ସ୍ତ୍ରୀଙ୍କ ବଦଳରେ ମାଆଙ୍କ ନାମରେ କରନ୍ତୁ ଏହି ଏଫଡି, ମିଳିବ ବମ୍ପର ରିଟର୍ନ, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ,୧୦।୧: ଅଧିକାଂଶ ଲୋକ ଫିକ୍ସଡ ଡିପୋଜିଟ (Fixed Deposit -FD) ରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି, କାରଣ ସେମାନେ ଫିକ୍ସଡ ରିଟର୍ଣ୍ଣ ପାଆନ୍ତି ଓ ଆପଣଙ୍କର ବିନିଯୋଗ ପରିମାଣ ସୁରକ୍ଷିତ ରହିଥାଏ । କିନ୍ତୁ ଯଦି ଆପଣ ଫିକ୍ସଡ ଡିପୋଜିଟ ଉପରେ ଅଧିକ ରିଟର୍ନ (Highest FD Interest Rates) ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମଧ୍ୟ ଏକ ଉପାୟ ଅଛି । ପ୍ରାୟତଃ ଲୋକମାନେ ଟ୍ୟାକ୍ସ ସଞ୍ଚୟ କରିବାକୁ ନିଜ ସ୍ତ୍ରୀଙ୍କ ନାମରେ ଏଫଡି କରନ୍ତି । ଯଦି ଆପଣ FD ରେ ସର୍ବାଧିକ ରିଟର୍ନ (FD investments) ପାଇବାକୁ ଚାହାଁନ୍ତି, ତେବେ ସ୍ତ୍ରୀଙ୍କ ବଦଳରେ ଆପଣ ଆପଣଙ୍କ ମା’ଙ୍କ ନାମରେ (FD ନିବେଶ) କରନ୍ତୁ ।ଯାହା ଅପାଣଙ୍କୁ ବମ୍ପର ଲାଭ ଦେବା ସହ ରିଟର୍ନ ମଧ୍ୟ ଦେବ।

ସ୍ତ୍ରୀଙ୍କ ନାମରେ FD କଲେ ଆପଣ ନିଶ୍ଚିତ ଭାବରେ ଟ୍ୟାକ୍ସ ସଞ୍ଚୟ କରିପାରିବେ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଆପଣ ଯେତେ ସୁଧ ପାଇବେ ନିଜ ନାମରେ କଲେ ମଧ୍ୟ ସେତିକି ସୁଧ ମିଳିବ । କିନ୍ତୁ ଯଦି ଆପଣ ଆପଣଙ୍କ ମା’ଙ୍କ ନାମରେ ଏଫଡି କରନ୍ତି, ତେବେ ଏହା ଉପରେ ଅଧିକ ସୁଧ ମିଳିବ । କିନ୍ତୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣଙ୍କର ମାଙ୍କ ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ, ଅର୍ଥାତ ସେ ଜଣେ ବରିଷ୍ଠ ନାଗରିକ, ତେବେ କେବଳ ତାଙ୍କ ନାମରେ ଏଫ୍ଡି କରି ଆପଣ ୦.୫୦ ପ୍ରତିଶତ ଅଧିକ ରିଟର୍ନର ଲାଭ ପାଇପାରିବେ ।

ଯଦି ଆପଣଙ୍କର ମା’ର ବୟସ ୮୦ କିମ୍ବା ତା’ଠାରୁ ଅଧିକ ଅର୍ଥାତ ସେ ଜଣେ ସୁପର ସିନିୟର ନାଗରିକ, ତେବେ ଆପଣ ୦.୭୫ ରୁ ୦.୮୦ ପ୍ରତିଶତ ଅଧିକ ସୁଧ ପାଇପାରିବେ । ଅଧିକ ରିଟର୍ନ ପାଇଁ, ଆପଣ ଆପଣଙ୍କ ମା କିମ୍ବା ପିତାଙ୍କ ନାମରେ FD କରିପାରିବେ । କହିରଖୁଛୁ କି, ବରିଷ୍ଠ ନାଗରିକମାନେ FD ରେ ଅଧିକ ରିଟର୍ନ ପାଆନ୍ତି ।

FDS ରୁ ଆୟ ଉପରେ TDS (Tax Deducted at Source) କଟାଯାଇଥାଏ । ଯଦି ଆର୍ଥିକ ବର୍ଷରେ FD ରୁ ପ୍ରାପ୍ତ ସୁଧ ୪୦,୦୦୦ ରୁ ଅଧିକ, ତେବେ ଆପଣଙ୍କୁ 10% TDS ଦେବାକୁ ପଡିବ । କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ହେଉଛି ୫୦,୦୦୦ ଟଙ୍କା । ଯଦି ଆପଣ ଆପଣଙ୍କ ନାମରେ FD ରେ ବିନିଯୋଗ କରନ୍ତି, ତା’ହେଲେ ଏଥିରୁ ଆୟ ଆପଣଙ୍କ ଆୟରେ ଯୋଡିହୋଇଥାଏ । ଏହାର ଅର୍ଥ ଏପରି ପରିସ୍ଥିତିରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିପାରେ । ତେଣୁ, ଯଦି ଆପଣ ଆପଣଙ୍କ ମା’ଙ୍କ ନାମରେ ଏଫଡି କରନ୍ତି, ଆପଣ କେବଳ ଅଧିକ ରିଟର୍ନ ପାଇବେ କେବଳ ତାହା ନୁହେଁ ବରଂ ଏହି ଉପାୟରେ ଟ୍ୟାକ୍ସ ମଧ୍ୟ ସଞ୍ଚୟ କରିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

୮୦,୦୦୦ ଉପରେ ସୁନା ଦର

ଭୁବନେଶ୍ୱର,୧୩।୧ (ଅଭୟ ଦାଶ): ଦିନ କେଇଟା ପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏପରିକି ବିବାହ କାର୍ଯ୍ୟକ୍ରମରେ ସବୁବର୍ଗର ଲୋକ ଅଳ୍ପବହୁତ ସୁନା କିଣିଥାନ୍ତି।...

ଉତ୍କଳ କର୍କଟ କନ୍‌କ୍ଲେଭ୍‌ ୨.୦ ଉଦ୍‌ଯାପିତ

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ଚିକିତ୍ସାଳୟ ତଥା ଭୁବନେଶ୍ୱରର ନୀଳାନ୍ଦ୍ରିବିହାରସ୍ଥିତ ଉତ୍କଳ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ୍‌ ପକ୍ଷରୁ ଏକ ଦିନିକିଆ କର୍ମଶାଳା ‘ଉତ୍କଳ କର୍କଟ କନ୍‌କ୍ଲେଭ...

ସଞ୍ଜୟ ହଂସଙ୍କୁ ରତ୍ନଶ୍ରୀ ପୁରସ୍କାର

ଭୁବନେଶ୍ୱର,୧୩।୧: ରାଜ୍ୟର ପ୍ରମୁଖ ଘରୋଇ ସଂସ୍ଥା ତଥା ଲାଲଚାନ୍ଦ୍‌ ଗ୍ରୁପ୍‌ର ପ୍ରତିଷ୍ଠାତା ସଞ୍ଜୟ ହଂସଙ୍କୁ ନିକଟରେ ଆଉ ଏକ ରାଜ୍ୟସ୍ତରୀୟ ସମ୍ମାନ ‘ରତ୍ନଶ୍ରୀ ପୁରସ୍କାର’ରେ ସମ୍ମାନିତ...

୩ ଦିନରେ ୨କୋଟିର କାରବାର

ଭୁବନେଶ୍ୱର,୧୨।୧ (ଅଭୟ ଦାଶ): ପ୍ରଥମ ଥର ପାଇଁ ବୟନିକା ପକ୍ଷରୁ ଆରମ୍ଭ ହୋଇଥିତ୍ବା ରାତି ବଜାର ‘ବୟନିକା ନାଇଟ୍‌ ବଜାର’କୁ ଉଲ୍ଲେଖନୀୟ ସଫଳତା ମିଳିଛି। ଏପରିକି...

ରାଜ୍‌ ଇଲେକ୍ଟ୍ରୋନିକ୍ସରେ ଏସି ମହା ସଞ୍ଚୟ ସେଲ୍‌

ଭୁବନେଶ୍ୱର,୧୨ା୧,(ଅନୁରାଧା ମହାରଣା): ରାଜ୍‌ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଶୀତତାପ ନିୟନ୍ତ୍ରଣ ଯନ୍ତ୍ର(ଏସି) ମହା ସଞ୍ଚୟ ସେଲ୍‌ ଘୋଷଣା କରାଯାଇଛି। ଖରାଦିନ ଆରମ୍ଭ ହେଲେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମୂଲ୍ୟରେ...

ପତଞ୍ଜଳି ବିଶ୍ୱବିଦ୍ୟାଳୟର ୪ର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ ପ୍ରତିଯୋଗିତା

ଭୁବନେଶ୍ୱର,୧୨ା୧(ଅନୁରାଧା ମହାରଣା): ପତଞ୍ଜଳି ବିଶ୍ୱବିଦ୍ୟାଳୟ ମାନବିକତା ଏବଂ ଓରିଏଣ୍ଟାଲ ଷ୍ଟଡିଜ୍‌ ଏବଂ ଦର୍ଶନ ଏବଂ ସଂସ୍କୃତ ବିଭାଗ ପକ୍ଷରୁ ମିଳିତ ଭାବେ ଚତୁର୍ଥ ସଂସ୍ଥାଗତ ସ୍ବର୍ଣ୍ଣପଦକ...

ଗେମ୍‌ ଚେଞ୍ଜର ସହ ଡା. ଅର୍ଥୋର ବୁଝାମଣା

ନୂଆଦିଲ୍ଲୀ,୧୨।୧: ଦେଶର ଅଗ୍ରଣୀ ଆୟୁର୍ବେଦିକ୍‌ କମ୍ପାନୀ ତଥା ଦିଭିସା ହର୍ବାଲ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ର ପ୍ରମୁଖ ବ୍ରାଣ୍ଡ୍‌ ଡା. ଅର୍ଥୋ ଏବଂ ବଲିଉଡ୍‌ ଫିଲ୍ମ ‘ଗେମ୍‌ ଚେଞ୍ଜର’...

‘ମୋ ପତ୍ନୀ ତ ସୁନ୍ଦର,’ L&T ଚେୟାରମ୍ୟାନଙ୍କ ବୟାନକୁ ନେଇ ମଜାଦାର ଜବାବ ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ,୧୧।୧: ଓ୍ବାର୍କ ଲାଇଫକୁ ବାଲାନ୍ସ କରିବା ଉପରେ ବିତର୍କ ମଧ୍ୟରେ, ଅନେକ ପ୍ରମୁଖ ଶିଳ୍ପପତି କାର୍ଯ୍ୟ ଘଣ୍ଟା ବୃଦ୍ଧି କରିବାକୁ ପରାମର୍ଶ ଦେଉଛନ୍ତି। ଏସବୁ ମଧ୍ୟରେ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri