ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର ନିଯୁକ୍ତି କମିଟି ଅନେକ ମଞ୍ଜୁରୀ ପ୍ରଦାନ କରିଛି। ଭିନୀତ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରଣାଳୟରୁ ହଟାଇ ଦିଆଯାଇଛି। ଭିନୀତ ଯୋଶୀ ଉଚ୍ଚଶିକ୍ଷା ବିଭାଗରେ ସଚିବ ଥିଲେ। ରାଜସ୍ଥାନ କ୍ୟାଡରର ନରେଶ ପାଲ ଗଙ୍ଗୱାର ଉଚ୍ଚଶିକ୍ଷା ବିଭାଗର ନୂତନ ସଚିବ ହେବେ।

କେରଳ କ୍ୟାଡରର ଟି.କେ. ଅନିଲ କୁମାରଙ୍କୁ ସ୍କୁଲ ଶିକ୍ଷା ବିଭାଗର ସଚିବ କରାଯାଇଛି। ଏହାକୁ ଶିକ୍ଷା ମନ୍ତ୍ରଣାଳୟର ଶୀର୍ଷ ସ୍ତରରେ ଏକ ବଡ଼ ପ୍ରଶାସନିକ ଅଦଳବଦଳ ବୋଲି କୁହାଯାଇପାରେ।

ନରେଶ ପାଲ ଗଙ୍ଗୱାର ହେଉଛନ୍ତି ୧୯୯୪ ବ୍ୟାଚର ଆଇଏଏସ (IAS)। ଅନ୍ୟପକ୍ଷରେ ୧୯୯୨ ବ୍ୟାଚର ଆଇଏଏସ ଭିନୀତ ଯୋଶୀଙ୍କୁ ଉଚ୍ଚଶିକ୍ଷା ବିଭାଗ ସଚିବ ପଦରୁ ହଟାଇ ପଞ୍ଚାୟତରାଜ ମନ୍ତ୍ରଣାଳୟର ସଚିବ କରାଯାଇଛି। ୧୯୯୫ ବ୍ୟାଚର ଆଇଏଏସ ଟି.କେ. ଅନିଲ କୁମାରଙ୍କୁ ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟର ଉଭୟ ବିଭାଗରେ ନୂତନ ସଚିବ ଆସିଛନ୍ତି।

Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ

ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା…

‘ଟେଷ୍ଟ କ୍ରିକେଟରେ ଏବେ ବି ବହୁତ କିଛି ପ୍ରମାଣ କରିବାର ଅଛି’ ଯଶପ୍ରୀତ ବୁମରାଙ୍କ ସମ୍ପର୍କରେ ଏମିତି କହିଲେ ପାକିସ୍ତାନ କ୍ରିକେଟର

ନୂଆଦିଲ୍ଲୀ,୨୯।୧୦: ଯେତେବେଳେ ଜସପ୍ରୀତ ବୁମରାଙ୍କ ହାତରେ ବଲ ଥାଏ, ସେତେବେଳେ ଶ୍ରେଷ୍ଠ ବ୍ୟାଟରମାନଙ୍କ ପାଇଁ ମଧ୍ୟ ରନ ସଂଗ୍ରହ କରିବା କଷ୍ଟକର ହୋଇପଡ଼େ। ନିଜର ଦମଦାର ବୋଲିଂ…

ବାତ୍ୟାରେ ଉଜୁଡିଗଲା ମକା ଫସଲ

ବରଗଡ଼,୨୯।୧୦(ପ୍ରେମାନନ୍ଦ ଖମାରୀ): ବାତ୍ୟା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ବଢ଼ାଇ ଦେଇଛି। ବାତ୍ୟା ପ୍ରଭାବରେ ଧାନ ସମେତ ଅଣଧାନ ଫସଲ ମଧ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।…

ଋଷିକୁଲ୍ୟାର କରାଳ ରୂପ: ବାହ୍ୟଜଗତରୁ ବିଚ୍ଛିନ୍ନ ପୁରୁଷୋତ୍ତମପୁର, ବୁଡ଼ିଲା ସରକାରୀ କାର୍ଯ୍ୟାଳୟ-ବଜାରଘାଟ, ରିଲିଫ୍ ଅପେକ୍ଷାରେ…

ପୁରୁଷୋତ୍ତମପୁର, ଅକ୍ଟୋବର ୨୯ (ସବିତା ମିଶ୍ର): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ବନ୍ୟା ଏକ ଭୟବହ ରୂପ ନେଇଛି। ତିନି ଦିନର ଲଗାଣ…

ଅଧିନାୟକ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ଦଳରେ ଯୋଗ ଦେବାକୁ ପଡ଼ିବ; ଅଶ୍ୱିନ ଦେଲେ ବଡ଼ ବୟାନ, ହେଲାଣି ବଡ଼ ଆଲୋଚନା

ନୂଆଦିଲ୍ଲୀ,୨୯।୧୦: ହାର୍ଦ୍ଦିକ ପାଣ୍ଡ୍ୟା କ’ଣ ମୁମ୍ବାଇ ଇଣ୍ଡିଆନ୍ସ ସହିତ ନିଜର ଯାତ୍ରା ଜାରି ରଖିବେ, ନା ତାଙ୍କୁ ଏକ ନୂତନ ଦଳର ଜର୍ସିରେ ଦେଖିବାକୁ ମିଳିବ? ଆଗାମୀ…

ଶୁଭଲକ୍ଷ୍ମୀଙ୍କ ବହୁମୁଖୀ ପ୍ରତିଭା: ୮ ବର୍ଷ ବୟସରେ ନୃତ୍ୟ-ମଡେଲିଂରେ ସାଉଁଟୁଛନ୍ତି ସଫଳତା

ଅମରପାଲି,୨୯ା୧୦(ପୀତାମ୍ବର ସାହୁ): କଅଁଳ ବୟସରୁ ନୃତ୍ୟ ପ୍ରତି ଆଗ୍ରହ ରଖି ଚର୍ଚ୍ଚାକୁ ଆସିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅଞ୍ଚଳର ୮ ବର୍ଷୀୟା ଶୁଭଲକ୍ଷ୍ମୀ ହୋତା। ସମ୍ବଲପୁରର ଏକ…

ଡମି, ଏକ ଇଟାଲୀୟ ପାସପୋର୍ଟ, ଘରୋଇ ଜେଟ…, ଫିଲ୍ମ ଷ୍ଟାଇଲରେ ବ୍ରାଜିଲରୁ ଆମେରିକା ପଳାଇ ଗଲେ ବୋଲସୋନାରୋ

ବ୍ରାସିଲିଆ,୨୯।୧୦: ସାମ୍ପ୍ରତିକ ବ୍ରାଜିଲ ରାଷ୍ଟ୍ରପତି ନିର୍ବାଚନରେ ପରାଜିତ ହେବା ପରେ, ପ୍ରାର୍ଥୀ ଫ୍ଲାଭିଓ ବୋଲସୋନାରୋଙ୍କୁ ଆଉ ସର୍ବସାଧାରଣରେ ଦେଖିବାକୁ ମିଳିନାହିଁ। ଲୋକଲୋଚନରୁ ଦୂରେଇ ରହି ସେ ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?