ବିରଜାଙ୍କ ପୀଠରେ ମହାଷ୍ଟମୀ

ଯାଜପୁର ଟାଉନ,୨୨ା୧୦(ପ୍ରଯକ୍ତା ପ୍ରିୟଦର୍ଶନୀ ମହାନ୍ତି):ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ପୀଠରେ ଶନିବାର ମହାଷ୍ଟମୀ ପାଳିତ ହୋଇଯାଇଛି। ପ୍ରାତଃ ସମୟରୁ ମା’ଙ୍କ ମହାଷ୍ଟମୀ ବେଶ ଦେଖିବା ପାଇଁ ୫୦ ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ମା’ଙ୍କ ସ୍ବର୍ଣ୍ଣବେଶ କରାଯିବା ସହ ବିଭିନ୍ନ ଫୁଲରେ ସଜ୍ଜିତ କରାଯାଇଥିଲା। ମନ୍ଦିରର ପ୍ରବେଶ ଦ୍ୱାରଠାରୁ ଆରମ୍ଭ କରି ବଳି ମଣ୍ଡପ ପର୍ଯ୍ୟନ୍ତ ବିଭିନ୍ନ ଫୁଲରେ ସଜାଯିବା ସହ ମନ୍ଦିରକୁ ଆଲୋକମାଳରେ ସଜ୍ଜିତ କରାଯାଇଥିଲା। ସେହିପରି ମା’ଙ୍କ ରଥଯାତ୍ରା ଅଷ୍ଟମ ଦିନରେ ପହଞ୍ଚଛି। ଦ୍ୱିତୀୟାଷ୍ଟମିରୁ ଆରମ୍ଭ ହୋଇଥିବା ବିଶେଷ ଷୋଡ଼ଶୋପଚାର ପୂଜା ପଞ୍ଚଦଶ ଦିନରେ ଶେଷ ହୋଇଛି। ପ୍ରାତଃ ସମୟରୁ ଦଶାଶ୍ୱମେଧ ଘାଟ ବ୍ରାହ୍ମଣଙ୍କ ଦ୍ୱରା ଅଣାଯାଇଥିବା ବୈତରଣୀ ଜଳରେ ମା’ଙ୍କୁ ସ୍ନାନ କରାଯିବା ପରେ ସ୍ବର୍ଣ୍ଣବେଶ କରାଯାଇ ନୈବିଦ୍ୟ ଅର୍ପଣ କରାଯାଇଥିଲା। ଅପରାହ୍ନରେ ବିଶେଷ ଷୋଡ଼ଶୋପଚାର ପୂଜା ଆରମ୍ଭ ହୋଇ ଯଜ୍ଞ ବେଦିରେ କଳସ ପୂଜା ହୋଇଥିଲା। ରଥରେ ବିଜେ ପ୍ରତିମାଙ୍କ ପୂଜା ସରିବା ପରେ ମା’ଙ୍କୁ ନୀତି ଲାଗି ପହୁଡ଼ ହୋଇଥିଲା। ଅପରାହ୍ନରେ ମା’ଙ୍କ ପହଡ଼ ଖୋଲିବା ପରେ ଅଙ୍ଗଲାଗି ସେବାୟତ ଗର୍ଭଗୃହରୁ ମା’ଙ୍କର ଆର୍ଶବାଡ଼ି ଧରି ରଥରେ ବିଜେ ହେବା ପରେ ରଥଟଣା ହୋଇଥିଲା।
ସନ୍ଧ୍ୟାରେ ରଥ ଟଣାପରେ ମା’ଙ୍କର ଆର୍ଶାବାଡି ଗର୍ଭ ଗୃହରେ ଅଙ୍ଗଲାଗି ସେବାୟତ ରଖିଥିଲେ। ପରେ ମା’ଙ୍କ ଆରତି ହୋଇଥିଲା। ଅଷ୍ଟମି ତିଥି ଅନୁଯାୟୀ ମା’ଙ୍କ ଷୋଡଶୋପାଚାର ପୂଜା ସହିତ କଳସ ପୂଜା ହୋଇଥିଲା। ପଞ୍ଚମୀ ଦିନରୁ ଆରମ୍ଭ ହୋଇଥିବା ଯାଜ୍ଞ ମହାଷ୍ଟରେ ପୂର୍ଣ୍ଣାହୁତି ହୋଇଛି। ଷୋଳକଳସ ପୂଜା ମଧ୍ୟ ଶେଷ ହୋଇଛି। ରଥରେ ବିଜେ ପ୍ରତିମାଙ୍କ ଷୋଡ଼ଶୋପଚାର ହେବା ପରେ ମା’ଙ୍କୁ ନୀତି ଅର୍ପଣ କରାଯାଇ ପହଡ଼ କରାଯାଇଥିଲା। ମା’ଙ୍କ ଷୋଡ଼ଶୋପାଚାର ପୂଜା, ଯଜ୍ଞ କାର୍ଯ୍ୟକ୍ରମ, ରଥରେ ବିଜେପ୍ରତିମା ପୂଜା ଏବଂ ଷୋଳକଳସ ପୂଜାକୁ ମନ୍ଦିରର ପୁରୋଧା, ପୂଜକ ଓ ମା’ଙ୍କ ଶ୍ରୀଅଙ୍ଗଲାଗି ସେବାୟତମାନେ ନିର୍ବାହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳ ଓଡ଼ିଶାରେ ବହିବ ସାମୁଦ୍ରିକ ଝଡ଼

ଭୁବନେଶ୍ୱର,୨୯ା୪: ସୋମବାର ସକାଳ ସାଢ଼େ ୮ଟା ସୁଦ୍ଧା ବିଭିନ୍ନ ସ୍ଥାନର ତାପମାତ୍ରା ରେକର୍ଡ କରାଯାଇଛି। ବାରିପଦାରେ ତାପମାତ୍ରା ୩୬ ଡିଗ୍ରୀ ଥିବା ବେଳେ ବାଲେଶ୍ୱରରେ ୩୬,...

ପଖାଳକୁ ଭାରି ପଡ଼ିଲାଣି ପିଆଜ, ଆଳୁ

ବଲାଙ୍ଗୀର,୨୯ା୪(ବୀରେନ୍ଦ୍ର କୁମାର ଝାଙ୍କର): ପ୍ରଚଣ୍ଡ ଖରାରେ ତାପମାତ୍ରା ବୃଦ୍ଧି ଏବେ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଇଛି। ଏତିକି ବେଳେ ଆଳୁ, ପିଆଜ ଏବଂ ପନିପରିବା ଦରବୃଦ୍ଧି...

ବାସି, ଦୂଷିତ ଖାଦ୍ୟ ବିକ୍ରି ବଢ଼ୁଛି

ନୟାଗଡ଼,୨୯।୪(ଲୋକନାଥ ମିଶ୍ର): ନୟାଗଡ଼ ଜିଲାରେ ବିଭିନ୍ନ ହୋଟେଲ, ଢ଼ାବା, ଜଳଖିଆ ଦୋକାନରେ ବିକ୍ରି ହେଉଥିବା ଖାଦ୍ୟ ଆଖିକୁ ଭଲ ଦେଖାଯାଉଥିଲେ ହେଁ ଗୁଣବତ୍ତା(ମାନ) ଠିକ୍‌ ରହୁନି...

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ସରୁନି ପୋଲ ସଂଯୋଗୀକରଣ ରାସ୍ତା

ବାଲେଶ୍ୱର,୨୯ା୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ରେମୁଣା ବ୍ଲକ ତେନ୍ତୁଳିଦା ପଞ୍ଚାୟତ ବୋଇତବାଙ୍କ ଘାଟରେ ଦୀର୍ଘ ଦିନ ହେବ ବିଜୁ ସେତୁ ନିର୍ମାଣ ସରିଥିଲେ ମଧ୍ୟ ସଂଯୋଗୀକରଣ...

୮ ଟଙ୍କାରେ ବିକିଥିଲେ, ୩୦ରେ କିଣୁଛନ୍ତିି

ରାମଚନ୍ଦ୍ରପୁର,୨୯ା୪(ଗଣେଶ୍ୱର ସା): ରାଜ୍ୟକୁ ଆଳୁ ଉତ୍ପାଦନ କ୍ଷେତ୍ରରେ ସ୍ବାବଲମ୍ବୀ କରିବାପାଇଁ ସରକାର ଉଦ୍ୟାନ ବିଭାଗ ଜରିଆରେ ଆଳୁ ମିଶନ କାର୍ଯ୍ୟକାରୀ କରିଛନ୍ତି। ମାତ୍ର ଏହା ଠିକ୍‌...

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri