Posted inଜାତୀୟ

ଅଭିଯୁକ୍ତଙ୍କ ଲାପ୍‌ଟପ୍‌କୁ ପଠାଯାଇଥିଲା ମାଲଓ୍ବେର

ନୂଆଦିଲ୍ଲୀ, ୧୪।୨: ସରକାର ଭାଙ୍ଗିବା ପାଇଁ ମହାରାଷ୍ଟ୍ର ଭୀମା କୋରେଗାଁଓର ଗୋଟିଏ ଗୋଷ୍ଠୀ କର୍ମୀ ଚକ୍ରାନ୍ତ ଚଳାଇଥିବା ଅଭିଯୋଗ ପଛର ସତ ପଦାକୁ ଆସିଛି। ପୋଲିସ ଜବତ କରିଥିବା ଜଣେ କର୍ମୀଙ୍କ ଲାପ୍‌ଟପ୍‌ରେ ଜାଲିଆତି କରି ପ୍ରମାଣ ଛଡ଼ାଯାଇଥିଲା ବୋଲି ଫୋରେନ୍‌ସିକ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ତେବେ ଉକ୍ତ ସାଇବର ଆକ୍ରମଣ ପଛର ଅପରାଧୀ କିଏ ତାହା ଜଣାପଡ଼ିନାହିଁ।
ରିପୋର୍ଟ ଅନୁଯାୟୀ କର୍ମୀ ରୋନା ଓ୍ବିଲ୍‌ସନ୍‌ ଗିରଫ ହେବା ପୂର୍ବରୁ ତାଙ୍କ ଲାପ୍‌ଟପ୍‌କୁ ହ୍ୟାକ୍‌ କରାଯାଇ ମାଲଓ୍ବେର ଦ୍ୱାରା ଅପରାଧ ସମ୍ପନ୍ଧୀୟ ଅନୂ୍ୟନ ୧୦ ଚିଠି ଛଡ଼ାଯାଇଥିଲା। ପୁଣେ ପୋଲିସ ଭୀମା କୋରେଗାଁଓ ମାମଲାରେ ଦାଖଲ କରିଥିବା ଚାର୍ଜଶିଟ୍‌ରେ ଉକ୍ତ ଚିଠିକୁ ପ୍ରାଥମିକ ପ୍ରମାଣ ଭାବେ ଦର୍ଶାଇଥିଲା। ସେହି ଚିଠି ମଧ୍ୟରୁ ଗୋଟିଏ ଓ୍ବିଲ୍‌ସନ ମାଓବାଦୀଙ୍କ ପାଖକୁ
ଲେଖିଥିବା ଉଲ୍ଲେଖ କରାଯାଇଥିଲା, ଯେଉଁଥିରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା କରିବା ପାଇଁ ବେଆଇନ ମାଓବାଦୀ ସଂଗଠନକୁ ଆହ୍ବାନ ଦେବା ସହ ଏଥିପାଇଁ ବନ୍ଧୁକ ଓ ଗୁଳିଗୋଳା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଚିଠି ଓ୍ବିଲ୍‌ସନ୍‌ଙ୍କ ଲାପ୍‌ଟପ୍‌ର ଏକ ଗୁପ୍ତ ଫୋଲ୍ଡରରୁ ମିଳିଛି, ଯାହା ଅନ୍ୟ କେହି ପ୍ଲାଣ୍ଟ କରିଥିବା ଫୋରେନ୍‌ସିକ୍‌ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ମାସାଚ୍ୟୁସେଟ୍ସର ଡିଜିଟାଲ ଫୋରେନ୍‌ସିକ ସଂସ୍ଥା ଆର୍ସେନାଲ କନ୍‌ସଲ୍ଟିଂ ଗିରଫ କର୍ମୀ ଓ୍ବିଲ୍‌ସନ୍‌ଙ୍କ ଓକିଲଙ୍କ ଅନୁରୋଧକ୍ରମେ ଲାପ୍‌ଟପ୍‌ର ଇଲେକ୍ଟ୍ରୋନିକ୍‌ କପି ଯାଞ୍ଚ କରିବା ପରେ ଉପରୋକ୍ତ ସୂଚନା ମିଳିଥିଲା।
ମିଛ ଅଭିଯୋଗକୁ ନେଇ ଭୀମା କୋରେଗାଁଓର ଅନେକ କର୍ମୀ ବିନା ବିଚାରରେ ଆତଙ୍କବାଦ ନିରୋଧୀ ଆଇନ ଅନୁଯାୟୀ ଦୁଇବର୍ଷରୁ ଊର୍ଦ୍ଧ୍ୱ ସଜା କାଟିଆସୁଛନ୍ତି। ମାନବାଧିକାର ସଂଗଠନ ଓ ନ୍ୟାୟିକ ବିଶେଷଜ୍ଞମାନଙ୍କ ଅନୁଯାୟୀ ଭାରତରେ ଭିନ୍ନମତକୁ ଚାପିଦେବା ପାଇଁ ଏହି ମାମଲା ଏକ ଉଦ୍ୟମ। ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିମାନଙ୍କୁ ଧମକ ଦିଆଯିବା ସହ ଗିରଫ କରାଯାଉଛି। ଭାରତୀୟ ସାମାଜିକ କର୍ମୀମାନଙ୍କ ବିରୋଧରେ ମାମଲାକୁ ବିଶେଷଜ୍ଞ ଓ ଅଧିକାର ଗୋଷ୍ଠୀ ପକ୍ଷରୁ ସମାଲୋଚନା କରାଯାଇଛି। ଜାତିସଂଘ ମାନବାଧିକାର ଉଚ୍ଚାୟୁକ୍ତ ଉକ୍ତ କର୍ମୀମାନଙ୍କୁ ମୁକ୍ତ କରିଦେବା ପାଇଁ ନିକଟରେ ଭାରତୀୟ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ଫୋରେନ୍‌ସିକ୍‌ ରିପୋର୍ଟରୁ ମହକିଲ ନିର୍ଦ୍ଦୋଷ ପ୍ରମାଣିତ ହୋଇଥିବା ଓ୍ବିଲସନ୍‌ଙ୍କ ଓକିଲ ସୁଦୀପ ପାସ୍‌ବୋଲା କହିଛନ୍ତି। ଉକ୍ତ ରିପୋର୍ଟକୁ ନେଇ ସେ ବମ୍ବେ ହାଇକୋର୍ଟରେ ପିଟିଶନ ଦାଖଲ କରି ମହକିଲଙ୍କ ବିରୋଧରେ ମାମଲାକୁ ଖାରଜ କରିଦେବା ପାଇଁ ଅନୁରୋଧ କରିଛନ୍ତି। କେବଳ ଓ୍ବିଲ୍‌ସନ ନୁହନ୍ତି, ସାଇବର ଆକ୍ରମଣକାରୀ ୪ ବର୍ଷ ମଧ୍ୟରେ ଅନ୍ୟ ଅଭିଯୁକ୍ତମାନଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ଅନ୍ୟ ହାଇପ୍ରୋଫାଇଲ୍‌ ମାମଲାରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଟାର୍ଗେଟ କରାଯାଉଥିବା ରିପୋର୍ଟରେ କୁହାଯାଇଛି। ଓ୍ବିଲସନଙ୍କ ଲାପ୍‌ଟପ୍‌କୁ ୨୨ ମାସରୁ ଅଧିକ ସମୟ କମ୍ପ୍ରମାଇଜ୍‌ କରାଯାଇଥିଲା। ଗୁପ୍ତ ତଥ୍ୟ ସଂଗ୍ରହ କରିବା ଓ ଆପରାଧିକ ଦସ୍ତାବିଜ୍‌ ଛାଡ଼ିବା ଆକ୍ରମଣକାରୀଙ୍କ ମୁଖ୍ୟ ଲକ୍ଷ୍ୟ ଥିଲା ବୋଲି ରିପୋର୍ଟରେ କୁହାଯାଇଛି। ଏହା ଅତି ଗୁରୁତର ମାମଲା। ହାଇଦ୍ରାବାଦର କବି ତଥା ସାମାଜିକ କର୍ମୀ ଓ୍ବାରାଓ୍ବାରା ରାଓଙ୍କ ଗିରଫ ପ୍ରତିବାଦରେ ଅନ୍ୟ କର୍ମୀମାନେ ୨୦୧୮ ଅଗଷ୍ଟରେ ବିକ୍ଷୋଭ କରୁଥିବାବେଳେ ସେମାନଙ୍କୁ ମିଛ ମାମଲାରେ ଗିରଫ କରାଯାଇଥିଲା।
ତେବେ କର୍ମୀମାନଙ୍କ ବିରୋଧରେ ମାମଲାର ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)ର ମୁଖପାତ୍ର ଜୟା ରାୟ କହିଛନ୍ତି, ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ଦ୍ୱାରା ଓ୍ବିଲ୍‌ସନ୍‌ଙ୍କ ଲାପ୍‌ଟପ୍‌ର ଫୋରେନ୍‌ସିକ୍‌ ଅନୁଧ୍ୟାନ କରାଯାଇଥିଲେ ହେଁ ସେଥିରେ ମାଲ୍‌ଓ୍ବେରର କୌଣସି ପ୍ରମାଣ ମିଳିନାହିଁ। ଅଭିଯୁକ୍ତମାନଙ୍କ ବିରୋଧରେ ନିର୍ଦ୍ଦିଷ୍ଟ କାଗଜାତ୍‌ ଓ ମୌଖିକ ପ୍ରମାଣ ରହିଥିବା ସେ କହିଛନ୍ତି।
ଫୋରେନ୍‌ସିକ୍‌ ରିପୋର୍ଟ ପରେ ଭୀମା କୋରେଗାଁଓ ମାମଲାରେ ଜେଲରେ ଥିବା ସମସ୍ତ ଅଭିଯୁକ୍ତଙ୍କୁ ମୁକ୍ତ କରିଦେବା ପାଇଁ ବାମ ଦଳଗୁଡ଼ିକ ପକ୍ଷରୁ ଦାବି କରାଯାଇଛି। କର୍ମୀମାନଙ୍କ ନାଁରେ ଥିବା ମାମଲା ପ୍ରତ୍ୟାହାର କରିନେବା ପାଇଁ ସିପିଆଇ(ଏମ୍‌) ପିଲିଟ୍‌ବ୍ୟୁରୋ ଦାବି କରିଛି। ଏଥିସହିତ ଅନ୍ତର୍ଜାତୀୟ ବିଶେଷଜ୍ଞମାନଙ୍କ ରିପୋର୍ଟର ସତ୍ୟତା ଅନୁଧ୍ୟାନ ପାଇଁ ଏସ୍‌ଆଇଟି ଗଠନ କରିବାକୁ ବାମଦଳ ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କମ୍ପ୍ୟୁଟର ହ୍ୟାକ୍‌ କରାଯାଇ ସେଥିରେ ଆପରାଧିକ ମେଲ୍‌ ଛଡ଼ାଯିବା ଭୀମା କୋରୋଗାଁଓ ମାମଲାରେ ମୋଦି ସରକାରଙ୍କ ଭୟଙ୍କର ପ୍ରଯୁକ୍ତି ଅସ୍ତ୍ର। ଭବିଷ୍ୟତରେ ଏଭଳି ଅସ୍ତ୍ର ରାଜନୈତିକ ବିରୋଧୀମାନଙ୍କ ବିରୋଧରେ ବ୍ୟବହାର କରାଯାଇପାରେ ବୋଲି ପଲିଟ୍‌ବ୍ୟୁରୋ କହିଛି। ସିପିଆଇ ଅନ୍ୟ ଏକ ବିବୃତିରେ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଭର ଡାଉନ, ପଞ୍ଜୀକରଣ ପାଇଁ ଚାଷୀ କଲବଲ

ହାଟଡିହୀ/ଛେନାପଦୀ,୩୦l୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ଚାଷୀଙ୍କ ନାମ ପଞ୍ଜୀକରଣର ସମୟ ସୀମା ସରକାର ଆଉ ୭ ଦିନ ବୃଦ୍ଧି କରିଛନ୍ତି। କିନ୍ତୁ ସର୍ଭର ଡାଉନ ଥିବାରୁ ଚାଷୀ ନାମ…

ଲାଞ୍ଚ ନେଇ ଧରାପଡ଼ିଲେ ଜିଲା ଶ୍ରମ ଅଧିକାରୀ

କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଶ୍ରମ ଅଧିକାରୀ ଆକାଶ ବିଶୋଇ ଜଣେ ବ୍ୟକ୍ତିଙ୍କଠାରୁ ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ଜିଲା ଶ୍ରମ ଅଧିକାରୀ…

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri