ଟେନିସ ତାରକାଙ୍କ ପ୍ରେମରେ ପଡି ଚର୍ଚ୍ଚାକୁ ଆସିଥିଲେ ମହିମା

ମୁମ୍ବାଇ: ବଲିଉଡ୍ ନାୟିକା ମହିମା ଚୌଧୁରୀ ରବିବାର ତାଙ୍କର ୪୭ ତମ ଜନ୍ମଦିନ ପାଳନ କରିଛନ୍ତି । ଆଜି ସେ ବଡ ପରଦାଠାରୁ ଦୂରେଇ ଥିଲେ ବି ତାଙ୍କ ପ୍ରଶଂସକଙ୍କ ହୃଦୟରେ ଘର କରି ରହିଛନ୍ତି । ୯୦ ଦଶକର ଏହି ନାୟିକା କିଛି ହିଟ୍ ଫିଲ୍ମ ଭେଟି ଦେଇଥିବା ବେଳେ କାହିଁକି ବଡ ପରଦାରୁ ମୁହଁ ଫେରାଇ ନେଲେ ତାହା ଆଜିବି ଅନେକଙ୍କ ମନରେ ପ୍ରଶ୍ନବାଚୀ ହୋଇ ରହିଯାଇଛି । ମିସ୍ ଇଣ୍ଡିଆ ଟାଇଟଲ ଜିତିବା ପରେ ମହିମା ଟେଲିଭିଜନ ବିଜ୍ଞାପନରୁ କାମ ଆରମ୍ଭ କରିଥିଲେ । ୯୦ ଦଶକରେ ମହିମାଙ୍କ ପେପ୍ସି ବିଜ୍ଞାପନ ଖୁବ୍ ଲୋକପ୍ରିୟ ହୋଇଥିଲା । ଏଥିରେ ସେ ଆମିର ଖାଁ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ନଜର ଆସିଥିଲେ । ୧୯୯୭ରେ ବଲିଉଡ୍‌ରେ ଡେବ୍ୟୁ କଲେ ମହିମା । ସୁଭାଷ ଘାଇଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପରଦେଶ’ ରେ ସେ ଶାହାରୁଖ ଖାଁଙ୍କ ନାୟିକା ଭାବେ ଦେଖାଦେଲେ । ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ବି ହେଲା । ଏହାପରେ ସେ ଦାଗ: ଦ ଫାୟାର, ପ୍ୟାର କୋଇ ଖେଲ ନେହିଁ, କୁରୁକ୍ଷେତ୍ର, ୟେ ତେରା ଘର ୟେ ମେରା ଘର ଓ ଓମ ଜୟଜଗଦିଶ ଭଳି ଫିଲ୍ମରେ ନଜର ଆସିଥିଲେ । ଏହାରି ଭିତରେ ମହିମାଙ୍କ ରିଲେସନଶିପକୁ ନେଇ ହୋଇଥିଲା ଚର୍ଚ୍ଚା । ଟେନିସ ତାରକା ଲିୟଣ୍ଡର ପେସଙ୍କ ସହ ଡେଟିଂରେ ଚାଲିଲେ ମହିମା । ହେଲେ କିଛିଦିନ ପରେ ଏଥିରେ ଆସିଲା ଫାଟ । ଉଭୟ ହୋଇଗଲେ ଅଲଗା । ଏହାପରେ ୨୦୦୬ରେ ମହିମା ଆର୍କିଟେକ୍ଟ ତଥା ବିଜନେସ୍ ମ୍ୟାନ ବବି ମୁଖାର୍ଜୀଙ୍କୁ ଲୁଚିଛପି ବିବାହ କଲେ ବୋଲି କୁହାଯାଏ । ଆଉ ବିବାହର ଖୁବ୍ କମ୍ ଦିନ ଭିତରେ ସେ ଗର୍ଭବତୀ ଥିବା ଜଣାଇଲେ । ଆଲୋଚନା ହେଲା କି ବିବାହ ପୂର୍ବରୁ ସେ କୁଆଡେ ଗର୍ଭବତୀ ହୋଇଯାଇଥିଲେ । ଯାହାହେଉ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ନେବାର କିଛିଦିନ ପରେ ସେ ବବିଙ୍କଠାରୁ ଅଲଗା ହୋଇଗଲେ । ଏବେ ସେ ସିଙ୍ଗଲ ମଦର ଭାବେ ଝିଅ ଆରିୟାନା ସହ ରହୁଛନ୍ତି । ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ଥିବା ମହିମା ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଥାଆନ୍ତି ବୋଲି କୁହାଯାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

ହିନ୍ଦୀ ନ କହିବାରୁ କନ୍ନଡ଼ ଅଭିନେତ୍ରୀଙ୍କୁ ଆକ୍ରମଣ

ବେଙ୍ଗାଲୁରୁ, ୨୦।୪: କନ୍ନଡ଼ ଅଭିନେତ୍ରୀ ହର୍ଷିକା ପୁନାଚାଙ୍କୁ ୨ ଦିନ ତଳେ କେତେଜଣ ଦୁର୍ବୃତ୍ତ ଆକ୍ରମଣ କରିଥିବା ଶୁକ୍ରବାର ସେ ନିଜ ଫେସବୁକରେ ପୋଷ୍ଟ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri