ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ: ଅନୁଭା ସୌର୍ଯ୍ୟା

ଖାଲି ଯେ ସେ ଜଣେ ଭଲ ଅଭିନେତ୍ରୀ, ତାହା ନୁହେଁ। ତାଙ୍କ ଭିତରେ ଏକ ସୁନ୍ଦର ହୃଦୟଟିଏ ବି ଅଛି, ଯାହା ନିରୀହ ପ୍ରାଣୀଙ୍କ କଷ୍ଟ ଦେଖିଲେ କାନ୍ଦେ। ଆଉ ସେ ହେଉଛନ୍ତି ଅନୁଭା ସୌର୍ଯ୍ୟା। ଏଥରର ସେଲିବ୍ରିଟି ସିକ୍ରେଟ୍‌ରେ ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି…

ମାମା ଚାହୁଁ ନ ଥିଲେ ମୁଁ ଅଭିନେତ୍ରୀ ହୁଏ
ପିଲାଟିବେଳୁ ନାଚ ପ୍ରତି ମୋର ଦୁର୍ବଳତା ଥିଲା। ତେଣୁ ଓଡିଶୀ ନୃତ୍ୟ ଶିଖିଲି। ହେଲେ ଅଭିନୟ କରିବି ବୋଲି କେବେ ଭାବି ନ ଥିଲି। ତା’ଛଡା ମାମାଙ୍କୁ ଟିଭିରେ ଦେଖି ଭାବୁଥିଲି ଅଭିନୟ କଲେ ବହୁତ କାନ୍ଦିବାକୁ ପଡିବ। ଆଉ ମତେ କାନ୍ଦିବାକୁ ଜମା ଭଲ ଲାଗେନା। ତେଣୁ ଅଭିନୟ କରିବାକୁ ଇଛା ନ ଥିଲା। ମାମା ବି ଚାହୁଁ ନ ଥିଲେ ମୁଁ ଅଭିନୟ କରେ ବୋଲି। ସେଥିପାଇଁ ପ୍ରଥମେ ପ୍ରଥମେ ମୁଁ ଅଭିନୟର କୌଣସି ଅଫର୍‌ ଗ୍ରହଣ କରୁ ନ ଥିଲି। ତେବେ ଇଞ୍ଜିନିୟରିଂ ପଢିବାବେଳେ ‘ମୁଁ ପ୍ରେମୀ ମୁଁ ପାଗଳ’ ଚଳଚ୍ଚିତ୍ରର ଅଫର୍‌ ଆସିଥିଲା। ଭାବିଲି କରିବି। ମାମାଙ୍କୁ ବହୁତ ବୁଝେଇବା ପରେ ସେ ରାଜି ହୋଇଥିଲେ। ହେଲେ ସର୍ତ୍ତ ରଖିଲେ ଅଭିନୟ ପାଇଁ ଯେମିତି ପାଠପଢାରେ ଅସୁବିଧା ନ ହୁଏ। ସେଥିପାଇଁ ଉଭୟ କ୍ଷେତ୍ରରେ ବାଲାନ୍ସ ରଖିବାକୁ ଚେଷ୍ଟା କଲି। ଆଉ ଅଭିନୟ କରିବା ପରେ ଜାଣିଲି ଯେ, ଅଭିନୟର ନିଶା ଥରେ ଘାରିଲେ ଛାଡିବା କଷ୍ଟକର। ୟା ଭିତରେ ‘ମୁଁ ପ୍ରେମୀ ମୁଁ ପାଗଳ’, ‘ସୁଇଟ୍‌ହାର୍ଟ’, ‘ସମୟ ବଡ଼ ବଳବାନ’, ‘ରିଭେଞ୍ଜ’, ‘ସାଥୀ ତୁ ଫେରିଆ’ ଆଦି ୧୨ଟି ଚଳଚ୍ଚିତ୍ରରେ ଅଭିନୟ କରିସାରିଲିଣି। ‘କୌନ କିତନେ ପାନି ମେଁ’ ନାମକ ହିନ୍ଦୀ ଚଳଚ୍ଚିତ୍ରରେ ଏକ ଛୋଟିଆ ଭୂମିକାରେ ବି ଅଭିନୟ କରିଛି। ଏବେ ରିଲିଜ ଅପେକ୍ଷାରେ ଅଛି ‘ଏଇ ବୋଧେ ପ୍ରେମ’, ‘ତୁ ମୋ କମ୍‌ଜୋରି’, ‘କୁହ ମୁଁ ତୁମରି ପାଇଁ’ ଆଦି ଚଳଚ୍ଚିତ୍ର।
ଅଭିନେତ୍ରୀ ନ ହେଇଥିଲେ: ଆର୍କାଏଲୋଜିଷ୍ଟ ଅବା ଡ୍ୟାନ୍ସର ହେଇଥାନ୍ତି।

ଫିଟନେସ୍‌ ମନ୍ତ୍ର: କାମ ଓ ପାଠପଢା ଯୋଗୁ ରେଗୁଲାର ଜିମ୍‌ ଯାଇପାରେନା। ହେଲେ ଡ୍ୟାନ୍ସ ପ୍ରାକ୍ଟିସ ପାଇଁ ମୁଁ ଫିଟ୍‌ ରହିଥାଏ। ସମୟ ମିଳିଲେ ଘରେ କିଛି କିଛି ବ୍ୟାୟାମ ବି କରେ।

ପ୍ରିୟ ଖାଦ୍ୟ
ଦହି ପଖାଳକୁ ବାଇଗଣ ପୋଡା ମୋର ବହୁତ ପିୟ। ଡାଇଟିଂବେଳେ ମୁଁ ଦହି ଭାତ ଖାଏ। ଆଉ ଅନ୍ୟ ସମୟରେ ମତେ ପଖାଳ ଖାଇବାକୁ ଭଲ ଲାଗେ। ବାଙ୍ଗାଲୋର୍‌ରେ ରହୁଥିବାରୁ ଓଡିଶାର ଟେଷ୍ଟି ଷ୍ଟ୍ରିଟ୍‌ ଫୁଡ ସହ ଅଭଡାକୁ ମୁଁ ବହୁତ ମିସ୍‌ କରୁଛି।

ସିଙ୍ଗଲ ଅନୁଭା: ଏଯାଏଁ ତ କେହି ମୋ ଜୀବନରେ ନାହାନ୍ତି। ଆଉ ଯିଏ ବି ଟିକେ ପସନ୍ଦ ଆସିଥିଲେ ସମୟ ଅଭାବରୁ କଥା ଆଗେଇ ପାରିଲାନି।

ଜୀବନସାଥୀ: ମୋ କାମକୁ ବୁଝିପାରୁଥିବା ଓ ମୋ ସଫଳତାରେ ଖୁସି ହୋଇପାରିବା ଭଳି ମଣିଷଟିଏ ଚାହେଁ।

ମୋ ବେଷ୍ଟଫ୍ରେଣ୍ଡ: ଆଇ ମୋର ଭଲ ସାଙ୍ଗ। ତେଣୁ ଏମ୍‌ବିଏ କରିବା ପାଇଁ ବାଙ୍ଗାଲୋର ଆସିବାବେଳେ ସେ ବି ମୋ ସହିତ ଆସିଛନ୍ତି। ତାଙ୍କ ସହିତ ମୁଁ ସବୁକଥା ଶେୟାର କରେ। ଆଉ ଯେଉଁକଥା କହି ହୁଏନା ତାକୁ ମୁଁ ମୋ ଡାଏରୀରେ ଲେଖିଦିଏ।

ପେଟ୍‌ ପ୍ରିୟ ଅନୁଭା: ନେଉଳ, କୁକୁର, ବିଲେଇ ପରି ଅନେକ ପେଟ୍‌ ଆମ ଘରେ ସବୁବେଳେ ରହିଛନ୍ତି। ଘରେ କହନ୍ତି ମତେ ଯେତେବେଳେ ମାତ୍ର ୬ମାସ ହେଇଥିଲା ଘରେ ଥିବା ନେଉଳ ଦିଟା ମତେ ଗେହ୍ଲା କରାଯାଉଥିବା ଦେଖି ଇର୍ଷାରେ ମୋ ନାକକୁ ଖୁମ୍ପି ଦେଇଥିଲେ, ଯାହାର ଦାଗ ଏବେବି ଅଛି। ଏଇ ଘଟଣା ପରେ ବି ଜୀବଜନ୍ତୁଙ୍କ ପ୍ରତି ଭଲ ପାଇବା କାହାର କମି ନ ଥିଲା। ଏବେ ମୁଁ ମୋ ମାମାଙ୍କ ସହ ମିଶି ଏଡବ୍ଲ୍ୟୁଟିଇ ନାମକ ସଂସ୍ଥା ସହ କାମ କରୁଛି। ଆମେ ପରିତ୍ୟକ୍ତ ପେଟ୍‌ଙ୍କୁ ଉଦ୍ଧାର କରି ତାଙ୍କର ଯତ୍ନ ନେଉଛୁ। ଅନେକ ପେଟ୍‌ ଆମ ଘରେ ରହି ଟ୍ରିଟମେଣ୍ଟ ହେଇ ଭଲ ହୋଇଛନ୍ତି। ଏମିତିରେ ତାଙ୍କ ପ୍ରତି ଏତେ ଆତ୍ମୀୟତା ଆସିଯାଏ ଯେ, ଭଲ ହେବା ପରେ ବି ଅନେକ ସମୟରେ ଆମେ ତାଙ୍କୁ ଛାଡି ପାରୁନା। ଘରେ ରଖିଦେଉ। ଫଳରେ ଆମଘରେ ଏବେ ୬ଟି ପେଟ୍‌ ଅଛନ୍ତି।

ଉଇକ୍‌ ପଏଣ୍ଟ: ମୁଁ ବହୁତ ସରଳ ବିଶ୍ୱାସୀ। ମତେ ଯିଏ ଯାହା କହେ ତାକୁ ମୁଁ ସହଜରେ ସତ ବୋଲି ମାନିଯାଏ।

ଡର ଲାଗେ: ପିଲାଦିନେ ମାମାଙ୍କଠୁ ମୁଁ ବହୁତ ମାଡ ଖାଇଛି। ଯଦିଓ ଏବେ ସେ ମୋ ସାଙ୍ଗ ପାଲଟି ଯାଇଛନ୍ତି, ତଥାପି ସବୁଠୁ ବେଶି ମୁଁ ତାଙ୍କୁ ହିଁ ଡରେ।

ପ୍ରଥମ କ୍ରଶ: ଶାହରୁଖ ଖାଁ, ରାହୁଲ ଦ୍ରାବିଡ ମୋର ପ୍ରଥମ କ୍ରଶ୍‌ ଥିଲେ। ଆଉ ରାଜନେତା ସଚିନ ପାଇଲଟ୍‌ଙ୍କ ପାଇଁ ମୁଁ ଏତେ ପାଗଳ
ଥିଲି ଯେ, ସେ ଯେବେ ବାହା ହୋଇଥିଲେ
ମୁଁ ବହୁତ କାନ୍ଦିଥିଲି।
ଛାଡିପାରିବିନି ଅଭିନୟ: ଅଭିନୟ ଏମିତି ଏକ ନିଶା ଯାହାକୁ ଛାଡିବା ଆଦୌ ସହଜ ନୁହେଁ। ପଢାସାରି ଚାକିରି କଲେ ବି ମୁଁ ଅଭିନୟ କରିବି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?