ପ୍ରମୁଖ ୩ ଦଳର ନଜର ପରଜା ଭୋଟର

ପଟ୍ଟାଙ୍ଗି ୨୩ା୧(ଶରତ ଧଳ):କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀ ନନ୍ଦପୁର, ଶେମିଳିଗୁଡ଼ା, ପଟ୍ଟାଙ୍ଗି ବ୍ଲକ ସହ କୋରାପୁଟ ବ୍ଲକର ୪ ପଞ୍ଚାୟତକୁ ନେଇ ଗଠିତ। ଏହା ତଫସିଲଭୁକ୍ତ ଜନଜାତି ପାଇଁ ସଂରକ୍ଷିତ। ଟିକେ ଅତୀତକୁ ଫେରିଲେ ପଟ୍ଟାଙ୍ଗିରେ ଜୟରାମ ପାଙ୍ଗୀଙ୍କ ପ୍ରଭାବ ବେଶ୍‌ କିଛି ବର୍ଷ ରହିଆସିଥିଲା। ସେ ୨୦୦୦ ଓ ୨୦୦୪ରେ ବିଜୁ ଜନତା ଦଳ (ବିଜେଡି)ରୁ ବିଜୟୀ ହୋଇଥିଲେ। ସୀମା ପୁନଃନିର୍ଦ୍ଧାରଣ ପରେ ୨୦୦୯ରେ କଂଗ୍ରେସରୁ ରାମଚନ୍ଦ୍ର କାଡାମ ଜିତିଥିଲେ। ତା’ପରେ ବିଜେଡିରୁ ୨୦୧୪ରେ ପ୍ରଫୁଲ କୁମାର ପାଙ୍ଗୀ ଓ ୨୦୧୯ରେ ପିତମ ପାଢ଼ୀ ବିଧାୟକ ହୋଇଥିଲେ। ଉଲ୍ଲେଖଯୋଗ୍ୟ, ଜୟରାମ ପାଙ୍ଗୀ ଭାରତୀୟ ଜନତା ପାର୍ଟି (ଭାଜପା) ଓ ଭାରତ ରାଷ୍ଟ୍ର ସମିତି (ବିଆର୍‌ଏସ୍‌) ଦେଇ ଗତି କରିବା ପରେ ଏବେ କଂଗ୍ରେସରେ ଅଛନ୍ତି। ଜୟରାମ କଂଗ୍ରେସରେ ଯୋଗଦେଇଥିବାରୁ କୋରାପୁଟ ରାଜନୀତି ଚଳଚଞ୍ଚଳ ହୋଇଛି।
ଏବେ ପ୍ରମୁଖ ତିନି ଦଳରୁ କେଉଁମାନେ ଆଶାୟୀ ଅଛନ୍ତି ସେମାନଙ୍କ ଉପରେ ଦୃଷ୍ଟି ପକାଇଲେ କଂଗ୍ରେସ କଥା ନଜରକୁ ଆସୁଛି। ଏକଦା ପଟାଙ୍ଗି ନିର୍ବାଚନମଣ୍ଡଳୀ କଂଗ୍ରେସର ଗଡ଼ ଥିଲା। ଲଗାତର ଦୁଇଥର ବିଜେଡି ଏହି ସିଟ୍‌ ଜିତିଥିବାରୁ ୨୦୨୪ରେ କଂଗ୍ରେସ ଭଲ ପ୍ରଦର୍ଶନ କରିବା ଲାଗି ଆଶା ରଖିଛି। ନୂତନ ପ୍ରାର୍ଥୀ ଦିଆଗଲେ ନିଶ୍ଚିତ କଂଗ୍ରେସ ବିପୁଳ ଭୋଟ୍‌ରେ ବିଜୟ ଲାଭ କରିପାରିବ ବୋଲି ନେତା ଓ କର୍ମୀମାନେ କହୁଛନ୍ତି। ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍‌ କଂଗ୍ରେସ ଟିକେଟ ପାଇବେ ବୋଲି କୁହାଯାଉଥିଲେ ମଧ୍ୟ ଦଳର ସେବାଦଳ ଜିଲା ସହ-ସଙ୍ଗଠକ ଗୋବିନ୍ଦ ଖରାଙ୍କ ନାମ ମଧ୍ୟ ଉଠିଲାଣି। ସେହିପରି ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ସାଂସଦ ସପ୍ତଗିରି ଉଲାକାଙ୍କ ପ୍ରତିନିଧି ଶୁକ୍ରା ଖରା, ସେମିଳିଗୁଡ଼ା ବ୍ଲକର ରାଜପୁଟ ପଞ୍ଚାୟତର ସରପଞ୍ଚ ପୀତାମ୍ବର କ୍ରିସାନି ଏପରିକି କଂଗ୍ରେସରେ ବିଧିବଦ୍ଧ ଭାବେ ଯୋଗ ଦେଇ ନ ଥିବା ସାମ୍ବା ପାଙ୍ଗୀ ମଧ୍ୟ ଆଶାୟୀ ରହିଥିବା ଜଣାପଡ଼ିଛି।
ବିଜେଡି ପକ୍ଷରୁ ପ୍ରଥମ ଦାବିଦାର ବର୍ତ୍ତମାନର ବିଧାୟକ ପିତମ ପାଢ଼ୀ ରହିଛନ୍ତି ବୋଲି ତାଙ୍କ ସମର୍ଥକ କହୁଛନ୍ତି। ସେହିପରି ପୂର୍ବତନ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ, ବିଜେଡିର ଜିଲା ପରିଷଦ ସଭ୍ୟ ଲଇଚନ ଖରା (କଂଗ୍ରେସ ଦଳର ଆଶାୟୀ ପ୍ରାର୍ଥୀ ଶୁକ୍ରା ଖରାଙ୍କ ସାନ ଭାଇ), ଶିକ୍ଷକତାରୁ ଅବସର ନେଇଥିବା ବିଶ୍ୱନାଥ ଖରା, ନନ୍ଦପୁର ବ୍ଲକ ପୂର୍ବତନ ଅଧ୍ୟକ୍ଷା ଲକ୍ଷ୍ମୀ ହନ୍ତାଳ, ଉକ୍ତ ବ୍ଲକର ପୂର୍ବତନ ଜିଲା ପରିଷଦ ସଭ୍ୟ ପ୍ରଭାତ ଗୁରୁମାଇ ରହିଥିବା ବେଳେ ଗତ ୨୦୧୯ ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ୱିତା କରିଥିବା ଚୈତନ୍ୟ ନନ୍ଦିବାଲି ମଧ୍ୟ ଏହି ଦଳରୁ ଆଶାୟୀ ଅଛନ୍ତି। ତେବେ ଭାଜପା ପକ୍ଷରୁ ଚୈତନ୍ୟ ହନ୍ତାଳ ଆଶାୟୀ ରହିଥିଲା ବେଳେ ଅନ୍ୟ ନାମ ଅଦ୍ୟାବଧି ଆସି ନ ଥିବା ଜଣାପଡ଼ିଛି।
ପଟ୍ଟାଙ୍ଗି ନିିର୍ବାଚନମଣ୍ଡଳୀରେ ସାଧାରଣ ବର୍ଗ, ତଫସିଲଭୁକ୍ତ ଜାତି ଓ ଉପଜାତିର ଭୋଟର ଅଛନ୍ତି। ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଦୋରା ଓ ଅନ୍ୟ କେତେକ ଆସିପାରି ନ ଥିବାରୁ ସେମାନେ ଅତୀତରେ ଭୋଟ ବର୍ଜନ କରିଛନ୍ତି। ପିତମ ବିଧାୟକ ହେବା ପରେ ସେମାନଙ୍କୁ ଆଦିବାସୀ ମାନ୍ୟତା ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ତାହା ଆଦ୍ୟାବଧି ହୋଇପାରିଲା ନାହିଁ। ଅନ୍ୟପକ୍ଷରେ ପରଜା, କନ୍ଧ, ଗଦବା, ରଣା, ମାଳୀ, ଦୁଲିଆ ଆଦି ଭୋଟରଙ୍କ ମଧ୍ୟରୁ ପରଜା ସମ୍ପ୍ରଦାୟର ଭୋଟର ଅଧିକ ଥିବାରୁ ଏମାନେ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି। ପରିସଂଖ୍ୟାନ ଦେଖିଲେ ପଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀର ୧,୯୨,୦୮୦ ଭୋଟରଙ୍କ ମଧ୍ୟରୁ ପରଜା ରହିଛନ୍ତି ୯୫,୯୬୫। ଆର୍ଥାତ୍‌ ପରଜାଙ୍କ ସଂଖ୍ୟା ସମୁଦାୟ ଭୋଟରଙ୍କର ପ୍ରାୟ ୫୦ ପ୍ରତିଶତ। ତେଣୁ କଂଗ୍ରେସ, ବିଜେଡି ଓ ଭାଜପା ତିନି ଦଳ ପରଜା ସମ୍ପ୍ରଦାୟର ଭୋଟ କିପରି ହାତେଇ ନିଜର ସ୍ଥିତି ଜାହିର କରିବେ ସେନେଇ ଦଳ ମଧ୍ୟରେ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରୁଛନ୍ତି। କଂଗ୍ରେସର ଆଶାୟୀ ପ୍ରାର୍ଥୀ ଗୋବିନ୍ଦ ଖରା, ବିଜେଡି ବିଧାୟକ ପିତମ ପାଢ଼ୀ ଓ ଅନ୍ୟତମ ଆଶାୟୀ ଚୈତନ୍ୟ ନନ୍ଦିବାଲି ପରଜା ସମ୍ପ୍ରଦାୟର ହୋଇଥିବାରୁ ସେମାନଙ୍କ ମଧ୍ୟରୁ କାହାକୁ ସମ୍ପ୍ରଦାୟର ଭୋଟର ବାଛିବେ ତାହା ଦେଖିବାର ଅଛି।
ଉକ୍ତ ନିର୍ବାଚନମଣ୍ଡଳୀ ଅଧୀନରେ କୋଟିଆ ପଞ୍ଚାୟତ ପରି ସୀମାବିବାଦ ରହିଥିଲେ ମଧ୍ୟ ଉକ୍ତ ପ୍ରସଙ୍ଗ ଉପରେ କେହି ଆନ୍ତରିକତା ଦେଖାଇ ସମସ୍ୟାର ସମାଧାନ କରିବାକୁ ଆଗ୍ରହ ପ୍ରକାଶ କରୁ ନ ଥିବା ସାଧାରଣରେ ଚର୍ଚ୍ଚା ହେଉଛି। କେବଳ ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଦେଖାଇ ଭୋଟ ହାତେଇବା ପାଇଁ ଶାସକ ଦଳର ବିଧାୟକ ହୁଅନ୍ତୁ ବା ବିଜେଡି ଆଶାୟୀ ପ୍ରାର୍ଥୀମାନେ ପ୍ରଚେଷ୍ଟା ଚଳାଉଛନ୍ତି। ଗତ ନିର୍ବାଚନରେ ଆଦିବାସୀ ମାନ୍ୟତାକୁ ନେଇ ମୁଣ୍ଡ ଟେକିଥିବା ଦୋରା ସମ୍ପ୍ରଦାୟର ଭୋଟ୍‌ ବର୍ଜନ ପରି ସମସ୍ୟାକୁ କିପରି ମୁକାବିଲା କରିହେବ ସେନେଇ ମଧ୍ୟ ତିନି ଦଳର ଆଶାୟୀ ପ୍ରାର୍ଥୀ ଚିନ୍ତିତ ଥିବା କୁହାଯାଉଛି। ସୂଚନା ଥାଉକି, ଗତ ୨୦୧୯ ନିର୍ବାଚନରେ ଉକ୍ତ ନିର୍ବାଚନମଣ୍ଡଳୀରେ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ମୁକାବିଲା ହୋଇଥିଲା। ତେବେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗଦାନ କରିଥିବା ପିତମ ପାଢ଼ୀ ସେତେବେଳେ କଂଗ୍ରେସର ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ୍‌ଙ୍କୁ ହରାଇଥିଲେ। ଜୟରାମ ପାଙ୍ଗୀ କଂଗ୍ରେସରେ ପ୍ରବେଶ କରିଥିବାରୁ ଆଗାମୀ ନିର୍ବାଚନରେ ପଟାଙ୍ଗିରେ କିଭଳି ରାଜନୈତିକ ସମୀକରଣ ଆସିବ ତାହା ଉପରେ ସମସ୍ତଙ୍କ ନଜର।


Enter your email to get our daily news in your inbox.

All Right Reserved By Dharitri.Com

ମହଜୁଦ୍‌ ଅଛି ପର୍ଯ୍ୟାପ୍ତ ତେଲ, ଆତଙ୍କିତ ନ ହେବାକୁ ଅନୁରୋଧ

ବଞ୍ଚୋ,୧୭ା୫(ପ୍ରଦୋଷ କୁମାର ବିଶ୍ୱାଳ):କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡର ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ରହିଥିବା ସୂଚନା ମିଳିଛି। ଇନ୍ଧନ ସଙ୍କଟ…

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କଲେ ବିଧାୟକ

ଗଞ୍ଜାମ,୧୭ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ପଞ୍ଚାୟତର ବିଭିନ୍ନ ଗ୍ରାମକୁ ଯାଇ ଉନ୍ନୟନ ପ୍ରସଙ୍ଗରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ।…

ଅସ୍ଥାୟୀ ମଣ୍ଡପରେ ଦେବୀଙ୍କୁ ପୂଜାର୍ଚ୍ଚନା କଲେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଆସିବେ ଆଉ ୩ ମନ୍ତ୍ରୀ, ୪ ବିଧାୟକ

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଠାକୁରାଣୀ ଯାତ୍ରା ଆଉ ୩ ଦିନ ପରେ ୨୦ ତାରିଖରେ ଉଦ୍‌ଯାପିତ ହେବ। ରବିବାର ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ…

‘ପ୍ରକୃତିର ସୁରକ୍ଷା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ’

ଭଞ୍ଜନଗର,୧୭ା୫(ବାବୁଲା ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଳିତ ବର୍ଷଠାରୁ ପ୍ରଥମଥର ପାଇଁ ପରିବେଶ ପର୍ଯ୍ୟଟନ (ଇକୋ ଟୁରିଜିମ) ସ୍ଥଳୀଗୁଡ଼ିକରେ ପ୍ରକୃତି ପରିଚୟ…

ଦିଲ୍ଲୀବାସୀ ଖାଇବେ ରାୟଗଡ଼ାର ‘ଆମ୍ରପଲ୍ଲୀ’ ଆମ୍ବ, ରପ୍ତାନି ହେଲା ୨.୫ ମେଟ୍ରିକ୍‌ ଟନ୍‌

ଗୁଣପୁର,୧୭ା୫(ସୁଜାତା ପାଢ଼ୀ): ରାୟଗଡ଼ା ଜିଲାରେ ସାମୂହିକ ବିପଣନକୁ ପ୍ରୋତ୍ସାହିତ କରିବା ଏବଂ ସ୍ଥାନୀୟ ଚାଷୀଙ୍କ ପାଇଁ ଉତ୍ତମ ବଜାର ସଂଯୋଗ ସୁଯୋଗ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶା…

କିଛିଦିନ ହେଲା ଘରୁ ନିଖୋଜ ଥିଲେ ଯୁବକ, ଆଜି ଖଣିରୁ ମିଳିଲା ମୃତଦେହ, ୨ ଅଟକ

ନୟାଗଡ଼,୧୭ା୫(ଲୋକନାଥ ମିଶ୍ର): ଚାନ୍ଦପୁର ଥାନା ରାଇପଡ଼ା କ୍ରସର ନିକଟସ୍ଥ ଖଣିରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କୁ ହତ୍ୟା କରି ଫୋପଡ଼ା ଯାଇଥିବା ସନ୍ଦେହ ଅଭିଯୋଗ। ଏହି…

ଭାଉଜଙ୍କ ବାପଘରେ ରହି ପଢୁଥିଲେ ନଣନ୍ଦ, କାଜୁଗଛରେ ଝୁଲୁଛି ମୃତଦେହ

ପାଟଣା,୧୭ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଗିରିଧିନା ଗ୍ରାମର କାଜୁବଗିଚାର ଏକ ଗଛରୁ ରବିବାର ପୂର୍ବାହ୍ନରେ ଜଣେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଥିବା ୧୩ ବର୍ଷର…

ଠିକାଦାରଠାରୁ ଆଖିବୁଜା ଲାଞ୍ଚ ନେଇ ରେଡ୍‌ ହ୍ୟାଣ୍ଡ୍‌ରେ ଧରାପଡ଼ିଲେ ଯନ୍ତ୍ରୀ-ସହଯୋଗୀ, ବିଲ୍‌ କରାଇବା ପାଇଁ କହି…

ଖଣ୍ଡପଡ଼ା,୧୭ା୫: ନୟାଗଡ଼ର ଭାପୁର ଆରଡବ୍ଲ୍ୟୁ ସେକ୍ସନର କନିଷ୍ଠ ଯନ୍ତ୍ରୀ କେଶବ ସୁବୁଦ୍ଧି ଏବଂ ତାଙ୍କ ସହଯୋଗୀ ଆଶୁତୋଷ ବଳିଆରସିଂଙ୍କୁ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଗିରଫ କରାଯାଇଛି। ନୟାଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri