Posted inଜାତୀୟ

ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲା: ସଂସଦରୁ ମହୁଆ ମୋଇତ୍ରା ବହିଷ୍କୃତ

ନୂଆଦିଲ୍ଲୀ,୮।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରା ଶୁକ୍ରବାର ଲୋକ ସଭାରୁ ବହିଷ୍କୃତ ହୋଇଛନ୍ତି। ଲୋକ ସଭାରେ ଆଗତ କରାଯାଇଥିବା ‘ଏଥିକ୍ସ କମିଟି’ ରିପୋର୍ଟ ଆଧାରରେ ସେ ବହିଷ୍କୃୃତ ହୋଇଥିବା ଜଣାପଡିଛି।

ଗୃହରେ ଏମ୍‌ପି ମହୁଆଙ୍କ ଉପରେ ‘ଏଥିକ୍ସ କମିଟି’ ରିପୋର୍ଟ ଉପସ୍ଥାପନ କରିଥିଲେ। ଏଥିକ୍ସ କମିଟି ଅଧ୍ୟକ୍ଷ ବିନୋଦ କୁମାର ସୋନ୍‌କାର ରିପୋର୍ଟରେ ଉଲ୍ଲେଖ କରିଥିଲେ ଯେ, ମହୁଆ କଠୋର ଦଣ୍ଡବିଧାନ ଯୋଗ୍ୟ।

ରିପୋର୍ଟ ଉପସ୍ଥାପନ କରାଯିବା କ୍ଷଣି ‘ତୃଣମୂଳ କଂଗ୍ରେସ’ ସଦସ୍ୟଙ୍କ ସହିତ କଂଗ୍ରେସର କେତେକ ସଦସ୍ୟ ଗୃହର ମଧ୍ୟଭାଗକୁ ଚାଲି ଆସି ହୋହଲ୍ଲା କରିଥିଲେ। ତଥାପି ଏହା ଉପରେ ଭୋଟ ହୋଇଥିଲା। ଏହାକୁ ବିରୋଧ କରି ଇଣ୍ଡିଆ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ମହୁଆ ମଧ୍ୟ ଲୋକ ସଭାରୁ ବାହାରି ଆସିଥିଲେ। ବେଆଇନ ଭାବେ ତାଙ୍କୁ ବହିଷ୍କୃତ କରାଯାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଲିଘାଟରୁ ଶ୍ରମିକଙ୍କ ମୃତଦେହ ମିଳିବା ଘଟଣା: ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ବିଫଳ, ବଢୁଛି ଉତ୍ତେଜନା

ଦେବଗଡ଼,୨୫ା୬(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ସିଂହଶାଳ ପଞ୍ଚାୟତର ଚଟିଆପାଲି ବାଲିଘାଟରୁ ପୋଲିସ ୨୧ ତାରିଖ ରାତିରେ ଶ୍ରମିକ ଈନ୍ଦ୍ର ମୁଣ୍ଡାଙ୍କର ଗଳିତ ମୃତଦେହ…

ବଡ଼ ଭୂକମ୍ପରେ ଶ୍ମଶାନ ପାଲଟିଲା ଭେନେଜୁଏଲା! ମୃତ୍ୟୁସଂଖ୍ୟା ୧୦ ହଜାର ଟପିବା ଆଶଙ୍କା

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ମାତ୍ର ଗୋଟିଏ ମିନିଟ୍‌ ଭିତରେ ଆସିଥିବା ଦୁଇଟି ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଶତାଧିକ ଅଟ୍ଟାଳିକା ଭୁଶୁଡ଼ି ପଡ଼ିଥିବା ବେଳେ…

ମହାକାଳପଡ଼ାର ଏହି ସ୍ଥାନରେ ହେବ ଜାହାଜ କାରଖାନା, ଆରମ୍ଭ ହେଲା ସର୍ଭେ

ମହାକାଳପଡ଼ା, ୨୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତୀଘର ପଞ୍ଚାୟତ ବଡ଼ଟୁବି, ସାନଟୁବି ଓ ନିପାଣିଆ ଗ୍ରାମରେ ଜାହାଜ କାରଖାନା ପ୍ରତିଷ୍ଠା ପାଇଁ…

‘ଇ୨୦’ ପେଟ୍ରୋଲ ବ୍ୟବହାର କଲେ ବୀମା ବାତିଲ ହେବନାହିଁ: କେନ୍ଦ୍ର

ନୂଆଦିଲ୍ଲୀ, ୨୫ା୬ : ୨୦ ପ୍ରତିଶତ ଇଥାନଲ୍‌ ମିଶ୍ରିତ ପେଟ୍ରୋଲ୍‌ ବା ‘ଇ୨୦’ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବୀମା ଅବଧି ବା ବୈଧତା ବାତିଲ ହୋଇଯିବ…

୭୨ ଘଣ୍ଟା ସମୟ ଦେଲେ ସରପଞ୍ଚ ଚାମେଲୀ ଓଝା , କାର୍ଯ୍ୟାନୁଷ୍ଠାନ ନ ହେଲେ ଆପଣାଇବେ ଏହି ପନ୍ଥା…

କେନ୍ଦ୍ରାପଡ଼ା,୨୫ା୬(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ସରପଞ୍ଚ ଚାମେଲୀ ଓଝା   ଜଜାଙ୍ଗସ୍ଥିତ ଏସ୍‌ପି ଅଫିସ ସମ୍ମୁଖରେ ନ୍ୟାୟ ଦାବି କରି ବୁଧବାର ଧାରଣାରେ ବସିଥିଲେ।…

ଭୂକମ୍ପରେ ଥରିଲା ଭେନେଜୁଏଲା: ମାତ୍ର ୪୫ ସେକେଣ୍ଡରେ ସବୁ ଛାର୍‌ଖାର୍‌, ଭୟରେ ଜୀବନ ବିକଳରେ ଦୌଡ଼ିଲେ ଲୋକେ

ଭେନେଜୁଏଲା,୨୫।୬: ଭେନେଜୁଏଲାରେ ବଡ଼ ଧରଣର ଭୂମିକମ୍ପ ଝଟକା। ମାତ୍ର ୪୫ ସେକେଣ୍ଡରେ ୨ ଥର ଭୂକମ୍ପ ଅନୁଭୂତ । ଆମେରିକୀୟ ଭୂତତ୍ତ୍ୱ ସର୍ଭେ ଅନୁଯାୟୀ, ୭.୧ ଏବଂ…

ରାଜ୍ୟର ଏସବୁ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୪ା୬(ସୌମ୍ୟରଞ୍ଜନ ରାଉତ)- ରାଜ୍ୟର ସବୁ ଜିଲାକୁ ଛୁଇଁବା ପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅଧିକ ସକ୍ରିୟ ହୋଇଛି। ଖରା, ଗରମ ସହ କଁା ଭଁା କିଛି କିଛି…

ସୀମା ଟପିଲାଣି ସରକାରୀ ବହିରେ ତ୍ରୁଟି: ଇଂଲିଶ ବହିରେ ଓଡ଼ିଆ ରଜ ଗୀତ

ଭୁବନେଶ୍ୱର,୨୪ା୬(ସୁଚିସ୍ମିତା ସାହୁ): ଜାତୀୟ ଶିକ୍ଷାନୀତି -୨୦୨୦ ଆଧାରରେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ନୂଆ ବହିରେ ତ୍ରୁଟି ସୀମା ଟପିଲାଣି। ପୂର୍ବରୁ ବ୍ୟାକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri