Odisha Elections 2024
Posted inରାଜ୍ୟ

ମାହାଙ୍ଗା ଡବଲ ମର୍ଡର: କୋର୍ଟରେ ହାଜର ହେଲେନି ବିଧାୟକ ପ୍ରତାପ ଜେନା

ମାହାଙ୍ଗା,୩୧/୧୦: ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇନାହାନ୍ତି ବିଧାୟକ ପ୍ରତାପ ଜେନା। ପ୍ରତାପ ନିଜେ ହାଜର ନହୋଇ ନିଜର ଓକିଲଙ୍କ ମାଧ୍ୟମରେ ସାଲେପୁର ଜେଏମଏଫସି କୋର୍ଟରେ ହାଜର ହୋଇଥିଲେ। ପ୍ରତାପଙ୍କ ଓକିଲ ଆଇପିସି ୨୦୫ ଧାରାରେ ବଳରେ ବ୍ୟକ୍ତିଗତ ହାଜିରା ରୁ ବାଦ ଦେବାକୁ ସେ କୋର୍ଟରେ ଅନୁରୋଧ କରିଥିଲେ। ତେବେ ଏହି ଅପିଲକୁ ଗ୍ରହଣ ନକରିବାକୁ ପ୍ରତିପକ୍ଷ ଓକିଲ ଆବେଦନ କରିଛନ୍ତି। ଅସୁସ୍ଥ ଥିବା ନେଇ ପ୍ରତାପ କ୍ୟାପିଟାଲ ହସ୍ପିଟାଲର ସାର୍ଟିଫିକେଟ କୋର୍ଟଙ୍କ ପାଖରେ ଦେଇଛନ୍ତି।

ଖବର ଅନୁଯାୟୀ ମାହାଙ୍ଗା ଥାନା ଅଧୀନ ନୃତାଙ୍ଗ ପଞ୍ଚାୟତର ଭାଜପା ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳ (୭୫) ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳ (୮୨)ଙ୍କୁ ୨୦୨୧ ଜାନୁୟାରୀ ୨ରେ ହତ୍ୟା କରାଯାଇଥିଲା। ମାହାଙ୍ଗା ନିର୍ବାଚନମଣ୍ଡଳୀରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା କୁଳମଣି ଅଭିଯୋଗ ଆଣିଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ଚର୍ଚ୍ଚା ହୋଇଥିଲା। ଏହି ଘଟଣାରେ ମାହାଙ୍ଗା ବିଧାୟକ ତଥା ତତ୍କାଳୀନ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା।

ପୋଲିସ ରୁଜୁ କରିଥିବା ମାମଲା (ନଂ.୫/୨୧)ରେ ମନ୍ତ୍ରୀ ଜେନାଙ୍କ ନାମ ଅଭିଯୁକ୍ତଙ୍କ ତାଲିକାର ୧୩ ନମ୍ବର ଥିଲା। ମାତ୍ର ପରବର୍ତ୍ତୀ ସମୟରେ ପୋଲିସ ଜେନାଙ୍କ ନାମକୁ ଚାର୍ଜଶିଟ୍‌ରୁ କାଟି ଦେଇଥିଲା। ଏହାକୁ ବିରୋଧ କରି କୁଳମଣିଙ୍କ ପୁଅ ରମାକାନ୍ତ ବରାଳ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ଏକ ପ୍ରୋଟେଷ୍ଟ ପିଟିଶନ (ନଂ.୨୧୭/୨୧) ଦାଏର କରିଥିଲେ। ମାମଲାର ଶୁଣାଣି କରି ମାଜିଷ୍ଟ୍ରେଟ୍‌ ବିଧାୟକ ଜେନାଙ୍କ ବିରୋଧରେ ଆସିଥିବା ଅଭିଯୋଗର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ ମାହାଙ୍ଗା ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ବିଧାୟକ ଜେନାଙ୍କ ପିଏ ଉମାକାନ୍ତ ବିଶ୍ୱାଳ(ବାପି), ତତ୍କାଳୀନ ମାହାଙ୍ଗା ବ୍ଲକ ଅଧ୍ୟକ୍ଷ ଶରତ ଚନ୍ଦ୍ର ନାୟକ ଏବଂ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ କଲ୍‌ ଡିଟେଲ ରେକର୍ଡ (ସିଡିଆର) ଦାଖଲ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାରମ୍ବାର କୋର୍ଟଙ୍କୁୁ ସମୟ ମାଗି ମାହାଙ୍ଗାର ତତ୍କାଳୀନ ଥାନାଧିକାରୀ ନୀହାର ରଞ୍ଜନ ମହାନ୍ତି ଅଡୁଆରେ ପଡିଥିଲେ। ଥାନା ଅଧିକାରୀଙ୍କୁ ବ୍ୟକ୍ତିଗତ ହାଜର ହୋଇ ତଥ୍ୟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସମୟ ଗଡ଼ାଇବା ଯୋଗୁ କୋର୍ଟ ତାଙ୍କୁ ଭର୍ତ୍ସନା କରିଥିଲେ। ଶେଷରେ ପୋଲିସ ଚାର୍ଜଶିଟ୍‌, ସିଡିଆର ସମେତ ମାମଲାର ଦସ୍ତାବିଜ କୋର୍ଟରେ ଦାଖଲ କରିଥିଲା। ଇତିମଧ୍ୟରେ କୁଳମଣିଙ୍କ ପୁଅ ରମାକାନ୍ତଙ୍କ ମୃତ୍ୟୁ ହେବା ପରେ ତାଙ୍କ ଭାଇ ରଞ୍ଜିତ କୁମାର ବରାଳ ପୁନର୍ବାର ରିଭ୍ୟୁ ପିଟିଶନ ଦାଖଲ କରିଥିଲେ। ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟ ଗତ ୧୫ ତାରିଖରେ ବିଧାୟକ ପ୍ରତାପ ଜେନାଙ୍କ ନାମରେ ଉପରୋକ୍ତ ସଙ୍ଗିନ ଦଫାରେ ମାମଲା ଚାଲୁ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଥାଉ କି, ନୃତାଙ୍ଗ ପଞ୍ଚାୟତର କୁଳମଣି ଓ ସହଯୋଗୀ ଦିବ୍ୟସିଂହ ଘଟଣାଦିନ ବାଇକ୍‌ରେ ଘରକୁ ଆସୁଥିଲାବେଳେ ଜଁଅକୋଠି ନିକଟରେ ସେମାନଙ୍କୁ ବୀଭତ୍ସ ଭାବେ ଆକ୍ରମଣ କରାଯାଇଥିଲା। ଏଥିରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ବିଧାୟକ ଜେନାଙ୍କ ସମେତ ୧୩ ଜଣଙ୍କ ନାମରେ ମାହାଙ୍ଗା ଥାନାରେ ରମାକାନ୍ତ ଅଭିଯୋଗ କରିଥିଲେ। ପୋଲିସ ୯ ଜଣଙ୍କୁ ଗିରଫ କରିଥିଲା। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପ୍ରଫୁଲ୍ଲ ବିଶ୍ୱାଳଙ୍କ ଘଟଣାର କିଛିଦିନ ପରେ ସନ୍ଦେହଜନକ ଭାବେ ଗାଡ଼ି ଚାପାରେ ମୃତ୍ୟୁ ଘଟିଥିଲା। ଅନ୍ୟଜଣେ ଅଭିଯୁକ୍ତ ବିଜୟ କୁମାର ବରାଳ ଏବେ ବି ଫେରାର ଥିବା କୁହାଯାଉଛି। ଏହି ରାଜନୈତିକ ଡବଲ ମର୍ଡର ନେଇ ସେତେବେଳେ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଥିଲା। ଭାଜପା ଓ କଂଗ୍ରେସ ପକ୍ଷରୁ ତତ୍କାଳୀନ ମନ୍ତ୍ରୀ ଜେନାଙ୍କ ଗିରଫ ଦାବିରେ ବିକ୍ଷୋଭ ଓ ପ୍ରତିବାଦ ସଭା କରାଯାଇଥିଲା। ପରେ କୋର୍ଟଙ୍କ ଆଦେଶ ବଳରେ ସାଲେପୁର ଏସ୍‌ଡିପିଓ ଘଟଣାର ତଦନ୍ତ କରି ରିପୋର୍ଟ ଦାଖଲ କରିଥିଲେ। ଅଭିଯୋଗକାରୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ପ୍ରବୀଣ କୁମାର କାନୁନ୍‌ଗୋ କହିଛନ୍ତି ଯେ, ଏହି ରାୟ ଆସିବାପରେ ନ୍ୟାୟିକ ସଂସ୍ଥା ଉପରେ ଲୋକଙ୍କ ବିଶ୍ୱାସ ଓ ଭରସା ବଢ଼ିଛି। ବିଳମ୍ବରେ ହେଲେ ବି ତତ୍କାଳୀନ ଆଇନମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜେନାଙ୍କ ବିରୋଧରେ କୋର୍ଟ ମାମଲା ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସତ୍ୟର ଜୟ ହେବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ବିଧାୟକ ଜେନା କହିଛନ୍ତି ଯେ, ଡବଲ ମର୍ଡର ଘଟଣାରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗର କୌଣସି ସତ୍ୟାସତ୍ୟ ନାହିଁ। ତାଙ୍କ ବିରୋଧରେ ଭାଜପାର କେତେଜଣ ନେତା ଚକ୍ରାନ୍ତ ଚଳାଇଛନ୍ତି। ବିଶେଷକରି ଗତ ବିଧାନସଭା ନିର୍ବାଚନରେ ତାଙ୍କଠାରୁ ହାରିଥିବା ଭାଜପା ନେତା ଶାରଦା ପ୍ରଧାନ ଏହି ରାଜନୈତିକ ଷଡ଼ଯନ୍ତ୍ର କରିଛନ୍ତି। ଘଟଣାର ଅଭିଯୁକ୍ତମାନେ ଗଣମାଧ୍ୟମ ଆଗରେ ନିଜ ଦୋଷ ସ୍ବୀକାର କରି କେଉଁଥି ପାଇଁ ହତ୍ୟା କରିଥିଲେ ତାହା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

ଚକଖଡିରେ ମତଦାନ ପାଇଁ ନିବେଦନ

ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଏକକାଳୀନ ଲୋକସଭା ଓ ବିଧାନସଭା ପାଇଁ ମେ ୨୦ ରେ ମତଦାନ ହେବ। ନିର୍ବାଚନର ଏହି ମହାପର୍ବରେ ସାମିଲ ହେବା...

ରାଜ୍ୟରେ କେବଳ ନବୀନ ଇଞ୍ଜିନ ହିଁ ଚାଲିବ

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲଠାରେ ବିଜୁ ଜନତା ଦଳ ପକ୍ଷରୁ ୩୯ ନମ୍ବର ଜୋନ୍‌ସ୍ତରୀୟ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି।...

ପାଣ୍ଡିଆନ୍‌ଙ୍କୁ ତାମିଲନାଡୁ ପଠାଇବାକୁ ଅପିଲ୍ କଲେ ହିମନ୍ତ ବିଶ୍ବଶର୍ମା, ଟିକେଟ୍ କାଟିଲା ଭାଜପା

ଭୁବନେଶ୍ୱର,୧୮।୫: ଓଡ଼ିଶାରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଜାରି ରହିଥିଲା ବେଳେ ରାଜନୈତିକ ବାତାବରଣ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ବିଜେଡି ବରିଷ୍ଠ...

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ଭାଜପା ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, ଭିଡିଓ ଜାରି କରି ବର୍ଷିଲେ

ଭୁବନେଶ୍ୱର,୧୮।୫: ପୁଣି ଏକ ଭିଡିଓ ଜାରି କରି ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଓଡ଼ିଶା ପ୍ରସଙ୍ଗରେ କହିବା ଆଗରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ...

‘ଭଡ଼ାଟିଆକୁ ଆଣି ଓଡ଼ିଶାରେ ନେତା କରିଛନ୍ତି ନବୀନ ବାବୁ’: ଧର୍ମେନ୍ଦ୍ର

ବାଲେଶ୍ୱର,୧୮।୫: ଶନିବାର ବାଲେଶ୍ବରରେ ବିଶାଳ ସମାବେଶ କରିଛନ୍ତି ଭାଜପାର ବରିଷ୍ଠ ନେତା। ଏହି ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତଥା ଭାଜପାର ସମ୍ବଲପୁର ଲୋକ ସଭା...

ବାଲେଶ୍ୱରରେ ବର୍ଷିଲେ ସଚ୍ଚିନ ପାଇଲଟ, ଭାଜପା-ବିଜେଡିର ଚାଲିଛି ମଧୁଚନ୍ଦ୍ରିକା

ବାଲେଶ୍ୱର,୧୮।୫: ବାଲେଶ୍ୱରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସଚିନ ପାଇଲଟ । ବାଲେଶ୍ୱର ମିଶନ ପଡିଆରେ ଆୟୋଜିତ ସଂକଳ୍ପ ସମାବେଶରେ...

ନିର୍ବାଚନ ମଇଦାନ ରାଜକିଶୋର-କୃଷ୍ଣଚନ୍ଦ୍ର ମୁହାଁମୁହିଁ, ପରସ୍ପରକୁ କହିଲେ…

ମୋରଡ଼ା,୧୮ା୫(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରେ ମୋଟ୍‌ ୧୭ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ସାରିଛନ୍ତି। ବିଜେଡିରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri