Odisha Elections 2024
Posted inଜାତୀୟ

ସଫଳ ହେଲାନି ମହୁଆଙ୍କ ଚେଷ୍ଟା, ଶେଷରେ ଖାଲି କଲେ ସରକାରୀ ବଙ୍ଗଳା

ନୂଆଦିଲ୍ଲୀ,୧୯।୧: ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଲୋକ ସଭାରୁ ବହିଷ୍କୃତ ହୋଇଥିବା ଏମ୍‌ପି ମହୁଆ ମୋଇତ୍ରାଙ୍କୁ ଶେଷରେ ସରକାରୀ ବଙ୍ଗଳା ଖାଲି କରିବାକୁ ପଡିଛି। ଦୁଇ ଦିନ ପୂର୍ବେ ବଙ୍ଗଳା ଖାଲି କରିବାକୁ ପୁଣି ଥରେ ମହୁଆକୁ ନୋଟିସ ପଠାଯାଇଥିଲା। ଏହା ପରେ ମହୁଆ ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ପହଞ୍ଚିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହାଇକୋର୍ଟ ମହୁଆଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ।

ସୂଚନାଯୋଗ୍ୟ, ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ୮ ଡିସେମ୍ବର ୨୦୨୩ରେ ମହୁଆଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରାଯାଇଥିଲା। ଏହା ପରେ ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବାକୁ ଦୁଇଥର କୁହାଯାଇଥିଲା, କିନ୍ତୁ ସେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଏହା ପରେ ତୃତୀୟ ଥର ପାଇଁ ତାଙ୍କୁ ତୁରନ୍ତ ବଙ୍ଗଳା ଖାଲି କରିବାକୁ ନୋଟିସ ପଠାଯାଇଥିଲା। ମହୁଆଙ୍କୁ ଏହି ବଙ୍ଗଳାକୁ ଲୋକ ସଭା ଏମ୍‌ପି ଭାବରେ ଦିଆଯାଇଥିଲା, କିନ୍ତୁ ତାଙ୍କର ସଦସ୍ୟତା ବାତିଲ ହେବା ମାତ୍ରେ ତାଙ୍କୁ ବଙ୍ଗଳା ଖାଲି କରିବାକୁ କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାନ୍ତ କିଶୋର, ଯୋଗେନ୍ଦ୍ର ଯାଦବଙ୍କ ଭଳି ରାଜନୈତିକ ବିଶ୍ଳେଷକଙ୍କ ଭବିଷ୍ୟବାଣୀ ଭାଜପାକୁ ଚମକାଇ, ବିରୋଧୀଙ୍କୁ ଖୁସି କରିପାରେ

ନୂଆଦିଲ୍ଲୀ,୧୭।୫: ଲୋକ ସଭାରେ ଚାରୋଟି ପର୍ଯ୍ୟାୟ ମତଦାନ ହୋଇଛି। ଅଦ୍ୟାବଧି ପ୍ରତ୍ୟେକ ଦଳ ଭିନ୍ନ ଭିନ୍ନ ଦାବି କରି ନିଜକୁ ଶକ୍ତିଶାଳୀ ପ୍ରଦର୍ଶନ କରୁଛନ୍ତି। ୪୦୦ଟି...

୩ ଦିନ ପରେ ହୋର୍ଡିଂ ତଳୁ ମିଳିଲା ୨ ମୃତଦେହ, ବଲିଉଡରେ ଶୋକର ଛାୟା

ମୁମ୍ବାଇ,୧୭।୫: ମହାରାଷ୍ଟ୍ରର ଘାଟକୋପରରେ ହୋଇଥିବା ହୋର୍ଡିଂ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି। ପେଟ୍ରୋଲ ପମ୍ପ ଉପରେ ପଡିଥିବା ଏହି ହୋର୍ଡିଂ ହଟାଯିବା ମାତ୍ରେ ଏଥିରୁ...

ହେମନ୍ତ ସୋରେନଙ୍କ ନିର୍ବାଚନ ପ୍ରଚାର ପାଇଁ ଜାମିନ ଆବେଦନ ଉପରେ ତୁରନ୍ତ ଶୁଣାଣି କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୭।୫: ମନି ଲଣ୍ଡରିଂ ମାମଲାରେ ନିର୍ବାଚନ ପ୍ରଚାର ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନ ପାଇଁ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଶୁଣାଣି କରିବାକୁ ଶୁକ୍ରବାର ସୁପ୍ରିମକୋର୍ଟ...

ଏହି ଦଳ ହେବ ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ହେଡେନ୍‌

ନୂଆଦିଲ୍ଲୀ,୧୭।୫: ଅଷ୍ଟ୍ରେଲୀୟ ପୂର୍ବତନ କିମ୍ବଦନ୍ତୀ ମାଥ୍ୟୁ ହେଡେନ ଆଇପିଏଲ ୨୦୨୪ ବିଜେତା ସମ୍ବନ୍ଧରେ ପୂର୍ବାନୁମାନ କରିଛନ୍ତି। ଏକ ସାକ୍ଷାତକାରରେ ହେଡେନ ରାଜସ୍ଥାନ ଏଥର କପ୍‌ ନେବ...

Video: ସ୍ୱାତୀ ମାଲିୱାଲଙ୍କୁ ଏହିପରି ଦୁର୍ବ୍ୟବହାର କରିଥିଲେ ବୈଭବ କୁମାର

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। ଏହି...

କୋଭାକ୍ସିନ ନେବାର ବର୍ଷେ ପରେ ୩୦% ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ

ନୂଆଦିଲ୍ଲୀ,୧୭/୫:ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା କମ୍ପାନୀ ପ୍ରସ୍ତୁତ କୋଭିଶିଲ୍ଡ ଟିକା ନେଇଥିବା ଲୋକଙ୍କଠାରେ ରକ୍ତ ଜମାଟ ବାନ୍ଧିବା ଓ ପ୍ଲେଟ୍‌ଲେଟ୍‌ କାଉଣ୍ଟ କମିଯିବା ଭଳି ବିରଳ ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇଥିବା...

”୭-୮ ଚାପୁଡ଼ା, ଛାତି, ପେଟକୁ ଗୋଇଠା ମାରିଲେ”: FIR’ରେ ଲେଖିଲେ ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ,୧୭।୫: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କ ସହ ଅସଦାଚରଣ ମାମଲାରେ ପୋଲିସ ଏଫଆଇଆର ପଞ୍ଜିକରଣ କରିଛି। କେଜ୍ରିୱାଲଙ୍କ...

ତାସ ଭଳି ଅଲଗା ହୋଇଗଲେଣି ବିରୋଧୀ, ବାରାବାଙ୍କିରେ ମୋଦିଙ୍କ ଟାର୍ଗେଟ

ନୂଆଦିଲ୍ଲୀ,୧୭।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଉତ୍ତରପ୍ରଦେଶର ବାରବାଙ୍କି ଠାରେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରିଛନ୍ତି। ଏଠାରେ ସେ କଂଗ୍ରେସ ଏବଂ ସମାଜବାଦୀ ପାର୍ଟିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri