Advertisement
Posted inଜାତୀୟ

ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଦୁର୍ଘଟଣା, ୪୮ ଗାଡ଼ି କ୍ଷତିଗ୍ରସ୍ତ, ୫୦ରୁ ଅଧିକ ଆହତ

ପୁଣେ,୨୧ ।୧୧: ପୁଣେ-ବେଙ୍ଗାଲୁରୁ ଜାତୀୟ ରାଜପଥରେ ଥିବା ଏକ ପୋଲ ନିକଟରେ ଟ୍ରକ୍‌ରେ ପିଟି ହେବା ଫଳରେ ୪୮ଟି ଗାଡି କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ଏଥିରେ ୫୦ରୁ ଅଧିକ ଲୋକେ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଅନେକ ଗୁରୁତର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ସନ୍ଧ୍ୟାରେ ପୋଲ ନିକଟରେ ଏକ କଣ୍ଟେନର ନିୟନ୍ତ୍ରଣ ହରାଇ ଆଗରେ ଥିବା ଗାଡି ଗୁଡିକୁ ଖୁବ ଜୋରରେ ଧକ୍କା ଦେଇଥିଲା । ପୋଲିସର ସୂଚନା ଅନୁଯାୟୀ, ବ୍ରେକ୍ ଫେଲ ଯୋଗୁ କଣ୍ଟେନରଟି ଅନ୍ୟ ଗାଡି ଗୁଡିକୁ ବାଡେଇ ଦେଇଛି । ତେବେ ଘଟଣାର ସୂଚନା ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ସହ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ପୁଣେ ସିଟି ଓ ପୁଣେ ମେଟ୍ରୋପଲିଟାନ ରିଜନ ଡେଭଲପମେଣ୍ଟ ଅଥରିଟି ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ସେବା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଦୁର୍ଘଟଣା ରାତି ପ୍ରାୟ ୮ଟା ୩୦ରେ ନାୱଲେ ବ୍ରିଜ ଅଞ୍ଚଳରେ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

‘ଏଭଳି ସଙ୍କଟ ସମୟରେ ରାଜନୀତି ବନ୍ଦ କରନ୍ତୁ’

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଦ୍ରୁତ କୋଭିଡ ଟିକାକରଣ ଅଭିଯାନ ଚାଲିଛି। ଏଥି ସହିତ ଟିକାକରଣ ସମ୍ବନ୍ଧରେ ଅନେକ ନେତାଙ୍କ ଦାୟିତ୍ୱହୀନ...

ଅସୁସ୍ଥ ମହିଳାଙ୍କୁ ଷ୍ଟ୍ରେକଚର୍‌ରେ ଧରି ୧୫ ଘଣ୍ଟା ଚାଲିଲେ ଆଇଟିବିପି ଯବାନ

ପିଥୋରଗଡ଼, ୨୩।୮: ଲଗାଣ ବର୍ଷା ଯୋଗୁ ଉତ୍ତରାଖଣ୍ଡରେ ସ୍ଥିତି ସଙ୍ଗୀନ ହୋଇଗଲାଣି। ବନ୍ୟା ଓ ଭୂସ୍ଖଳନ ଯୋଗୁ ଲୋକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଶେଷ...

ସିଏଏକୁ ନେଇ ରାହୁଲଙ୍କୁ ଟାର୍ଗେଟ କଲେ ଶାହା

ଶିମ୍‌ଲା,୨୭।୧୨: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ)କୁ ନେଇ ସାରା ଦେଶରେ ବିକ୍ଷୋଭ ପ୍ରଦର୍ଶନ ଚାଲିଥିବା ବେଳେ ଏବେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଗଲାଣି। ବିରୋଧୀ କଂଗ୍ରେସ...

ଅଯୋଧ୍ୟା ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ରାୟକୁ ସ୍ବୀକାର କରିବି: ଇକ୍‌ବାଲ୍‌ ଅନସାରୀ

ନୂଆଦିଲ୍ଲୀ,୧୭।୧୦: ଅଯୋଧ୍ୟା ମାମଲାରେ ଏତେ ବର୍ଷ ପରେ ସୁପ୍ରିମ୍‌କୋର୍ଟ ରାୟର ନିକଟବର୍ତ୍ତୀ ହୋଇଛନ୍ତି। ଦୀର୍ଘଦିନ ଧରି ଏଠାରେ ଚାଲିଥିବା ରାଜନୀତି ଏବେ ବନ୍ଦ ହୋଇଯିବ। ସ୍ଥାନୀୟ...

ଲତା ମଙ୍ଗେସ୍‌କରଙ୍କ ସମ୍ମାନର୍ଥେ ହେବ ଡାକ ଷ୍ଟାମ୍ପ ଲଞ୍ଚ୍‌

ନୂଆଦିଲ୍ଲୀ,୭।୧: ଗାୟକ କିମ୍ବଦନ୍ତୀ ଲତା ମଙ୍ଗେସ୍‌କରଙ୍କୁ ସମ୍ମାନ ଜଣାଇବା ପାଇଁ କେନ୍ଦ୍ର ଏକ ଡାକ ଷ୍ଟାମ୍ପ ଲଞ୍ଚ୍‌ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ରେଳ...

କରୋନା ସଙ୍କଟ, ୨୭ ଏପ୍ରିଲ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବୈଠକ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ସଙ୍କଟ ପୁଣି ବଢ଼ି ଚାଲିଛି। ୨୭ ଏପ୍ରିଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଏକ...

ଆଜି ଗୁଜୁରାଟ ଯିବେ ମୋଦି

ଗାନ୍ଧିନଗର,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଗୁଜୁରାଟ ଗସ୍ତ କରିବେ । ପୂର୍ବାହ୍ନ ପ୍ରାୟ ୧୦.୧୫ରେ ପ୍ରଧାନମନ୍ତ୍ରୀ ନାଭସାରୀରେ ‘ଗୁଜୁରାଟ ଗୌରବ ଅଭିଯାନ’ର ନାମକ ଏକ...

ଅସନ୍ତୁଷ୍ଟଙ୍କ ମୁହଁରେ ପୁଣି ହସ ଫୁଟାଇବେ ମୋଦି!

ନୂଆଦିଲ୍ଲୀ,୧୧।୭: ନିକଟରେ ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହୋଇଛି। ସମ୍ପ୍ରସାରଣ ବେଳେ ରବି ଶଙ୍କର ପ୍ରସାଦ, ହର୍ଷ ବର୍ଦ୍ଧନ ଏବଂ ପ୍ରକାଶ ଜାଭଡେକରଙ୍କ ଭଳି କିଛି ହେବିଓ୍ବେଟ୍‌ଙ୍କ...

Advertisement
Archives

Model This Week