ମାଲାବାରର ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌’ ଜୁଏଲାରୀ ପ୍ରଦର୍ଶନ

ଭୁବନେଶ୍ୱର,୧୩।୨: ସର୍ବଭାରତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା ଅଳଙ୍କାର ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ୍‌ସ’ ପକ୍ଷରୁ ‘ଆର୍ଟିଷ୍ଟ୍ରି ବ୍ରାଣ୍ଡେଡ୍‌’ ଜୁଏଲାରୀ ପ୍ରଦର୍ଶନର ଶୁଭାରମ୍ଭ କରାଯାଇଛି। ଉକ୍ତ ପ୍ରଦର୍ଶନରେ ସୁନା, ହୀରା ଏବଂ ମୂଲ୍ୟବାନ ରତ୍ନ ଅଳଙ୍କାରର ଏକ ସ୍ବତନ୍ତ୍ର ଶୋ’ ସାଙ୍ଗକୁ ବିକ୍ରୟ ବ୍ୟବସ୍ଥା ମଧ୍ୟ ରହିଛି। ଏହି ବୈଶିଷ୍ଟ୍ୟ ଅଳଙ୍କାରଗୁଡ଼ିକର କାଳଜୟୀ ଚମତ୍କାରିତା ହେଉଛି ମାଷ୍ଟର କାରିଗରଙ୍କ ସୃଷ୍ଟି। ଅଳଙ୍କାରଗୁଡ଼ିକ ସେମାନଙ୍କ ପାରଦର୍ଶିତା ଏବଂ ଚତୁର କୌଶଳର ଉଜ୍ଜ୍ୱଳ ଉଦାହରଣ। ଏହି ଶୋ ‘ଏକ୍ସପେରିଏନ୍ସ ୱାରାବଲ୍‌ ଆର୍ଟ’ର ବିଷୟବସ୍ତୁକୁ ଯଥାର୍ଥ କରୁଛି। ଏହି ଅବସରରେ ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)ର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏହି ପରିପ୍ରେକ୍ଷୀରେ ମାଲାବାର ଗୋଲ୍ଡ ଆଣ୍ଡ୍‌ ଡାଏମଣ୍ଡ୍‌ସ ପକ୍ଷରୁ ‘ମାଇନ’, ‘ଏରା’, ‘ପ୍ରେସିଆ’, ‘ଏଥେନିକ୍ସ’, ‘ଡିଭାଇନ’, ‘ଷ୍ଟାରଲେଟ’ ଏବଂ ‘ଜୁଲ’ ଭଳି ହୀରା ଗହଣାର ସମ୍ଭାର ପ୍ରଦର୍ଶନୀରେ ସାମିଲ ହୋଇଛି। ଏହିସବୁ ହୀରା ଅଳଙ୍କାର ସାଙ୍ଗକୁ ଅନେକ ସୁନା ଗହଣାର ସ୍ବତନ୍ତ୍ର ଡିଜାଇନ ସାମିଲ ରହିଛି। ଏହି ସମସ୍ତ ଡିଜାଇନ୍‌ରେ ଭାରତୀୟ କଳା ସଂସ୍କୃତି ଓ ଐତିହ୍ୟର ଛାପା ମଧ୍ୟ ରହିଛି। ଏହି ପ୍ରଦର୍ଶନ କମ୍ପାନୀର ଶହୀଦନଗରସ୍ଥିତ ଶୋ’ରୁମ୍‌ ପରିସରରେ ଫେବୃୟାରୀ ୧୨ରୁ ୨୦ ପର୍ଯ୍ୟନ୍ତ ରହିବ। ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ୱାନ୍‌ ଇଣ୍ଡିଆ ୱାନ୍‌ ଗୋଲ୍ଡ ରେଟ୍‌ ଅଭିଯାନ ଆରମ୍ଭ କରିଛି, ଯେଉଁଥିରେ ଗ୍ରାହକଙ୍କୁ ଭାରତର ଯେକୌଣସି ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ଷ୍ଟୋରରେ ଏହାର ସୁବିଧା ପ୍ରଦାନ କରାଯିବ। ସେହିଭଳି ମାଲାବାର ପକ୍ଷରୁ ବିବାହ ଋତୁ ପାଇଁ ଆଡ୍‌ଭାନ୍ସ କ୍ରୟ ସ୍କିମ୍‌ ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକଙ୍କୁ ମୋଟ୍‌ କ୍ରୟ ପରିମାଣର ୫% ଅଗ୍ରିମ ଦେଇ ଆବଶ୍ୟକ ସୁନାର ବୁକିଂ ଲାଭ ପାଇପାରିବେ ବୋଲି ଶୋ’ରୁମ ପକ୍ଷରୁ ସୂଚନା ଦିଆଯାଇଛି। ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ମଧ୍ୟରେ ମାଲାବାର ଗୋଲ୍ଡ ଆଣ୍ଡ ଡାଏମଣ୍ଡ ହେଉଛି ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ବ୍ୟବସାୟ। କମ୍ପାନୀ ଖାଲି ଯେ ବ୍ୟବସାୟ କରେ ତା’ ନୁହେଁ, ବରଂ କମ୍ପାନୀ ସ୍ଥାନୀୟ ଅଞ୍ଚଳରେ ସ୍ବାସ୍ଥ୍ୟ, ଶିକ୍ଷା ଓ ଗରିବଙ୍କ ପାଇଁ ଗୃହ, ମହିଳା ସଶକ୍ତୀକରଣ ଏବଂ ପରିବେଶ ସଂରକ୍ଷଣ ପାଇଁ ଆବଶ୍ୟକ କାର୍ଯ୍ୟ କରିଥାଏ। ଅନ୍ୟମାନଙ୍କ ମଧ୍ୟରେ ଶୋ’ରୁମ୍‌ର ଷ୍ଟୋର ମୁଖ୍ୟ ଅସନାଫ୍‌ଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଷ୍ଟୋରର ମୁଖ୍ୟ ବାଣିଜ୍ୟ ଅଧିକାରୀ ସିଦ୍ଧେଶ୍ୱର ରଥ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

ପୁଣି ହେବାକୁ ଯାଉଛି ଯୁଦ୍ଧ? ଭାରତ କଲା ବଡ଼ ଡିଲ୍‌

ନୂଆଦିଲ୍‌ଲୀ,୩୧।୧୨: ଦେଶର ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ସରକାର ବର୍ଷ ଶେଷରେ ଏକ ବଡ଼ ପଦକ୍ଷେପ ନେଇଥିଲେ। ଡିସେମ୍ୱର 30, 2025 ରେ, ପ୍ରତିରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri