ଆଉଟ୍‌ଲୁକ୍‌ର ସଫଳତମ ମହିଳା ତାଲିକାରେ ଆଦ୍ୟାଶା ସତପଥୀ

ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଉଟଲୁକ୍‌ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ୩୬ଜଣ ସଫଳତମ ମହିଳାଙ୍କ ମଧ୍ୟରେ ଓଡ଼ିଶାରୁ ଆଦ୍ୟାଶା ସତପଥୀଙ୍କୁ ସ୍ଥାନିତ କରାଯାଇଛି। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ ଆଦ୍ୟାଶା ଉଭୟ ଖବରକାଗଜକୁ ନିଜର ଦୂରଦୃଷ୍ଟି ଦ୍ୱାରା ଦିଗ୍‌ଦର୍ଶନଦେଇ ଆସୁଛନ୍ତି। ବିଶେଷକରି ପରିବେଶ ଓ ପ୍ରକୃତି ସଂକ୍ରାନ୍ତୀୟ ବିପର୍ଯ୍ୟୟରେ ସୁଧାର ଆଣିବା ପାଇଁ ଧରିତ୍ରୀ ତରଫରୁ ଅନୁଷ୍ଠିତ ବିଭିନ୍ନ ଜାତୀୟ ଯୁବ ସମ୍ମିଳନୀ ହେଉଛି ତାଙ୍କ ଅଭିନବ ପ୍ରୟାସର ସଫଳ ଦୃଷ୍ଟାନ୍ତ। ଜଳବାୟୁୁ ପରିବର୍ତ୍ତନ ପାଇଁ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଭାବେ କାର୍ଯ୍ୟ କରୁଥିବା ଯୁବତୀଯୁବକଙ୍କୁ ଚିହ୍ନଟ କରି ପୁରସ୍କୃତ କରିବା ପାଇଁ ‘ଧରିତ୍ରୀ କ୍ଲାଇମେଟ୍‌ ଗ୍ରାଣ୍ଟ’ ପ୍ରତିଷ୍ଠା ହେଉଛି ତାଙ୍କର ଏକ ଯୁଗୋପଯୋଗୀ ପରିକଳ୍ପନା, ଯାହା ଯୁବବର୍ଗଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ ପାଇଁ ଅସୀମ ଉଦ୍ଦୀପନା ଭରି ଦେଇଛି।
ଉଲ୍ଲେଖଯୋଗ୍ୟ, ଆଉଟଲୁକ୍‌ର ଏହି ସଂଖ୍ୟାରେ ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌, ଫିଲ୍ମ ନିର୍ମାତା ଗୁନିତ ମୋଙ୍ଗା କପୁର୍‌, ଅଭିନେତ୍ରୀ ନୟନତାରା, ପାଇଲଟ୍‌ ପୁନ୍ୟା ନଞ୍ଜାପ୍ପା, ଆମେରିକା କଂଗ୍ରେସର ପୂର୍ବତନ ସଦସ୍ୟ ତୁଲ୍‌ସୀ ଗବାର୍ଡ, ଭାରତ-ଆମେରିକାର ଅର୍ଥନୀତିଜ୍ଞ ଗୀତା ଗୋପିନାଥ୍‌, କଣ୍ଠଶିଳ୍ପୀ ଅନନ୍ୟା ବିର୍ଲା ଭଳି ବ୍ୟକ୍ତିତ୍ୱ ସ୍ଥାନ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?