତ୍ର’ କ୍ଷେପଣାସ୍ତ୍ର: ଚାଇନା-ପାକିସ୍ତାନର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୨୯।୯: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ର କ୍ଷେପଣାସ୍ତ୍ର ଖୁବ୍‌ ଶୀଘ୍ର ଭାରତୀୟ ବାୟୁସେନାରେ ସାମିଲ୍‌ ହେବାକୁ ଯାଉଛି। ଆକାଶରୁ ଆକାଶ ଲକ୍ଷ୍ୟଭେଦ କରୁଥିବା ‘ଅସ୍ତ୍ର’ କ୍ଷେପଣାସ୍ତ୍ରକୁ...

ନବନିର୍ବାଚିତ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇଲେ କୋବିନ୍ଦ-ଶାହା

ନୂଆଦିଲ୍ଲୀ,୨୧।୭: ଓଡ଼ିଶାର ମୟୁରଭଞ୍ଜ ଜିଲା ରାଇରଙ୍ଗପୁର ଝିଅ ଦ୍ରୌପଦୀ ମୁର୍ମୁ ଗୁରୁବାର ଭାରତର ନୂଆ ରାଷ୍ଟ୍ରପତି ହୋଇଛନ୍ତି। ଭାଜପା ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ)ର...

ଗୁଜରାଟରେ ମଦ ବିକ୍ରି ଉପରେ ଲଗାମ, ତେବେ ବି ୧୫ ବର୍ଷରେ ୮୪୫ରୁ ଅଧିକ ମଦମୃତ୍ୟୁ, ଏଏପିର କଟାକ୍ଷ…

ଅହମଦାବାଦ, ୨୬।୭ : ଗୁଜରାଟର ବୋଟାଦ ଜିଲାର ରୋଜିଦ ଗ୍ରାମରେ ଯେଉଁଠାରେ ବିଷାକ୍ତ ମଦ ପିଇବା କାରଣରୁ ମୃତ୍ୟୁ ସଂଖ୍ୟା ୨୮ରେ ପହଞ୍ଚିଛି। ଏହି ଘଟଣାକୁ...

କରୋନା ମୃତ୍ୟୁ କ୍ଷତିପୂରଣ ଆବେଦନ ପାଇଁ ୬୦ ଦିନର ସମୟ ସୀମା…

ନୂଆଦିଲ୍ଲୀ,୨୪।୩ : କରୋନା ମୃତ୍ୟୁ କ୍ଷତିପୂରଣ ପାଇବା ପାଇଁ ମିଥ୍ୟା ଦାବିର ଅଭିଯୋଗର ଯାଞ୍ଚ ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଅନୁମତି ଦେଇଛନ୍ତି। ଆନ୍ଧ୍ରପ୍ରଦେଶ, ଗୁଜୁରାଟ,...

Advertisement
Archives

Model This Week