ମହୁଲ ଗୋଟାଉଛନ୍ତି ରୌପ୍ୟ ବିଜେତା ତୀରନ୍ଦାଜ

ଏମ୍‌ଭି ୭୯,୧୯ା୪(ଡି.ଏନ.ଏ.): ଦିନେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ତୀରନ୍ଦାଜୀରେ ଦେଶ ତଥା ରାଜ୍ୟ ପାଇଁ ରୌପ୍ୟ ପଦକ ଜିତି ସେ ଆଣିଥିଲେ ଗୌରବ। ଆଗକୁ ବଢ଼ିବାର ସ୍ବପ୍ନ ଓ ଲକ୍ଷ୍ୟ ଥିଲେ ମଧ୍ୟ ଅଭାବ ଓ ଦାରିଦ୍ର୍ୟ ତାଙ୍କ ପାଇଁ ସାଜିଲା ପ୍ରତିବନ୍ଧକ। ସରକାରୀ ସ୍ତରରେ ତାଙ୍କୁ କୌଣସି ସହାୟତା ନ ମିଳିବାରୁ ଏବେ ନିଜ ପାଇଁ ଦାନା ସଂଗ୍ରହ କରିବା ଏହି କ୍ରୀଡ଼ାବିତ୍‌ଙ୍କ ପାଇଁ ହୋଇପଡିଛି କଷ୍ଟକର। ଏପରି ପରିସ୍ଥିତିରେ ତୀରନ୍ଦାଜୀଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି ଏହି ଖେଳାଳି। ସେ ହେଲେ ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଲାବରମ ଗ୍ରାମର ଏରା ତାତି।
୧୫ ବର୍ଷର ଏହି ଆଦିବାସୀ ଯୁବକ ଏରା ୨୦୧୯-୨୦ରେ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ଠାରେ ବିଦ୍ୟାଳୟ ସ୍ତରର ଛାତ୍ରୀଛାତ୍ରଙ୍କ ପାଇଁ ହୋଇଥିବା ଜାତୀୟ ସ୍ତରର ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସେତେବେଳେ ତାଙ୍କୁ ବେଶ୍‌ ପ୍ରଶଂସା ମିଳିଥିଲା ସତ; ମାତ୍ର ଆଗକୁ ବଢ଼ିବା ନେଇ ତାଙ୍କ ମନରେ ଥିବା ଇଚ୍ଛା ଆଗ୍ରହକୁ କେହି ଗୁରୁତ୍ୱ ଦେଇ ନ ଥିଲେ। ଏରାଙ୍କ ବାପା ବୋଜା ତାତି ୮ବର୍ଷ ତଳେ ଆନ୍ଧ୍ର ପ୍ରଦେଶ କାମ କରିବାକୁ ଯାଇ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ରୋଗଗ୍ରସ୍ତ ମା’ ଜିଇ ତାତିଙ୍କ ଗତ ୩୧ ତାରିଖରେ ମୃତ୍ୟୁ ଘଟିଛି। ଫଳରେ ଏରାଙ୍କ ସହ ଭଉଣୀ ଭିମେ ଓ ସାନଭାଇ ଗଙ୍ଗା ତାତି ଏବେ ଅସହାୟ ହୋଇପଡିଛନ୍ତି। ଜଙ୍ଗଲରୁ ମହୁଲ ଗୋଟାଇ ଏହାକୁ ନିକଟସ୍ଥ ବଜାରରେ ବିକ୍ରିକରି ପରିବାର ଚଳାଉଛନ୍ତି ଏରା। ପ୍ରତ୍ୟହ ଦିଓଳି ଖାଇବା ଯୋଗାଡ଼ କରିବା ଏହି ଭଉଣୀଭାଇଙ୍କ ପାଇଁ ହୋଇଯାଉଛି କଷ୍ଟକର। ଏରାଙ୍କ ଭଳି ପ୍ରତିଭାବାନ ତୀରନ୍ଦାଜୀଙ୍କୁ ସୁଯୋଗ ମିଳିଲେ ସେ ଆଗକୁ ନିଶ୍ଚିତ ଆମ ପାଇଁ ଗୌରବ ଆଣିପାରିବେ ଏଥିରେ ସନ୍ଦେହ ନାହିଁ ବୋଲି କହନ୍ତି ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ଓ୍ବାର୍ଡମେମ୍ବରଙ୍କ ସହ ଅଞ୍ଚଳବାସୀ। ଏହି ଅସହାୟ ପରିବାରକୁ ଜିଲା ପ୍ରଶାସନ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri