ମୃତ୍ୟୁ ସହ ସଂଗ୍ରାମ କରୁଛି ମାଈହାତୀ

ଦେବଗଡ଼,୨ା୧୨(ଡି.ଏନ.ଏ): ଦେବଗଡ ବନଖଣ୍ଡ ଓ ଦେବଗଡ ବନାଞ୍ଚଳ କଂସର ସେକ୍ସନ ଅନ୍ତର୍ଗତ ବିରିୟାମ ଗ୍ରାମର ଏକ ନାଳରେ ପଡି ଜୀବନମୃତ୍ୟୁ ସହ ସଂଗ୍ରାମ କରୁଛି ଏକ ମାଈହାତୀ ।
ହାତୀଟି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ସୋମବାର ବିରିୟାମ ଗ୍ରାମକୁ ଚାଲିଆସିଥିଲା। ତେବେ ରାତିରେ ସେଠାରେ ଥିବା ଏକ ନାଳରେ ହାତୀଟି ପଡିଯାଇଥିଲା ା ବନ ବିଭାଗ କର୍ମଚାରୀମାନେ ମଙ୍ଗଲବାର ଉକ୍ତ ହାତୀଟିକୁ ଉଠାଇବାକୁ ଉଦ୍ୟମ କରିଥିଲେ ମଧ୍ୟ ହାତୀଟି ଦୁର୍ବଳ ହୋଇଯାଇଥିବାରୁ ସେଠାରୁ ଉଠି ପାରି ନ ଥିଲା । ଦେବଗଡ ବନଖଣ୍ଡ ଅଧିକାରୀ କ୍ଷମା ଷଡଙ୍ଗୀ, ଫରେଷ୍ଟ ରେଞ୍ଜ ଅଫିସର ଦେବଦତ୍ତ ନନ୍ଦ, କଂସର ଫରେଷ୍ଟର ଦାୟିତ୍ୱରେ ଥିବା ତିଲେଇବଣି ଫରେଷ୍ଟର ସୁଧାଂଶୁ ବେହେରା, ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ ହାତୀଟିର ଚିକିତ୍ସା କରାଯାଇଥିଲା। ଉକ୍ତ ମାଇ ହାତୀଟିର ବୟସ ୩୦ରୁ ୩୫ ବର୍ଷ ହେବ। ବୟସାଧିକ ଯୋଗୁ ହାତୀଟି ଆବଶ୍ୟକ ପରିମାଣର ଖାଦ୍ୟ ନ ପାରି ଦୁର୍ବଳ ହୋଇପଡିଥିବା ଫରେଷ୍ଟର ବେହେରା ପ୍ରକାଶ କରିଛନ୍ତି । ସେହିପରି ବୁଧବାର ସକାଳ ତିଲେଇବଣି ପ୍ରାଣୀ ଚିକିତ୍ସକ ମିଶ୍ରଙ୍କ ନେତୃତ୍ୱରେ ଏକ ଦଳ ଘଟଣା ସ୍ଥଳକୁ ଯାଇ ହାତୀଟିର ଅଧିକ ଚିକିତ୍ସା କରିବେ ବୋଲି ଜଣାପଡିଛି । ଅନ୍ୟପକ୍ଷରେ ହାତୀଟିର ଉନ୍ନତ ଚିକିତ୍ସା ନିମନ୍ତେ ନାଳରୁ ଜଳ ନିଷ୍କାସନ ପାଇଁ ବନ ବିଭାଗ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପିପିଲି ଉପନିର୍ବାଚନ: କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ପିପିଲି ଉପନିର୍ବାଚନର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ସ୍ବାସ୍ଥ୍ୟାବସ୍ଥା ମୁଖ୍ୟମନ୍ତ୍ରୀ ପଚାରି ବୁଝିଛନ୍ତି। କରୋନାରେ ଆକ୍ରାନ୍ତ ହୋଇଥିବା ଅଜିତ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ...

ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର

ବୌଦ୍ଧ/ବଘିଅପଡା, ୨୯।୩: ବୌଦ୍ଧ ଜିଲା ବଘିଅପଡା ଫାଣ୍ଡି ନିକଟ ଖାଲିଆପଲି ଛକଠାରେ ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ବୃତ୍ତଙ୍କ ଗୁଳିମାଡରେ ଦୁଇ ବନରକ୍ଷୀ ଗୁରୁତର ହୋଇଥିବା ଜଣାପଡିଛି।...

ଡାକ୍ତରଖାନାରେ ପାଣି ନାହିଁ, ରୋଗୀଙ୍କ ଡାଏଲିସିସ୍‌ ବନ୍ଦ

ମାଲକାନଗିରି,୨୫।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟରେ କିଛିଦିନ ହେଲା ପାଣିର ଅଭାବ ଦେଖାଦେଇଛି। ଫଳରେ କିଡ୍‌ନୀ ରୋଗୀଙ୍କ ସେବା ବାଧାପ୍ରାପ୍ତ ହୋଇଛି। ପରିସ୍ଥିତି ଏଭଳି ହୋଇଛି...

ବାଲେଶ୍ୱର ଷ୍ଟେଶନରେ ଟ୍ରେନ୍‌ ଯାତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର ଅଫିସ, ୨୨।୩-କରୋନା ସଂକ୍ରମଣ ଭୂତାଣୁକୁ ରୋକିବା ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରତ୍ୟେକ ରେଳଷ୍ଟେଶନରେ ଟ୍ରେନ୍‌ରେ ଆସୁଥିବା ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ବାଲେଶ୍ୱର...

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ସୁସ୍ଥ ହୋଇଥିବା ବ୍ୟକ୍ତିଜଣଙ୍କ...

ଲୁଟିବାକୁ ଆସି ନେଲେ ଖାଲି ବ୍ୟାଗ

ଝାରସୁଗୁଡ଼ା ଅଫିସ,୨୨ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଏମ୍‌ସିଏଲ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଜଣେ...

ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା, ସ୍ବାମୀ ଅଟକ

ସୁନ୍ଦରଗଡ଼,୮।୭(ଡି.ଏନ୍‌.ଏ.): ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସୁବଳିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଘରୋଇ କଳିକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି...

ଶିମିଳିପାଳ ପାଦଦେଶରେ ଦୂର ହେବ ନେଟୱର୍କ ସମସ୍ୟା

ବିଶୋଇ, ୮ା୪ (ଡି.ଏନ.ଏ) ମୟୂରଭଞ୍ଜ ଜିଲା ଶିମିଳିପାଳ ପାଦଦେଶରେ ଥିବା ଆଦିବାସୀ ଅଧ୍ୟୁଷିତ ବିଶୋଇ ଅଞ୍ଚଳରେ ଦୀର୍ଘ ଦିନ ଧରି ମୋବାଇଲ ନେଟୱର୍କ ସମସ୍ୟା ଲାଗିରହିଥିଲା।...

Advertisement
Archives

Model This Week