ମହାତ୍ମା ସାଧନ, ମହାତ୍ମା କଷଣ…

ତୁଷାରକାନ୍ତ

ଆଜନ୍ମ ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ସେତେବେଳକୁ ଚାହିଁ ଏକ ଥିଲାବାଲା ପରିବାରରେ ଜନ୍ମଗ୍ରହଣ କରି ନିଜ ପରିବାରର ସମ୍ପତ୍ତି ବଢ଼େଇବାରେ ବ୍ରତୀ ନ ହୋଇ ନ ଥିଲାବାଲାଙ୍କ ଉତ୍‌ଥାନ ପାଇଁ ନିଜର ସ୍ବଳ୍ପକାଳୀନ ଜୀବନକାଳ ଭିତରେ ଚେଷ୍ଟିତ ଥିଲେ । ସେ ଚାହିଁଥିଲେ ଦୁର୍ନୀତି, ଶୋଷଣ ନ ହେଉ ବିଶେଷକରି ଭଗବାନ୍‌ଙ୍କ ନାମରେ ନ ହେଉ; କିନ୍ତୁ ଏବେ ତାହା ଚରମସୀମାରେ।
ଯେଉଁ ନ ଥିଲାବାଲାଙ୍କ ପାଇଁ ଭଗବତୀ ଚରଣ ପ୍ରୟାସରତ ଥିଲେ, ଖୋଲାବଜାର ଅର୍ଥନୀତିରେ ସେମାନେ ତଳକୁ ତଳକୁ ଯାଉଛନ୍ତି ଓ ଯିଏ ଯେତେ ଦଳୀୟ ଚାନ୍ଦା ଦେଉଛନ୍ତି, ସେମାନଙ୍କ ସମ୍ପତ୍ତି ସେତେ ବଢ଼ୁଛି। ଏହିପରି ଦୈନିକ ଘଟୁଥିବା ବାସ୍ତବତା ଭିତରୁ ଉଦାହରଣ ଛଳରେ ଗୋଟିଏ ଦର୍ଶାଗଲା: ୧୫ ନଭେମ୍ବର ୨୦୧୭ର କଥାଟିଏ। ଝାଡ଼ଖଣ୍ଡର ସିମ୍‌ଡେଗା ଜିଲା ଅନ୍ତର୍ଗତ କାରିମେଟି ଗ୍ରାମର ସନ୍ତୋଷୀ କୁମାରୀ(୧୧) ନାମ୍ନୀ ବାଳିକାଟିଏ ଭୋକରେ ‘ଭାତ, ଭାତ’ ମାଗି ମାଗି ମରିଗଲେ। ତାଙ୍କ ପରିବାରର ଆଧାର କାର୍ଡ ବିପିଏଲ୍‌ ଚାଉଳ ଯୋଜନାରେ ବୈଷୟିକ ତ୍ରୁଟିରୁ ସଂଯୋଗ ହୋଇପାରି ନ ଥିବାରୁ ସେମାନଙ୍କୁ ରିହାତି ଚାଉଳ ମିଳି ନ ଥିଲା। ଯଦିଓ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶ ଅଛି, ଯାହା ଅସୁବିଧା ଥିଲେ ବି ରିହାତି ଚାଉଳ ଦିଆଯିବା ବନ୍ଦ ହେବ ନାହିଁ। କଥାଟି କିନ୍ତୁ ଏଇଠି ସରିଲା ନାହିଁ। ସରକାରଙ୍କୁ ସୁରକ୍ଷା ଦେବାକୁ ବଡ଼ ହାକିମ ଭଗବାନ୍‌ଙ୍କ ଆୟତ୍ତରେ ଥାଇ କହିଥିଲେ, ପୋଷ୍ଟମର୍ଟମ ରିପୋର୍ଟରେ ଝିଅର ପେଟରେ ଦାନା ଥିବାରୁ ସେ ଭୋକରେ ମରି ନାହିଁ।
ଏହିଭଳି ଗରିବଙ୍କ କଥା ଭଗବତୀ ଚରଣ ତାଙ୍କ ‘ଶିକାର’ ଗପରେ ବର୍ଣ୍ଣନା କରିଥିଲେ। କିନ୍ତୁ ସେଥିରେ ଥିବା ଶୋଷଣ ବିରୋଧୀ ମୁଖ୍ୟ ଚରିତ୍ର ଘିନୁଆ ଏବେ ଶୋଷକ ଗୋବିନ୍ଦ ସର୍ଦ୍ଦାର ପାଖେ ପେଟି କଣ୍ଟ୍ରାକ୍ଟର ହୋଇ ଗରିବ ଶ୍ରମିକଙ୍କୁ ଶୋଷଣ କରୁଛନ୍ତି। ରାଜନୀତିରେ ଧର୍ମର ପ୍ରଭାବକୁ ବିରୋଧ କରୁଥିଲେ ଭଗବତୀ ଚରଣ। କିନ୍ତୁ ଏବେ ତାହା ଶୀର୍ଷ ସ୍ଥାନରେ,କେବଳ ଧର୍ମକୁ ବ୍ୟବହାର କରି ଭୋଟ ସଂଗ୍ରହ ପାଇଁ। ଲୋକମାନଙ୍କ ମୌଳିକ ସମସ୍ୟା ସମାଧାନ ଯେଉଁ ଶାସକ କରି ନ ପାରନ୍ତି, ସେମାନେ ଏପରି କରିଥା’ନ୍ତି। ସେ ବାବଦରେ ଦୈନିକ ଘଟୁଥିବା ଶହ ଶହ ଘଟଣାରୁ ଉଦାହରଣ ଛଳରେ ଗୋଟିଏ ନିମ୍ନରେ ବର୍ଣ୍ଣନା କରାଗଲା।
୨୦୨୧ ସେପ୍ଟେମ୍ବର ୩୦ରେ ସ୍ବଘୋଷିତ ଜଣେ ବ୍ରହ୍ମର୍ଷି ଘୋଷଣା କରିଥିଲେ, ୨ଅକ୍ଟୋବର ୨୦୨୧ ଦିବା ୧୨ ଘଟିକା ସୁଦ୍ଧା ଭାରତ ସରକାର (କ) ଦେଶକୁ ହିନ୍ଦୁରାଷ୍ଟ୍ର ଘୋଷଣା ନ କଲେ ଓ (ଖ) ମୁସଲମାନ/ ଖ୍ରୀଷ୍ଟିଆନମାନଙ୍କ ନାଗରିକତ୍ୱ ରଦ୍ଦ ନ କଲେ ସେ ଠିକ୍‌ ତା’ ପରେ ପରେ ସରଯୁ ନଦୀରେ ଜଳସମାଧି ନେଇ ଶରୀର ତ୍ୟାଗ କରିବେ। ତା’ପରେ ଚିରାଚରିତ ଢଙ୍ଗରେ ପୋଲିସ ତାଙ୍କ ନିବାସସ୍ଥଳୀରୁ ସେ ବାହାରି ନ ପାରିବାକୁ ଜଗି ରହିଲେ। ବହୁ ଭକ୍ତ ବି ସେଠି ତମ୍ବୁ ମାରି ଡେରା ପକାଇଲେ। ଏହା ପରେ ବ୍ରହ୍ମର୍ଷି କହିଥିଲେ, ”ଏଥିପାଇଁ ବି ବାଟ କରିସାରିଛି। ସରଯୁ ନଦୀରୁ କମଣ୍ଡଳୁରେ ପାଣି ଆଣି ରଖିଛି ଓ ନିର୍ଦ୍ଧାରିତ ସମୟରେ ସେଥିରେ ନାକ ବୁଡ଼େଇ ଅଣନିଃଶ୍ବାସୀ ହୋଇ ଶରୀର ତ୍ୟାଗ କରିବି।“ ଏହା ଭିତରେ ତାଙ୍କ ଭକ୍ତଗଣ ତାଙ୍କ ପାଇଁ ସବୁଦିନିଆ କଡ଼ା ସୁରକ୍ଷା ବ୍ୟବସ୍ଥା ସରକାର ଯୋଗାଇ ଦିଅନ୍ତୁ ବୋଲି ଦାବି କରିସାରିଥିଲେ ଓ ବ୍ରହ୍ମର୍ଷିଙ୍କ ଘୋଷଣା କାର୍ଯ୍ୟକାରୀ ହୋଇପାରିଲା ନାହିଁ। ଭଗବତୀ ଚରଣ ସାମ୍ପ୍ରଦାୟିକତାର ଘୋର ବିରୋଧୀ ଥିଲେ। ‘ଆମରି ନାଆରେ ଆମେ ନାଉରି ହେବା’ ପାଇଁ ଭଗବତୀ ଚରଣ ନିଜ ଜୀବନକୁ ବାଜି ଲଗେଇଥିଲେ। ଭଗବତୀ ଚରଣ ଗରିବଙ୍କ ପାଇଁ ଯଥାଯଥ ଗଣତନ୍ତ୍ରର ପ୍ରଚଳନ ପାଇଁ ସଂଗ୍ରାମରତ ଥିଲେ। ୧୯୧୯ ଜାନୁୟାରୀ ୨୮ରେ ଜର୍ମାନୀର ଏକ ଉଦାରପନ୍ଥୀ ଛାତ୍ର ସମାବେଶରେ ଯୋଗଦେଇ ସେଠାରେ ସମାଜ ବିଜ୍ଞାନର ଜନ୍ମଦାତା ମାକ୍‌ସ ୱେବର କହିଥିଲେ, ରାଜନୀତି ହେଉଛି ଅନ୍ୟ ସମସ୍ତ ବୃତ୍ତିଠାରୁ ଭିନ୍ନ ଏକ ସ୍ବତନ୍ତ୍ର ବୃତ୍ତି, ଯାହାର ନିଜର ଏକ ସ୍ବତନ୍ତ୍ର ବାଧ୍ୟବାଧକତା ରହିଛି। ଏଥିଯୋଗୁ ସଇତାନୀ ଶକ୍ତି ସହିତ ଚୁକ୍ତି କରିବାକୁ ପଡ଼ିଥାଏ, କୌଣସି ନୈତିକ ବଳ ସେମାନଙ୍କର ସହାୟକ ହୋଇ ନ ଥାଏ ଏବଂ ନିଜ ହାତକୁ ମଇଳା କରିବା ବ୍ୟତୀତ ସେମାନଙ୍କର ଅନ୍ୟ ଉପାୟ ନ ଥାଏ। ଏକ କଠିନ ପଟାରେ ଧୀର ଓ ମନ୍ଥର ଗତିରେ କଣା କରିବା ପାଇଁ ଅନବରତ ଚେଷ୍ଟାକରି ଚାଲିବା ହେଉଛି ରାଜନୀତି ବୃତ୍ତିଧାରୀମାନଙ୍କ ବାଧ୍ୟତାମୂଳକ କାର୍ଯ୍ୟ। ଏହା ଏବେ ଆମ ଦେଶ ପାଇଁ ସମ୍ପୂର୍ଣ୍ଣ ରୂପେ ପ୍ରଯୁଜ୍ୟ। ଜେଲରେ ଥାଇ ଚକ୍ରବର୍ତ୍ତୀ ରାଜଗୋପାଳଚାରୀ ତାଙ୍କ ଡାଏରିରେ ଲେଖିଥିଲେ ”ଆମକୁ ସ୍ବାଧୀନତା ମିଳିବା ପରେ ପରେ ନିର୍ବାଚନଜନିତ ଦୁର୍ନୀତି, ଅନ୍ୟାୟ, ଶକ୍ତିଶାଳୀଙ୍କ ଧନବଳଜନିତ ଅତ୍ୟାଚାର ସାଧାରଣ ଜନତାଙ୍କ ଜୀବନକୁ ନର୍କ ବନେଇଦେବ“।
୧୯୪୭ ଫେବୃୟାରୀ ୨୯ରେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ କ୍ଲେମେଣ୍ଟ ଅଟ୍‌ଲି ‘ଭାରତ ପାଇଁ ସ୍ବାଧୀନତାର ଧାରା- ‘INDIAN ।NDEPENDENT ACT’ପେସ୍‌ କରିବା ସମୟରେ ତତ୍କାଳୀନ ବିରୋଧୀ ଦଳ ନେତା ଉଇନ୍‌ଷ୍ଟନ ଚର୍ଚ୍ଚିଲ କହିଥିଲେ- ”ଏବେ ସ୍ବାଧୀନତା ଦିଅନାହିଁ। ଏବେ ଭାରତୀୟମାନେ ସ୍ବାଧୀନତାର କ, ଖ, ଗ, ଘ ଜାଣିନାହାନ୍ତି। ବର୍ବରତାରୁ ରାଜତନ୍ତ୍ର ବାଟରେ ଆସି ଗଣତନ୍ତ୍ରରେ ପହଞ୍ଚତ୍ବା ସମ୍ଭବ ନୁହେଁ। ସେମାନେ ଅପ୍ରସ୍ତୁତ ନେତାସମୂହ। ମ୍ୟାଜିକ୍‌ (ହାତ ସଫେଇ) ଦେଖାଇ ବଞ୍ଚନ୍ତି। ଏବେ ସେମାନଙ୍କୁ ସ୍ବାଧୀନତା ଦେଲେ ବାଡ଼ିଆପିଟା ହୋଇ ମରିବେ। ପାଣି ଓ ବାୟୁ ପାଇଁ ସାଧାରଣ ଜନତାଙ୍କୁ ଟିକସ ଦେବାକୁ ପଡ଼ିବ। ହେ ଅଟ୍‌ଲି, ପ୍ରଭୁ ଯିଶୁ ବି ତୁମକୁ କ୍ଷମା ଦେବେନାହିଁ “। ଚର୍ଚ୍ଚିଲଙ୍କ ସେହି ‘ମ୍ୟାଜିକ୍‌’ କଥାଟିକୁ ୨୦୦୧ରୁ ୨୦୦୩ ଭିତରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ରବର୍ଟ ବ୍ଲାକ୍‌ୱେଲ ଟିକିଏ ବୁଲେଇ ବଙ୍କେଇ ତାଚ୍ଛଲ୍ୟଭରା କଣ୍ଠରେ କହିଥିଲେ- ବିଭିନ୍ନବର୍ଣ୍ଣା ସମାଜ ଓ ବିଶାଳ ସମାହାରର ଦେଶ ହେଉଛି ଭାରତବର୍ଷ। ଏଠାରେ ଗଣତନ୍ତ୍ରର ହାତସଫେଇ ଚାଲେ ଓ ବୁଦ୍ଧିଜୀବୀଙ୍କ ପାଇଁ ସ୍ବର୍ଗ।
ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଥିଲେ, ”ମହାତ୍ମା ସାଧନ, ମହାତ୍ମା କଷଣ-ନ ଯାଏ ଜଗତେ କେବେ ଅକାରଣ“। କିନ୍ତୁ ତାଙ୍କ ସହ ଗାନ୍ଧିଜୀଙ୍କଠାରୁ ଭଗବତୀ ଚରଣଙ୍କ ସହିତ ସବୁ ମହାତ୍ମାଙ୍କର ସାଧନ ଓ କଷଣ ଅକାରଣ ହୋଇଯାଇଛି। ସତରେ କ’ଣ ସେସବୁ ଲେଉଟି ଆସିବ?
ମୋ: ୮୮୯୫୮୫୭୩୧୮


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri