ମହାଶିବରାତ୍ରି

ଫାଲ୍‌ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥିରେ ପାଳିତ ହୁଏ ମହାଶିବରାତ୍ରି ବା ଜାଗର। ଶିବରାତ୍ରିରେ ଉପବାସ ଓ ଶିବପୂଜା କରାଯାଏ। ଶିବ ଶବ୍ଦର ଅର୍ଥ ମଙ୍ଗଳମୟ। ଶିବ ସମସ୍ତ ଜ୍ଞାନ ଓ ପ୍ରଜ୍ଞାର ଆଧାର। ସେ ମଧ୍ୟ ଆଶୁତୋଷ । ଶିବଙ୍କର ଦକ୍ଷିଣ ହସ୍ତରେ ଶୋଭାପାଏ ତ୍ରିଶୂଳ ଯାହାକି ସତ୍ତ୍ୱ, ରଜ, ତମ ଗୁଣର ନିଦର୍ଶନ। ବାମ ହସ୍ତରେ ଡମ୍ବରୁ ହେଉଛି ଶବ୍ଦବ୍ରହ୍ମର ପ୍ରତୀକ। ବେଦର ଆଦ୍ୟ ଅକ୍ଷର ଓଁ ହିଁ ଶବ୍ଦ ବ୍ରହ୍ମ। ଏହି ଓଁ ହେଉଛି ସମସ୍ତ ଭାଷାର ମୂଳାଧାରା ଓ ପ୍ରାଣବିନ୍ଦୁ। ଶିବଙ୍କ ମସ୍ତକରେ ରହିଛି ଚନ୍ଦ୍ରକଳା। ଏହା ତାଙ୍କୁ ସଂଯମୀ ଭାବରେ ପରିଚିତ କରାଇଥାଏ। ତାଙ୍କ ଜଟାରୁ ନିର୍ଝରିତ ପୁଣ୍ୟତୋୟା ଗଙ୍ଗା ଅମୃତଧାରାର ଅମର ସଙ୍କେତ। ପ୍ରଭୁଙ୍କର ଅନ୍ୟତମ ଅଙ୍ଗଭୂଷଣ ସର୍ପ, ଯାହାକି ପ୍ରଜ୍ଞା ଓ ଚିରନ୍ତନତାର ପ୍ରତୀକ। ପୁଣି ତୃତୀୟ ନେତ୍ରକୁ ବିଚାର କରାଯାଏ ମୋକ୍ଷର ଦ୍ୱାର। ଶିବଙ୍କର ମନ୍ତ୍ର ହେଉଛି ନମଃ ଶିବାୟ । ‘ନ’ର ଅର୍ଥ ପୃଥିବୀ ଓ ବ୍ରହ୍ମ, ‘ମ’ର ଅର୍ଥ ବିଷ୍ଣୁ, ‘ଶି’ ହେଉଛି ଅଗ୍ନି ଓ ରୁଦ୍ର, ‘ବା’ ହେଉଛି ବାୟୁ ଓ ମହେଶ୍ୱର, ‘ୟ’ର ଅର୍ଥ ଆକାଶ, ସଦାଶିବ, ଜୀବ। ସକଳ ଗୁଣର ଆଧାର ଶିବଙ୍କୁ ରାତି ଉଜାଗର ରହି ଶିବରାତ୍ରିରେ ଉପାସନା କଲେ ମୋକ୍ଷପ୍ରାପ୍ତି ହୁଏ।
ଭଗବାନ୍‌ ଶିବଙ୍କ ସମ୍ବନ୍ଧରେ ବୁଝାଇବାକୁ ଯାଇ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି – ‘ଶିବ’ ଶବ୍ଦର ଅର୍ଥ ମଙ୍ଗଳ। ‘ଯିଏ ପରମ ମଙ୍ଗଳମୟ ଓ ନିଖିଳକ୍ଷେମ ବିଧାତା ସେ ହିଁ ଶିବ। ଶିବ ଶବ୍ଦର ଉପତ୍ତ୍ତି ଶୀ-ଧାତୁ (ଶୟନ) ଠାରୁ। ଏହାର ଅର୍ଥ ହେଉଛି ସବୁକିଛି ଯାହାଙ୍କ ମଧ୍ୟରେ ଶାୟିତ ବା ଅଧିଷ୍ଠିତ ବା ଯିଏ ସମସ୍ତଙ୍କର ଆଶ୍ରୟସ୍ଥଳ, ସେହି ହେଉଛନ୍ତି ଶିବ। ଶିବଙ୍କର ଆଉ ଏକ ନାମ ଶମ୍ଭୁ। ଶମ୍‌ ମାନେ କଲ୍ୟାଣ ଓ ଭୂ ଧାତୁମାନେ ହେବା। ଯିଏ କଲ୍ୟାଣମୟ ସେ ହିଁ ଶମ୍ଭୁ। ଏହି କଲ୍ୟାଣ ପଥରେ ଯେତେ ବାଧାବିଘ୍ନ ଓ ଘାତ ପ୍ରତିଘାତ ଆସେ ତାହାକୁ ଶିବ ବ୍ୟକ୍ତିତ୍ୱ ଜୟ କରନ୍ତି। ସଂସାରର ସମସ୍ତ ହଳାହଳ ଓ ନେତିବାଚକ ବିଷକୁ ଗ୍ରହଣ କରି ସେ ନୀଳକଣ୍ଠ ହୁଅନ୍ତି। ସେ ଭୂତନାଥ, ଭୂତେଶ ଓ ଭୂତଭାବନ।
ମହାଦେବଙ୍କ ବୃଷଭ ବାହନ ଅର୍ଥ ହେଲା ବୃଷଭ ହେଉଛି ଧର୍ମର ପ୍ରତୀକ। ସେ ଚତୁଷ୍ପଦ। ଧର୍ମ ଯେତେବେଳେ ଚତୁଷ୍ପଦ ବା ଚାରିପାଦ, ସେତେବେଳେ ତାହା ପୂର୍ଣ୍ଣ ମହିମାରେ ବିକଶିତ। ମହାଦେବଙ୍କର କଣ୍ଠରେ ସାପର ମାଳା, ତେଣୁ ତାଙ୍କର ଅନ୍ୟ ନାମ ଫଣିଭୂଷଣ। ଏହି ସାପର ଅସ୍ତିତ୍ୱକୁ ପରମ ଦୟାଲ ଠାକୁର କହିଛନ୍ତି – ସାପ ହେଉଛି ହିଂସ୍ର ବ୍ୟକ୍ତିର ପ୍ରତୀକ। ସମାଜରେ ହିଂସ୍ର ବା ଖଳ ବ୍ୟକ୍ତିମାନଙ୍କୁ ମହାଦେବ ସ୍ବପ୍ରେମରେ ବଶୀଭୂତ କରି ପାଖରେ ରଖିଛନ୍ତି, ଯେଭଳି ସେମାନେ ସମାଜର ଅନ୍ୟମାନଙ୍କର କ୍ଷତି କରି ନ ପାରନ୍ତି। ମହାଦେବଙ୍କର ପରିଧାନ ବ୍ୟାଘ୍ରଚର୍ମ। ବାଘ ହେଲା ସାହସୀ, ବୀର୍ଯ୍ୟବାନ୍‌ ଓ କୌଶଳୀ। ବ୍ୟାଘ୍ରଚର୍ମ ଏହି ଗୁଣଗୁଡ଼ିକର ଦ୍ୟୋତକ। ମହାଦେବଙ୍କ ମସ୍ତକରେ ଚନ୍ଦ୍ର ରହିଛନ୍ତି। ତେଣୁ ତାଙ୍କ ନାମ ଚନ୍ଦ୍ରେଶ୍ୱର। ଚନ୍ଦ୍ରର ତେଜରେ ସମୁଦ୍ରରେ ଜୁଆର ଭଟ୍ଟା ହୁଏ, ମାଟି ଉର୍ବର ହୋଇ ଶସ୍ୟାଦି ଉପତ୍ନ୍ନ ହୁଏ ଓ ପୃଥିବୀରେ ଔଷଧ ସମୂହର ପରିଷ୍ଫୁଟ ହୁଏ। ତେଣୁ ଏକ ପ୍ରୟୋଜନୀୟ ବିଗ୍ରହକୁ ମହାଦେବ ତାଙ୍କର ଶିରୋଭୂଷଣ କରି ରଖିଛନ୍ତି। ସମଗ୍ର ବିଶ୍ୱର ଯେ ପ୍ରଭୁ ସେ ହିଁ ବିଶ୍ୱନାଥ। ତନ୍ତ୍ରଶାସ୍ତ୍ରରେ ଅଛି ଏହିପରି ଗୁଣାନ୍ବିତ ପରମ ଶିବ ମଝି ମଝିରେ ପୃଥିବୀରେ ଦେଖାଦିଅନ୍ତି ଇଷ୍ଟଗୁରୁ ରୂପେ। ଶିବତ୍ୱ ଘନୀଭୂତ ହୋଇ ପ୍ରକାଶ ପାଏ ସେହି ଶିବ ବ୍ୟକ୍ତିତ୍ୱ ମଧ୍ୟରେ ଏବଂ ସେ ହିଁ ଲୋକଗୁରୁ, ଲୋକ ଉଦ୍ଧାତା, କାଳଜୟୀ, ପରମପ୍ରେମମୟ, ବୈଶିଷ୍ଟ୍ୟପାଳୀ, ଭଗବାନ ପୁରୁଷୋତ୍ତମ। ନାରୀ ହେଉ ବା ପୁରୁଷ ଯେଉଁମାନେ ଇଷ୍ଟଗୁରୁଙ୍କୁ ସାଧନା କରି ଶିବଙ୍କର ଗୁଣ ଓ ଦ୍ୟୁତିକୁ ନିଜ ଚରିତ୍ରରେ ଚରିତ୍ରାୟିତ କରିପାରନ୍ତି ସେମାନେ ହିଁ ଶିବଙ୍କୁ ତୁଷ୍ଟ କରନ୍ତି ଓ ଇଷ୍ଟଗୁରୁଙ୍କର ଆଶୀର୍ବାଦ ଲାଭ କରନ୍ତି।
ପ୍ରତ୍ୟେକ ଧର୍ମପ୍ରାଣ ହିନ୍ଦୁ ବିଶ୍ୱାସ କରନ୍ତି – ବ୍ରହ୍ମା ସୃଷ୍ଟି କର୍ତ୍ତା, ବିଷ୍ଣୁ ପାଳନ କର୍ତ୍ତା ଓ ଶିବ ସଂହାର କର୍ତ୍ତା। ସମସ୍ତେ ହେଉଛନ୍ତି ଏକ ପରମାତ୍ମାଙ୍କର ବିଭିନ୍ନ ସ୍ବରୂପ। ଭିନ୍ନ ଭିନ୍ନ ଉତ୍ସବରେ ଭିନ୍ନ ଭିନ୍ନ ପୋଷାକ ପରିଧାନ କଲାପରି ଏ ସବୁ ପରିକଳ୍ପନା କରାଯାଇଛି। ବ୍ରହ୍ମା, ବିଷ୍ଣୁ ଓ ଶିବ ଯଥାର୍ଥରେ ଏକ ଓ ଅଭିନ୍ନ। ‘ଶିବ’ ଶବ୍ଦର ଅର୍ଥ ମଙ୍ଗଳମୟ। ସେ ଆଦର୍ଶ ଯୋଗୀ ଓ ତେଜସ୍ବୀ ମୁନି। ଚଣ୍ଡାଳଠାରୁ ବ୍ରାହ୍ମଣ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରାର୍ଥନା ସେ ଶୁଣିଥାନ୍ତି। ତାଙ୍କ ନିକଟକୁ ସମସ୍ତଙ୍କର ପ୍ରବେଶାଧିକାର ରହିଛି। ଶିବ ପୁରାଣ ଅନୁଯାୟୀ, ଶିବ ହେଉଛନ୍ତି ପ୍ରକୃତି ଓ ପୁରୁଷର ଊର୍ଦ୍ଧ୍ୱରେ। ସେ ମହେଶ୍ୱର, ସେ ମଙ୍ଗଳକର୍ତ୍ତା ଏବଂ ସମସ୍ତ ପ୍ରାଣୀଙ୍କର ସର୍ବକୁଶଳର କାରଣ। ଶୈବ ଦର୍ଶନ ହେଉଛି ବେଦାନ୍ତର ଶ୍ରେଷ୍ଠ ଦର୍ଶନ।

  • ଡା. ଉମେଶ ଚନ୍ଦ୍ର ପାତ୍ର
    ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ
    କଲେଜ, କଟକ,
    ମୋ: ୯୪୩୭୦୫୧୯୫୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ନିଃସନ୍ତାନ କର ଭଗବାନ

ମୋଟେ ସହଜ ନୁହେଁ ଭଗବାନଙ୍କୁ ଏମିତି ବର ମାଗିବା! ଶିଶୁ ସନ୍ତାନର ଓଠରୁ ଝରି ପଡୁଥିବା ‘ବାପା’ ଡାକ ଶୁଣିବାରେ ପିତୃତ୍ୱ ଯେମିତି ଅନିର୍ବଚନୀୟ ଉଲ୍ଲାସରେ ଜଡ଼ସଡ଼…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?