ମହୁଲ ଗୋଟାଉଛନ୍ତି ରୌପ୍ୟ ବିଜେତା ତୀରନ୍ଦାଜ

ଏମ୍‌ଭି ୭୯,୧୯ା୪(ଡି.ଏନ.ଏ.): ଦିନେ ଜାତୀୟ ସ୍ତରର କ୍ରୀଡ଼ା ପ୍ରତିଯୋଗିତାରେ ତୀରନ୍ଦାଜୀରେ ଦେଶ ତଥା ରାଜ୍ୟ ପାଇଁ ରୌପ୍ୟ ପଦକ ଜିତି ସେ ଆଣିଥିଲେ ଗୌରବ। ଆଗକୁ ବଢ଼ିବାର ସ୍ବପ୍ନ ଓ ଲକ୍ଷ୍ୟ ଥିଲେ ମଧ୍ୟ ଅଭାବ ଓ ଦାରିଦ୍ର୍ୟ ତାଙ୍କ ପାଇଁ ସାଜିଲା ପ୍ରତିବନ୍ଧକ। ସରକାରୀ ସ୍ତରରେ ତାଙ୍କୁ କୌଣସି ସହାୟତା ନ ମିଳିବାରୁ ଏବେ ନିଜ ପାଇଁ ଦାନା ସଂଗ୍ରହ କରିବା ଏହି କ୍ରୀଡ଼ାବିତ୍‌ଙ୍କ ପାଇଁ ହୋଇପଡିଛି କଷ୍ଟକର। ଏପରି ପରିସ୍ଥିତିରେ ତୀରନ୍ଦାଜୀଠାରୁ ଦୂରେଇ ରହିବାକୁ ବାଧ୍ୟ ହୋଇଛନ୍ତି ଏହି ଖେଳାଳି। ସେ ହେଲେ ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମାଲାବରମ ଗ୍ରାମର ଏରା ତାତି।
୧୫ ବର୍ଷର ଏହି ଆଦିବାସୀ ଯୁବକ ଏରା ୨୦୧୯-୨୦ରେ ମଧ୍ୟ ପ୍ରଦେଶର ଉଜ୍ଜୟିନୀ ଠାରେ ବିଦ୍ୟାଳୟ ସ୍ତରର ଛାତ୍ରୀଛାତ୍ରଙ୍କ ପାଇଁ ହୋଇଥିବା ଜାତୀୟ ସ୍ତରର ତୀରନ୍ଦାଜୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୌପ୍ୟ ପଦକ ଜିତିଥିଲେ। ତାଙ୍କର ଏହି ସଫଳତା ପାଇଁ ସେତେବେଳେ ତାଙ୍କୁ ବେଶ୍‌ ପ୍ରଶଂସା ମିଳିଥିଲା ସତ; ମାତ୍ର ଆଗକୁ ବଢ଼ିବା ନେଇ ତାଙ୍କ ମନରେ ଥିବା ଇଚ୍ଛା ଆଗ୍ରହକୁ କେହି ଗୁରୁତ୍ୱ ଦେଇ ନ ଥିଲେ। ଏରାଙ୍କ ବାପା ବୋଜା ତାତି ୮ବର୍ଷ ତଳେ ଆନ୍ଧ୍ର ପ୍ରଦେଶ କାମ କରିବାକୁ ଯାଇ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ରୋଗଗ୍ରସ୍ତ ମା’ ଜିଇ ତାତିଙ୍କ ଗତ ୩୧ ତାରିଖରେ ମୃତ୍ୟୁ ଘଟିଛି। ଫଳରେ ଏରାଙ୍କ ସହ ଭଉଣୀ ଭିମେ ଓ ସାନଭାଇ ଗଙ୍ଗା ତାତି ଏବେ ଅସହାୟ ହୋଇପଡିଛନ୍ତି। ଜଙ୍ଗଲରୁ ମହୁଲ ଗୋଟାଇ ଏହାକୁ ନିକଟସ୍ଥ ବଜାରରେ ବିକ୍ରିକରି ପରିବାର ଚଳାଉଛନ୍ତି ଏରା। ପ୍ରତ୍ୟହ ଦିଓଳି ଖାଇବା ଯୋଗାଡ଼ କରିବା ଏହି ଭଉଣୀଭାଇଙ୍କ ପାଇଁ ହୋଇଯାଉଛି କଷ୍ଟକର। ଏରାଙ୍କ ଭଳି ପ୍ରତିଭାବାନ ତୀରନ୍ଦାଜୀଙ୍କୁ ସୁଯୋଗ ମିଳିଲେ ସେ ଆଗକୁ ନିଶ୍ଚିତ ଆମ ପାଇଁ ଗୌରବ ଆଣିପାରିବେ ଏଥିରେ ସନ୍ଦେହ ନାହିଁ ବୋଲି କହନ୍ତି ସ୍ଥାନୀୟ ଅଞ୍ଚଳର ସରପଞ୍ଚ, ଓ୍ବାର୍ଡମେମ୍ବରଙ୍କ ସହ ଅଞ୍ଚଳବାସୀ। ଏହି ଅସହାୟ ପରିବାରକୁ ଜିଲା ପ୍ରଶାସନ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସିଏମ୍‌ସି ପକ୍ଷରୁ ହୋମ ଡେଲିଭରି ସେବା

କଟକ ଅଫିସ,୨୬ା୩: ସମ୍ପ୍ରତି ଲକ୍‌ଡାଉନ୍‌ ସମୟରେ କଟକ ମହାନଗର ନିଗମ (ସିଏମ୍‌ସି) ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ହୋମ ଡେଲିଭରି ସେବା ଯୋଗାଇଦେବାକୁ ବୁଧବାର ପଦକ୍ଷେପ...

ସବ୍‌ଡିଭିଜନ ଦାବି ତେଜିଲା

ବଡ଼ସାହି,୧୫।୧୨(ସ୍ବ.ପ୍ର.)-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ବେତନଟୀ ଓ ବଡସାହି ବ୍ଲକୁ ମିଶାଇ ସବ୍‌ଡିଭିଜନ ଗଠନ କରିବା ଦାବି ତେଜିବାରେ ଲାଗିଛି। ଶନିବାର ପାଉଁଶିଆବନ୍ଧ ଠାରେ ଅନୁଷ୍ଠିତ...

ଦେବକୁଣ୍ଡରେ ପର୍ଯ୍ୟଟକଙ୍କୁ ଦୁର୍ବ୍ୟବହାର ନେଇ ଉତ୍ତେଜନା

ଉଦଳା, ୨୨।୨ (ଡି.ଏନ.ଏ.) ମୟୂରଭଞ୍ଜ ଜିଲା ଉଦଳା ଦେବକୁଣ୍ଡ ପର୍ଯ୍ୟଟନସ୍ଥଳରେ ପର୍ଯ୍ୟଟକଙ୍କୁ ହଇରାଣ କରାଯାଉଥିବା ନେଇ ଅଭିଯୋଗ ହୋଇଛି। ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଲେ...

ଆଜିଠୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର,୧୩-୧୧(ବ୍ୟୁରୋ):ଷୋଡଶ ବିଧାନସଭାର ଦ୍ୱିତୀୟ ତଥା ଶୀତ ଅଧିବେଶନ ବୁଧବାରଠାରୁ ଆରମ୍ଭ ହେଉଛି। ଏହା ଡିସେମ୍ବର ୧୯ ଯାଏ ଚାଲିବ। ଏଥିରେ ମୋଟ ୩୦ଟି କାର୍ଯ୍ୟ ଦିବସ...

୧୧ ଏଏସ୍‌ପିଙ୍କୁ ଏସ୍‌ପି ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜ୍ୟ ସରକାର ୧୧ ଜଣ ଓଡ଼ିଶା ପୋଲିସ ସେବା (ଓପିଏସ୍‌) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହି ଅଧିକାରୀମାନଙ୍କୁ ଆଡିଶନାଲ ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ(ଏଏସ୍‌ପି)ରୁ ଏସ୍‌ପି(ସୁପରଟାଇମ...

ଟିକାକରଣରେ ବିଏମ୍‌ସିର ରେକର୍ଡ

ଭୁବନେଶ୍ୱର,୨୧।୧(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଟିକାକରଣରେ ରେକର୍ଡ କରିଛି। ୨୦ ତାରିଖ ସୁଦ୍ଧା ମୋଟ ୨୯ ଲକ୍ଷ ୦୨ ହଜାର ୩୦୯ ଡୋଜ ଟିକା ଦିଆଯାଇଛି...

କଟକରେ ଚାଞ୍ଚଲ୍ୟ: ୨୪ ଘଣ୍ଟାରେ ୩ ଜଣଙ୍କୁ ଗଳାକାଟି ହତ୍ୟା

କଟକ ଅଫିସ,୨୫।୭: କଟକରେ ଗତ ୨୪ ଘଣ୍ଟା ମଧ୍ୟରେ ଘଟିଛି ୩ ହତ୍ୟାକାଣ୍ଡ। ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳା କାଟି ହତ୍ୟା କରାଯାଇଥିବାବେଳେ ବୁଧବାର...

ସମବାୟ ବିଭାଗର ୩ ଜଣଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୧ା୧(ବ୍ୟୁରୋ): ସମବାୟ ବିଭାଗରେ କାର୍ଯ୍ୟରତ ୩ ଜଣ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ପ୍ରଦାନ କରିଛନ୍ତି। ସମବାୟ ଅଡିଟ୍‌ ନିର୍ଦ୍ଦେଶାଳୟ, ଭୁବନେଶ୍ୱରର ସବ୍‌ଆସିଷ୍ଟାଣ୍ଟ ଏଜିସିଏସ୍‌...

Advertisement
Archives

Model This Week