Posted inଜାତୀୟ

କଲେଜ୍‌କୁ ଜିନ୍ସ ପ୍ୟାଣ୍ଟ-ସାର୍ଟ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର

ମୁମ଼୍ବାଇ,୨।୭: କଲେଜ ପରିସରକୁ ଜିନ୍ସ ପିନ୍ଧି ଯାଇପାରିବେନି ଛାତ୍ରୀଛାତ୍ର । ଅର୍ଥାତ କଲେଜ ପରିସରରେ ଜିନ୍ସ ମନା । ଏପରି ଏକ ନୋଟିସ୍‌ ଜାରି କରି ଏବେ ଅଡ଼ୁଆରେ ପଡ଼ିଛନ୍ତିି ଏକ କଲେଜ୍‌ କର୍ତ୍ତୃପକ୍ଷ । ମହାରାଷ୍ଟ୍ରର ଚେମ଼୍ବୁରରେ ଥିବା ଆଚାର୍ଯ୍ୟ ମରାଠେ କଲେଜ୍‌ କର୍ତ୍ତୃପକ୍ଷ ଯେଉଁ ଛାତ୍ରୀଛାତ୍ର ଜିନ୍ସ ପିନ୍ଧି କଲେଜ୍‌ ଆସିବେ ସେମାନଙ୍କୁ କଲେଜ୍‌ ମଧ୍ୟକୁ ପ୍ରବେଶ କରିବାକୁ ଦିଆଯିବନାହିଁ ବୋଲି କହିଛନ୍ତି ।

ଏହି ନୋଟିସ୍‌ରେ ଛାତ୍ରମାନେ ସାଧାରଣ ପୋଷାକରେ କଲେଜ୍‌ ଆସିବେ ବୋଲି ଲେଖାଯାଇଛି । ଏଥିସହିତ ଛାତ୍ରୀମାନେ ପାଶ୍ଚାତ୍ୟ ପୋଷାକ ପରିଧାନ କରି ଆସିବେ । ଯେଉଁ ଡ୍ରେସ୍‌ ସେମାନଙ୍କର ଧର୍ମ ବିରୋଧୀ ତାହା ପିନ୍ଧି ଆସିପାରିବେନି ବୋଲି ଏଥିରେ ଉଲ୍ଲେଖ ରହିଛି । ଛାତ୍ରୀଛାତ୍ର ହାଫ୍‌ ସାର୍ଟ, ଫୁଲ୍‌ ସାର୍ଟ ଏବଂ ଟ୍ରାଉଜର ପିନ୍ଧି ଆସିପାରିବେ । ଧର୍ମ ଏବଂ ସଂସ୍କୃତିକୁ କ୍ଷତି ପହଞ୍ଚାଉଥିବା କୌଣସି ପୋଷାକ କଲେଜ୍‌କୁ ପିନ୍ଧି ଆସିବାକୁ ବାରଣ କରାଯାଇଛି ।

Notice by Acharya Marathe College (Credits: India Today)

କମନ୍‌ ରୁମ୍‌କୁ ଯିବା ପୂର୍ବରୁ ନକାବ, ହିଜାବ, ବୁର୍ଖା, କ୍ୟାପ୍‌ ଆଦି ଓହ୍ଲାଇ ଦେଇଯିବାକୁ ନୋଟିସ୍‌ରେ କୁହାଯାଇଛି । ଚିରା ଜିନ୍ସ, ଟି-ସାର୍ଟ, ଜର୍ସି ଆଦି ମଧ୍ୟ ପିନ୍ଧି ଯାଇପାରିବେନି ।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀ , ପପୁ ଯାଦବଙ୍କ ନାମରେ ରୁଜୁ ହେଲା ମାମଲା, କାହିଁକି ଜାଣନ୍ତୁ…

ବାରାଣସୀ,୧ା୮: ପାର୍ଲାମେଣ୍ଟରେ ବିରୋଧୀ ଦଳ ଏମ୍‌ପିମାନଙ୍କ ବିକ୍ଷୋଭ ବେଳେ ସନାତନ ଧର୍ମକୁ ଅପମାନିତ କରାଯିବା ସହ ଧର୍ମୀୟ ଭାବାବେଗକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ବାରାଣସୀ ପୋଲିସ ଶନିବାର…

ବାଇକ୍‌ରେ ଘରକୁ ଯାଉଥିବା ବେଳେ ମୁହାଁମୁହିଁ ଧକ୍କା: ସ୍ପେଶାଲ ବ୍ରାଞ୍ଚ ଏଏସ୍‌ଆଇ ମନୋଜ ପାଢ଼ୀଙ୍କ ମୃତ୍ୟୁ, ପୋଲିସ ମହଲରେ…

ପାରଳାଖେମୁଣ୍ଡି,୧।୮ (ଗିରିଧାରୀ ପରିଛା): ଗଜପତି ଜିଲା ସ୍ପେଶାଲ ବ୍ରାଞ୍ଚରେ କାର୍ଯ୍ୟରତ ଏଏସ୍‌ଆଇ ମନୋଜ କୁମାର ପାଢ଼ୀଙ୍କର ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି…

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଇତିହାସରେ ରଚିଲେ ପାରା ଆଥଲେଟ୍‌

ଗ୍ଲାସଗୋ,୧ା୮: ଭାରତୀୟ ପାରା ଆଥଲେଟ୍‌ମାନେ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ୨୮ ଜଣିଆ ଭାରତୀୟ ପାରା ସ୍ପୋଟର୍‌ସ ଦଳ ୭ ପଦକ ଜିତିଛି,…

କେଜ୍‌ରିଓ୍ବାଲଙ୍କ ବଡ଼ ଘୋଷଣା, ୪ରେ ବାହାରିବେ ପଦଯାତ୍ରା

ନୂଆଦିଲ୍ଲୀ,୧ା୮: ଖାଣ୍ଟି ପେଟ୍ରୋଲ ଏବଂ ଇ୨୦ (୨୦% ଇଥାନଲ ମିଶ୍ରିତ ପେଟ୍ରୋଲ) ମଧ୍ୟରୁ ଗ୍ରାହକ ଗୋଟିଏକୁ ବାଛିବା ନିମନ୍ତେ ପେଟ୍ରୋଲ ପମ୍ପଗୁଡ଼ିକରେ ସରକାର ବିକଳ୍ପ ବ୍ୟବସ୍ଥା ରଖିବାକୁ…

ଘାସ, ଲତାରେ ଲୁଚିଗଲାଣି ୨ ମହଲା ପାଠାଗାର

ବଉଳା,୧ା୮(ଦୁର୍ଗାପ୍ରସାଦ ଆୟଚ): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ହାଟଡ଼ିହୀ ପଞ୍ଚାୟତ ମଠଡାହିଠାରେ ନିର୍ମିତ ବ୍ଲକ୍‌ସ୍ତରୀୟ ପାଠାଗାର ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ରକ୍ଷଣାବେକ୍ଷଣ ଅଭାବରୁ ଘାସ, ଲତାରେ ୨…

୭ ବର୍ଷର ଛାତ୍ରୀଙ୍କୁ ବଳାତ୍କାର, ଶିକ୍ଷକଙ୍କୁ ମିଳିଲା ଏହି ଦଣ୍ଡ, ଜାଣନ୍ତୁ…

କେନ୍ଦୁଝର,୧।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ଜଣେ ୭ ବର୍ଷୀୟା ଛାତ୍ରୀଙ୍କୁ ବଳାତ୍କାର ମାମଲାରେ କୋଚିଂ ସେଣ୍ଟରର ଜଣେ ଶିକ୍ଷକଙ୍କୁ କଠୋର ଦଣ୍ଡାଦେଶ ଦେଇଛନ୍ତି ପୋସ୍କୋ ଅଦାଲତ । ଅତିରିକ୍ତ…

ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ା: ଦେଖିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼

ପାଟଣା,୧।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ କିଆପଡା ନିକଟସ୍ଥ ବୈତରଣୀ ନଦୀର ବନ୍ୟା ଜଳରେ ହାତୀପଲଙ୍କ ଜଳକ୍ରୀଡ଼ାର ଏକ ମନୋରମ ଓ ରୋମାଞ୍ଚକର…

କାହିଁକି ହକି ଦଳର ଜର୍ସି ରଙ୍ଗ ବଦଳାଗଲା, ପ୍ରଶ୍ନ ଉଠାଇଲା ଖାର୍ଗେ

ନୂଆଦିଲ୍ଲୀ,୧ା୮: ଭାରତୀୟ ହକି ଦଳର ଜର୍ସିର ରଙ୍ଗ ଗେରୁଆ କରାଯିବା ଘଟଣାକୁ ନେଇ ଏବେ ବିବାଦ ଦେଖାଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଉପରେ କଂଗ୍ରେସ ସଭାପତି ମଲିକାର୍ଜୁନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri