ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ

ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ ତାଙ୍କ ବୟାନକୁ ସେ ଫେରେଇ ନେଇଛନ୍ତି। ସେ ସଫେଇ ଦେଇଛନ୍ତି କି, ଭାରତ ସୈନିକଙ୍କ ସହ ଚାଇନା ସୈନିକଙ୍କୁ ମଧ୍ୟ ମାଳଦ୍ୱୀପରେ ନୂଆ ସ୍ଥାନ ମିଳିବ।
ସେ ଆହୁରି କହିଛନ୍ତି, ଭୂ-ରାଜନୈତିକ ପ୍ରତିଦ୍ୱନ୍ଦିତାରେ ଜୁଝିବା ପାଇଁ ମାଳଦ୍ୱୀପ ଏକ ଛୋଟ ଦେଶ ଅଟେ। ଦେଶରେ ବିଦେଶ ନୀତି ସାମିଲ କରିବା ନେଇ ମୋର କୌଣସି ଇଚ୍ଛା ନାହିଁ। ଆମେ ଭାରତ, ଚାଇନା ଏବଂ ଅନ୍ୟ ଦେଶ ସହ ମିଶି ଏକାଠି କାମ କରିବାକୁ ଯାଉଛୁ। ଏଥିସହ ଆମେ ୫୦ରୁ ୭୫ଭାରତୀୟ ସୈନ୍ୟଙ୍କୁ ହଟାଇବା ପାଇଁ ନୂଆଦିଲ୍ଲୀ ସହ ଔପଚାରିକ ଭାବେ କଥାବର୍ତ୍ତା କରିବୁ।
ମାଳଦ୍ୱୀପ ନାଗରିକ ଦେଶରେ କୌଣସି ସୈନ୍ୟ ଉପସ୍ଥିତିକୁ ଅନୁମତି ଦେବା ପାଇଁ ମୋତେ ଭୋଟ ଦେଇ ନାହାନ୍ତି। ଏଥିପାଇଁ ତାଙ୍କୁ ହଟାଇବାପାଇଁ ଭାରତ ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ଓ ଲୋକତାନ୍ତ୍ରିକ ଭାବରେ କଥା ହେବୁ। ଯାହାର ନିଶ୍ଚୟ ସମାଧାନ ହୋଇପାରିବ। ମୁଁ କେବେ ବି ଚାହେଁ ନାହିଁ ଯେ, ଭାରତୀୟ ସୈନ୍ୟ ଆମ ଦେଶରୁ ଚାଲିଯାଆନ୍ତୁ ଯାହାଦ୍ୱାରା ଅନ୍ୟ ଦେଶର ସୈନ୍ୟ ଆମ ଦେଶକୁ ଆସି ପାରିବେ। ମାଳଦ୍ୱୀପର ବିଶାଳ ସମୁଦ୍ର କ୍ଷେତ୍ରରେ ଗସ୍ତ କରିବା ପାଇଁ ୩ବିମାନକୁ ସାମିଲ କରିବା ଲାଗି ଭାରତୀୟ ସୁରକ୍ଷା କର୍ମୀଙ୍କ ଏକ ଗୋଷ୍ଠୀକୁ ହଟାଇବାର ଅଛି ବୋଲି ମୁଇଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

ରାଗରେ ସ୍ବାମୀଙ୍କୁ ମୁଣ୍ଡକୁ ଲୁହା ତାଓ୍ବାରେ ପିଟିଦେଲେ ସ୍ତ୍ରୀ: ଆଉ ତା’ପରେ ଯାହା ଘଟିଲା…

ଲକ୍ଷ୍ନୌ,୧୪।୮: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କର ପବିତ୍ରତାକୁ ଭାଙ୍ଗି ଦେଉଥିବା ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜାନକୀପୁରମର ଆନନ୍ଦ ବିହାର କଲୋନୀରେ, ଜଣେ…

ଫୁକେଟ-ଦିଲ୍ଲୀ ଏୟାର ଇଣ୍ଡିଆ ବିମାନ ଘଟଣା; ବ୍ଲାକ୍ ବକ୍ସରେ ବଡ଼ ଖୁଲାସା, ୪ ସେକେଣ୍ଡ ପାଇଁ ଫେଲ୍‌ ହୋଇଥିଲା…

ନୂଆଦିଲ୍ଲୀ,୧୪।୮: ଫୁକେଟ୍‌ରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ (AI-2379) ହଠାତ୍ ୨୫୦ ଫୁଟ୍ ତଳକୁ ଖସିଯିବା ଏବଂ ଏକ ଭୟଙ୍କର ଟର୍ବୁଲେନ୍ସ (Turbulence) ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri