ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା

ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିଲେ କାନ୍ଦେ। ଆଉ ସେ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ
ପିଲାଟିବେଳୁ ନାଚ ପ୍ରତି ମୋର ଦୁର୍ବଳତା ଥିଲା। ତେଣୁ ଓଡିଶୀ ନୃତ୍ୟ ଶିଖିଲି। ହେଲେ ଅଭିନୟ କରିବି ବୋଲି କେବେ ଭାବି ନ ଥିଲି। ତା’ଛଡା ମାମାଙ୍କୁ ଟିଭିରେ ଦେଖି ଭାବୁଥିଲି ଅଭିନୟ କଲେ ବହୁତ କାନ୍ଦିବାକୁ ପଡିବ। ଆଉ ମତେ କାନ୍ଦିବାକୁ ଜମା ଭଲ ଲାଗେନା। ତେଣୁ ଅଭିନୟ କରିବାକୁ ଇଛା ନ ଥିଲା। ମାମା ବି ଚାହୁଁ ନ ଥିଲେ ମୁଁ ଅଭିନୟ କରେ ବୋଲି। ସେଥିପାଇଁ ପ୍ରଥମେ ପ୍ରଥମେ ମୁଁ ଅଭିନୟର କୌଣସି ଅଫର୍‌ ଗ୍ରହଣ କରୁ ନ ଥିଲି। ତେବେ ଇଞ୍ଜିନିୟରିଂ ପଢିବାବେଳେ ‘ମୁଁ ପ୍ରେମୀ ମୁଁ ପାଗଳ’ ଚଳଚ୍ଚିତ୍ରର ଅଫର୍‌ ଆସିଥିଲା। ଭାବିଲି କରିବି। ମାମାଙ୍କୁ ବହୁତ ବୁଝେଇବା ପରେ ସେ ରାଜି ହୋଇଥିଲେ। ହେଲେ ସର୍ତ୍ତ ରଖିଲେ ଅଭିନୟ ପାଇଁ ଯେମିତି ପାଠପଢାରେ ଅସୁବିଧା ନ ହୁଏ। ସେଥିପାଇଁ ଉଭୟ କ୍ଷେତ୍ରରେ ବାଲାନ୍ସ ରଖିବାକୁ ଚେଷ୍ଟା କଲି। ଆଉ ଅଭିନୟ କରିବା ପରେ ଜାଣିଲି ଯେ, ଅଭିନୟର ନିଶା ଥରେ ଘାରିଲେ ଛାଡିବା କଷ୍ଟକର। ୟା ଭିତରେ ‘ମୁଁ ପ୍ରେମୀ ମୁଁ ପାଗଳ’, ‘ସୁଇଟ୍‌ହାର୍ଟ’, ‘ସମୟ ବଡ଼ ବଳବାନ’, ‘ରିଭେଞ୍ଜ’, ‘ସାଥୀ ତୁ ଫେରିଆ’ ଆଦି ୧୨ଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲିଣି। ‘କୌନ କିତନେ ପାନି ମେଁ’ ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଏକ ଛୋଟିଆ ଭୂମିକାରେ ବି ଅଭିନୟ କରିଛି। ଏବେ ରିଲିଜ ଅପେକ୍ଷାରେ ଅଛି ‘ଏଇ ବୋଧେ ପ୍ରେମ’, ‘ତୁ ମୋ କମ୍‌ଜୋରି’, ‘କୁହ ମୁଁ ତୁମରି ପାଇଁ’ ଆଦି ଚଳଚ୍ଚିତ୍ର।
ଅଭିନେତ୍ରୀ ନ ହେଇଥିଲେ: ଆର୍କାଏଲୋଜିଷ୍ଟ ଅବା ଡ୍ୟାନ୍ସର ହେଇଥାନ୍ତି।

ଫିଟନେସ୍‌ ମନ୍ତ୍ର: କାମ ଓ ପାଠପଢା ଯୋଗୁ ରେଗୁଲାର ଜିମ୍‌ ଯାଇପାରେନା। ହେଲେ ଡ୍ୟାନ୍ସ ପ୍ରାକ୍ଟିସ ପାଇଁ ମୁଁ ଫିଟ୍‌ ରହିଥାଏ। ସମୟ ମିଳିଲେ ଘରେ କିଛି କିଛି ବ୍ୟାୟାମ ବି କରେ।

ପ୍ରିୟ ଖାଦ୍ୟ
ଦହି ପଖାଳକୁ ବାଇଗଣ ପୋଡା ମୋର ବହୁତ ପିୟ। ଡାଇଟିଂବେଳେ ମୁଁ ଦହି ଭାତ ଖାଏ। ଆଉ ଅନ୍ୟ ସମୟରେ ମତେ ପଖାଳ ଖାଇବାକୁ ଭଲ ଲାଗେ। ବାଙ୍ଗାଲୋର୍‌ରେ ରହୁଥିବାରୁ ଓଡିଶାର ଟେଷ୍ଟି ଷ୍ଟ୍ରିଟ୍‌ ଫୁଡ ସହ ଅଭଡାକୁ ମୁଁ ବହୁତ ମିସ୍‌ କରୁଛି।

ସିଙ୍ଗଲ ଅନୁଭା: ଏଯାଏଁ ତ କେହି ମୋ ଜୀବନରେ ନାହାନ୍ତି। ଆଉ ଯିଏ ବି ଟିକେ ପସନ୍ଦ ଆସିଥିଲେ ସମୟ ଅଭାବରୁ କଥା ଆଗେଇ ପାରିଲାନି।

ଜୀବନସାଥୀ: ମୋ କାମକୁ ବୁଝିପାରୁଥିବା ଓ ମୋ ସଫଳତାରେ ଖୁସି ହୋଇପାରିବା ଭଳି ମଣିଷଟିଏ ଚାହେଁ।

ମୋ ବେଷ୍ଟଫ୍ରେଣ୍ଡ: ଆଇ ମୋର ଭଲ ସାଙ୍ଗ। ତେଣୁ ଏମ୍‌ବିଏ କରିବା ପାଇଁ ବାଙ୍ଗାଲୋର ଆସିବାବେଳେ ସେ ବି ମୋ ସହିତ ଆସିଛନ୍ତି। ତାଙ୍କ ସହିତ ମୁଁ ସବୁକଥା ଶେୟାର କରେ। ଆଉ ଯେଉଁକଥା କହି ହୁଏନା ତାକୁ ମୁଁ ମୋ ଡାଏରୀରେ ଲେଖିଦିଏ।

ପେଟ୍‌ ପ୍ରିୟ ଅନୁଭା: ନେଉଳ, କୁକୁର, ବିଲେଇ ପରି ଅନେକ ପେଟ୍‌ ଆମ ଘରେ ସବୁବେଳେ ରହିଛନ୍ତି। ଘରେ କହନ୍ତି ମତେ ଯେତେବେଳେ ମାତ୍ର ୬ମାସ ହେଇଥିଲା ଘରେ ଥିବା ନେଉଳ ଦିଟା ମତେ ଗେହ୍ଲା କରାଯାଉଥିବା ଦେଖି ଇର୍ଷାରେ ମୋ ନାକକୁ ଖୁମ୍ପି ଦେଇଥିଲେ, ଯାହାର ଦାଗ ଏବେବି ଅଛି। ଏଇ ଘଟଣା ପରେ ବି ଜୀବଜନ୍ତୁଙ୍କ ପ୍ରତି ଭଲ ପାଇବା କାହାର କମି ନ ଥିଲା। ଏବେ ମୁଁ ମୋ ମାମାଙ୍କ ସହ ମିଶି ଏଡବ୍ଲ୍ୟୁଟିଇ ନାମକ ସଂସ୍ଥା ସହ କାମ କରୁଛି। ଆମେ ପରିତ୍ୟକ୍ତ ପେଟ୍‌ଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନେଉଛୁ। ଅନେକ ପେଟ୍‌ ଆମ ଘରେ ରହି ଟ୍ରିଟମେଣ୍ଟ ହେଇ ଭଲ ହୋଇଛନ୍ତି। ଏମିତିରେ ତାଙ୍କ ପ୍ରତି ଏତେ ଆତ୍ମୀୟତା ଆସିଯାଏ ଯେ, ଭଲ ହେବା ପରେ ବି ଅନେକ ସମୟରେ ଆମେ ତାଙ୍କୁ ଛାଡି ପାରୁନା। ଘରେ ରଖିଦେଉ। ଫଳରେ ଆମଘରେ ଏବେ ୬ଟି ପେଟ୍‌ ଅଛନ୍ତି।

ଉଇକ୍‌ ପଏଣ୍ଟ: ମୁଁ ବହୁତ ସରଳ ବିଶ୍ୱାସୀ। ମତେ ଯିଏ ଯାହା କହେ ତାକୁ ମୁଁ ସହଜରେ ସତ ବୋଲି ମାନିଯାଏ।

ଡର ଲାଗେ: ପିଲାଦିନେ ମାମାଙ୍କଠୁ ମୁଁ ବହୁତ ମାଡ ଖାଇଛି। ଯଦିଓ ଏବେ ସେ ମୋ ସାଙ୍ଗ ପାଲଟି ଯାଇଛନ୍ତି, ତଥାପି ସବୁଠୁ ବେଶି ମୁଁ ତାଙ୍କୁ ହିଁ ଡରେ।

ପ୍ରଥମ କ୍ରଶ: ଶାହରୁଖ ଖାଁ, ରାହୁଲ ଦ୍ରାବିଡ ମୋର ପ୍ରଥମ କ୍ରଶ୍‌ ଥିଲେ। ଆଉ ରାଜନେତା ସଚିନ ପାଇଲଟ୍‌ଙ୍କ ପାଇଁ ମୁଁ ଏତେ ପାଗଳ
ଥିଲି ଯେ, ସେ ଯେବେ ବାହା ହୋଇଥିଲେ
ମୁଁ ବହୁତ କାନ୍ଦିଥିଲି।
ଛାଡିପାରିବିନି ଅଭିନୟ: ଅଭିନୟ ଏମିତି ଏକ ନିଶା ଯାହାକୁ ଛାଡିବା ଆଦୌ ସହଜ ନୁହେଁ। ପଢାସାରି ଚାକିରି କଲେ ବି ମୁଁ ଅଭିନୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ଶାହାରୁଖ ଖାନ୍‌! ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ପାଇଁ ପ୍ରଚାର କଲେ ବଲିଉଡର କିଙ୍ଗ ଖାନ୍‌ ଶାହରୁଖ ଖାନ୍‌। ଆଗାମୀ ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଷ୍ଟାର...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri