Posted inଜାତୀୟ

ଧ୍ୱଜାବତରଣରେ ମହାତ୍ମାଙ୍କ ପସନ୍ଦକୁ ହଟାଗଲା…

ନୂଆଦିଲ୍ଲୀ, ୨୨।୧ : ମହାତ୍ମା ଗାନ୍ଧୀଙ୍କ ପ୍ରିୟ ଭଜନ ଆବାଇଡ୍‌ ଓ୍ବିଥ୍‌ ମି (ମୋ ସହିତ ରୁହ)ର ଧୁନ୍‌କୁ ଚଳିତ ଥର ଧ୍ୱଜାବତରଣ (ବିଟିଙ୍ଗ ରିଟ୍ରିଟ ) ଉତ୍ସବରେ ଆଉ ଶୁଣାଯିବ ନାହିଁ। ମାହାତ୍ମାଙ୍କ ଏହି ଭଜନର ଧୁନ୍‌କୁ ଅନ୍ତର୍ଭୁକ୍ତ ନକରି ବିଟିଙ୍ଗ ରିଟ୍ରିଟ ପାଇଁ ୨୬ ଟି ଧୁନ୍‌ର ଏକ ତାଲିକା ପ୍ରସ୍ତୁତ କରାଯାଇଛି। ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଜାନୁଆରୀ ୨୯ରେ ବିଟିଙ୍ଗ ରିଟ୍ରିଟ ସମାରୋହର ଶେଷରେ ଏହା ବଜା ଯାଉଥିଲା।

୧୯୫୦ ଠାରୁ ବିଟିଙ୍ଗ ରିଟ୍ରିଟରେ ଏହି ଧୁନ୍‌ ବଜାଯାଇ ଆସୁଥିଲା। କିନ୍ତୁ ୨୦୨୦ ରେ ପ୍ରଥମ ଥର ପାଇଁ ଏହାକୁ ବାଦ୍‌ ଦିଆଯାଇଥିଲା। ଏହାକୁ ନେଇ ଅନେକ ବିବାଦ ପରେ, ଏହାକୁ ୨୦୨୧ରେ ପୁନର୍ବାର ଏହି ସମାରୋହରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଏହାକୁ ଦ୍ୱିତୀୟ ଥର ପାଇଁ ପୁଣି ବିଟିଙ୍ଗ ରିଟ୍ରିଟ ଧୁନ୍‌ରୁ ହଟାଇ ଦିଆ ଯାଇଛି। ସମଗ୍ର କାର୍ଯ୍ୟକ୍ରମର ବିବରଣୀ ଶନିବାର ଭାରତୀୟ ସେନା ଦ୍ୱାରା ପ୍ରକାଶ ପାଇଛି। ଏଥିରେ ମହାତ୍ମାଙ୍କ ପସନ୍ଦର ଧୁନ୍‌ ସମ୍ପର୍କରେ ଉଲ୍ଲେଖ କରାଯାଇ ନାହିଁ।

୧୮୪୭ ରେ ସ୍କଟଲ୍ୟାଣ୍ଡର କବି ହେନେରୀ ଫ୍ରାନ୍ସିସ ଲାଇଟ ଙ୍କ ଦ୍ୱାରା ଏହି ଭଜନଟି ଲେଖା ହୋଇଥିଲା। ପ୍ରଥମ ବିଶ୍ୱଯୁଦ୍ଧରେ ଏହାର ଧୁନ୍‌ ବହୁତ ଲୋକପ୍ରିୟ ହୋଇଥିଲା। ବେଲଜିୟମରୁ ପଳାୟନ କରୁଥିବା ବ୍ରିଟିଶ ସୈନିକମାନଙ୍କୁ ସାହାଯ୍ୟ କରୁଥିବା ବ୍ରିଟିଶ ନର୍ସ ଏଡିଥ କାଭେଲ ଜର୍ମାନ ସୈନିକମାନଙ୍କ ହାତରେ ହତ୍ୟା କରାଯିବା ପୂର୍ବରୁ ଏହି ଗୀତ ଗାଇଥିଲେ।

ମହାତ୍ମା ଗାନ୍ଧୀ ଏହାକୁ ଅନେକ ସ୍ଥାନରେ ବଜାଇଥିଲେ। ଫଳରେ ଭାରତରେ ଏହା ବେଶ୍‌ ସୁନାମ ଅର୍ଜନ କରିଥିଲା। ମହାତ୍ମା ପ୍ରଥମେ ସାବରମତି ଆଶ୍ରମରେ ଏହି ଧୁନ୍‌ ଶୁଣିଥିଲେ। ସେଠାରେ ମହୀଶୁର ପ୍ୟାଲେସ ବ୍ୟାଣ୍ଡ ଏହାକୁ ବଜାଉଥିଲେ। ସେବେଠାରୁ ଏହା ’ବୈଷ୍ଣବ ଜନ ତୋ’, ’ରଘୁପତି ରାଘବ ରାଜାରାମ’ ଏବଂ ’ଲିଡ କାଇଣ୍ଡଲି ଲାଇଟ୍‌’ ସହିତ ଆଶ୍ରମର ଭଜନରେ ଅନ୍ତର୍ଭୁକ୍ତ କରାଯାଇଥିଲା।

ଚଳିତ ବର୍ଷ ଏହି ଉତ୍ସବ ଏକ ଫନ୍‌ ଫେୟାର ଗୀତରୁ ଆରମ୍ଭ ହେବ । ଏହା ପରେ ମାସ ବ୍ୟାଣ୍ଡ ବୀର ସୈନିକ ଗୀତ ଏବଂ ପାଇପ ଏବଂ ଡ୍ରମ୍ସ ବ୍ୟାଣ୍ଡ ଦ୍ୱାରା ୬ ଟି ଧୁନ ବଜାଯିବ। କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ବ୍ୟାଣ୍ଡ ତିନିଟି ଧୁନ୍‌ ବଜାଇବେ । ଏହା ପରେ ଏୟାରଫୋର୍ସର ବ୍ୟାଣ୍ଡ ୪ ଟି ଧୁନ୍‌ ବଜାଇବେ। ଏଥିରେ ଫ୍ଲାଇଟ ଲ୍ୟୁଟନାଟ୍‌ ଏଲ.ଏସ ରୁପାଚନ୍ଦ୍ରନଙ୍କ ଏକ ସ୍ବନ୍ତ୍ର ଯୁଦ୍ଧ ଧୁନ୍‌ ମଧ୍ୟ ଅନ୍ତର୍ଭୁକ୍ତ ହେବ।

ଏହା ପରେ ନୌସେନା ବ୍ୟାଣ୍ଡ ୪ ଟି ଧୁନ୍‌, ଆର୍ମି ମିଲିଟାରୀ ବ୍ୟାଣ୍ଡ – କେରଳ ସିକି ଏ ମୋଲ ଏବଂ ହିନ୍ଦ କି ସେନା ୩ ଟି ଧୁନ୍‌, ମାସ ବ୍ୟାଣ୍ଡ ୩ଟ ଏବଂ କଦମ କଦମ ବଢ଼ାଏ ଯା,ଡ୍ରାମର୍ସ କଲ ଏବଂ ଏ ମେରେ ତନ କେ ଲୋଗୋଁ ଧୁନ୍‌ ବଜାଇବେ।
ସମାରୋହ ଶେଷରେ ’ସାରେ ଜାହାଁ ସେ ଆଛା’ ବଜା ଯିବ। ସମାରୋହରେ ୪୪ ବିଗୁଲର୍‌, ୧୬ ତୂରୀ ବାଦ୍ୟକାର ଏବଂ ୭୫ ଜଣ ଡ଼୍ରମର୍‌ ଯୋଗଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଭାରତୀୟ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା ପାଇଁ କରିଥିଲେ ଷଡଯନ୍ତ୍ର, ଅଭିଯୋଗ ଲଗାଇଲା ଆମେରିକା

ନୂଆଦିଲ୍ଲୀ, ୨୯ା୧୧: ଜଣେ ଭାରତୀୟ ନାଗରିକ ଶିଖ୍ ବିଚ୍ଛିନ୍ନତାବାଦୀ ନେତାଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ରରେ ସମ୍ପୃକ୍ତ ଥିବା ଅଭିଯୋଗ କରିଛି ଆମେରିକା। ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା...

ଦେଶର ଅର୍ଥନୀତିକୁ ମିଳିବ ବଳ, ପ୍ରଥମ ଥର ନିଲାମ ହେବ ଲିଥିୟମ, ଗ୍ରାଫାଇଟ ଭଳି ଖଣିଜ ପଦାର୍ଥ

ନୂଆଦିଲ୍ଲୀ, ୨୯ା୧୧: ଦେଶରେ ପ୍ରଥମ ଥର ପାଇଁ ନିଲାମ ହେବାକୁ ଯାଉଛି ଲିଥିୟମ, ଗ୍ରାଫାଇଟ ଏବଂ ଟିଟାନିୟମ ଭଳି ଖଣିଜ ପଦାର୍ଥ। ସମ୍ଭାବ୍ୟ ଯୋଗାଣ ଶୃଙ୍ଖଳାର...

ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ

ବେଙ୍ଗାଲୁରୁ,୨୯ା୧୧:ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ସ୍ଥିତ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌ ଡିରେକ୍ଟୋରେଟ୍‌ର ପୂର୍ବତନ ନିର୍ଦ୍ଦେଶିକା ଭି.ଆର୍‌. ଲଲିଥାମ୍ବିକାଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ବେସାମରିକ ସମ୍ମାନ ଦି ଲେଜିଅନ୍‌...

ପୁଣି ବଢୁଛି ଆଦାନୀଙ୍କ ସମ୍ପତ୍ତି

ଓ୍ବାଶିଂଟନ୍‌,୨୯ା୧୧:ଭାରତର ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀଙ୍କ ସମ୍ପତ୍ତି ପୁଣି ବଢୁଛି। ଶୁକ୍ରବାର ହିଣ୍ଡେନବର୍ଗ ରିପୋର୍ଟ ସମ୍ପର୍କିତ ରାୟକୁ ସୁପ୍ରିମକୋର୍ଟ ସଂରକ୍ଷିତ ରଖିବା ପରେ ମଙ୍ଗଳବାର ଓ...

ଘୃଣା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ଘୃଣା ସୃଷ୍ଟି କରୁଥିବା ଭାଷଣ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ନେବା ଜରୁରୀ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଘୃଣାର ଭାଷଣ ପ୍ରସଙ୍ଗରେ ଦାଖଲ ହୋଇଥିବା ଏକ...

ପାକିସ୍ତାନରେ ସ୍ବାମୀଙ୍କୁ ଛାଡି ଭାରତ ଫେରିଲେ ଅଞ୍ଜୁ

ନୂଆଦିଲ୍ଲୀ,୨୯।୧୧: ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ିବା ପରେ ଭାରତ ଛାଡି ପାକିସ୍ତାନ ପଳାଇଥିବା ଅଞ୍ଜୁ ଫେରି ଆସିଛନ୍ତି। ଅଞ୍ଜୁ ବୁଧବାର ୱାଘା ସୀମା ଦେଇ ଭାରତ...

ମଣିପୁରରେ ହେବ ଶାନ୍ତି ପ୍ରତିଷ୍ଠା, ସର୍ବ ପୁରାତନ ବିଦ୍ରୋହୀ ଗୋଷ୍ଠୀ ସହିତ ଐତିହାସିକ ଶାନ୍ତି ଚୁକ୍ତି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସା ପରେ ରାଜ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ନିରନ୍ତର ଚେଷ୍ଟା ଚଲାଇଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର। ବୁଧବାର ଏହି ଦିଗରେ ଏକ...

ମଣିପୁର ଛାତ୍ରୀଛାତ୍ରଙ୍କୁ ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦିଅନ୍ତୁ ସରକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯।୧୧: ମଣିପୁର ହିଂସାରେ ବିସ୍ଥାପିତ ହୋଇଥିବା ଛାତ୍ରୀଛାତ୍ରଙ୍କୁ ସରକାର ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ନାମ ଲେଖେଇବା ପାଇଁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri