ୟୁକ୍ରେନ୍‌ରେ ଫସି ରହିଛନ୍ତି ମାଲକାନଗିରି ଯୁବକ

ମାଲକାନଗିରି,୨୭।୨(ଡି.ଏନ.ଏ.): ୟୁକ୍ରେନ ଓ ଋଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ସେଠାରେ ପରିସ୍ଥିତି ଶୋଚନୀୟ ହେବାରେ ଲାଗଛି। ଏଭଳି ସ୍ଥିତରେ ୟୁକ୍ରେନକୁ ପାଠପଢିବାକୁ ଯାଇଥିବା ଅନେକ ଓଡିଆ ଛାତ୍ର ସେଠାରେ ଫସି ରହିଛନ୍ତି। ମାଲକାନଗିରି ଜିଲା ବୁଟିଗୁଡାର ରାଜେନ୍ଦ୍ର ପ୍ରଧାନଙ୍କ ପୁଅ ଅଂଶୁମାନ ପ୍ରଧାନ ମଧ୍ୟ ୟୁକ୍ରେନକୁ ପଢିବା ପାଇଁ ଯାଇ ସେଠାରେ ଫସି ରହିଛନ୍ତି । ଅଂଶୁମାନ ୟୁକ୍ରେନର ଖାର୍କିବ ନ୍ୟାସନାଲ୍‌ ମେଡିକାଲ ୟୁନିଭରସିଟିରେ ଡାକ୍ତରୀ ପଢୁଥିବା ବେଳେ ପଞ୍ଚମ ବର୍ଷର ଛାତ୍ର ଅଟନ୍ତି। ପୁଅ ୟୁକ୍ରେନରେ ଫଶି ରହିଥିବାରୁ ପରିବାର ଲୋକେ ଚିନ୍ତାରେ ଅଛନ୍ତି। ତାଙ୍କ ଫେରିବା ବାଟକୁ ସମସ୍ତେ ଚାଁହି ରହିଛନ୍ତି । ଗତ ଦୁଇ ଦିନ ତଳେ ଅଂଶୁମାନ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ମେଡିକାଲ କଲେଜ ଛୁଟି ଦେଉନ ଥିବାରୁ ଯାଇପାରୁ ନ ଥିବା କହିଥିଲେ। ଅନ୍ୟପକ୍ଷରେ ଶୁକ୍ରବାରଠାରୁ ଅଂଶୁମାନଙ୍କ ଫୋନ ଲାଗୁ ନ ଥିବାରୁ ପରିବାର ଲୋକେ ଭୟଭିତ ଅବସ୍ଥାରେ ଅଛନ୍ତି। ଅଂଶୁମାନ କ୍ୟୁଭର ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ ବଙ୍କର ମଧ୍ୟରେ ରହିଥିବା ଜଣାପଡିଛି। ଭାରତର ରାଷ୍ଟ୍ରଦୂତଙ୍କ ସହ ପରିବାର ଲୋକେ କଥାବାର୍ତ୍ତା ହୋଇଥିବା ବେଳେ ହଙ୍ଗେରି ଓ ପୋଲାଣ୍ଡ ରାସ୍ତା ଦେଇ ଭାରତ ଅଣାଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଥିବା କୁହାଯାଉଛି। ଅଂଶୁମାନଙ୍କ ବଡଭାଇ ଅମ୍ଳାନ ଗତବର୍ଷ ୟୁକ୍ରେନ୍‌ରେ ଡାକ୍ତରି ପାଠସାରି ଘରକୁ ଫେରିଛନ୍ତି। ସରକାରୀ ସ୍ତରରେ ଅଂଶୁମାନଙ୍କ ସମେତ ଅନ୍ୟ ଯେଉଁ ଓଡିଶା ଲୋକେ ସେଠାରେ ଫସି ରହହିଛନ୍ତି ସେମାନଙ୍କୁ ଉଦ୍ଧାର କରିବା ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ନିଯୁକ୍ତ ହେବେ ଓଡ଼ିଆ ଶିକ୍ଷକ, ଗଣଶିକ୍ଷା ବିଭାଗର ବଡ଼ ସୂଚନା

ଭୁବନେଶ୍ୱର,୭ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ୩୧୪ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ (ଓଏଭି)ରେ ଓଡ଼ିଆ ଶିକ୍ଷକ ନିଯୁକ୍ତ ହେବେ। ସମସ୍ତ ଓଏଭିରେ ଜଣେ ଲେଖାଏ ଓଡ଼ିଆ ପ୍ରଶିକ୍ଷିତ ସ୍ନାତକ...

ଅଙ୍ଗନଓ୍ୱାଡି ପାଇଁ ବଡ଼ ଘୋଷଣା, ପ୍ରଭାତୀ କହିଲେ…

ଭୁବନେଶ୍ୱର,୭ା୧୨(ସୁନିତ୍‌ ମିଶ୍ର): ରାଜ୍ୟ ସରକାର ପ୍ରଥମେ ୫, ପରେ ୭ ଓ ୧୨ ଲକ୍ଷ ଟଙ୍କା ଅଙ୍ଗନଓ୍ୱାଡି କେନ୍ଦ୍ର ନିର୍ମାଣ ପ୍ରଥମେ ଦେଉଥିଲେ। ଏବେ ଅଙ୍ଗନଓ୍ୱାଡି...

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri