ମହାତ୍ମାଗାନ୍ଧୀଙ୍କ ଅଣନାତୀ ସତୀଶଙ୍କ କରୋନାରେ ମୃତ୍ୟୁ

ଜୋହନିସ୍‌ବର୍ଗ,୨୩।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଅଣନାତି ତଥା ଦକ୍ଷିଣ ଆଫ୍ରିକାର ମୂଳବାସୀନ୍ଦା ସତୀଶ ଧୁପେଲିଆଙ୍କ କରୋନାରେ ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ଜନ୍ମଦିନର ଠିକ୍‌ ୩ ଦିନ ପରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ତାଙ୍କ ଭଉଣୀ ଉମା ଧୁପେଲିଆ ସୂଚନା ଦେଇଛନ୍ତି। ତାଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଗତ ୧ ମାସରୁ ସେ ନିମୋନିଆରେ ପୀଡ଼ିତ ଥିବା ବେଳେ ହସ୍ପିଟାଲରେ ସେ କରୋନା ଭାଇରସ୍‌ ସଂକ୍ରମଣ ସଂସ୍ପର୍ଶରେ ଆସିଥିଲେ। ଏକ ମାସ ଧରି ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ସନ୍ଧ୍ୟାରେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ସୋସିଆଲ ମିଡିଆରେ ଏକ ପୋଷ୍ଟ ଜରିଆରେ ଉମା କହିଛନ୍ତି। ଉମାଙ୍କ ବ୍ୟତୀତ ସତୀଶଙ୍କ ସହ ଜୋହନିସ୍‌ବର୍ଗରେ ତାଙ୍କର ଆଉ ଜଣେ ଭଉଣୀ କିର୍ତ୍ତି ମେନନ ମଧ୍ୟ ରହୁଛନ୍ତି। କିର୍ତ୍ତି ସେଠାରେ ଗାନ୍ଧିଙ୍କ ସ୍ମୃତିରେ ଏକାଧିକ ପ୍ରୋଜେକ୍ଟ ଉପରେ କାମ କରୁଛନ୍ତି। ଏହି ୩ ଭାଇ ଭଉଣୀ ମଣିଲାଲ ଗାନ୍ଧୀଙ୍କ ଉତ୍ତରାଧିକାରୀ। ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ଦୀର୍ଘ ଦୁଇ ଦଶନ୍ଧି ଧରି ରହିଥିଲେ। ସେଠାରେ ତାଙ୍କ କାର୍ଯ୍ୟକୁ ପୁରା କରିବା ପାଇଁ ମହାତ୍ମା ଗାନ୍ଧୀ ଏମାନଙ୍କୁ ଛାଡ଼ି ଭାରତ ଫେରିଆସିଥିଲେ ବୋଲି କୁହାଯାଏ। ସତୀଶ ଜଣେ ଭିଡିଓଗ୍ରାଫର ହେବା ସହ ଫଟୋଗ୍ରାଫର ମଧ୍ୟ ଥିଲେ। ସେ ଅଧିକାଂଶ ସମୟ ସାମାଜିକ କଲ୍ୟାଣ ଓ ଅସହାୟଙ୍କୁ ସହୟତା କରିବାରେ ସମୟ ବିତାଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ: କୁଖ୍ୟାତ ଆତଙ୍କବାଦୀ ହାଫିଜ ସଇଦଙ୍କୁ ୩୧ ବର୍ଷ ଜେଲଦଣ୍ଡ

ଇସଲାମାବାଦ,୮।୪: ଜମାତ-ଉଦ-ଦାଓ୍ବା ମୁଖ୍ୟ, କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବାଇ ୨୬/୧୧ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କୁ ଲାଗିଛି ଶକ୍ତ ଧକ୍କା। ଆତଙ୍କବାଦ ସହ ଜଡ଼ିତ...

ବନ୍ଧୁକ ସଂସ୍କୃତି କାଳ

ନ୍ୟୁୟର୍କ, ୧୬ା୫: ପ୍ରାୟ ୫୦ ବର୍ଷ ପୂର୍ବେ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଲିନ୍‌ଡୋନ୍‌ ବେନ୍ସ ଜନସନ୍‌ ଦେଶରେ ଘଟୁଥିବା ଅପରାଧ ମଧ୍ୟରୁ ଅଧିକାଂଶ ବନ୍ଧୁକ ଦ୍ୱାରା...

ଲଞ୍ଚ ହେଲା ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌

ଓ୍ବାଶିଂଟନ: ବିଶ୍ୱର ପ୍ରଥମ ଫ୍ଲାଏ ଆଣ୍ଡ ଡ୍ରାଇଭ୍‌ କାର୍‌ ବୁଧବାର ପ୍ରଥମ କରି ମିଆମିରେ ଏକ ଇଭେଣ୍ଟରେ ଲଞ୍ଚ ହୋଇଛି। ଏହାକୁ ପାୟନିୟର ପର୍ସନାଲ ଏୟାର...

ଜଙ୍ଗଲରେ ନିଆଁରେ ପୋଡ଼ିଥିବା ଗଛ ପୁଣି କଅଁଳୁଛି: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ସିଡ୍‌ନୀ,୧୩।୧: ଅଷ୍ଟ୍ରେଲିଆର ଜଙ୍ଗଲରେ ଗତ ବର୍ଷ ସେପ୍ଟେମ୍ବରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୫ ମାସ ଧରି ନିଆଁ ଲାଗିଛି। ଇତିମଧ୍ୟରେ ୬୩ ହଜାର ବର୍ଗ କିମିରୁ...

ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରୁ ଉଦ୍ଧାର ପାଇଁ ମୋଦିଙ୍କ ସହାୟତା ଲୋଡିଲେ ଯୁବତୀ: ୧୩୮ ଭାରତୀୟଙ୍କୁ ସ୍ବଦେଶ ଫେରାଇ ନେବାକୁ କଲେ ଅନୁରୋଧ

ଟୋକିଓ,୧୯।୨: ଜାପାନର ଟୋକିଓରେ ଡାଇମଣ୍ଡ ପ୍ରିନ୍‌ସେସ୍‌ ଶିପ୍‌ରେ ୧୩୮ ଭାରତୀୟଙ୍କୁ କରୋନା ସଂକ୍ରମଣ ଯାଞ୍ଚ୍‌ ପାଇଁ ଅଟକ ରଖାଯାଇଛି। ଇତିମଧ୍ୟରେ ୧୪ ଦିନ ବିତି ଯାଇଛି।...

ଗ୍ଲାସଗୋରେ ମୋଦି

ଏଡିନବର୍ଗ,୧ ।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ସ୍କଟଲ୍ୟାଣ୍ଡର ସହର ଗ୍ଲାସଗୋରେ ପହଞ୍ଚିଛନ୍ତି । ରବିବାର ସେଠାରେ ଆରମ୍ଭ ହୋଇଥିବା ଜାତିସଂଘ ଜଳବାୟୁ ଶିଖର ସମ୍ମିଳନୀରେ...

ଟ୍ରମ୍ପଙ୍କ ସହ ଚା’ ପିଇଲେ ଦେବାକୁ ପଡ଼ୁଛି ୩୭ ଲକ୍ଷ, ଫଟୋ ଉଠାଇବାକୁ ୨୨ ଲକ୍ଷ

ଓ୍ବାଶିଂଟନ,୧୫।୨: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ଏବେ ସେ ନିଜର ବୟାନ ପାଇଁ ନୁହେଁ, ବରଂ ରୋଜଗାରକୁ ନେଇ...

ନିଜ ଯବାନଙ୍କ ଅନ୍ତିମ ସତ୍କାର କରୁନାହିଁ ଚାଇନା: ଲୋକମାନଙ୍କୁ ଦେଉଛି ଏଭଳି ଧମକ

ଚାଇନା ସରକାର ଗଲଓ୍ବାନ ଘାଟିରେ ପ୍ରାଣ ହରାଇଥିବା ନିଜ ଯବାନମାନଙ୍କ ଅନ୍ତିମ ସତ୍କାର କରିବାକୁ ମନା କରୁଛନ୍ତି। କେବଳ ଏତିକି ନୁହେଁ ଉକ୍ତ ଯବାନମାନଙ୍କ ପରିବାରଲୋକଙ୍କୁ...

Advertisement
Archives

Model This Week