ମହାପ୍ରଭୁ ଓ ଶ୍ରୀଗୁଣ୍ଡିଚା ମନ୍ଦିର

ପବିତ୍ର ଆଷାଢ ମାସ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ବଡ଼ଠାକୁର ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ, ଚକ୍ରରାଜ ଶ୍ରୀସୁଦର୍ଶନ ଏବଂ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ରଥାରୂଢ ହୋଇ କର୍ମବେଦୀ ଶ୍ରୀମନ୍ଦିରରୁ ଜନ୍ମବେଦୀ ଶ୍ରୀଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିଥାନ୍ତି। ଦାରୁ ବିଗ୍ରହମାନେ ନବଦିନାତ୍ମକ ଯାତ୍ରାରେ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ୭ଦିନ ଅବସ୍ଥାନ କରିଥାନ୍ତି। ମହାପ୍ରଭୁଙ୍କ ଏହି ଶ୍ରୀଗୁଣ୍ଡିଚା ଯାତ୍ରାକୁ ନବଦିନାତ୍ମକ ଯାତ୍ରା ବା ଘୋଷଯାତ୍ରା ବୋଲି କୁହାଯାଇଥାଏ। ଶ୍ରୀବିଗ୍ରହମାନେ ଶ୍ରୀଗୁଣ୍ଡିଚା ମନ୍ଦିରର ଯେଉଁ ସିଂହାସନରେ ବିଜେ କରିଥାନ୍ତି, ତାହାକୁ ଆଡପ ମଣ୍ଡପ, ଯଜ୍ଞବେଦୀ ବା ମହାବେଦୀ କୁହାଯାଏ। ମହାପ୍ରଭୁଙ୍କ ନିକଟରେ ଯେଉଁ ମହାପ୍ରସାଦ ଲାଗି କରାଯାଏ ତାହା ହେଉଛି ଆଡ଼ପ ଅବଢ଼ା। ଏହି ଆଡ଼ପ ମହାପ୍ରସାଦକୁ ପାଇବା ପାଇଁ ରାଜ୍ୟ ତଥା ବାହାରୁ ଭକ୍ତ, ସାଧୁସନ୍ଥ ଆସିଥାନ୍ତି। ପୌରାଣିକ ମତବାଦ ଅନୁଯାୟୀ, ମହାରାଜା ଇନ୍ଦ୍ରଦ୍ୟୁମ୍ନ ମହାପ୍ରଭୁଙ୍କୁ ପ୍ରାପ୍ତ କରିବା ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ଥିବା ନୃସିଂହ ମନ୍ଦିରରେ ଯଜ୍ଞ କରିଥିଲେ। ଏହି ସମୟରେ ମହୋଦଧିରେ ଭାସି ଆସି ଏକ ଦାରୁ ବାଙ୍କୀ ମୁହାଣରେ ଲାଗିଥିଲା। ଇନ୍ଦ୍ରଦ୍ୟୁମ୍ନ ଉକ୍ତ ଦାରୁକୁ ସମୁଦ୍ରରୁ ଆଣି ଶ୍ରୀଗୁଣ୍ଡିଚା ମନ୍ଦିରରେ ସ୍ଥାପନ କରିଥିଲେ। ଭାବର ଠାକୁର ମହାପ୍ରଭୁ ନିଜେ ଅନନ୍ତ ମହାରଣା ବା ବୁଢା ମହାରଣା ରୂପରେ ଆସି ନିଜ ବିଗ୍ରହକୁ ନିଜେ ନିର୍ମାଣ କରିଥିଲେ। ପବିତ୍ର ଆଷାଢ ଶୁକ୍ଳ ନବମୀ ତିଥିରେ ଶ୍ରୀବିଗ୍ରହମାନେ ଇନ୍ଦ୍ରଦ୍ୟୁମ୍ନ ଏବଂ ମହାରାଣୀ ଗୁଣ୍ଡିଚାଙ୍କୁ ଦର୍ଶନ ଦେଇଥିଲେ। ପ୍ରତ୍ୟେକ ବର୍ଷ ଦାରୁବିଗ୍ରହମାନଙ୍କୁ ୭ଦିନ ନିମନ୍ତେ ନିଜ ଜନ୍ମବେଦୀ ବା ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇବା ପାଇଁ ମହାପ୍ରଭୁ ଇନ୍ଦ୍ରଦ୍ୟୁମ୍ନଙ୍କୁ କହିଥିଲେ। ସେହି ଅନୁଯାୟୀ ପ୍ରତିବର୍ଷ ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରେ ରଥାରୂଢ ହୋଇ ମହାପ୍ରଭୁ ଶ୍ରୀଜଗନ୍ନାଥ, ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରିଥାନ୍ତି। ସେଠାରେ ୭ଦିନ ଅବସ୍ଥାନ କରି ଦଶମୀ ତିଥିରେ ଶ୍ରୀମନ୍ଦିରକୁ ବାହୁଡ଼ିଥାନ୍ତି। ତେଣୁ କଥିତ ଅଛି ଜନ୍ମବେଦୀରେ ଶ୍ରୀବିଗ୍ରହମାନଙ୍କୁ ବିଶେଷ କରି ଆଷାଢ ଶୁକ୍ଳ ନବମୀ ତିଥିରେ ଯେଉଁ ଭକ୍ତ ଆଡ଼ପ ମଣ୍ଡପରେ ଦର୍ଶନ କରେ ସେ କୋଟି ଜନ୍ମର ପୁଣ୍ୟ ଲାଭ କରିବା ସହ ମର୍ତ୍ତ୍ୟ ମଣ୍ଡଳରେ ପୁନର୍ବାର ଜନ୍ମଲାଭ କରି ନ ଥାଏ ବୋଲି ଲୋକ ବିଶ୍ୱାସ ରହିଛି।
ସେହିପରି ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ମହାରାଜା ଇନ୍ଦ୍ରଦ୍ୟୁମ୍ନ ଶରଧା ବାଲି ନିକଟରେ ଥିବା ନୃସିଂହଙ୍କ ଯଜ୍ଞ କରିବା ପରେ ମହାପ୍ରଭୁ ଦାରୁ ଭାବରେ ବାଙ୍କୀ ମୁହାଣ ନିକଟରେ ଆବିର୍ଭାବ ହୋଇଥିଲେ। ପରେ ମହାପ୍ରଭୁ ନିଜେ ବୁଢା ମହାରଣା ବା ଅନନ୍ତ ମହାରଣା ରୂପରେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଇ ଦାରୁ ବିଗ୍ରହ ନିର୍ମାଣ କରିଥିଲେ। ପୂର୍ବରୁ ଆଡ଼ପ ମଣ୍ଡପ ଚାରିପାଖରେ କୌଣସି ପାଚେରି ବା ମନ୍ଦିର ନ ଥିଲା। ପରବର୍ତ୍ତୀ ସମୟରେ ଆଡ଼ପ ମଣ୍ଡପ ଚାରିପାଖରେ ମେଘନାଦ ପାଚେରି ଓ ମନ୍ଦିର ନିର୍ମାଣ କରାଯାଇଛି। ମହାପ୍ରଭୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ଜନ୍ମଲାଭ କରିଥିବାରୁ ପ୍ରତ୍ୟେକ ଜଗନ୍ନାଥ ପ୍ରେମୀ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଡ଼ପ ଅବଢା ସେବନ କରିବାକୁ ଇଚ୍ଛା କରିଥାଏ ବୋଲି ଡ. ମିଶ୍ର କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ଓ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଭିନ୍ନ ଫୁଲ ଓ ରଙ୍ଗିନ ଆଲୋକ ମାଳାରେ ସଜାଯାଇଥାଏ।
-ଅଜିତ ମହାନ୍ତି, ପୁରୀ ଅଫିସ


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri