‘ଏମରଜେନ୍ସି’ରେ ମହିମାଙ୍କ ଏଣ୍ଟ୍ରି

ବମ୍ବେ: ଚଳଚ୍ଚିତ୍ର ‘ଏମରଜେନ୍ସି’ରେ ଅଭିନେତ୍ରୀ ମହିମା ଚୌଧୁରୀଙ୍କ ଏଣ୍ଟ୍ରି। ସେ ସାଂସ୍କୃତିକ କାର୍ଯ୍ୟକର୍ତ୍ତା ତଥା ଲେଖକ ପପୁଲ ଜୟକରଙ୍କ ଭୂମିକାରେ ନଜର ଆସିବେ, ଯିଏକି ନେହେରୁ ପରିବାରର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଫିଲ୍ମରେ ମୁଖ୍ୟ ଭୂମିକାରେ ଥିବା ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମହିମାଙ୍କ ଅଭିନୟ ନେଇ ସୂଚନା ଦେଇଛନ୍ତି। ତେବେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ।

କଙ୍ଗନାଙ୍କ ଫିଲ୍ମଟି ୧୯୭୫,ଜୁନ୍‌ ୨୫ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦ୍ରିରା ଗାନ୍ଧୀ ଦେଶରେ ଲଗାଇଥିବା ଜରୁରିକାଳୀନ ପରିସ୍ଥିତି ଉପରେ ପର୍ଯ୍ୟବଶିତ। ଏହା ୧୯୭୭ ମାର୍ଚ୍ଚ ୨୧ ଯାଏ ଲାଗି ରହିଥିଲା। ପରେ ଏହାକୁ ଭାରତ ଇତିହାସର କଳା ଅଧ୍ୟାୟ ଭାବେ ବିବେଚନା କରାଯାଇଥାଏ। ଫିଲ୍ମରେ ଅଭିନେତା ଅନୁପମ ଖେର ରାଜନେତା ଜୟପ୍ରକାଶ ନାରାୟଣ ଚରିତ୍ରରେ ଅଭିନୟ କରିବେ। ଜୟପ୍ରକାଶ ଏଭଳି ନେତା ଥିଲେ ଯିଏ କି ଜରୁରିକାଳୀନ ପରିସ୍ଥିତି ବିପକ୍ଷରେ ସ୍ବର ଉତ୍ତୋଳନ କରିଥିଲେ। ସେହିଭଳି ଅଭିନେତା ଶ୍ରେୟସ ତଲ୍‌ପଡେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri