Posted inଖେଳ

ମହିଳା କ୍ରିକେଟରଙ୍କ ପାଇଁ ଖୁସି ଖବର: ଅଢେଇଗୁଣା ମ୍ୟାଚ୍ ଫି’ ବଢ଼ାଇଲା BCCI

ମୁମ୍ବାଇ,୨୨ା୧୨: ଦେଶର ମହିଳା କ୍ରିକେଟରଙ୍କ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (BCCI) ଏକ ବଡ଼ ଉପହାର ଦେଇଛି। ସୋମବାର, ଡିସେମ୍ବର ୨୨ ତାରିଖରେ ଅନୁଷ୍ଠିତ ଆପେକ୍ସ କାଉନସିଲ୍ ବୈଠକରେ ଘରୋଇ ମହିଳା କ୍ରିକେଟରଙ୍କ ମ୍ୟାଚ୍ ଫି’ରେ ୨.୫ ଗୁଣା ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ୱାରା ମହିଳା କ୍ରିକେଟରମାନେ ଆର୍ଥିକ ସ୍ତରରେ ଅଧିକ ସ୍ୱାବଲମ୍ବୀ ହୋଇପାରିବେ।

ନୂତନ ନିୟମ ଅନୁଯାୟୀ, ବରିଷ୍ଠ ମହିଳା କ୍ରିକେଟରଙ୍କ ଦୈନିକ ଫି’ରେ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ଲେଇଂ-୧୧ରେ ଥିବା ଖେଳାଳିଙ୍କୁ ଦିନକୁ ୨୦,୦୦୦ ଟଙ୍କା ମିଳୁଥିବା ବେଳେ ଏବେ ତାହା ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ରିଜର୍ଭ ଖେଳାଳିଙ୍କ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି ପାଇଛି।

ଜୁନିୟର ଖେଳାଳିଙ୍କ ପାଇଁ ଦୈନିକ ଫି’ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ରିଜର୍ଭ ଖେଳାଳିମାନେ ଏବେ ୫,୦୦୦ ବଦଳରେ ୧୨,୫୦୦ ଟଙ୍କା ପାଇବେ। ଟି-୨୦ ମ୍ୟାଚ୍ ପାଇଁ ସିନିୟର ପ୍ଲେଇଂ-୧୧ ଖେଳାଳିଙ୍କୁ ୨୫,୦୦୦ ଟଙ୍କା ଏବଂ ରିଜର୍ଭ ଖେଳାଳିଙ୍କୁ ୧୨,୫୦୦ ଟଙ୍କା ମିଳିବ।

ବିସିସିଆଇର ନୂତନ ସଭାପତି ମିଥୁନ ମନହାସଙ୍କ ନେତୃତ୍ୱରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଜୟ ଶାହାଙ୍କ କାର୍ଯ୍ୟକାଳ ସମୟରେ ମହିଳା କ୍ରିକେଟରଙ୍କ ପାଇଁ ସମାନ ଦରମା ଭଳି ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଶେଷଥର ପାଇଁ ୨୦୨୧ରେ ମହିଳାଙ୍କ ମ୍ୟାଚ୍ ଫି’ରେ ସଂଶୋଧନ କରାଯାଇଥିଲା।

ବୋର୍ଡର ଏହି ପଦକ୍ଷେପ ଦ୍ୱାରା ଦେଶର ହଜାର ହଜାର ମହିଳା କ୍ରିକେଟର ଉପକୃତ ହେବେ ଏବଂ କ୍ରିକେଟକୁ ଏକ ବୃତ୍ତି ଭାବେ ଗ୍ରହଣ କରିବା ପାଇଁ ଅଧିକ ଉତ୍ସାହିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଚମକାଇଦେଲେ ଏହି ଖେଳାଳି: କ୍ରିକେଟ୍‌ ଜଗତ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ଦକ୍ଷିଣ ଆଫ୍ରିକା ପାଇଁ ପ୍ରାୟ ଏକ ଦଶନ୍ଧି ପୂର୍ବେ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ବ୍ୟାଟର କୋଲିନ ଇଙ୍ଗ୍ରାମ ୪୧ ବର୍ଷ ବୟସରେ ବୃତ୍ତିଗତ…

ପ୍ଲେଇଂ ଇଲେଭେନ୍‌ରେ ବୈଭବଙ୍କୁ ଦେଖିବାକୁ ନ ପାଇ ଆଶ୍ଚର୍ଯ୍ୟ ହୋଇଗଲେ ଜାପାନ ଅଧିନାୟକ; କହିଲେ ଏମିତି…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ବର୍ଷା ଯୋଗୁ ମ୍ୟାଚକୁ ୫-୫ ଓଭରରେ ସୀମିତ କରାଯାଇଥିଲା।…

ହାରୁ ହାରୁ ମ୍ୟାଚ ଜିତିଗଲା ଭାରତ, ଦୀର୍ଘ ନିଃଶ୍ୱାସ ମାରି ଶ୍ରେୟସ ଆୟର କହିଲେ…

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର (୨୨ ସେପ୍ଟେମ୍ବର) ଭାରତ ଓ ଜାପାନ ମଧ୍ୟରେ ଖେଳାଯାଇଥିବା ଐତିହାସିକ ଟି-୨୦ ମ୍ୟାଚ ବେଶ ରୋମାଞ୍ଚକର ରହିଥିଲା। ହାରୁଥିବା ମ୍ୟାଚକୁ ଶେଷରେ ମାତ୍ର ୨…

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ଏସିଆନ ଗେମ୍ସ ଫାଇନାଲରେ ସ୍ମୃତି ମନ୍ଧାନା ରଚିଲେ ଇତିହାସ: ଏମିତି ରେକର୍ଡ କରି ହେଲେ ବିଶ୍ୱର ପ୍ରଥମ ବ୍ୟାଟର

ନୂଆଦିଲ୍ଲୀ,୨୨।୯: ଏସିଆନ ଗେମ୍ସର ଗୋଲ୍ଡ ମେଡାଲ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟର ସ୍ମୃତି ମନ୍ଧାନା ରଚିଛନ୍ତି ନୂଆ ଇତିହାସ। ଶ୍ରୀଲଙ୍କା ବିପକ୍ଷ ଫାଇନାଲରେ ୧୧ ହଜାର ଅନ୍ତର୍ଜାତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?