କରୋନା ସରିବା ପରେ ବି ବିଶ୍ୱର ୨କୋଟି କନ୍ୟା ଯାଇପାରିବେନି ସ୍କୁଲ: ମଲାଲା

ଇସ୍‌ଲାମାବାଦ,୨୦ ।୯: ପାକିସ୍ତାନର ଶିକ୍ଷାକର୍ମୀ ତଥା ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚେତାବନୀ ଦେଇ କହିଛନ୍ତି କରୋନା ଭାଇରସ ଭଳି ମହାମାରୀ ସଂକ୍ରମଣ ଶେଷ ହେବା ପରେ ବି ବିଶ୍ୱରେ ପାଖାପାଖି ୨ କୋଟି କନ୍ୟା ସ୍କୁଲ ଯିବାରୁ ବଞ୍ଚିତ ହେବେ । ପାକିସ୍ତାନ ଖବରକାଗଜ ଡନର ସୂଚନା ଅନୁଯାୟୀ, ଶୁକ୍ରବାର ୟଏନ୍ ଜେନରାଲ ଆସେମ୍ଲିର ଏକ ସାଇଡଲାଇନ୍ସ ଇଭେଣ୍ଟରେ ମଲାଲା କହିଛନ୍ତି କରୋନା ଭାଇରସ ସଂକ୍ରମଣ ସରିବା ପରେ ବି ପାଖାପାଖି ୨ କୋଟି ବା ୨୦ ମିଲିୟନରୁ ଅଧିକ କନ୍ୟା କେବେବି ସ୍କୁଲ ଯାଇ ପାରିବେ ନାହିଁ । କାରଣ କରୋନା ଭାଇରସ ଆମ ସାମୁହିକ ଲକ୍ଷ୍ୟ ଯେପରିକି ମହିଳାଙ୍କୁ ଶିକ୍ଷିତ କରିବା ଆଦିକୁ ବଡ ଝଟ୍‌କା ଦେଇଛି । ସେ କହିଛନ୍ତି ବିଶ୍ୱ ଶିକ୍ଷା ପାଣ୍ଠି ବ୍ୟବଧାନ ପ୍ରତିବର୍ଷ ୨ଶହ ବିଲିୟନ ଡଲାରକୁ ବୃଦ୍ଧି ପାଇଛି । ମଲାଲା ଅନ୍ତର୍ଜାତୀୟ ସମୁଦାୟକୁ ମନେପକାଇ ଦେଇଛନ୍ତି ଯେ ପାଞ୍ଚ ବର୍ଷ ପୂର୍ବେ ଜାତିସଂଘ ଲକ୍ଷ ଲକ୍ଷ ବାଳିକାଙ୍କ ଭବିଷ୍ୟତ ସ୍ଥିର କରିଥିଲା । ଯେଉଁମାନେ ଶିକ୍ଷା ଚାହୁଁଥିଲେ ଓ ସମାନତା ପାଇଁ ଲଢୁଥିଲେ । ହେଲେ ଗତ ୫ ବର୍ଷରେ କିଛି କରାଯାଇ ନ ଥିବା ମଲାଲା କହିଛନ୍ତି । ଗତମାସରେ ଜାତିସଂଘ ଦ୍ୱାରା ଜାରି କରାଯାଇଥିବା ଏକ ରିପୋର୍ଟ ଅନୁଯାୟୀ, କରୋନା ମହାମାରୀ ଇତିହାସରେ ଶିକ୍ଷା ପ୍ରଣାଳୀରେ ସବୁଠାରୁ ଅଧିକ ବ୍ୟବଧାନ ସୃଷ୍ଟି କଲା । ଯେଉଁଥିରେ ୧୯୦ ଦେଶ ଓ ସମସ୍ତ ମହାଦ୍ୱୀପରେ ପାଖାପାଖି ୧.୬ ଅରବ ଶିକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ସ୍କୁଲ ଓ ଅନ୍ୟ ଶିକ୍ଷା ପ୍ରତିଷ୍ଠାନ ବନ୍ଦ ହେବା ଫଳରେ ବିଶ୍ୱରେ ପାଖାପାଖି ୯୪ ପ୍ରତିଶତ ଶିଡକ୍ଷାର୍ଥୀ ପ୍ରଭାବିତ ହୋଇଛନ୍ତି । ଯାହାକୁ ନିମ୍ନ ଓ ନିମ୍ନ ମଧ୍ୟବିତ୍ତ ଦେଶରେ ୯୯ ପ୍ରତିଶତ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri